ଆସନ୍ତାକାଲି ଚଳାଚଳ କରିବ ଆଧୁନିକ ଏଲଏଚବି କୋଚ୍ ସହିତ ହୀରାଖଣ୍ଡ ଏକ୍ସପ୍ରେସ

ଭୁବନେଶ୍ବର : ଆସନ୍ତାକାଲି ଚଳାଚଳ କରିବ ଆଧୁନିକ ଏଲଏଚବି କୋଚ୍ ସହିତ ହୀରାଖଣ୍ଡ ଏକ୍ସପ୍ରେସ । କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀର ରେଳ ଭବନରୁ ଭିଡିଓ କନଫରେନ୍ସିଂ ଜରିଆରେ ଭୁବନେଶ୍ୱର-ଜଗଦଲପୁର-ଭୁବନେଶ୍ୱର ହୀରାଖଣ୍ଡ ଏକ୍ସପ୍ରେସର ନୂତନ ଏଲଏଚବି ରେକକୁ ଶୁଭାରମ୍ଭ କରିବେ । ଏହି ଅବସରରେ ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା, ଅଶୋକ ଚନ୍ଦ୍ର ପଣ୍ଡା, ଭୁବନେଶ୍ବୀ ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକା, ବିଧାୟକ […]

Continue Reading

ବିଷମକଟକ ଡାଙ୍ଗରପୋଡା ଗାଁରେ ସ୍ୱଚ୍ଛ ପାନୀୟ ଜଳ ଭେଳିକି

ଗୁଣୁପୁର: ଗାଁ ଗହଳୀରେ ସ୍ୱଚ୍ଛ ପାନୀୟ ଜଳ ଯୋଗାଣକୁ ନେଇ ବାହାବା ନେଉଛନ୍ତି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର । ହେଲେ ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ ଅନ୍ତର୍ଗତ ଡାଙ୍ଗରପୋଡା ଗାଁରେ କିନ୍ତୁ ସାମ୍ନାକୁ ଆସିଛି କିଛି ଭିନ୍ନ ଚିତ୍ର । ଡାଙ୍ଗରପୋଡା ଗାଁରେ ରହୁଥିବା ଆଦିମ ଆଦିବାସୀଙ୍କ ପାଇଁ ରହିଛି ଡଙ୍ଗରିଆ ଉନ୍ନୟନ ସଂସ୍ଥା । ଆଦିବାସୀଙ୍କ ଉନ୍ନତି ପାଇଁ ଏହି ସଂସ୍ଥାକୁ ସରକାରଙ୍କ ତରଫରୁ କୋଟିକୋଟି ଟଙ୍କା ଅନୁମୋଦନ ଆସୁଛି । ହେଲେ […]

Continue Reading

ଶ୍ରେଷ୍ଠ ବିଶ୍ବବିଦ୍ୟାଳୟ ତାଲିକାର ୨୧ତମ ସ୍ଥାନରେ କିଟ୍‍

ଭୁବନେଶ୍ବର : କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ପ୍ରକାଶ ପାଇଛି ନ୍ୟାସନାଲ ଇନଷ୍ଟିଚ୍ୟୁସନାଲ ରାଙ୍କିଙ୍ଗ ଫ୍ରେମୱାର୍କ (ଏନ୍ଆଇଆରଏଫ) । ଏଥିରେ ଭାରତର ସମସ୍ତ ସରକାରୀ ଓ ଘରୋଇ ବିଶ୍ବବିଦ୍ୟାଳୟକୁ ନେଇ ତାଲିକା ପ୍ରସ୍ତୁତ ହୋଇଥିବା ବେଳେ, ବିଶ୍ବବିଦ୍ୟାଳୟ ତାଲିକାର ଶ୍ରେଷ୍ଠ ୨୧ ତମ ସ୍ଥାନରେ ରହିଛି କିଟ୍‍ । ଗତବର୍ଷ ଏନ୍ଆଇଆରଏଫ ରାଙ୍କିଙ୍ଗ ଶ୍ରେଷ୍ଠ ବିଶ୍ବବିଦ୍ୟାଳୟ ତାଲିକାରେ କିଟ୍‍ ୨୪ତମ ସ୍ଥାନରେ ରହିଥିବା ବେଳେ, ଚଳିତବର୍ଷ ୨୧ତମ ସ୍ଥାନକୁ ଉନ୍ନୀତ ହୋଇଛି । ଗୁରୁତ୍ବପୂର୍ଣ୍ଣ କଥା ହେଉଛି […]

Continue Reading

ସରିଲା ଦୁଷ୍କନ୍ତଙ୍କ ଶେଷକୃତ୍ୟ, ଅନିଶ୍ଚିତତା ଘେରରେ ତାଙ୍କ ପରିବାର

ପାରାଦୀପ :ବିଧାନସଭା ସମ୍ମୁଖରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଦୁଷ୍କନ୍ତ ଦାସଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ପରିବାର ଲୋକଙ୍କ ଉପସ୍ଥିତିରେ ପୁରୀ ସ୍ୱର୍ଗ ଦ୍ୱାରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। । ଦୁଷ୍କନ୍ତଙ୍କ ଗାଁରେ ଏବେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ବୁଧବାର ଦୁଷ୍କନ୍ତ ବିଧାନସଭା ସମ୍ମୁଖକୁ ଯାଇ ହାତ କାଟିବା ସହ ବିଷ ପିଇଦେଇଥିଲେ। ପ୍ରଥମେ ତାଙ୍କୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ଓ ପରେ କଟକ ନିଆଯାଇଥିବା ବେଳେ ସନ୍ଧ୍ୟାରେ ତାଙ୍କର […]

Continue Reading

ଜୟପୁର ଜଗନ୍ନାଥ ସାଗରରୁ ନାବାଳିକା ମୃତଦେହ ଉଦ୍ଧାର ଘଟଣା, ପ୍ରେମିକକୁ ଗିରଫ ଦାବିରେ ରାସ୍ତାରୋକ

ଜୟପୁର : ଜଗନ୍ନାଥ ସାଗରରୁ ନାବାଳିକା ଶବ ଉଦ୍ଧାର ଘଟଣା। ପ୍ରେମିକକୁ ଗିରଫ ଦାବିରେ ଜୟପୁର ଜୟନଗର ରାସ୍ତାରେ ଟାୟରଜାଳି ରାସ୍ତା ରୋକ କରିଛନ୍ତି ଶହ ଶହ ମହିଳା ଓ ପୁରୁଷ । ଘଟଣା ସ୍ଥଳରେ ଟାଉନ ଥାନା ପୋଲିସ ପହଁଚି ଲୋକମାନଙ୍କ ସହ ଆଲୋଚନା କରୁଛି । ଗତ ତିନି ଦିନ ତଳେ ଜୟନଗର ଧୋବା ତୁଠ ନିକଟରେ ଶବ ଭାଷୁ ଥିବା ଦେଖି ପ୍ରତ୍ୟକ୍ଷଦର୍ଶୀ ଟାଉନ୍ ଥାନା ପୋଲିସକୁ ଖବର ଦେଇଥିଲେ । ଟାଉନ୍ […]

Continue Reading

କ୍ଷତି ପୂରଣ ଦାବିରେ ମୃତ ଦେହ ରଖି ଧାରଣା

ପାରାଦୀପ: କ୍ଷତି ପୂରଣ ଦାବିରେ ଧାରଣା । ପାରାଦୀପ ତୈଳ ବିଶୋଧନାଗାରରେ କାର୍ଯ୍ୟରତ ଶ୍ରମିକର ମୃତ୍ୟୁ । କ୍ଷତି ପୁରଣ ଦାବିରେ ପରିବାର ଓ ସାଥୀ ଶ୍ରମିକ ସଂଘ ବିଶୋଧାନାଗାର ଫାଟକ ସମ୍ମୁଖରେ ମୃତ ଦେହ ରଖି ଧାରଣା ଦେଇଛନ୍ତି । ମୃତକଙ୍କ ପରିବାରକୁ ନଗଦ ୨୦ ଲକ୍ଷ ଟଙ୍କା ଓ ପରିବାରର ଜଣେ ସଦସ୍ୟଙ୍କୁ ଚାକିରୀ ଦେବା ପାଇଁ ଦାବି କରି ପରିବାର ଲୋକେ ଧାରଣାରେ ବସିଛନ୍ତି । ଦୀର୍ଘ ୧୨ ବର୍ଷ ଧରି ଶ୍ରମିକ […]

Continue Reading

ସୁନାପୁଅ ପ୍ରମୋଦଙ୍କୁ ମିଳିବ ୬ କୋଟି ଟଙ୍କା ,ଗ୍ରୁଫ୍ ଏ ସରକାରୀ ଚାକିରୀ

ଭୁବନେଶ୍ୱର : ପାରାଲିମ୍ପିକ୍ସରେ ସ୍ୱର୍ଣ୍ଣ ବିଜେତା ପ୍ରମୋଦ ଭଗତଙ୍କୁ ମିଳିବ ୬ କୋଟି ଟଙ୍କାର ପୁରଷ୍କାର ।ପୂର୍ବ ଘୋଷଣା ଅନୁସାରେ ୬ କୋଟି ଟଙ୍କା ଦେବେ ରାଜ୍ୟ ସରକାର । ତା ସହ ଗ୍ରୁପ ଏ ଲେବୁଲ ର ସରକାରୀ ଚାକିର ମିଧ୍ୟ ମିଳିବ। ସେ ଭୁବନେଶ୍ୱର ଆସିଲେ ମୁଖ୍ୟମନ୍ତ୍ରୀ ତାଙ୍କୁ ଏହି ପୁରଷ୍କାର ଦେବେ । ଏନେଇ କ୍ରୀଡା ବିଭାଗ ସ୍ପଷ୍ଟିକରଣ କରିଛି। ପାରାଲିମ୍ପିକ୍ସରେ ଦମଦାର ପ୍ରଦର୍ଶନ କରି ଆମ ଦେଶ ପାଇଁ ଗୌରବ ଆଣିଥିଲେ […]

Continue Reading

ଗହମ ଏବଂ ସୋରିଷ ସମେତ ୬ଟି ରବି ଫସଲର ଏମଏସପିରେ ବୃଦ୍ଧି କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଚଳିତ ଫସଲ ବର୍ଷ ପାଇଁ ଗହମ ଏବଂ ସୋରିଷ ସମେତ ୬ ଟି ରବି ଫସଲର ସର୍ବନିମ୍ନ ସହାୟତା ମୂଲ୍ୟ (ଏମଏସପି) ବୃଦ୍ଧି କରିବାକୁ କେନ୍ଦ୍ର ସରକାର ବୁଧବାର ଘୋଷଣା କରିଛନ୍ତି। ଗହମର ଏମଏସପି କ୍ୱିଣ୍ଟାଲ ପିଛା ୪୦ ଟଙ୍କା ବୃଦ୍ଧି କରାଯାଇଛି। ବୃଦ୍ଧି ପରେ ଗହମ କ୍ୱିଣ୍ଟାଲ ପିଛା ସର୍ବନିମ୍ନ ୨,୦୧୫ ଟଙ୍କା ମୂଲ୍ୟରେ କ୍ରୟ କରାଯିବ। ଏହା ବ୍ୟତୀତ ସୋରିଷର ଏମଏସପି କ୍ୱିଣ୍ଟାଲ ପ୍ରତି ୪୦୦ ଟଙ୍କା ବୃଦ୍ଧି କରି ୫,୦୫୦ ଟଙ୍କାକୁ […]

Continue Reading

ସହାୟତା ଅପେକ୍ଷାରେ ଦିଉଡୁ

ରାୟଗଡ଼ା: ଆର୍ଥିକ ଅନଟନରେ ଚିକିତ୍ସା ଅଭାବରୁ ମୃତ୍ୟୁ ସହ ଲଢ଼ୁଛନ୍ତି ଆଦିବାସୀ ଯୁବକ ଦିଉଡୁ ମାଝୀ । ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ  ଅନ୍ତର୍ଗତ ବଡ଼ ପୁକେଲର ଆଦିବାସୀ ଯୁବକ ଦିଉଡୁ ମାଝୀ । ବାପାଙ୍କର ମୃତ୍ୟୁ ପରେ ଘରର ମୁରବି କେବଳ ମାଆ ସୋଦ୍ରୀ ମାଝୀ । ପରିଣତ ବୟସରେ ଜଙ୍ଗଲରୁ କାଠ ସଂଗ୍ରହ କରି ଟିକିରି ଅଂଚଳରେ ବିକ୍ରି କରିଲେ ଘର ଚଳେ । ଦୀର୍ଘ ଦୁଇବର୍ଷ ତଳେ ଡିଉଦିଙ୍କ ମେରୁଦଣ୍ଡ ଛୋଟିଆ ମାଂସ […]

Continue Reading

ଏବିଭିପି କେନ୍ଦୁଝର ଶାଖା ପକ୍ଷରୁ ବ୍ୟକ୍ତିତ୍ୱ ବିକାଶ କାର୍ଯ୍ୟାଶାଳା

କେନ୍ଦୁଝର: ଏବିଭିପି କେନ୍ଦୁଝର ଶାଖା ପକ୍ଷରୁ ବ୍ୟକ୍ତିତ୍ୱ ବିକାଶ କାର୍ଯ୍ୟାଶାଳା ଅନୁଷ୍ଠିତ ହୋଇଯାଇଛି l ଏବିଭିପି କେନ୍ଦୁଝର ନଗର ୟୁନିଟ ପକ୍ଷରୁ ଆଜି ସ୍ଥାନୀୟ ବଣିଆପାଟ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେ PDP ବା ବ୍ୟକ୍ତିତ୍ୱ ବିକାଶ କାର୍ଯ୍ୟାଶାଳା ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ କ୍ରମ ରେ ନୂତନ ଭାବେ ମହାବିଦ୍ୟାଳୟ କୁ ପ୍ରବେଶ କରିଥିବା ବିଦ୍ୟାର୍ଥୀ ଙ୍କୁ ଅନେକ ପ୍ରକାର ମୌଳିକ ଶିକ୍ଷା ଦିଆଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ବହୁ […]

Continue Reading