ପତ୍ନୀଙ୍କ ସହ ବଳପୂର୍ବକ ଶାରୀରିକ ସମ୍ପର୍କ ଦୁଷ୍କର୍ମ ନୁହେଁ: ହାଇକୋର୍ଟ

ରାୟପୁର: ପତ୍ନୀଙ୍କ ସହ ବଳପୂର୍ବକ ଶାରୀରିକ ସମ୍ପର୍କ ଦୁଷ୍କର୍ମ ନୁହେଁ ବୋଲି ଛତିଶଗଡ ହାଇକୋର୍ଟ କହିଛନ୍ତି । ଦାମ୍ପତ୍ୟ ଦୁଷ୍କର୍ମ ଅଭିଯୋଗ ମାମଲାର ଏକ ଶୁଣାଣୀ କରି ମାନ୍ୟବର କୋର୍ଟ ଏହି ରାୟ ଶୁଣାଇବା ସହ ଅଭିଯୁକ୍ତ ବ୍ୟକ୍ତିଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ଆଇନଗତ ଉପାୟରେ ବିବାହ ହୋଇଥିବ ଏବଂ ପତ୍ନୀଙ୍କ ବୟସ ୧୮ ବର୍ଷରୁ ଊର୍ଦ୍ଧ୍ୱ ହୋଇଥିଲେ ସ୍ୱାମୀଙ୍କ ବଳପୂର୍ବକ ସମ୍ପର୍କକୁ ଦୁଷ୍କର୍ମ ବିବେଚନା କରାଯିବ ନାହିଁ । ଉପରୋକ୍ତ ବ୍ୟକ୍ତିଜଣଙ୍କୁ ଦୁଷ୍କର୍ମ ମାମଲାରେ […]

Continue Reading

ଯୁବକଙ୍କ ମୃତଦେହ ଉଦ୍ଧାର

ଯାଜପୁର: ଜାମ୍ମୁକୋଳି ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ବିଂଝାରପୁର ଥାନା ଶିଶିରଣା ଗାଁ ନିକଟରେ ଥିବା ଜାମ୍ମୁ କୋଳି ଗଛରେ ମୃତଦେହ ଝୁଲୁଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ମୃତ ଯୁବକ ଜଣକ ହେଇଛନ୍ତି ରାମ ମଲ୍ଲିକଙ୍କ ପୁଅ ଅଞ୍ଜନ ମଲ୍ଲିକ। ପାରିବାରିକ କଳହ କାରଣରୁ ଯୁବକଙ୍କ ମୃତ୍ୟୁ ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି।ସୂଚନା ଅନୁସାରେ ଅଞ୍ଜନ ଆନ୍ଦ୍ରପ୍ରଦେଶର ଏକ ଘରୋଇ କମ୍ପାନୀରେ କାମ କରୁଥିଲ। କିଛି ମାସ ତଳେ ସେ ବିବାହ […]

Continue Reading

ଯୁବକଙ୍କ ମୃତ୍ୟୁ ନେଇ ରାସ୍ତାରୋକ

କେନ୍ଦୁଝର: ଟ୍ରକ ଧକ୍କାରେ ଯୁବକଙ୍କ ମୃତ୍ୟୁ ନେଇ ରାସ୍ତାରୋକ । କେଉଁଝର ଜିଲ୍ଲା ସଦର ଥାନା ଶୁଆକାଟି ଫାଣ୍ଡି ବାୟାପଣ୍ଡାଧାର ଛକରେ ବିଳମ୍ବିତ ରାତିରେ ଟ୍ରକ ଧକ୍କା ଦେବା ଫଳରେ ଜଣେ ୨୫ ବର୍ଷୀୟ ଯୁବକଙ୍କ ମୃତ୍ୟୁ ହୋଇଯାଇଛି । ମୃତକ ଜଣକ କତରାପାଲି ଗାଁ ର ରବି ପ୍ରଧାନ ବୋଲି ଜଣାପଡିଛି ।ଏନେଇ ଉତ୍ୟକ୍ତ ଲୋକମାନେ କ୍ଷତିପୁରଣ ଦାବିରେ ଟାୟାର ଜାଳି ୪୯ ନମ୍ବର ରାସ୍ତା ରୋକ କରିଛନ୍ତି । ଦୀର୍ଘ ସମୟ ଧରି ଲୋକମାନେ […]

Continue Reading

ଗୁରୁଙ୍କୁ ଟିକା: ସବୁ ଡିଇଓ ଓ ବିଇଓଙ୍କୁ ଶିକ୍ଷକଙ୍କ ତାଲିକା ମାଗିଲା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ୱର: ଆସନ୍ତା ସେପ୍ଟେମ୍ବର ୫ ତାରିଖ ଗୁରୁ ଦିବସ ପୂର୍ବରୁ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଟିକା ଦେବା ଉପରେ ଗୁରୁତର ଦେଇଛନ୍ତି କେନ୍ଦ୍ର ସରକାର । ରାଜ୍ୟଗୁଡ଼ିକୁ ଅତିରିକ୍ତ ଭାବରେ ଟିକା ଯୋଗାଣ କରାଯିବ । ଏହାପରେ ଶିକ୍ଷକଙ୍କୁ ଅଗ୍ରାଧିକାର ଭିତ୍ତିରେ ଟିକା ଦେବାକୁ ଓଡ଼ିଶା ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ସ୍ୱତନ୍ତ୍ର ଡ୍ରାଇଭରେ ଶିକ୍ଷକଙ୍କୁ ଟିକାକରଣ କରାଯିବ । ଏହି ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ । ସେ କହିଛନ୍ତି, […]

Continue Reading

ଭିଜିଲାନ୍ସ ଜାଲରେ ପିଇଓ, ୩ଟି ସ୍ଥାନରେ ରେଡ୍

ବରଗଡ଼: ଭିଜିଲାନ୍ସ ଜାଲରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ । ବରଗଡ଼ ଜିଲ୍ଲା ବେହେରାପାଲି ପିଇଓ ଅନୀଲ କୁମାର ପାଢ଼ୀଙ୍କ ଘରେ ପଞ୍ଝା ମାରିଛି ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୩ଟି ସ୍ଥାନରେ ରେଡ୍ ଚାଲିଛି । ୩ଟି ଟିମ୍ ତାଙ୍କ ଘର ଓ ଅଫିସରେ ଚଢ଼ାଉ ଜାରି ରଖିଛନ୍ତି । ଏହି ଟିମରେ ଅଛନ୍ତି ଜଣେ ଡିଏସପି, ୩ ଜଣ ଇନସ୍ପେକ୍ଟର ଓ ଭିଜିଲାନ୍ସର ଅନ୍ୟ କର୍ମଚାରୀ । ତାଙ୍କ ଘରୁ ଓ […]

Continue Reading

କଠୋର ହେଲା ଟ୍ରାଫିକ ନିୟମ, ପ୍ରଥମ ଥର ନିୟମ ଉଲ୍ଲଙ୍ଘନରେ ବି ତିନି ମାସ ପାଇଁ ଅସ୍ଥାୟୀ ଭାବେ ରଦ୍ଦ ହେବ ଲାଇସେନ୍ସ

ଭୁବନେଶ୍ଵର: ଏଣିକ ଟ୍ରାଫିକ ନିୟମ ଉଲ୍ଲଙ୍ଘନ କଲେ ଆପଣଙ୍କୁ ତଣ୍ଡ ଗଣିବାକୁ ପଡିବ ।ପ୍ରଥମ ଥର ପାଇଁ ନିୟମ ଉଲ୍ଲଙ୍ଘନ କଲେ ବି ଆପଣଙ୍କ ଡ୍ରାଇଭିଙ୍ଗ ଲାଇସେନ୍ସ ରଦ୍ଦ ହେବ। ତିନି ମାସ ପାଇଁ ଅସ୍ଥାୟୀ ଭାବେ ଲାଇସେନ୍ସ ରଦ୍ଦ କରିବାକୁ  ରାଜ୍ୟ ର ସବୁ ପରିବହନ ଅଧିକାରୀ ଓ ଆରଟିଓ କୁ ଚିଠି ଲେଖିଲେ ପରିବହନ କମିଶନର। ୮ ନିୟମ ଭାଙ୍ଗିଲେ ଆପଣଙ୍କ ଲାଇସେନ୍ସ ରଦ୍ଦ ହେବ। ହେଲମେଟ ନପିନ୍ଧି ଦୁଇ ଚକିଆ ଯାନ ଚଲାଇଲେ […]

Continue Reading

ଭାଇରାଲ୍ ପୋଷ୍ଟମୋର୍ଟମ୍‌: ଗିରଫ ହେଲା ଗୁପଚୁପ୍ ବିକ୍ରେତା, ଭିନ୍ନ ଦାବିକୁ ନେଇ ପୁଣି ଚର୍ଚ୍ଚା

ଭୁବନେଶ୍ୱର: ଗୌହାଟୀର ଜଣେ ଗୁପ୍‌ଚୁପ୍ ବିକାଳି ପାଣିରେ ପରିଶ୍ରା ମିଶ୍ରଣ କରିବା ଘଟଣା ଖୁବ ଭାଇରାଲ୍ ହୋଇଥିଲା । ଏପରିକି ସଂପୃକ୍ତ ବ୍ୟକ୍ତି ଜଣକ ଗିରଫ ମଧ୍ୟ ହୋଇଛି । ହେଲେ ଏବେ ସେହି ଗୁପ୍‌ଚୁପ୍ ବିକ୍ରେତାଙ୍କୁ ନେଇ ସାମ୍ନାକୁ ଆସିଛି ଭିନ୍ନ ଅଭିଯୋଗ । ଗିରଫ ବ୍ୟକ୍ତି ଜଣକ ଇଶଲାମଧର୍ମୀ ବୋଲି ଅନେକ ଲୋକ ସୋସିଆଲ ମିଡିଆରେ ଦାବି କରିଛନ୍ତି । ହେଲେ କେତେ ସତ ଏହି ଦାବି ?

Continue Reading

ଟ୍ୱିନ୍‌ ସିଟିରେ ପ୍ରବଳ ବ‌ର୍ଷା ସମ୍ଭାବନା

ଭୁବନେଶ୍ୱର: ବୁଧବାର ଅପରାହ୍ନରେ ରାଜଧାନୀ ଭୁବନେଶ୍ବର ସମେତ କଟକରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏ‌ ନେଇ ଆଇଏମଡି ପୂର୍ବାନୁମାନ କରିଛି ଯେ ସହରରେ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ସମାନ ପାଣିପାଗ ପରିସ୍ଥିତି ରହିବ। ରାଜ୍ୟର ୨୨ ଟି ଜିଲ୍ଲାର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ କହିଛି। ଏହି ଜିଲ୍ଲାଗୁଡ଼ିକ ହେଉଛି ପୁରୀ, ବାଲେଶ୍ବର, ଭଦ୍ରକ, ଢେଙ୍କାନାଳ, କେନ୍ଦ୍ରାପଡା, ଯାଜପୁର, ଜଗତସିଂହପୁର, […]

Continue Reading

ଲିଙ୍ଗରାଜ ମନ୍ଦିର ସିଂହଦ୍ୱାରରେ ହେବ ରୁପା ଛାଉଣୀ

ଭୁବନେଶ୍ୱର: ପ୍ରସ୍ତାବ ଉପରେ ଲାଗିଛି ମୋହର । ଲିଙ୍ଗରାଜ ମନ୍ଦିର ସିଂହଦ୍ୱାରରେ ହେବ ରୁପା ଛାଉଣୀ । ଶ୍ରୀମନ୍ଦିର ଢାଞ୍ଚାରେ ତିଆରି ହେବ ଲିଙ୍ଗରାଜ ମନ୍ଦିରର ଦ୍ୱାର । ବିଏମ୍‌ସି କମିଶନରଙ୍କ ଅଧ୍ୟକ୍ଷତାରେ ଏଏସଆଇ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି । ବୈଠକରେ ଏଏସ୍‌ଆଇ ଭୁବନେଶ୍ୱର ଏଡିଏମ, ଏଏସଆଇଇ ସୁପରିଟେଣ୍ଡେଣ୍ଟ ଓ ୪ ନିଯୋଗର କର୍ମକର୍ତ୍ତା ଉପସ୍ଥିତ ଥିଲେ । ଏଥିରେ ପ୍ରଭୁଙ୍କ ସିଂହଦ୍ୱାର ପାଇଁ ରୂପା କବାଟ ଲାଗିବା ନେଇ […]

Continue Reading

ବିରଞ୍ଚି ଫସିଲେ, ଅନେକ ଖସିଲେ !

ଭୁବନେଶ୍ଵର: ରାଜ୍ୟ ଷ୍ଟାଫ୍‍ ସିଲେକ୍ସନ୍‍ କମିଶନର କିରାଣୀ ବିରଞ୍ଚି ବାବୁଙ୍କୁ ଭିଜିଲାନ୍ସ ବିଭାଗ ଧରିବା ପରେ ରାଜ୍ୟ ଉଠିଲା, ପଡ଼ିଲା । ବିରଞ୍ଚିଙ୍କ ଘରୁ ପୁଣି ପ୍ରାର୍ଥୀମାନଙ୍କ ଆଡ଼ମିଟ୍‍ କାର୍ଡ଼ ମିଳିବା ଏହି ଘଟଣାକୁ ଆଉରି ଭୟଙ୍କର ମୋଡ଼ ଦେଲା । ରାଜ୍ୟରେ ସରକରୀ ନିଯୁକ୍ତି ସଂସ୍ଥାଗୁଡ଼ିକ ଯେ, ଦୁର୍ନୀତିରେ ସ୍ପଷ୍ଟ ସମ୍ପୃକ୍ତ ତାହାର ଉଦାହରଣ ଜଳଜଳ ହୋଇ ସାମ୍ନାକୁ ଆସିଲା । ଅନେକ ଆଶ୍ଚର୍ଯ୍ୟ ବି ହେଲେ । ଏଡ଼େ ବଡ଼ ସଂସ୍ଥାରେ ଏମିତି ହେଉଥିବ, […]

Continue Reading