ପିଜ୍ଜା ଡେଲିଭରି ବୟ ସାଜିଛନ୍ତି ପୂର୍ବତନ ଆଫଗାନିସ୍ତାନ ମନ୍ତ୍ରୀ

ଭୁବନେଶ୍ୱର: ତାଲିବାନୀଙ୍କ କବଜାରେ ଆଫଗାନିସ୍ତାନ । ଖାସ କରି ରାଷ୍ଟ୍ରପତି ଅସ୍ରଫ୍ ଘନି ଦେଶ ଛାଡି ପଳାୟନ କରିବା ପରେ ଅନ୍ୟ ମନ୍ତ୍ରୀଙ୍କର ଖୋଜ ଖବର ନଥିଲା । ହେଲେ ନିକଟରେ ଆଫଗାନିସ୍ତାନର ଜଣେ ମନ୍ତ୍ରୀଙ୍କ ଖବର ଜର୍ମାନୀରୁ ମିଳିଛି । ଆଫଗାନିସ୍ତାନର ପୂର୍ବତନ କ୍ୟାବିନେଟ୍ ମନ୍ତ୍ରୀ ସୟଦ ଅହମଦ ଶାହ ଶାହାଦତ । ନିକଟରେ ସୟଦଙ୍କୁ ଜର୍ମାନୀ ରାସ୍ତାରେ ଦେଖିବାକୁ ମିଳିଛି । ପ୍ରାୟ ବର୍ଷେ ପୂର୍ବରୁ ସେ ଆଫଗାନିସ୍ତାନ ଛାଡିଥିଲାବେଳେ ଜର୍ମାନୀର ଲିପ୍‌ଜିଗ୍‌ଠାରେ ପିଜା […]

Continue Reading

CISF ଯବାନ ସୋମନାଥ ମହାନ୍ତିଙ୍କୁ ପୁରସ୍କୃତ କରାଯାଇଛି

ଭୁବନେଶ୍ଵର: ବଲିଉଡ୍ ଅଭିନେତା ସଲମାନ୍ ଖାନ୍‌ଙ୍କୁ ବିମାନ ବନ୍ଦରରେ ଅଟକାଇଥିବା ସିଆଇଏସ୍ଏଫ୍ ଯବାନଙ୍କୁ ଦଣ୍ଡିତ କରାଯାଇନି ବରଂ ସମ୍ମାନିତ କରାଯାଇଛି । ନିଜ ଦାୟିତ୍ୱକୁ ସଠିକ୍ ଭାବେ ତୁଲାଇଥିବାରୁ ସିଆଇଏସ୍‌ଏଫ୍ ଯବାନ ସୋମନାଥ ମହାନ୍ତିଙ୍କୁ ପୁରସ୍କୃତ କରାଯାଇଥିବା ସିଆଇଏସ୍ଏଫ୍ ପକ୍ଷରୁ କୁହାଯାଇଛି ଓ ଦଣ୍ଡିତ ଖବରକୁ ଭୁଲ ବୋଲି କୁହାଯାଇଛି । ସୋମନାଥ ମହାନ୍ତି ଏୟାରପୋର୍ଟରେ ସଲମାନ୍‌ଙ୍କୁ ଅଟକାଇ ନିଜ ଦାୟିତ୍ୱ ପୂରା କରିଥିଲେ । ଏଣୁ ତାଙ୍କୁ ଖୁବ୍ ପ୍ରଶଂସା କରାଯାଇଥିଲା । କିନ୍ତୁ ପରେ […]

Continue Reading

ବିଜେପି ଯୁବ ମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟ ଭାବେ ଓଡ଼ିଶାରୁ ଦୀପଜ୍ୟୋତି ମୁଣ୍ଡ ମନୋନୀତ

ଭୁବନେଶ୍ବର : ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କ ଅନୁମୋଦନ କ୍ରମେ ଯୁବ ମୋର୍ଚ୍ଚା ରାଷ୍ଟ୍ରୀୟ ଅଧ୍ୟକ୍ଷ ତେଜସ୍ବୀ ସୂର୍ଯ୍ୟା ଯୁବ ମୋର୍ଚ୍ଚାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀଙ୍କ ନାମ ଘୋଷଣା କରିଛନ୍ତି । ଏହି ତାଲିକାରେ ଓଡ଼ିଶାରୁ ସ୍ଥାନ ପାଇଛନ୍ତି ଦୀପଜ୍ୟୋତି ମୁଣ୍ଡ । ଯୁବ ମୋର୍ଚ୍ଚାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ତାଲିକାରେ ଦୀପଜ୍ୟୋତି ମୁଣ୍ଡଙ୍କୁ ସ୍ଥାନ ଦିଆଯାଇଥିବାରୁ ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା, ଯୁବ ମୋର୍ଚ୍ଚା ରାଷ୍ଟ୍ରୀୟ ଅଧ୍ୟକ୍ଷ ତେଜସ୍ବୀ ସୂର୍ଯ୍ୟା ଓ ରାଜ୍ୟ ସଭାପତି ସମୀର […]

Continue Reading

ନବରଙ୍ଗପୁରରେ ସ୍ବାସ୍ଥ୍ୟ ବ୍ୟବସ୍ଥାର ଉନ୍ନତି ପାଇଁ ପଦକ୍ଷେପ, ଏୟାର ଆମ୍ବୁଲାନ୍ସ ବ୍ୟବସ୍ଥା ନେଇ ଭିତ୍ତିଭୂମି ଯାଞ୍ଚ

ନବରଙ୍ଗପୁର : ଉପାନ୍ତ ନବରଙ୍ଗପୁର ଜିଲ୍ଲାର ସ୍ବାସ୍ଥ୍ୟ ବ୍ୟବସ୍ଥାର ଉନ୍ନତି ପାଇଁ ରାଜ୍ୟ ସରକାରଙ୍କ ନୂଆ ପଦକ୍ଷେପ । ଏୟାର ଆମ୍ବୁଲାନ୍ସ ବ୍ୟବସ୍ଥା ନେଇ ଡିଏମଇଟି ନିର୍ଦ୍ଦେଶକଙ୍କ ନେତୃତ୍ବରେ ଏକ ଡାକ୍ତରୀ ଟିମ୍ ନବରଙ୍ଗପୁର ମେଡିକାଲ ଯାଇ ଭିତ୍ତିଭୂମିର ଯାଞ୍ଚ କରିଛନ୍ତି । ଏୟାର ଆମ୍ବୁଲାନ୍ସର ସୁବିଧା କରିବା ପାଇଁ ଆଇସିୟୁ ଓ ମେଡିକାଲର ଅନ୍ୟ ଭିତ୍ତିଭୂମିକୁ ଯାଞ୍ଚ କରାଯାଇଛି । ଆଗାମୀ ଦିନରେ ରୋଗୀଙ୍କୁ ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ଏୟାର ଆମ୍ବୁଲାନ୍ସ […]

Continue Reading

ପ୍ରକାଶ ପାଇଲା ମାଟ୍ରିକ୍‌ ଅଫ୍‌ଲାଇନ୍‌ ରେଜଲ୍ଟ, ପାସ୍‌ ହାର ୮୦.୮୩ ପ୍ରତିଶତ

କଟକ : ପ୍ରକାଶ ପାଇଲା ମାଟ୍ରିକ ଅଫଲାଇନ୍ ପରୀକ୍ଷା ଫଳ । ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୫୨୩୩ ଜଣ ପାସ କରିଛନ୍ତି । ଏମାନଙ୍କ ମଧ୍ୟରୁ ୧୪୧ ଜଣ ଛାତ୍ରଛାତ୍ରୀ ଫେଲ ହୋଇଛନ୍ତି । ସେହିପରି ମୋଟ୍ ପାସ ହାର ରହିଛି ୮୦.୮୩ % । ମୋଟ ୩୧୦୦ ପୁଅ ଓ ୨୧୩୩ ଜଣ ପାସ କରିଛନ୍ତି । A-1ରେ ୪୨, A-2ରେ ୨୫୫ ଜଣ, B-1ରେ ୩୪୮ ଜଣ, B-2ରେ ୪୫୮, C-ରେ ୫୯୯ […]

Continue Reading

ମୟୂରଭଞ୍ଜ ଚିତ୍ରଡା ଫାଣ୍ଡି ନିକଟରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମହିଳା ଉଦ୍ଧାର

ମୟୂରଭଞ୍ଜ: ମୟୂରଭଞ୍ଜ ଚିତ୍ରଡା ଫାଣ୍ଡି ନିକଟରେ ଅଘଟଣ। ଥାନା ନିକଟରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଜଣେ ମହିଳାଙ୍କୁ ଉଦ୍ଧାର କରିଛି ପୋଲିସ। ମହିଳାଙ୍କର ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ପ୍ରବଳ ରକ୍ତଶ୍ରାବ ହେଉଥିଲା। ଫାଣ୍ଡି ଅଧିକାରୀ ସୁନ୍ଦର ମୋହନ ବାରିକ ଘଟଣା ସ୍ଥଳରେ ପହଁଚି ମହିଳାଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ କିଶାନତାଣ୍ଡି ହସ୍ପି ଟାଲକୁ ପଠାଇଛନ୍ତି। ରକ୍ତ ଜୁଡୁବୁଡୁ ଅବସ୍ଥାରେ ମହିଳା ଟିଆଁସି ଗାଁ ରୁ ପ୍ରାୟ ୫ କିଲୋମିଟର ରାସ୍ତା ଚାଲିଚାଲି […]

Continue Reading

ଦ୍ବିତୀୟ ପର୍ଯ୍ୟାୟରେ ହିଞ୍ଜିଳିର ଆଉ ୧୦ ସ୍କୁଲକୁ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ହିଞ୍ଜିଳିରେ ଆଜି ଦ୍ବିତୀୟ ପର୍ଯ୍ୟାୟରେ ଲୋକାର୍ପିତ ହୋଇଛି ଆଉ ୧୦ଟି ରୂପାନ୍ତରିତ ସ୍କୁଲ । ଭିଡିଓ କନଫରେନ୍ସ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସ୍କୁଲକୁ ଲୋକାର୍ପିତ କରିଛନ୍ତି । ଗତ ୨୧ ତାରିଖରେ ରାଜ୍ୟ ସରକାରଙ୍କ ଉଚ୍ଚାକାଂକ୍ଷୀ ସ୍କୁଲ ରୂପାନ୍ତରଣ କାର୍ଯ୍ୟ ଆରମ୍ଭ ହୋଇଥିଲା । 5T ଉପକ୍ରମରେ ହିଞ୍ଜିଳିର ୫୦ଟି ସ୍କୁଲର ରୂପାନ୍ତରଣ କାର୍ଯ୍ୟ ସଂପୂର୍ଣ୍ଣ ହୋଇଛି । ପାଞ୍ଚଟି ପର୍ଯ୍ୟାୟରେ ୫୦ଟି ସ୍କୁଲର ଲୋକାର୍ପଣ କରାଯିବ । ଏହି ଅବସରରେ […]

Continue Reading

ଛତିଶଗଡ଼ ସୁକମା ପୋଲିସ ନିକଟରେ ଆତ୍ମସମର୍ପଣ କଲେ ଶତାଧିକ ମାଓବାଦୀ

ଛତିଶଗଡ଼ : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ସୁକୁମା ଜିଲ୍ଲାରେ ପୋଲିସକୁ ବଡ଼ ସଫଳତା । ପୋଲିସର ପୁନା ନର୍କମ ଅଭିଜାନରେ ସୁକୁମା ଏସ.ପି.ଙ୍କ ପାଖରେ ଆତ୍ମସମର୍ପଣ କରିଛନ୍ତି ଶତାଧିକ ନକ୍ସଲ ସମର୍ଥକ । ଦୀର୍ଘ ବର୍ଷ ଧରି ଜାଗରକୋଣ୍ଡା ଓ ଚିନ୍ତଲନାଡ ଅଞ୍ଚଳକୁ ମାଓବାଦୀମାନେ ନିଜ କବଜାରେ ରଖିଥିଲେ । ଯାହା ଫଳରେ ସର୍ଚ୍ଚ ଅପରେଶନ ବେଳେ ଯବାନଙ୍କୁ ସଫଳତା ମିଳୁନଥିଲା । ଦିନେ ମାଓବାଦୀଙ୍କ କଥାରେ ପଡି ଜାଗରକୋଣ୍ଡା ଥାନା ଅନ୍ତର୍ଗତ କୁନ୍ଦେଡ ଓ […]

Continue Reading

ପିଲା ଚୋରି ଓ ବିକ୍ରି ଅଭିଯୋଗ, ୩ କୋର୍ଟ ଚାଲାଣ

ବାରିପଦା: ମୟୁରଭଂଜ ଜିଲ୍ଲା ଝାରପୋଖରିଆ ଅନ୍ତର୍ଗତ ସାରସକଣା ବଜାର ଅଂଚଳରୁ ସାମ୍ନାକୁ ଆସିଲା ସାଂଘାତିକ ଅଭିଯୋଗ । ପିଲା ଚୋରି ଓ ବିକ୍ରି ଭଳି ସାଂଘାତିକ ଅପରାଧକୁ ନେଇ ସ୍ଥାନୀୟ ଅଂଚଳରେ ହଟଚମଟ ସୃଷ୍ଟି ହୋଇଛି । ତେବେ ଶେଷରେ ଅଭିଯୁକ୍ତଙ୍କୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିବାରେ ସଫଳ ହୋଇଛି । ମିଳିଥିବା ରିପୋର୍ଟ ଅନୁଯାୟୀ ଗତକାଲି ଦାନାଦର ଗାଁର ପ୍ରଦୀପ ଦିଗାରଙ୍କ ସ୍ତ୍ରୀ ମାଳତୀ ଦିଗାରଙ୍କ କୋଳରୁ ତାଙ୍କ ଏକ ମାସର ଶିଶୁପୁତ୍ରକୁ […]

Continue Reading

ଭିଜିଲାନ୍ସ ଜାଲରେ ବଲାଙ୍ଗିର ମୁରିବାହାଲ ଏବିଇଓ

ବଲାଙ୍ଗିର : ଭିଜିଲାନ୍ସ ଜାଲରେ ମୁରିବାହାଲ ଏବିଇଓ । ଏକ ପୁରୁଣା କେସକୁ ରଫାଦଫା କରିବାକୁ ଲାଞ୍ଚ ନେଉଥିବା ବେଳେ କାବୁ କରିଛି ଭିଜିଲାନ୍ସ । ସୂଚନା ଅନୁସାରେ, ମୁରିବାହାଲ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଏବିଇଓ ଦେବରାଜ ଦାସ ଚାଉଳଫୁଗୁଡା ପ୍ରାଥମିକ ବିଦ୍ୟାଳୟର ଅତିରିକ୍ତ ପ୍ରଧାନ ଶିକ୍ଷକ ବୈଧୂତ ସାହୁଙ୍କ ଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାବୁଡ଼ରେ ପଡିଛନ୍ତି । ୨୦୧୯ରେ ଏକ ପ୍ରୋସେଡିଂ ରଫାଦଫା କରିବାକୁ ଟଙ୍କା […]

Continue Reading