ଶେଷ ଦେବଦାସୀ ପରଶମଣିଙ୍କ ପରୋଲୋକ

ପୁରୀ: ଦେବଦାସୀ ପରଶମଣିଙ୍କର ପରୋଲୋକ ଘଟିଛି । ୯୪ ବର୍ଷ ବୟସରେ ଇହଧାମ ତ୍ୟାଗ କରିଛନ୍ତି । ଗତକାଲି ରାତିରେ ଶୋଇଥିବା ଅବସ୍ଥାରେ ତାଙ୍କର ଗଚ୍ଛକାଲି ନିକଟରେ ବାସସ୍ଥାନରେ ପରଲୋକ ଘଟିଛି । ଆଜି ତାଙ୍କର ଶେଷକୃତ୍ୟ ପୁରୀ ସ୍ବର୍ଗଦ୍ବାରରେ କରାଯାଇଥିଲା। ତାଙ୍କୁ ମୁଖାଗ୍ନୀ ପ୍ରସନ୍ନ କୁମାର ଦାସ ଦେଇଥିଲେ । ସ୍ବର୍ଗତ ପରଶମଣି ଜଣେ ଅମାୟିକ ମଣିଷ ଥିଲେ। ମହାପ୍ରଭୁଙ୍କ ଦେବଦାସୀ ଭାବରେ ସେବା କରୁଥିଲେ କିନ୍ତି ବିଗତ କିଛି ବର୍ଷଧରି ଏହି ସେବାରୁ ନିବୃତ […]

Continue Reading

ରେଳ ଫାଟକରେ ଭିଡ

କଟକ : ରେଳ ଫାଟକରେ ନାହିଁ ନଥିବା ଭିଡ । କଟକ ପାରାଦୀପକୁ ଟ୍ରେନ୍ ଚଳାଚଳ କରୁଥିବା ବେଳେ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡୁଛି ଲୋକମାନଙ୍କୁ। କଟକ ଗୋଶାଳା ରେଳଫାଟକର ଦୃଶ୍ୟ । ନୂଆବଜାର ଛକରୁ ଗୋଶାଳା ଓ ନୂଆପଡା,ଖପୁରିଆ ଦେଇ ଜାତୀୟ ରାଜପଥର ପ୍ରେସ୍ ଛକକୁ ସଂଯୋଗ କରୁଥିବା ରାସ୍ତା । ବ୍ୟସ୍ତବହୁଳ ରାସ୍ତା ଥିବାରୁ ବହୁ ଲୋକେ ଏହି ରାସ୍ତା ଉପରେ ନିର୍ଭର କରନ୍ତି। ହେଲେ ଆଜକୁ ୩ ବର୍ଷ ହେବ ରେଳ […]

Continue Reading

ରଥଯାତ୍ରାରେ ତିନି ରଥ ପାଇଁ ସୋଲ ଫୁଲ ଟାହିଆ

ଖୋର୍ଦ୍ଧା: ରଥଯାତ୍ରା ପାଇଁ ତିନି ରଥରେ ଲାଗିବ ସୋଲ ଫୁଲ । ବଡ ଦାଣ୍ଡରେ ତିନି ରଥ ଗଲାବେଳେ ରଥରେ ଝଟକୁ ଥାଏ ସୋଲ ଫୁଲ । ଏହି ଫୁଲ ଖୋର୍ଦ୍ଧା ଗୁରୁଜଙ୍ଗ ଭୋଇ ସାହି ର ରାଜ କିଶୋର ପ୍ରସ୍ତୁତ କରି ଲଗାଇଥାନ୍ତି । କାରୋନା କଟକଣା ରେ ମଧ୍ୟ ସେବାରୁ ବିରତ ହୋଇନାଂହାତି । ଧଳା ରଙ୍ଗର ସେବତୀ, କଦମ୍ବ ଫୁଲ। ଏସବୁ ସୋଲ ରେ ତିଆରି ହୋଇଛି । ମହାପ୍ରଭୁଙ୍କ ରଥଯାତ୍ରାରେ ତିନି […]

Continue Reading

ପୁଣି ହାତୀ ଉପଦ୍ରବ

ମୟୂରଭଞ୍ଜ : ମୟୂରଭଞ୍ଜ ଜିଲାର କରଞ୍ଜିଆ ବନଖଣ୍ଡରେ ହାତୀ ଉପଦ୍ରବ ମୁଖ୍ୟ ସମସ୍ୟା ଦେଖାଦେଇଛି। କିଛି ଦିନ ହେବ କେନ୍ଦୁଝର ଜିଲ୍ଲା ପାଖରୁ ଦୁଇଟି ହାତୀପଲ କରଞ୍ଜିଆ ବନବିଭାଗରେ ମୁଣ୍ଡ ବିନ୍ଧା କାରଣ ପାଳିଟିଛି । ପ୍ରତ୍ୟେକ ଦିନ ସଂନ୍ଧ୍ୟା ହେଲେ ଆଖପାଖ ଗାଁରେ ହାତୀ ପଲ ପଶି ଲୋକଙ୍କ ଘରଦ୍ୱାର ଭାଙ୍ଗୁଛନ୍ତି। ଗୋଟିଏ ହାତୀ ପଲ ଦୁଧିଆଣି ରେଞ୍ଜର ମତା ଜଙ୍ଗଲରେ ଏବେ ୧୮ ଟି ହାତୀ ଥିବା ବେଳେ ଠାକୁରମୁଣ୍ଡା ରେଞ୍ଜର ଖୋଜୁରିଆ ଜଙ୍ଗଲରେ […]

Continue Reading

ଭୁବନେଶ୍ୱର ସମେତ ଏହି ୯ ଜିଲ୍ଲାରେ ବଜ୍ରପାତ ସହ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆଗାମୀ ୩ ଘଣ୍ଟା ମଧ୍ୟରେ ଭୁବନେଶ୍ବର ସମେତ ରାଜ୍ୟ ବିଭିନ୍ନ ଜିଲ୍ଲାରେ ବଜ୍ରପାତ ସହ ବର୍ଷା ସମ୍ଭାବନା ରହିଛି। ଏ ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପୂର୍ବାନୁମାନ କରିଛି। ଶନିବାର ଦିନ ଅପରାହ୍ନ ୫ ଟା ପର୍ଯ୍ୟନ୍ତ କେନ୍ଦୁଝର, ମୟୂରଭଞ୍ଜ, ସମ୍ବଲପୁର, ନୁଆପଡା, ନୟାଗଡ଼, ପୁରୀ, ଜଗତସିଂହପୁର, କଟକ ଏବଂ ଖୋର୍ଦ୍ଧା (ଭୁବନେଶ୍ୱରରେ) ଏହି ପାଣିପାଗ ଅବସ୍ଥା ଜାରି ରହିବ। ଲୋକଙ୍କୁ ପାଣିପାଗ ଉପରେ ନଜର ରଖିବାକୁ ଏବଂ ସେହି ଅନୁଯାୟୀ ବଜ୍ରପାତରୁ ନିଜକୁ […]

Continue Reading

କୋଟିଏ ଟଙ୍କାର ଗଞ୍ଜେଇ ଜବତ, ୩ ଗିରଫ

ରାୟଗଡ଼ା: ଗଞ୍ଜେଇ ଚୋରା ଚାଲଣ ବେଳେ ଧରିଲା ପୋଲିସ । ପାଟ୍ରୋଲିଂ ବେଳେ କୋଟିଏ ଟଙ୍କାର ଗଞ୍ଜେଇ ଜବତ ହୋଇଛି । ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ଥାନା ଅଞ୍ଚଳରୁ ଜବତ ହୋଇଛି ବସ୍ତା ବସ୍ତା ଗଞ୍ଜେଇ । ଏହି ଘଟଣାରେ ୩ ଜଣଙ୍କୁ ପୋଲିସ ଗିରଫ କରିଛି । ମୋଟ୍ ୧୧ଶହ ୮୦ କିଲୋଗ୍ରାମ୍ ଗଞ୍ଜେଇ ଜବତ ହୋଇଛି । ବିଶେଷ ସୂତ୍ରରୁ ଗଞ୍ଜେଇ ଚୋରା ଚାଲାଣର ଖବର ପୋଲିସକୁ ମିଳିଥିଲା । ଗତକାଲି ରାତିରେ ବିଷମକଟକ […]

Continue Reading

ବିଜେଡି-ବିଜେପି ଆତ୍ମୀୟତାରୁ ବୈଷ୍ଣବଙ୍କୁ ଲାଭ; ଶିକ୍ଷାରୁ କଣ ପାଇବେ ଧର୍ମେନ୍ଦ୍ର?

ଭୁବନେଶ୍ଵର: ବହୁ ପ୍ରତୀକ୍ଷିତ ମୋଦି ମନ୍ତ୍ରୀମଣ୍ଡଳର ସମ୍ପ୍ରସାରଣ ସରିଯାଇଛି। ନିର୍ବାଚନ ଅପେକ୍ଷାରେ ଥିବା ବିଭିନ୍ନ ରାଜ୍ୟକୁ ଅଧିକ ଓ ଗୁରୁତ୍ଵପୂର୍ଣ୍ଣ ମନ୍ତ୍ରୀପଦ ମିଳିଛି। କିନ୍ତୁ ୨୦୨୪ରେ ନିର୍ବାଚନ ଥିବା ଓଡ଼ିଶାରେ ଏ ପରିବର୍ତ୍ତିତ ମନ୍ତ୍ରୀମଣ୍ଡଳକୁ କଣ ମିଳିବ ତାକୁ ନେଇ ଚର୍ଚ୍ଚା ଥଣ୍ଡା ପଡ଼ିନାହିଁ। ଅଶ୍ଵିନୀ ବୈଷ୍ଣବଙ୍କ ଅପ୍ରତ୍ୟାଶିତ ଉତ୍ଥାନ ଓ ଏତେବଡ଼ ମନ୍ତ୍ରାଳୟ, ବିଶ୍ଵେଶ୍ଵର ଟୁଡୁଙ୍କ ଆଶ୍ଚର୍ଯ୍ୟଜନକ ପ୍ରବେଶ ଓ ଧର୍ମେନ୍ଦ୍ରଙ୍କ ବିଭାଗ ପରିବର୍ତ୍ତନ ରାଜନୈତିକ ଚର୍ଚ୍ଚାକୁ ଖୋରାକ ଯୋଗାଇ ଦେଇଛି। କାହାକୁ ଲାଭ, କାହାକୁ […]

Continue Reading

ବିଦ୍ୟୁତ ଆଘାତରେ ଦନ୍ତା ହାତୀର ମୃତ୍ୟୁ ସନ୍ଦେହ, ଚାଲିଛି ତଦନ୍ତ

ଅନୁଗୁଳ: ପୁଣି ଗଡିଲା ଏକ ଦନ୍ତା ହାତୀର ମୁଣ୍ଡ । ଅନୁଗୁଳ ଜିଲ୍ଲାରେ ଦନ୍ତା ହାତୀର ମୃତ୍ୟୁ ଘଟଣା ବନ ବିଭାଗର ପାରିବାପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଆଜି ସକାଳୁ ତଳଗଡ ଗାଁ ନିକଟସ୍ଥ ଜଙ୍ଗଲରେ ଏକ ଦନ୍ତା ହାତୀ ମରିପଡିଥିବା ଦେଖିବାକୁ ମିଳିଥିଲା । ବିଦ୍ୟୁତ ଆଘାତରେ ଦନ୍ତା ହାତୀର ମୃତ୍ୟୁ ଘଟିଥିବା ପ୍ରାଥମିକ ସୂଚନାରୁ ଜଣାପଡିଛି । ଘଟଣାସ୍ଥଳରେ ପହଂଚି ବନ ବିଭାଗ ତଦନ୍ତ ଆରମ୍ଭ କରିଛି । ଅନୁମାନ କରାଯାଉଛି […]

Continue Reading

ଓଡ଼ିଶାର ଏହି ୫୦ଟି ଗାଁକୁ ଏଯାଏ ଛୁଇଁନି କରୋନା

କୋରାପୁଟ: ମହାମାରୀ କବଳରେ ସାରା ବିଶ୍ବ ରହିଥିବା ବେଳେ ଓଡିଶାର କୋରାପୁଟ ଜିଲ୍ଲାର ଜୟପୁର ବ୍ଲକ୍‌ର ମୋଟ ୧୦୭ଟି ମଧ୍ୟରୁ ୫୦ଟି ଗାଁକୁ ଏଯାଏ ପଶିପାରିନି କରୋନା। ଏହସବୁ ଗାଁରେ ଏପର୍ଯ୍ୟନ୍ତ ଗୋଟିଏ ବି କରୋନା ମାମଲା ରିପୋର୍ଟ ହୋଇନାହିଁ। ତେବେ ଏସବୁ ଆଶା ଏବଂ ଅଙ୍ଗନୱାଡି କର୍ମଚାରୀଙ୍କ ନିରନ୍ତର ଉଦ୍ୟମ ଯୋଗୁଁ ସମ୍ଭବ ହୋଇପାରିଛି। ସୂଚନାନୁସାରେ, ପ୍ରାୟ ୩୦୦ ସମ୍ପ୍ରଦାୟର କର୍ମଚାରୀ ମାରାତ୍ମକ ଭୂତାଣୁ ବିଷୟରେ ସଚେତନତା ସୃଷ୍ଟି କରୁଛନ୍ତି। ଗ୍ରାମବାସୀଙ୍କ ସ୍ୱାସ୍ଥ୍ୟର ଆକଳନ ପାଇଁ […]

Continue Reading

ବିଡିଏର ଶେଷ ଚେତାବନୀ; ଘର କର ନ ହେଲେ ପ୍ଲଟ୍ ବାତିଲ

ଭୁବନେଶ୍ଵର: ଆପଣ ବିଡିଏରୁ ପ୍ଲଟ ହାସଲ କରି ଘର କରିନାହାନ୍ତି କି? ଦୀର୍ଘ ଦିନ ହେଲା ପକାଇ ରଖିଛନ୍ତି, ତେବେ ସାବଧାନ ହୋଇଯାଆନ୍ତୁ; କାରଣ ଆପଣଙ୍କୁ ଆଇନ ଅନୁସାରେ ଦଣ୍ଡ ଭୋଗ କରିବାକୁ ପଡ଼ିବ। ଏମିତି କି ପ୍ଲଟ ଆଲଟମେଣ୍ଟ ବାତିଲ ହୋଇଯିବାର ଯଥେଷ୍ଟ ଆଶଙ୍କା ରହିଛି।  ଢେର ଦିନ ହେଲା ବିଡିଏର ବିଭିନ୍ନ ସ୍କିମରେ ପ୍ଲଟ କିଣିଥିବା ଲୋକଙ୍କୁ ବିଡିଏ ପକ୍ଷରୁ ଚେତାବନୀ ଦିଆଯାଇଛି। ପ୍ଲଟ ନେବାର ୫ ବର୍ଷ ବିତିଯାଇଥିଲେ ମଧ୍ୟ କେତେକ ଲିଜଧାରୀ […]

Continue Reading