ବିଶିଷ୍ଟ ଶିକ୍ଷାବିତ୍‌ ପୁରୁଷୋତ୍ତମ ରାଉତଙ୍କ ପରଲୋକ

ରାଜକନିକା: ପରଲୋକରେ କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ ଅନ୍ତର୍ଗତ ତେନ୍ତୁଳିକୋଳି ଗ୍ରାମର ବିଶିଷ୍ଟ ଶିକ୍ଷାବିତ୍‌ ପୁରୁଷୋତ୍ତମ ରାଉତ। ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା । ସେ ଜଣେ ପରୋପକାରୀ, ମିଷ୍ଟଭାଷୀ, ଧର୍ମପରାୟଣ ତଥା ବିଶିଷ୍ଟ ଶିକ୍ଷାବିତ ଭାବେ ପରିଚିତ ଥିଲେ । ସ୍ୱର୍ଗତ ରାଉତ କରୋନାରେ ଆକ୍ରାନ୍ତ ହୋଇଥିଲେ। ଗତ ଜୁନ ୨୧ ତାରିଖରେ ତାଙ୍କୁ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସିତ ଅବସ୍ଥାରେ ଜୁଲାଇ ୬ ତାରିଖରେ ସେ […]

Continue Reading

ରାଜ୍ୟରେ ଏହି ଦିନଠୁ ଆରମ୍ଭ ହେବ ଗର୍ଭବତୀ ମହିଳାଙ୍କ ଟିକାକରଣ

ଭୁବନେଶ୍ୱର: ଜୁଲାଇ ୧୫ ପରେ ଗର୍ଭବତୀ ମହିଳାଙ୍କୁ ଦିଆଯିବ କରୋନା ଟିକା। ଏ ନେଇ  ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ଶୁକ୍ରବାର ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଜୁଲାଇ ୧୫ ପରେ ଓଡିଶାରେ ଗର୍ଭବତୀ ମହିଳାଙ୍କ ଟିକାକରଣ ଆରମ୍ଭ ହେବ। ସେ ଆହୁରି ମଧ୍ୟ କହିଛନ୍ତି ଯେ, “ଆଜି ଗର୍ଭବତୀ ମହିଳାମାନଙ୍କୁ ଟିକାକରଣ ସମ୍ବନ୍ଧୀୟ ନିର୍ଦ୍ଦେଶନାମା ଜାରି କରାଯିବ। ତେବେ ଏଥିପାଇଁ ଏଏନ୍‌ଏମ୍‌, ଆଶା, ଅଙ୍ଗନୱାଡି କର୍ମୀ ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟ […]

Continue Reading

IDBPପରୀକ୍ଷାରେ କିଟ୍‍ ଇଣ୍ଟରନାସ୍‍ନାଲ୍‍ ସ୍କୁଲ୍‍ ଛାତ୍ରଛାତ୍ରୀଙ୍କ ବାଜିମାତ

ଭୁବନେଶ୍ୱର : ଆଇବିଡିପି ପରୀକ୍ଷାରେ କିଟ୍‍ ଇଣ୍ଟରନାସ୍‍ନାଲ୍‍ ସ୍କୁଲ୍‍ ଛାତ୍ରଛାତ୍ରୀଙ୍କ ବାଜିମାତ । ଇଣ୍ଟରନାସ୍‍ନାଲ୍‍ ବାକାଲରେଟ୍‍ ଡିପ୍ଲୋମା ପ୍ରୋଗ୍ରାମ୍‍ (ଆଇବିଡିପି) ପରୀକ୍ଷାରେ କିଟ୍‍ ଇଣ୍ଟରନାସ୍‍ନାଲ୍‍ ସ୍କୁଲ୍‍ର ଛାତ୍ରଛାତ୍ରୀମାନେ ସଫଳତା ହାସଲ କରିଛନ୍ତି । ମଙ୍ଗଳବାର ପ୍ରକାଶିତ ପରୀକ୍ଷା ଫଳ ଅନୁସାରେ କିଟ୍‍ ଇଣ୍ଟରନାସ୍‍ନାଲ୍‍ ସ୍କୁଲ୍‍ର ୨୫ ପ୍ରତିଶତ ଛାତ୍ରଛାତ୍ରୀ ୪୦ ପଏଣ୍ଟରୁ ଊର୍ଦ୍ଧ୍ୱ ସ୍କୋର କରିଥିବା ବେଳେ ସ୍କୁଲ୍‍ର ହାରାହାରି ସଫଳତା ୩୬ ପଏଣ୍ଟ ରହିଛି । ସ୍କୁଲ୍‍ର ସାତ୍ତ୍ୱିକ ପାଣିଗ୍ରାହୀ ମୋଟ ୪୫ ପଏଣ୍ଟରୁ ସର୍ବାଧିକ […]

Continue Reading

ଘର ଭିତରୁ ୪ ଫୁଟ ଲମ୍ବର ଗୋଧି ଉଦ୍ଧାର

ଭୁବନେଶ୍ୱର : ପାଇଖାନା ଭିତରୁ ବିରାଟକାୟ ଗୋଧି ଉଦ୍ଧାର ।  ଗୋଧି ପାଇଁ ୫ ଦିନ ବନ୍ଦ ରହିଲା ଗାଧୁଆ ଘରେ । ଭୁବନେଶ୍ୱର ପଳାଶୁଣି କପିଳେଶ୍ୱର ବିହାର ଲେନ-୬ ରେ ଜଣେ ବ୍ୟକ୍ତିଙ୍କ ତଳ ମହଲା ଗାଧୁଆ ଘରେ ପଶି ଯାଇଥିଲା ଏକ ମୋଟା ଗୋଧି । ଗୋଧିଟି ବାହାର କାନ୍ଥରେ ଲାଗିଥିବା ପ୍ଲାଷ୍ଟିକ ପାଇପକୁ ଧରି ଉପରକୁ ଉଠିବା ସହିତ ସ୍କାଇ ଲାଇଟ ପଟେ ଗାଧୁଆ ଘରେ ଖସି ପଡ଼ିଥିଲା । ଆଉ ବାହାରି […]

Continue Reading

ଜୀବନକୁ ବିପଦରେ ପକାଇ ଜୀବିକା; ତଥାପି ଖଣି ଓ ଇସ୍ପାତ କର୍ମଚାରୀଙ୍କୁ ନାହିଁ କୋଭିଡ୍ ସହାୟତା

ରାଉରକେଲା: କରୋନାର ପ୍ରଥମ ଲହର ହେଉ କି ଏବେ ଚାଲିଥିବା ଦ୍ଵିତୀୟ ଲହର; ଜୀବନକୁ ବିପଦରେ ପକାଇ ଇସ୍ପାତ ଓ ଖଣି କର୍ମଚାରୀମାନେ କାମ କରୁଛନ୍ତି। ଅତ୍ୟାବ୍ୟଶକ ସେବା ଭାବେ ବିବେଚନା କରି ଉଭୟ ଲହର ବେଳେ ଏହି କ୍ଷେତ୍ର ଖୋଲା ରହିଥିଲା। କୋଇଲା, ବିଦ୍ୟୁତ୍, ଇସ୍ପାତ, ସାର, ଶିଳ୍ପ ପାଇଁ ଆବଶ୍ୟକ କୋକ୍ କୋଲ୍, ଥର୍ମାଲ କୋଲ୍, ଲାଇମଷ୍ଟୋନ, ଡୋଲୋମାଇଟ୍, ମାଙ୍ଗାନାଜି, କ୍ରୋମାଇଟ ଖଣି ସମେତ ପେଲେଟ୍ ଓ ଫେରୋଆଲଏ କାରଖାନା ଖୋଲା ରହିଥିଲା। କିନ୍ତୁ […]

Continue Reading

ପୁରୀ ବ୍ୟତୀତ ରାଜ୍ୟରେ ଆଉ କେଉଁଠି ରଥଯାତ୍ରାକୁ ନା, ସୁପ୍ରିମକୋର୍ଟରେ ସବୁ ପିଟିସନ୍ ଖାରଜ

ନୂଆଦିଲ୍ଲୀ: ପୁରୀ ବ୍ୟତୀତ ରାଜ୍ୟର ଆଉ କେଉଁଠି ରଥଯାତ୍ରା ହେବ ନାହିଁ । ଏନେଇ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ପୁରୀ ବ୍ୟତୀତ ରାଜ୍ୟର ଅନ୍ୟ ସ୍ଥାନରେ ରଥଯାତ୍ରା ଆୟୋଜନ ନେଇ ନିର୍ଦ୍ଦେଶ ଦେବାକୁ ହୋଇଥିବା ପିଟିସନ୍ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ଏନେଇ ସର୍ବୋଚ୍ଚ ଅଦାଲତରେ ଏକାଧିକ ପିଟିସନ୍ ଫାଇଲ୍ ହୋଇଥିଲା । ପୂର୍ବରୁ ଓଡ଼ିଶା ହାଇକୋର୍ଟ ବି ଏସମ୍ପର୍କିତ ପିଟିସନ ଖାରଜ କରିଥିଲେ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟରେ ପୁରୀ ବ୍ୟତୀତ ଅନ୍ୟ […]

Continue Reading

ଶ୍ରୀଜିଉଙ୍କ ରାଜପ୍ରାସାଦ ବିଜେ ନୀତି

ପୁରୀ  : ଆଜି ଦ୍ୱାଦଶୀ ତିଥିରେ ଶ୍ରୀଜିଉ ମାନଙ୍କର ଅନୁଷ୍ଠିତ ହେବ ରାଜପ୍ରାସାଦ ବିଜେ ନୀତି | ସକାଳ ଧୂପ ସରିବା ପରେ ଜୟବିଜୟ ଦ୍ୱାର ବନ୍ଦ କରାଯାଇ ବେହେରଣ ଦ୍ୱାର ଫିଟିବା ସହ ଶ୍ରୀମନ୍ଦିରରୁ ଶ୍ରୀନହରକୁ ରାଜପ୍ରସାଦ ବିଜେ କରାଯିବ | ଗତକାଲି ଏକାଦଶୀ ତିଥିରେ ମହାପ୍ରଭୁଙ୍କୁ ଖଳି ଲାଗି ଓ ରକ୍ତ ବସ୍ତ୍ର ଲାଗି କରାଯାଇଥିବା ବେଳେ ଶ୍ରୀଜିଉଙ୍କୁ ଶ୍ରୀ ବୈଦ୍ୟଙ୍କ ଦ୍ୱାରା ପ୍ରସ୍ତୁତ ଦଶମୂଳ ଔଷଧ ଲାଗି କରାଯାଇଥିଲା | ମହାପ୍ରଭୁ ଆରୋଗ୍ୟ […]

Continue Reading

ଭୁବନେଶ୍ୱର ଭୀମଟାଙ୍ଗି ମର୍ଡର ମିଷ୍ଟ୍ରି: ଅଭିଯୁକ୍ତର ମାଆ କଲେ ଚାଞ୍ଚଲ୍ୟକର ଖୁଲ୍ଲାସା

ଯାଜପୁର: ଭୁବନେଶ୍ୱର ଭୀମଟାଙ୍ଗି ଅଞ୍ଚଳରେ ଭଡ଼ାଘରେ ମହିଳାଙ୍କୁ ନିର୍ମମ ହତ୍ୟା ଘଟଣାରେ ମୁହଁ ଖୋଲିଲେ ଅଭିଯୁକ୍ତ ଜଗନ୍ନାଥ ପ୍ରଧାନଙ୍କ ମାଆ । ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି । ଜଗନ୍ନାଥଙ୍କ ସହ ବିବାହ ପୂର୍ବରୁ ମୃତ ପ୍ରିୟଙ୍କା ପ୍ରିୟଦର୍ଶିନୀଙ୍କର ପ୍ରେମ ସମ୍ପର୍କ ଥିଲା । ଦୁହେଁ ଦୁହିଁଙ୍କୁ ଜାଣିଥିଲେ । ତେବେ ପ୍ରିୟଙ୍କା ବିବାହ କରିବା ପରେ ସମ୍ପର୍କ ତୁଟି ଯାଇଥିଲା । ଜଗନ୍ନାଥଙ୍କ ମାଆ କହିଛନ୍ତି, ତାଙ୍କ ପୁଅ ରାଣ ଖାଇଥିଲା କେବେ ପ୍ରିୟଙ୍କାଙ୍କୁ ଫୋନ୍ କରିବେନି […]

Continue Reading

ଫିଲ୍ମ ସୁଟିଂକୁ ଅନୁମତି; ତଥାପି ଦ୍ଵନ୍ଦ୍ଵରେ ଓଲିଉଡ୍

ଭୁବନେଶ୍ଵର: ୧ ତାରିଖରୁ ଓଡ଼ିଶାରେ ଅନଲକ୍ ପ୍ରକ୍ରିୟା ଆରମ୍ଭ ହୋଇଥିଲେ ମଧ୍ୟ, ସଂକ୍ରମଣ ସଂଖ୍ୟା ଦୃଷ୍ଟିରୁ ୩୦ ଜିଲ୍ଲାକୁ ୨ ଭାଗରେ ଭାଗ କରିଦେଇଛନ୍ତି। ‘ଏ’ ବର୍ଗ ଜିଲ୍ଲାଗୁଡ଼ିକରେ ଉଭୟ ଆଉଟଡୋର୍ ଓ ଇନଡୋର ସୁଟିଂକୁ ଅନୁମତି ମିଳିଥିବା ବେଳେ ‘ବି’ ବର୍ଗ ଜିଲ୍ଲାଗୁଡ଼ିକରେ କେବଳ ଆଉଟଡୋର୍ ସୁଟିଂକୁ ଅନୁମତି ମିଳିଛି। ଏହାଛଡ଼ା କରୋନା ପ୍ରୋଟୋକଲ ଦୃଷ୍ଟିରୁ ଅନେକ କଟକଣା ରହିଛି।ଏହାକୁ ନେଇ ଓଲିଉଡରେ ମିଶ୍ରିତ ପ୍ରତିକ୍ରିୟା ଦେଖିବାକୁ ମିଳିଛି। ଭୂମିକା ଦାଶ,  ଅଭିନେତ୍ରୀ -ଓଲିଉଡ୍ ଅଭିନେତ୍ରୀ […]

Continue Reading

ବିଶିଷ୍ଟ କ୍ଷୁଦ୍ର ଗଳ୍ପ ଲେଖକ ସୁଧୀର କୁମାରଙ୍କ ପରଲୋକ

ଭୁବନେଶ୍ୱର: ଆଉ ନାହାନ୍ତି ବିଶିଷ୍ଟ କ୍ଷୁଦ୍ର ଗଳ୍ପ ଲେଖକ ସୁଧୀର କୁମାର ବିଜୟେନ୍ଦ୍ର ନାରାୟଣ । ହୃଦ ଘାତରେ ତାଙ୍କର ପରଲୋକ ହୋଇଯାଇଛି । ସୋମବାର ସକାଳେ ତାଙ୍କ ବାସଭବନରେ ୮୦ବର୍ଷ ବୟସରେ ହୃଦଘାତରେ ମୃତ୍ୟୁ ହୋଇଛି । ସେ ଜଣେ ରିଟାୟାର୍ଡ ଇଞ୍ଜିନିୟର । ତେବେ ବହୁତ ମେଳାପୀ ଓ ଉଦାର ସ୍ୱଭାବ ଥିବା ବେଳେ ଜାପାନୀ ବାବୁ ଭାବେ ବେଶ ଜଣାଶୁଣା । ତାଙ୍କ ମୃତ୍ୟୁରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି । ତାଙ୍କର […]

Continue Reading