ଚମକିଲା ସୁଆଣ୍ଡୋ; ଐତିହାସିକ ଗାଁର ରୂପ ନେଲା ଉତ୍କଳମଣିଙ୍କ ଜନ୍ମପୀଠ

ସୁଆଣ୍ଡୋ: ଐତିହାସିକ ଗାଁର ରୂପ ନେଲା ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମପୀଠ ସୁଆଣ୍ଡୋ ଗ୍ରାମ । ମଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସୁଆଣ୍ଡୋ ଗ୍ରାମକୁ ଯାଇ ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିବା ସହ ଗୋପବନ୍ଧୁଙ୍କ ପୂର୍ଣ୍ଣ ଅବୟବ ପ୍ରତିମୂର୍ତ୍ତିର ଅନାବରଣ କରିଛନ୍ତି । ଆଜି ସକାଳେ ୫ଟ ସଚିବ କେ.ପାଣ୍ଡିଆନଙ୍କ ସହ ଗୋପବନ୍ଧୁଙ୍କ ଜନ୍ମସ୍ଥାନ ସୁଆଣ୍ଡୋ ଯାଇଥିଲେ । ପ୍ରଥମେ ଶିବ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିବା ପରେ ମୁଖ୍ୟମନ୍ତ୍ରୀ ଗୋପବନ୍ଧୁଙ୍କ ଷଠିଘର ବୁଲିଥିଲେ। ପରେ ବିଭିନ୍ନ […]

Continue Reading

ରାଜ୍ୟରେ ୫୫ଟି ବ୍ଲକସ୍ତରୀୟ ବସ୍‍ଷ୍ଟାଣ୍ଡ ନିର୍ମାଣ ପାଇଁ ପଦକ୍ଷେପ ନେଉଛନ୍ତି ସରକାର, ବିଧାନସଭାରେ ବିଭାଗୀୟ ମନ୍ତ୍ରୀଙ୍କ ସୂଚନା

ଭୁବନେଶ୍ୱର: ବିଧାନସଭା ବଜେଟ ଅଧିବେଶନର ତୃତୀୟ କାର୍ଯ୍ୟଦିବସ ଆଜି ସ୍ୱାଭାବିକ ବାତାବରଣ ମଧ୍ୟରେ ଆରମ୍ଭ ହୋଇଥିଲା। ରାଜ୍ୟ ସରକାର ପରିବହନ ବ୍ୟବସ୍ଥାକୁ ପ୍ରାଧାନ୍ୟ ଦେଇ ଆସୁଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୫୫ଗୋଟି ବ୍ଲକସ୍ତରୀୟ ବସ୍‌ଷ୍ଟାଣ୍ଡ ନିର୍ମାଣ ପାଇଁ ପଦକ୍ଷେପ ନିଆଯାଇଛି। ଏହାଛଡ଼ା ଆଉ ୫୦ଟି ନୂତନ ବ୍ଲକସ୍ତରୀୟ ବସ୍‌ଷ୍ଟାଣ୍ଡ ଆଗାମୀ ୨୦୨୩-୨୪ ଆର୍ଥିକ ବର୍ଷରେ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି ବୋଲି ବିଭାଗୀୟ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ଗୃହରେ ପ୍ରକାଶ କରିଛନ୍ତି। ଏହା ସହିତ ଅନ୍ୟ […]

Continue Reading

ମଡେଲ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା; ତନାଘନା ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର:ମଡେଲ ସୌମ୍ୟରଞ୍ଜନ ପାଣିଗ୍ରାହୀ ମୃତ୍ୟୁ ମାମଲାର ତଦନ୍ତ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ । ଆଜି ସୌମ୍ୟଙ୍କ ଭୁବନେଶ୍ୱର ଘରେ କ୍ରାଇମବ୍ରାଞ୍ଚର ୫ ଜଣିଆ ଟିମ ତନାଘନା କରୁଛି। କ୍ରାଇମବ୍ରାଞ୍ଚର ଦୁଇ ମହିଳା ଅଧିକାରୀ ମୃତ ସୌମ୍ୟ ପାଣିଗ୍ରାହୀଙ୍କ ବାପା ସୁଧାକର ପାଣିଗ୍ରାହୀ, ମାଆ ମୋହିନୀ ମିଶ୍ର ଓ ଭଉଣୀ ସୌଭାଗ୍ୟଲକ୍ଷ୍ମୀ ପାଣିଗ୍ରାହୀଙ୍କ ବୟାନ ରେକର୍ଡ କରିଛନ୍ତି। ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଘଟଣାର ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ । ୩ ମାସ ଭିତରେ ତଦନ୍ତ ଶେଷ କରିବାକୁ ନିର୍ଦ୍ଦେଶ […]

Continue Reading

ବାପାଙ୍କ ଅଧୁରା ସ୍ୱପ୍ନକୁ ପୂରଣ କଲେ ଝିଅ

ପୁରୀ: କୁହନ୍ତି ଯେ, ଯଦି ମନରେ ଦୃଢ ବିଶ୍ୱାସ ଓ ଅଦମ୍ୟ ସାହାସ ଥିବ, ତେବେ କୌଣସି ଅସୁବିଧା ତୁମ ପାଖ ମାଡିବ ନାହିଁ। କଠିନ ପରିଶ୍ରମ ଆଗରେ ସବୁ କାର୍ଯ୍ୟ ସମ୍ଭବ ହୋଇଥାଏ। ଏମିତି ଭାବରେ ନିଜ ବାପାଙ୍କ ସ୍ୱପ୍ନ ପୂରା କରିଛନ୍ତି ପ୍ରଜ୍ଞା ପାରମିତା ବେହେରା । ୫ ବର୍ଷ ତଳୁ ବାପା ଦେଖିଥିବା ସ୍ୱପ୍ନକୁ ଆଜି ପୂରଣ କରିଛି ଝିଅ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ଫଟୋଚିତ୍ର ଭେଟି ଦେଇଛନ୍ତି ପ୍ରଜ୍ଞା, […]

Continue Reading

ପୁରୀର ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ଦାବି

ପୁରୀ: ୧୯୪୪ ମସିହାରେ ସ୍ଥାପିତ ପୁରୀର ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟ ରାଜ୍ୟର ଅନ୍ୟତମ ପୁରୁଣା ଶିକ୍ଷାନୁଷ୍ଠାନ । ଏବେ ଏହି ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ଦେବା ଲାଗି ଜୋରଦାର ଦାବି ହେଉଛି । ଆଜି ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ଏସସିଏସ୍ କଲେଜକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ଦାବି କରି ଜିଲ୍ଲାପାଳଙ୍କୁ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଦେଇଛନ୍ତି । କିଛିଦିନ ତଳେ ସହରର ବୁଦ୍ଧିଜୀବୀ, ପୁରୀ ବିକାଶ ପରିଷଦ, କଲେଜର ପୁରାତନ ଛାତ୍ର ଓ ଅଖିଳ ଭାରତୀୟ […]

Continue Reading

ଦୀପାଳିଙ୍କ ଅନୁରୋଧ ପାରିବାରିକ ନା ରାଜନୈତିକ !

ଭୁବନେଶ୍ୱର: ନବ ଦାସଙ୍କ ହତ୍ୟା ଘଟଣାକୁ ରାଜନୈତିକ ପ୍ରସଙ୍ଗ ନ କରିବାକୁ ଅନୁରୋଧ କରିଛନ୍ତି ଝିଅ ଦୀପାଳି। ମୁଖ୍ୟମନ୍ତ୍ରୀ ବାପା ଭଳି ଆଶୀର୍ବାଦର ଛାୟା ଦେଇଥିବା ଦୀପାଳି କହିଛନ୍ତି। ଯାହାକୁ ନେଇ ରାଜନୈତିକ ଚର୍ଚ୍ଚା ଏବେ ଜୋର ଧରିଛି। ହତ୍ୟାକାଣ୍ଡର 24 ଦିନ ବିତିଯାଇଥିଲେ ମଧ୍ୟ ଏ ଯାଏ କିଛି ସ୍ପଷ୍ଟ ଚିତ୍ର ଆସି ନାହିଁ। ବିରୋଧୀ ଏ ପ୍ରସଙ୍ଗକୁ ନେଇ ସରକାରଙ୍କୁ କାଠଗଡାରେ ଛିଡା କରାଇଛନ୍ତି। ଏଭଳି ସ୍ଥିତିରେ ନବଙ୍କ ଝିଅ ଦୀପାଳି ପଦାକୁ ଆସି […]

Continue Reading

ପୁରୀ ପ୍ରବେଶ ପଥରେ ଉଡିଲା ୩୬ ଫୁଟର ଜାତୀୟ ପତାକା

ପୁରୀ:  ପୁରୀ ପ୍ରବେଶ ପଥ ବୀର ହରେକୃଷ୍ଣ ପୁର ଛକରେ ଉଡିଲା ବିଶାଳ ଜାତୀୟ ପତାକା ।ଫ୍ଲାଗ ଫାଉଣ୍ଡେସନ ଅଫ ଇଣ୍ଡିଆ ଓ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ମିଳିତ ସହଯୋଗରେ ୧୦୮ ଫୁଟ ଉଚ୍ଚରେ ଉଡୁଥିବା ଏହି ଜାତୀୟ ପତାକାର ଆଜି ଲୋକାର୍ପଣ କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ।ବୀର ହରେକୃଷ୍ଣପୁର ଛକ ନିକଟରେ ଏହି ପତାକା ଲଗାଯାଇଛି । ଏହି ଉତ୍ସବରେ ଫ୍ଲାଗ ଫାଉଣ୍ଡେସନ ଅଫ ଇଣ୍ଡିଆର ସଭାପତି ନବୀନ ଜିନ୍ଦଲ , ପୁରୀ […]

Continue Reading

ବିଜେଡି ନେତା ରବି ନାରାୟଣ ନନ୍ଦ ଅସୁସ୍ଥ: ବିଶାଖାପଟନମ୍ ସ୍ଥାନାନ୍ତର

ଭୁବନେଶ୍ୱର: ରାଜ୍ୟର ପୂର୍ବତନ ଗଣଶିକ୍ଷା ମନ୍ତ୍ରୀ ତଥା ବିଜୁ ଜନତା ଦଳ (ବିଜେଡି) ନେତା ରବି ନାରାୟଣ ନନ୍ଦ ଅସୁସ୍ଥ ହୋଇଛନ୍ତି । ରବିଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ପ୍ରଥମେ ଜୟପୁର ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଡମିଟ୍ କରାଯାଇଥିଲା । ମାତ୍ର ସେଠାରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ପରେ ବିଶାଖାପଟନମକୁ ସ୍ଥାନାନ୍ତର କରାଯାଇଛି ।

Continue Reading

କେନ୍ଦୁଝରବାସୀଙ୍କୁ ୪ ହଜାର କୋଟିର ଭେଟି : ବିନା ସୁଧରେ ଏସଏଚଜି ଗ୍ରୁପକୁ ମିଳିବ ୩୭୮ କୋଟିର ଋଣ

କେନ୍ଦୁଝର : ରାଜ୍ୟ ସରକାର କେନ୍ଦୁଝରବାସୀଙ୍କ ୪ ହଜାର ୭ଶହ କୋଟି ଟଙ୍କାର ଭେଟି ଦେଇଛନ୍ତି । ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦୁଝରରେ ପହଞ୍ଚି ୨୫୯ ପ୍ରକଳ୍ପର ଶିଳାନ୍ୟାସ କରିବା ସହ କେତେକ ପ୍ରକଳ୍ପର ଶୁଭାରମ୍ଭ ଦେଇଛନ୍ତି । ଏହି ସମସ୍ତ ପ୍ରକଳ୍ପ ଓ ଶିଳାନ୍ୟାସ ୪୭୦୩ କୋଟି ଟଙ୍କାର ବ୍ୟୟ ଅଟକଳ ବୋଲି ସୂଚନା ମିଳିଛି । ଧରଣୀଧର ମେଡିକାଲ ଓ ହସ୍ପିଟାଲ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପିତ କରିଛନ୍ତି । ଯାହା ୩୮୧ […]

Continue Reading

ଜିଲ୍ଲା ମହୋତ୍ସବର ପଞ୍ଚମ ସନ୍ଧ୍ୟାରେ ଶ୍ରେୟା ଘୋସାଲଙ୍କ ଗୀତରେ ମତୁଆଲା ହେଲେ ଦର୍ଶକ

ଯାଜପୁର : ଜିଲ୍ଲା ମହୋତ୍ସବର ପଞ୍ଚମ ସଂଧ୍ୟା । ଜିଲ୍ଲା ମହତ୍ସୋବରେ ବଲିଉଡ କଣ୍ଠଶିଳ୍ପୀ ଶ୍ରେୟା ଘୋସାଲଙ୍କ ଗୀତରେ ଝୁମିଥିଲେ ଦର୍ଶକ। ଶ୍ରେୟାଙ୍କ ଗୋଟିଏ ପରେ ଗୋଟିଏ ହିଟ୍‌ ଗୀତରେ କମ୍ପିଉଠିଥିଲା ଯାଜପୁର । ବଲିଉଡ କଣ୍ଠଶିଳ୍ପୀ ଶ୍ରେୟା ଘୋସାଲ ମଞ୍ଚ ଉପରକୁ ଆସି ସୁନ୍ଦର ଗୀତ ମାଧ୍ୟମରେ ଦର୍ଶକଙ୍କୁ ଆକର୍ଷିତ କରିଥିଲେ । ବିଶେଷ କରି ଶ୍ରେୟାଙ୍କ ଚିକିନି ଚମେଲି ଗୀତ ଦର୍ଶକ ମାନଙ୍କୁ ମତୁଆଲା କରିଥିଲା। ଏଥି ସହିତ ଓଲିଉଡ ଅଭିନେତା ସବ୍ୟସାଚୀ, ଅର୍ଚ୍ଚିତା, […]

Continue Reading