ରାଜଧାନୀରେ ଦୁଇ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ

ଭୁବନେଶ୍ୱର: ଅଶାନ୍ତ ହେଉଛି ରାଜଧାନୀ ଭୁବନେଶ୍ୱର। ଦିନ ଦି’ପହରରେ ବୁଲିଲା ଖଣ୍ଡା। ନୟାପଲ୍ଲୀ ଥାନା ସିଆର୍‌ପି ଛକରେ ଦୁଇ ଜଣ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ। ତେବେ ଆକ୍ରମଣର ପ୍ରକୃତ କାରଣ ଜଣାପଡ଼ି ନଥିବା ବେଳେ ପୂର୍ବ ଶତ୍ରୁତାରୁ ଆକ୍ରମଣ ହୋଇଥିବା ସନ୍ଦେହ କରାଯାଉଛି। ଗୁରୁତର ଦୁଇ ଯୁବକଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। କମିଶରେଟ୍‌ ପୁଲିସ୍‌ ଘଟଣାର ତଦନ୍ତ ଚଳାଇଛି। ବର୍ତ୍ତମାନ ସୁଦ୍ଧା ପୁଲିସ୍‌ ଆକ୍ରମଣ କରିଥିବା ଯୁବକଙ୍କୁ ଗିରଫ କରିପାରି ନାହିଁ। ସେମାନଙ୍କ ପରିଚୟ […]

Continue Reading

ରିମାଣ୍ଡର ଶେଷ ଦିନରେ ହନିଟ୍ରାପ୍‌ କୁଇନ୍‌ ଅର୍ଚ୍ଚନାଙ୍କୁ ବାନ୍ଧିଲା ଇଡି

‍‍ଭୁବନେଶ୍ୱର: ଗତ ୭ ଦିନ ଧରି ଜେରା କରିବା ପରେ ଶେଷରେ ହନିଟ୍ରାପ୍‌ କୁଇନ୍‌ ଅର୍ଚ୍ଚନା ନାଗଙ୍କୁ ବାନ୍ଧିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳାୟ (ଇଡି)। ଆଜି ରିମାଣ୍ଡର ଶେଷ ଦିନରେ ତାଙ୍କୁ ଗିରଫ କରିଛି। ମନି ଲଣ୍ଡରିଂ ଆକ୍ଟରେ ତାଙ୍କୁ ଆକ୍ଟରେ ଅର୍ଚ୍ଚନାଙ୍କୁ ବାନ୍ଧିଛି କରିଛି ଇଡି। ପୂର୍ବରୁ ଇଡି ଅର୍ଚ୍ଚନାଙ୍କ ସହଯୋଗୀ ଖଗେଶ୍ୱର ପାତ୍ରଙ୍କୁ ଗିରଫ କରିଥିଲା। ଗତ ୬ ତାରିଖରେ ହନିଟ୍ରାପ୍‌ କୁଇନ୍‌ ଅର୍ଚ୍ଚନା ନାଗଙ୍କୁ ଇଡି ରିମାଣ୍ଡରେ ନେଇଥିଲା। ବେଆଇନ୍‌ କାରବାରକୁ ନେଇ ଇଡି […]

Continue Reading

କଲେଜ ସ୍ତରରେ ଆସିବ ଷ୍ଟାର୍ଟଅପ୍ ପଲିସି, ସାମିଲ ହେବେ ଯୁକ୍ତ ୩, ପିଜି ଛାତ୍ର

ଭୁବନେଶ୍ୱର : କଲେଜ ସ୍ତରରେ ଆସିବ ଷ୍ଟାର୍ଟଅପ୍ ପଲିସି । ଉଭୟ ଯୁକ୍ତ ତିନି ଓ ପିଜି ପିଲାଙ୍କ ପାଇଁ ପଲିସି ଆଣିବାକୁ ଯୋଜନା କରୁଛନ୍ତି ରାଜ୍ୟ ସରକାର । ଆଜି ଲୋକସେବା ଭବନରେ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏସମ୍ପର୍କରେ ପ୍ରଥମ ବୈଠକ ବସିଥିଲା । ଷ୍ଟାର୍ଟଅପ୍ ଓଡିଶାର ଅଧ୍ୟକ୍ଷ ଓଁକାର ରାୟ ଏଥିରେ ଉପସ୍ଥିତ ଥିଲେ । ବିଦେଶୀ କମ୍ପାନୀ ଫ୍ରଷ୍ଟ ଆଣ୍ଡ୍ ସଲିଭେନ ଉପସ୍ଥିତ ଥିଲା । ଆମର ସେଣ୍ଟର ଅଫ୍ […]

Continue Reading

ରାଉରକେଲାରେ ବାଣିଜ୍ୟିକ ବିମାନ ସେବା

ଭୁବନେଶ୍ୱର:ଏବେ ଆଷ୍ଟ୍ରୋଟର୍ଫ ଉପରେ ହକି ବଲ ତୀବ୍ରଗତିରେ ଗଡ଼ିଲା ଭଳି ରାଉରକେଲା ବିମାନ ବନ୍ଦରର ବାକି ରହିଯାଇଥିବା କାମଗୁଡ଼ିକୁ ଯୁଦ୍ଧକାଳୀନ ଭିତ୍ତିରେ ଶେଷ ସ୍ପର୍ଶ ଦିଆସରିଛି। ଭାରତୀୟ ଇସ୍ପାତ ପ୍ରାଧିକରଣ (SAIL) ଏବଂ ଭାରତୀୟ ବିମାନବନ୍ଦର ପ୍ରାଧିକରଣ (AAI) ମଧ୍ୟରେ ନୂଆଦିଲ୍ଲୀରେ ଚଳିତ ବର୍ଷ ଅକ୍ଟୋବର ୨୮ ତାରିଖରେ ରାଉରକେଲା ବିମାନ ବନ୍ଦରକୁ ବ୍ୟାବସାୟିକ ବ୍ୟବହାର କରିବା ପାଇଁ କାର୍ଯ୍ୟ ଓ ପରିଚାଳନା (O&M) ଚୁକ୍ତିନାମା ସ୍ୱାକ୍ଷର ହୋଇଛି। ଫଳରେ ଉଡ଼ାନ ଯୋଜନାରେ ରାଉରକେଲା ଇସ୍ପାତ କାରଖାନା […]

Continue Reading

ସୂର୍ଯ୍ୟ ମନ୍ଦିରର ସୌନ୍ଦର୍ଯ୍ୟ କ୍ଷୂଣ୍ଣ ହେଉଥିବା ଅଭିଯୋଗ ପରେ ବନ୍ଦ ହେଲା ଏଲ୍ଇଡି ଲାଇଟ୍

କୋଣାର୍କ : କୋଣାର୍କ ସୂର୍ଯ୍ୟ ମନ୍ଦିର ଏଲ୍ଇଡି ଲାଇଟ୍‌ ବନ୍ଦ ହେଲା। ASI ସର୍କଲ ଅଧିକ୍ଷକଙ୍କ ନିର୍ଦ୍ଦେଶ ପରେ ବନ୍ଦ ହେଲା ଏଲ୍ଇଡି ଲାଇଟ୍‌। ସୂର୍ଯ୍ୟ ମନ୍ଦିରର ସୌନ୍ଦର୍ଯ୍ୟ କ୍ଷୂଣ୍ଣ ହେଉଥିବା ଅଭିଯୋଗ ପରେ ବନ୍ଦ ହେଲା। ଏଲ୍ଇଡି ଲାଇଟ୍‌କୁ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବିରୋଧ କରୁଥିଲେ। ବିଶ୍ୱ ଐତିହ୍ୟ ସୂର୍ଯ୍ୟମନ୍ଦିରରେ ଆଲୋକୀକରଣ ନାଁରେ ଏହି ପ୍ରାଚୀନ ଐତିହ୍ୟକୁ ଏଏସଆଇ ବିକୃତ କରିଥିବା ଅଭିଯୋଗ ଆଣି ଟ୍ୱିଟ୍‌ କରିଥିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ଏହା […]

Continue Reading

ହାତୀ ମୃତ୍ୟୁରେ ଉପରୁ ତଳ କର୍ମଚାରୀଙ୍କ ସଂପୃକ୍ତି ରହୁଛି: ପ୍ରଦୀପ ଅମାତ

ଭୁବନେଶ୍ୱର: ରାଜ୍ୟରେ ହାତୀ ମୃତ୍ୟୁ ବଢ଼ି ଚାଲିଛି। ଶିମିଳିପାଳରେ ଥିବା ଅଭୟାରଣ୍ଯରେ ହାତୀକୁ ମାରି ଦେଇ ପ୍ରମାଣ ନଷ୍ଟ କରାଯାଇଥିବା ଖବର ସାମ୍ନାକୁ ଆସିବା ପରେ ଦାୟିତ୍ବରେ ଥିବା ତିନି ବନ ଅଧିକାରୀ ନିଲମ୍ବିତ ହୋଇଛନ୍ତି। ଏମାନେ ହାତୀ ମୃତ୍ୟୁ ପରେ ପ୍ରମାଣ ନଷ୍ଟ କରିବାକୁ ଯାଇ ହାତୀକୁ ପୋଡିବା ପରେ ସମସ୍ତ ପ୍ରମାଣ ନଦୀରେ ଭସାଇଥିବା ସ୍ବୀକାର କରିଛନ୍ତି। ହେଲେ ଏହାରି ଭିତରେ ଅନ୍ୟତମ ଅଭିଯୁକ୍ତ ବିଷ ପିଇ ଆତ୍ମହତ୍ୟା ପାଇଁ ଉଦ୍ୟମ କରିଥିବା ସୂଚନା […]

Continue Reading

ଶପଥ ନେଲେ ପଦମପୁର ବିଧାୟିକା ବର୍ଷା ସିଂ ବରିହା

ଭୁବନେଶ୍ୱର: ପଦମପୁରର ନବି ନିର୍ବାଚିତା ବିଧାୟିକା ବର୍ଷା ସିଂ ବରିହା ଆଜି ଶପଥ ନେଇଛନ୍ତି । ବାଚସ୍ପତିଙ୍କ ପ୍ରକୋଷ୍ଠରେ ସେ ପଦ ଓ ଶପଥ ନେଇଛନ୍ତି। ବାଚସ୍ପତି ବିକ୍ରମ କେଶରୀ ଆରୁଖ ତାଙ୍କୁ ଶପଥ ପାଠ କରାଇଛନ୍ତି। ନିର୍ବାଚନ ଜିତିବା ପରେ ବର୍ଷା ଶନିବାର ଦିନ ଭୁବନେଶ୍ୱର ଆସିଥିଲେ । ସେ ପ୍ରଥମେ ନିଜ ଶ୍ୱଶୁର ଘରକୁ ଯାଇ ପରିବାର ଲୋକଙ୍କ ଆଶୀର୍ବାଦ ନେବା ପରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ତାଙ୍କର ଆଶୀର୍ବାଦ ନେଇଥିଲେ । ପରେ ବାଚସ୍ପତି […]

Continue Reading

ଧନୁଯାତ୍ରାର ୧୭ ଦିନ ପୂର୍ବରୁ ଚାଲିଗଲେ ଶ୍ରେୟସ, ବଳରାମ ଭୂମିକାରେ କରିଥାନ୍ତେ ଅଭିନୟ

ବରଗଡ଼: ଚାଲିଗଲେ ବଳରାମ । ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ୧୭ ଦିନ ପୂର୍ବରୁ ବଳରାମ ଭୂମିକାରେ ଅଭିନୟ କରିବାକୁ ଥିବା ଶ୍ରେୟସଙ୍କ ମୃତ୍ୟୁ ହୋଇଛି । ଧନୁଯାତ୍ରାରେ ବଳରାମ ଭୂମିକାରେ ଅଭିନୟ ପାଇଁ ୧୨ ବର୍ଷର ଶ୍ରେୟସ ପୁଜାରୀଙ୍କୁ ମନୋନୀତ କରା ଯାଇଥିଲା । ଆଜଦି ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଛି । ବରଗଡ଼ ଅମ୍ବାପାଲିର ଶ୍ରେୟସ ସପ୍ତମ ଶ୍ରେଣୀର ଛାତ୍ର । ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାରେ ବଳରାମ ଭୂମିକାରେ ଅଭିନୟ ପାଇଁ ଚୟନ ହୋଇଥିବାରୁ ସେ ବେଶ୍ ଖୁସି […]

Continue Reading

ଯମ ଯନ୍ତ୍ରଣା ଭୋଗୁଛନ୍ତି ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲା ଲୋକେ !

କୋରାପୁଟ:  ଯମ ଯନ୍ତ୍ରଣା ଭୋଗୁଛନ୍ତି ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲା ଲୋକେ ! ଏଠାକାର ଲୋକମାନଙ୍କୁ ଉନ୍ନତମାନର ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ସରକାର ପ୍ରତିଷ୍ଠା କରିଥିଲେ ସହିଦ ଲକ୍ଷ୍ମଣ ନାୟକ ଭେଷଜ ମେଡିକାଲ କଲେଜ ଓ ହସ୍ପିଟାଲ। ଯାହାକୁ ୫ ବର୍ଷ ବିତିଲା। ହେଲେ ଏଠାରେ ଭିତ୍ତିଭୂମି ନାହିଁ, କି ଯନ୍ତ୍ରପାତି ନାହିଁ। ଆଦିବାସୀ ଓ ଗରିବ ରୋଗୀମାନେ ପ୍ରତିଦିନ ହନ୍ତସନ୍ତ ହେଉଛନ୍ତି। କିନ୍ତୁ ପାଠ୍ୟକ୍ରମ ଖୋଲି ଆବେଦନ ପ୍ରକ୍ରିୟା ଚାଲୁରହିଛି। ଏବେବି ସବୁ ପାଠ୍ୟକ୍ରମରେ […]

Continue Reading

ଶାଶୁ ଓ ଶ୍ୱଶୁରଙ୍କ ଆଶୀର୍ବାଦ ନେଲେ ବର୍ଷା

ଭୁବନେଶ୍ୱର: ଶ୍ୱଶୁର ଘରେ ବୋହୂ। ପଦ୍ମପୁର ଉପ ନିର୍ବାଚନରେ ବିପୁଳ ବିଜୟୀ ହେବା ପରେ ଭୁବନେଶ୍ୱର ଫେରିଛନ୍ତି ନବ ନିର୍ବାଚିତ ବିଧାୟକ ବର୍ଷା ସିଂ ବରିହା। ସ୍ୱାମୀ ସ୍ମୃତି ସୌରଭଙ୍କ ସହ ସେ ଆଜି ଭୁବନେଶ୍ୱରସ୍ଥିତ ଶ୍ୱଶୁର ଘରକୁ ଯାଇଛନ୍ତି। ଘରେ ହଞ୍ଚିବା ପରେ ସେ ପ୍ରଥମେ ଶ୍ୱଶୁର ରମାରଞ୍ଜନ ବଳିଆର ସିଂ ଓ ଶାଶୁଙ୍କୁ ପ୍ରଣାମ କରି ଆଶୀର୍ବାଦ ନେଇଛନ୍ତି। ପରେ ବର୍ଷା ନବୀନ ନିବାସ ଯାଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଆଶୀର୍ବାଦ ନେଇଛନ୍ତି। […]

Continue Reading