୪ ଶିକାରୀଙ୍କୁ ବାନ୍ଧିଲା ବନ ବିଭାଗ, ଜବତ କଲା ଦୁଇ ଦେଶୀ ବନ୍ଧୁକ

ତେଲକୋଇ: ଗର୍ଭଣୀ ହାତୀକୁ ଅତି ବୀଭତ୍ସ ଭାବେ ତୀର ମାରି ହତ୍ୟା କରାଯାଇଥିଲା। ଏହି ତୀର ମାଡ଼ରେ କେବଳ ମାଆ ହାତୀର ମୃତ୍ୟୁ ହୋଇନଥିଲା, ଛୁଆର ମଧ୍ୟ ଜୀବନ ଯାଇଥିଲା। ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ଶିକାରୀକୁ ଆଜି କେନ୍ଦୁଝର ବନ ବିଭାଗ ବାନ୍ଧିଛି। ତା’ ସହ ଅନ୍ୟ ୩ ଶିକାରୀଙ୍କୁ ମଧ୍ୟ ବନ ବିଭାଗ ଗିରଫ କରି କୋର୍ଟ ଚାଲାଣ କରିଛି। ଏଥିସହ ୨ଟି ଦେଶୀ ବନ୍ଧୁକ ଓ ଅନ୍ୟାନ୍ୟ ମାରଣାସ୍ତ୍ର ମଧ୍ୟ ଜବତ କରିଛି। ଶିକାର […]

Continue Reading

ମରୁଡ଼ି ପ୍ରଭାବିତ ଅଞ୍ଚଳ ପାଇଁ ୨୦୦ କୋଟି ଟଙ୍କା ଇନପୁଟ୍ ସହାୟତା ଘୋଷଣା

ଭୁବନେଶ୍ୱର: ମରୁଡ଼ି ପ୍ରଭାବିତ ଅଞ୍ଚଳ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଘୋଷଣା । ରାଜ୍ୟର ମରୁଡ଼ି ପ୍ରଭାବିତ ଅଞ୍ଚଳ ପାଇଁ ମୁଖ୍ୟମନ୍ତ୍ରୀ ୨୦୦ କୋଟି ଟଙ୍କା ଇନପୁଟ୍ ସହାୟତା ଘୋଷଣା କରିଛନ୍ତି । ରାଜ୍ୟ ରାଜକୋଷରୁ କ୍ଷତିଗ୍ରସ୍ତ ଚାଷୀଙ୍କୁ ଏହି ସହାୟତା ଦିଆଯିବ । ସୂଚନା ଅନୁସାରେ, ରାଜ୍ୟର ୧୨ ଜିଲ୍ଲାର ୧୫ଟି ସହରାଞ୍ଚଳ ଓ ୬୪ଟି ବ୍ଲକର ୨ ଲକ୍ଷ ୬୩ ହଜାର ୫୬୦ ହେକ୍ଟର ଚାଷଜମିରେ ଫସଲ ୩୩ ପ୍ରତିଶତରୁ ଅଧିକ କ୍ଷତିଗ୍ରସତ୍ […]

Continue Reading

ରାଜଧାନୀ ଢୋଲକାଠରେ ଭିନ୍ନ ଢଙ୍ଗରେ ପାଳନ ହେଲା ଶିଶୁ ଦିବସ

ଭୁବନେଶ୍ୱର: ଶିଶୁ ଦିବସ ଅବସରରେ ଯାଯାବର ଟ୍ରଷ୍ଟ, ମାଷ୍ଟର ଗିରିଜା ଓ ଚଣ୍ଡିପ୍ରସାଦ ଫାଉଣ୍ଡେସନର ମିଳିତ ଆନୁକୁଲ୍ୟରେ ଚନ୍ଦକା-ଡମପଡ଼ା ଅଭୟାରଣ୍ୟର ଢୋଲକାଠ ଗାଁର ଆଦିବାସୀ ପିଲାଙ୍କ ସହ ଶିଶୁ ଉତ୍ସବ ପାଳନ କରାଯାଇଛି। ଛୋଟ ଛୋଟ ପିଲାମାନେ ଗୀତ, ନାଚ, ଚିତ୍ରାଙ୍କନ ଓ ମ୍ୟୁଜିକ୍ ଚେୟାର ପ୍ରତିଯୋଗିତାରେ ଭାଗ ନେଇଥିଲେ। ସେମାନଙ୍କ ଅଭିଭାବକ ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ସବୁଠୁ ବଡ଼ କଥା ହେଲା ରାଜଧାନୀ ଉପକଣ୍ଠ ଏହି ଗାଁର ପିଲାମାନେ ଏବେବି ଅନ୍ଧାରୀ ମୂଲକର […]

Continue Reading

ପଦ୍ମପୁର ଭୋଟ୍‌: ମିଛ ପ୍ରେସ୍ ରିଲିଜ୍ ବାଣ୍ଟିଲା ବିଜେଡି, ହଟହଟା ହେଲେ ବିଧାୟକ

ଭୁବନେଶ୍ୱର: ଚାଷୀ ସମସ୍ୟା ଓ ପଦ୍ମପୁରକୁ ଜିଲ୍ଲା ମାନ୍ୟତା ଦାବି ଏବେ ପଦ୍ମପୁର ଉପନିର୍ବାଚନରେ ଶାସକ ବିଜେଡି ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଥିବାବେଳେ ଦଳ ପକ୍ଷରୁ ଗଣମାଧ୍ୟମକୁ ବିଧିବଦ୍ଧ ଭାବେ ମିଛ ତଥ୍ୟ ପ୍ରଦାନ କରାଯାଉଛି । ଯାହାକୁ ନେଇ ଶାସକ ବିଜେଡିର ବିଧାୟକଙ୍କୁ ସର୍ବସମ୍ମୁଖରେ ହଟହଟା ହେବାକୁ ପଡ଼ିଛି । ଆଉ ଏପଟେ ମିଛ ପ୍ରେସ୍ ରିଲିଜ୍ ଦେଇଥିବା ଦଳର ମୁଖପାତ୍ର ମଧ୍ୟ ନିଜ ଭୁଲ୍ ପାଇଁ ଅନୁତପ୍ତ କରିବାକୁ ବି ଆଗ୍ରହ ଦେଖାଉନାହାନ୍ତି । […]

Continue Reading

ଟଙ୍କା ପାଇଁ ନିଜ ସ୍ତ୍ରୀକୁ ପରପୁରୁଷକୁ ବିକିଦେଲା ସ୍ବାମୀ

କଳାହାଣ୍ଡି : ରକ୍ଷକ ସାଜିଲା ଭକ୍ଷକ । ସାମାନ୍ୟ କିଛି ଟଙ୍କା ପାଇଁ ନିଜ ଧର୍ମପତ୍ନୀକୁ ପରପୁରୁଷକୁ ବିକ୍ରି କରିଦେଲା ସ୍ବାମୀ । କଥାରେ ଅଛି ପ୍ରେମ ମଣିଷକୁ ଅନ୍ଧ କରିଦିଏ କିନ୍ତୁ ବର୍ତ୍ତମାନ ସମୟରେ ଟଙ୍କା ମଣିଷକୁ ଅନ୍ଧ କରୁଥିବା ନଜିର ରହିଛି । ତେବେ ଏଭଳି ଅମାନବୀୟ ଘଟଣା କଳାହାଣ୍ଡି ଜିଲା ନର୍ଲା ଥାନା ଅଞ୍ଚଳରେ ଘଟିଛି । ଟଙ୍କାର ଲୋଭାଗ୍ରସ୍ତ ହୋଇ ଜଣେ ଯୁବକ ପ୍ରେମ କରି ବିବାହ କରିଥିବା ନିଜ ସ୍ତ୍ରୀକୁ […]

Continue Reading

ହେତୁବାଦୀଙ୍କୁ ଦଣ୍ଡ ଦିଅ, ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଛତିଶା ନିଯୋଗ ନାୟକ

ପୁରୀ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଶ୍ରୀମନ୍ଦିର ଛତିଶା ନିଯୋଗ ନାୟକ। ହେତୁବାଦୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଏଥିରେ ଦାବି କରାଯାଇଛି। ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣରେ ଧର୍ମୀୟ ଭାବନାକୁ ହେତୁବାଦୀମାନେ କୁଠାରାଘାତ କରିଥିବା ଏଥିରେ ଅଭିଯୋଗ ହୋଇଛି। ଶ୍ରୀରାମ ଓ ଲକ୍ଷ୍ମଣଙ୍କ ଚରିତ୍ର ସଂହାର ଭକ୍ତଙ୍କ ଭାବନାରେ ଆଞ୍ଚ ଆଣିଛି। ସେହିପରି ଜଗନ୍ନାଥଙ୍କ ପ୍ରସାଦକୁ ନେଇ ମଧ୍ୟ ଔଦ୍ଧତ୍ୟର ସୀମା ଟପି ହେତୁବାଦୀମାନେ ମନ୍ତବ୍ୟ ଦେଇଥିବାରୁ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକ ବୋଲି ଦାବି କରିଛନ୍ତି […]

Continue Reading

ଠକି ଦେଲେ ବିଇଓ ସାର୍

ଆଳି: ଠକି ଦେଲେ ବିଇଓ ସାର୍। ୨ ଜଣ ଅଧିକ ଶିକ୍ଷକ ଦେବେ ବୋଲି କହି ଦେଲେନି। ଜଣେ ମାତ୍ର ଶିକ୍ଷକରେ କେମିତି ଚାଲିବ ସ୍କୁଲ ? ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ୧୨୦ ଜଣ ପିଲା ପଢ଼ିବେ କେମିତି ? ଅନ୍ୟଜଣେ ଶିକ୍ଷକଙ୍କୁ ବଦଳି କରି ଦିଆଗଲା କାହିଁକି ? ତାଙ୍କୁ ଉପରିସ୍ଥ ଅଧିକାରୀ କାହିଁକି ମାଗିଲେ ଲାଞ୍ଚ ? ଏଭଳି ଅନେକ ପ୍ରଶ୍ନବାଣ ଧରି ସ୍କୁଲ ଗେଟ୍‌ରେ ତାଲା ପକାଇ ଧାରଣା ଦେଲେ ଛାତ୍ରଛାତ୍ରୀ। ଯାହାକୁ […]

Continue Reading

ପ୍ରକାଶ ପାଇଛି OJS-୨୦୨୧ ରେଜଲ୍‌ଟ: ଆଦ୍ୟାଶା ମିଶ୍ର ଟପ୍ପର

ଭୁବନେଶ୍ୱର: ଆଜି ପ୍ରକାଶ ପାଇଛି OJS-୨୦୨୧ ରେଜଲ୍ଟ। ଏଥିରେ ୫୦ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଥିବା ନେଇ OPSC ପକ୍ଷରୁ ସୂଚନା ଦିଆଯାଇଛି। ଆଦ୍ୟାଶା ମିଶ୍ର ଟପ୍ପର ହୋଇଥିବା ବେଳେ ଚେତନା ପଟ୍ଟନାୟକ ଦ୍ୱିତୀୟ ଓ ଏ.ଗୀତାଞ୍ଜଳି ନାଇଡୁ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ୫୦ ପରୀକ୍ଷାର୍ଥୀଙ୍କ ମଧ୍ୟରେ ୨୮ ଜଣ ମହିଳା ଅଛନ୍ତି। ସେହିପରି ଚତୁର୍ଥ ସ୍ଥାନରେ ବିଭୂ ପ୍ରସାଦ ନାୟକ, ପଞ୍ଚମ ସ୍ଥାନରେ ସୁମୀତା ରଥ, ଷଷ୍ଠରେ ରାଜଲକ୍ଷ୍ମୀ ମହାନ୍ତି, ସପ୍ତମରେ ରାଜେଶ ମିଶ୍ର, ଅଷ୍ଟମରେ […]

Continue Reading

ଚର୍ଚ୍ଚାରେ ମାଡାମ୍ ପ୍ରେସିଡେଣ୍ଟଙ୍କ ଶାଢୀ

ଭୁବନେଶ୍ୱର: ବିଗତ ଦୁଇ ଦିନ ଓଡ଼ିଶାବାସୀଙ୍କ ପାଇଁ ଥିଲା ମହତ୍ୱପୂର୍ଣ୍ଣ । ଓଡ଼ିଶାକୁ ଆସିଥିଲେ ଦେଶର ପ୍ରଥମ ନାଗରିକ । ସବୁ ମିଡିଆର ଖବର ମୁଖ୍ୟାଂଶ ଥିଲେ ମାଡାମ୍ ଦ୍ରୌପଦୀ ମୁର୍ମୁ । ଓଡିଶା ମାଟିରେ ୨ ଦିନ ରହଣୀ ମଧ୍ୟରେ ରାଷ୍ଟ୍ରପତିଙ୍କ ଶାଢୀକୁ ନେଇ ଲୋକେ ଅନେକ ଚର୍ଚ୍ଚା କରିଥିଲେ । ଦୁଇ ଦିନରେ ଦେଶର ପ୍ରଥମ ନାଗରିକ ୪ଟି ସୁନ୍ଦର ଶାଢୀ ପିନ୍ଧିଥିଲେ । ଯେଉଁଥିରେ ଥିଲା ଓଡ଼ିଶାର ଝଲକ ଓ ଓଡ଼ିଆ ମହକ […]

Continue Reading

ନିଯୁକ୍ତି ପାଇବେ ୭୫୪୦ ଶିକ୍ଷକ ଓ ଶିକ୍ଷୟିତ୍ରୀ

ଭୁବନେଶ୍ୱର: ନିଯୁକ୍ତି ପାଇବେ ୭୫୪୦ ଶିକ୍ଷକ ଓ ଶିକ୍ଷୟିତ୍ରୀ। ରାଜ୍ୟର ୪୮୪୮ଟି ସରକାରୀ ହାଇସ୍କୁଲରେ ଶିକ୍ଷକ ନିଯୁକ୍ତି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନିର୍ଦ୍ଦେଶ ଦେଇଛନ୍ତି। ୭୫୪୦ ହାଇସ୍କୁଲ ଶିକ୍ଷକ ଓ ଶିକ୍ଷୟିତ୍ରୀ ନିଯୁକ୍ତ ପ୍ରକ୍ରିୟା ଆରମ୍ଭ କରିବା ପାଇଁ ଓଡିଶା ଷ୍ଟାଫ୍‌ ସିଲେକ୍‌ସନ କମିଶନଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହି ପଦବୀ ଗୁଡିକ ପୂରଣ ହେବା ପରେ ରାଜ୍ୟର ସମସ୍ତ ୪୮୪୮ଟି ସରକାରୀ ହାଇସ୍କୁଲର ସବୁ ଶିକ୍ଷକ ପଦବୀ ପୂରଣ ହୋଇପାରିବ। ଟିଜିଟି (କଳା), […]

Continue Reading