ବାଲିଯାତ୍ରାରେ ମନ ମୋହୁଛି ସ୍ମୋକ୍ ବିସ୍କୁଟ୍

କଟକ: ବିସ୍କୁଟ୍ ଖାଇବାକୁ ସମସ୍ତଙ୍କୁ ଭଲ ଲାଗେ । ପିଲାଠୁ ବୁଢ଼ା ସମସ୍ତଙ୍କୁ ବିସ୍କୁଟ୍ ଲୋଡ଼ା । ଆଉ ଚା କପ୍ ସହ ବିସ୍କୁଟ୍ ହେଲେ ଆନନ୍ଦ କାହିଁରେ କେତେ । କଟକ ବାଲିଯାତ୍ରାରେ ସ୍ମୋକ ବିସ୍କୁଟ୍ ସମସ୍ତଙ୍କ ମନ ମୋହୁଛି । ଏହି ବିସ୍କୁଟ୍ ଯିଏ ଥରେ ଖାଉଛି, ଆଉ ଥରେ ଖାଇବାକୁ ଇଚ୍ଛା କରୁଛି । ଦେଖୁ ନାହାଁନ୍ତି ସ୍ମୋକ ବିସ୍କୁଟ୍ ଖାଇବା ପରେ କେମିତି ପାଟି ଆଉ ନାକରୁ ଧୂଆଁ ବାହାରୁଛି । […]

Continue Reading

ଏଏସ୍‌ଓ ପରୀକ୍ଷା ଫଳ ବିଭ୍ରାଟ ନେଇ ପରୀକ୍ଷାର୍ଥୀଙ୍କ ଅଭିଯୋଗ, ସ୍ପଷ୍ଟୀକରଣ ଦେଲା ଓପିଏସ୍‌ସି

ଭୁବନେଶ୍ୱର: ଏଏସ୍‌ଓ ପରୀକ୍ଷା ଫଳ ବିଭ୍ରାଟ ନେଇ ପରୀକ୍ଷାର୍ଥୀଙ୍କ ଅଭିଯୋଗ ପ୍ରସଙ୍ଗରେ ସ୍ପଷ୍ଟୀକରଣ ରଖିଲା ଓଡ଼ିଶା ଲୋକସେବା ଆୟୋଗ’(ଓପିଏସସି)। ଅଭିଯୋଗକୁ ଭିତ୍ତିହୀନ ଓ ମିଥ୍ୟା ବୋଲି କହିଛି ଓପିଏସ୍‌ସି। ଓଡ଼ିଶା ଲୋକସେବା ଆୟୋଗ ପକ୍ଷରୁ ଜରି ପ୍ରେସ୍‌ରିଲିଜ୍‌ରେ କୁହାଯାଇଛି, ଓପିଏସ୍‌ସି ନିୟମାନୁସାରେ ଚୂଡ଼ାନ୍ତ ରେଜଲ୍ଟ ପରେ କଟ୍‌ବଫ୍‌ ପ୍ରକାଶ ପାଇବ। ଉତ୍ତର, କଟ୍‌ଅଫ୍‌ ମାର୍କ, ବ୍ୟକ୍ତିଗତ ମାର୍କ ଚୂଡ଼ାନ୍ତ ରେଜଲ୍ଟ ପରେ ଆସିବ। କେତେକ ପିଲା ଯେଉଁ ଅଭିଯୋଗ ଆଣୁଛନ୍ତି, ତାହା ଭିତ୍ତିହୀନ ଓ ମିଥ୍ୟା। ଅନୁପସ୍ଥିତ […]

Continue Reading

୩ରୁ ୪ ଡିଗ୍ରୀ ଯାଏ ଖସିବ ପାରଦ, ବଢ଼ିବ ଶୀତ

ଭୁବନେଶ୍ୱର: ଶୁଖିଲା ପାଗ ଭିତରେ ବଢ଼ିବ ଶୀତ । ଆଗାମୀ ୪ରୁ ୫ ଦିନ ମଧ୍ୟରେ ପାରଦ ରାଜ୍ୟର ପ୍ରାୟ ସ୍ଥାନରେ ଆହୁରି ଖସିବ । ସ୍ୱାଭାବିକ ତାପମାତ୍ରା ୩ରୁ ୪ କମିବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଅନ୍ୟପଟେ ଆଜି ଭୋରରେ ରାଜ୍ୟର କେତେକ ସ୍ଥାନରେ କୁହୁଡ଼ି ଦେଖା ଯାଇଛି । ଫୁଲବାଣୀରେ ଘନ କୁହୁଡ଼ି ଅନୁଭୂତ ହୋଇଥିବା ବେଳେ ଦୃଶ୍ୟମାନ ଦୂରତା ଥିଲା ୧୦୦ ମିଟର । ବଲାଙ୍ଗିରରେ […]

Continue Reading

ତଳେ ଚକା ପକେଇ କଦଳୀପତ୍ରରେ ମହାପ୍ରସାଦ ଖାଇଲେ ରାଷ୍ଟ୍ରପତି

ଭୁବନେଶ୍ୱର : ଓଡ଼ିଶା ଆସି ପୁରୀ ଶ୍ରୀମନ୍ଦିରକୁ ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି ମହମହିମ ଦ୍ରୌପଦୀ ମୁର୍ମୁ । ତଳେ ଚକା ପକେଇ କଦଳୀପତ୍ରରେ ମହାପ୍ରସାଦ ଖାଇଲେ ରାଷ୍ଟ୍ରପତି । ତାଙ୍କ ସାଙ୍ଗରେ ଗଜପତି ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଖାଇବାକୁ ବସିଥିଲେ । ଗଜପତିଙ୍କ ଧର୍ମପତ୍ନୀ, ରାଷ୍ଟ୍ରପତିଙ୍କ ଝିଅ ମଧ୍ୟ ଖାଇବାକୁ ବସିଥିଲେ ।

Continue Reading

ଆସନ୍ତାକାଲି ଆସିବେ ରାଷ୍ଟ୍ରପତି, ଭୁବନେଶ୍ୱରରେ ଛୁଟି ଘୋଷଣା

ଭୁବନେଶ୍ୱର: ରାଷ୍ଟ୍ରପତି ହେବା ପରେ ଆସନ୍ତାକାଲି ପ୍ରଥମଥର ପାଇଁ ନିଜ ଗୃହ ରାଜ୍ୟକୁ ଆସୁଥିବା ଦେଶର ପ୍ରଥମ ଆଦିବାସୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସମ୍ମାନରେ ରାଜ୍ୟ ସରକାର ସମଗ୍ର ଭୁବନେଶ୍ୱର ମହାନଗର ନିଗମ ଅଂଚଳରେ ଅଧା ଦିନ ସରକାରୀ ଛୁଟି ଘୋଷଣା କରିଛନ୍ତି । ଏହି ଛୁଟି ୧୦ ତାରିଖ ଅପରାହ୍ନ ୧ଟାରୁ ହେବ । ଭୁବନେଶ୍ୱର ମହାନଗର ନିଗମ ଅଂଚଳରେ ଥିବା ସମସ୍ତ ସରକାରୀ ଅଫିସ, ସରକାରୀ ଓ ବେସରକାରୀ(ସ୍କୁଲ, କଲେଜ) ଶିକ୍ଷାନୁଷ୍ଠାନ ବନ୍ଦ ରହିବ। […]

Continue Reading

ଚନ୍ଦ୍ର ଗ୍ରହଣରେ ହେତୁବାଦୀ-ପରମ୍ପରାବାଦୀ ମୁହାଁମୁହିଁ ଘଟଣା, ୮ ଗିରଫ

ଭୁବନେଶ୍ୱର: ବିଜ୍ଞାନ, ବିଶ୍ୱାସକୁ ନେଇ ହେତୁବାଦୀ-ପରମ୍ପରାବାଦୀ ଖଣ୍ଡଯୁଦ୍ଧ ଘଟଣାରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେଇଛି । ବୁଧବାର ଖାରବେଳ ନଗର ଥାନା ପୋଲିସ ୮ ଜଣଙ୍କୁ ଗିରଫ କରିଛି । ହେତୁବାଦୀଙ୍କ ଉପରେ ବଳପୂର୍ବକ ଆକ୍ରମଣ ପାଇଁ ଗିରଫ କରିଛି ପୋଲିସ । ସୂଚନା ଅନୁସାରେ, ମଙ୍ଗଳବାର ଚନ୍ଦ୍ର ଗ୍ରହଣରେ ହେତୁବାଦୀ ଲୋହିଆ ଏକାଡେମୀରେ କାର୍ଯ୍ୟକ୍ରମ କରିଥିଲେ । ଯାହାକୁ ବିରୋଧ କରି ସେଠାରେ ପହଞ୍ଚିଥିଲେ ବଜରଙ୍ଗ ଦଳ କର୍ମକର୍ତ୍ତା ଓ ଅନ୍ୟ ପରମ୍ପରାବାଦୀ । ଚନ୍ଦ୍ର ଗ୍ରହଣ ସମୟରେ […]

Continue Reading

ଦୁଇଦିନ ଧରି ନିଖୋଜ ଥିଲେ ଦଶମ ଶ୍ରେଣୀ ଛାତ୍ର, ଆଜି ମିଳିଲା ଝୁଲନ୍ତା ମୃତଦେହ

ଉମରକୋଟ: ଦୁଇଦିନ ଧରି ନିଖୋଜ ରହିବା ପରେ ମିଳିଛି ଦଶମ ଶ୍ରେଣୀ ଛାତ୍ରଙ୍କ ମୃତଦେହ। ଏକ ଗଛରୁ ତାଙ୍କ ଝୁଲନ୍ତା ମୃତଦେହ ମିଳିଛି। ଯାହାକୁ ନେଇ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ମାନିଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ ଆଗରେ ଉତ୍ତଜନା ପ୍ରକାଶ ପାଇଛି। ମୃତ ଛାତ୍ର ଜଣକ ଏହି ସ୍କୁଲର ଶଙ୍କର ହରିଜନ। ବିଦ୍ୟାଳୟ ନିକଟ ଏକ କାଜୁ ଗଛରୁ ତାଙ୍କ ଝୁଲନ୍ତା ମୃତଦେହ ଠାବ କରାଯାଇଛି। ସୂଚନା ମୁତାବକ, ଏହି ସ୍କୁଲରେ ଅନ୍ତେବାସୀ ଭାବେ […]

Continue Reading

ଖସିବ ପାରଦ, ୧୨ ପରେ ବଢ଼ିବ ଶୀତ

ଭୁବନେଶ୍ୱର: ରାଜ୍ୟରେ ଶୀତ ଆରମ୍ଭ ହୋଇଗଲାଣି। ତେବେ ୧୨ ତାରିଖ ପରଠୁ ରାଜ୍ୟରେ ଶୀତର ପ୍ରକୋପ ବଢ଼ିବ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ପାଣିପାଗ କେନ୍ଦ୍ର ପକ୍ଷରୁ କରାଯାଇଥିବା ଟ୍ୱିଟ୍ ଅନୁସାରେ, ୧୨ ତାରିଖ ପରେ ପାରଦ ଖସିବ। ରାଜ୍ୟରେ ଶୀତର ପ୍ରକୋପ ବଢିବ। ହେଲେ ଆଗାମୀ ୩ ଦିନ ଯାଏ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ପରବର୍ତ୍ତୀ ୨ ଦିନ ମଧ୍ୟରେ ରାତି ତାପମାତ୍ରା ୨ ରୁ […]

Continue Reading

ଶ୍ରୀଜୀଉଙ୍କୁ ଦର୍ଶନ କରିବେ ରାଷ୍ଟ୍ରପତି, ଦିନ ସାଢ଼େ ୧୦ରୁ ସାଧାରଣ ଦର୍ଶନ ବନ୍ଦ

ପୁରୀ: ଆସନ୍ତା ୧୦ରେ ପୁରୀ ଗସ୍ତରେ ଆସୁଛନ୍ତି ଭାରତର ପ୍ରଥମ ନାଗରିକ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସୁଛନ୍ତି। ଏନେଇ ଆଜି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ପୁରୀ ସର୍କିଟ ହାଉସ ସମ୍ମିଳନୀ କକ୍ଷରେ ଅପରାହ୍ନ ୪ଟାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପ୍ରଶାସନିକ ସମସ୍ତ ବିଭାଗର ଅଧିକାରୀ ଓ ପୁଲିସ ପ୍ରଶାସନିକ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ। ସେପଟେ ସନ୍ଧ୍ୟାରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଛତିଶା ନିଯୋଗ ବୈଠକ କରାଯାଇ ରାଷ୍ଟ୍ରପତି ଯେପରି ଶୃଙ୍ଖଳିତ ବ୍ୟବସ୍ଥା ଭିତରେ ଶ୍ରୀଜୀଉମାନଙ୍କ […]

Continue Reading

ଆସନ୍ତା ୨୩ ତାରିଖରୁ ଆରମ୍ଭ ହେବ ମାଟ୍ରିକ ସମ୍ମେଟିଭ୍ ପରୀକ୍ଷା: ୧୧ରୁ ପ୍ରାକ୍ଟିକାଲ

ଭୁବନେଶ୍ୱର: ମାଟ୍ରିକ ଛାତ୍ରଛାତ୍ରୀଙ୍କ ପାଇଁ ଏକ ନୂଆ ଅପଡେଟ୍ ଆସିଛି । ଆସନ୍ତା ୨୩ ତାରିଖଠାରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କର ସମ୍ମେଟିଭ୍ ଆସେସମେଣ୍ଟ-୧ ପରୀକ୍ଷା ଆରମ୍ଭ ହେବ । ୨୩ରୁ ୩୦ ତାରିଖ ପର୍ଯ୍ୟନ୍ତ ଏହିି ପରୀକ୍ଷା ଚାଲିବ । ସେହିପରି ଆସନ୍ତା ୧୧ ତାରିଖରୁ ପ୍ରାକ୍ଟିକାଲ ପରୀକ୍ଷା ଅନୁଷ୍ଠିତ ହେବ । ମାଟ୍ରିକ ପରୀକ୍ଷା ବାବଦରେ ବୋର୍ଡ ଅଫିସ ତରଫରୁ ଏକ ପ୍ରେସମିଟ୍ ଜରିଆରେ ସୂଚନା ଦିଆଯାଇଛି । ଆଜିଠାରୁ ଛାତ୍ରଛାତ୍ରୀଙ୍କ ପାଇଁ ଆଡମିଟ୍ କାର୍ଡ […]

Continue Reading