ତେଜିଲା ମନ୍ତ୍ରୀ ସମୀର ଦାସଙ୍କ ବହିଷ୍କାର ଦାବି, ଘେରିଲେ ବିଜେପି-କଂଗ୍ରେସ

ଭୁବନେଶ୍ୱର: ତୁରନ୍ତ ମନ୍ତ୍ରୀ ସମୀର ରଂଜନ ଦାସଙ୍କୁ ବହିଷ୍କାର କରାଯାଉ। ଏଭଳି ଦାବି କରିଛି ବିଜେପି। ନହେଲେ ତଦନ୍ତ ଠିକ୍ ଭାବେ ହୋଇପାରିବ ନାହିଁ, ଯେହେତୁ ସେ ଜଣେ ମନ୍ତ୍ରୀ। ନିମାପଡା ଜିଲ୍ଲା ପରିଷଦ ସଦସ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ମାମଲାର ନିରପେକ୍ଷ ତଦନ୍ତ ଦାବି କରି ଏପରି କହିଛି ବିଜେପି। ଆଜି ରାଜଭବନଙ୍କ ସମ୍ମୁଖରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତି ତଳେ ବିଜେପି ନେତା ଧାରଣା ଦେଇଥିଲେ। ମନ୍ତ୍ରୀ କ୍ୟାବିନେଟରୁ ବହିଷ୍କୃତ ହେଲେ ହିଁ […]

Continue Reading

ଅର୍ଚ୍ଚନାଙ୍କ ରଙ୍ଗଶାଳା ଯାଉଥିଲେ ୧୮ ବିଧାୟକ, ଡ୍ରଗ୍ସ ଆସର ବି ଜମୁଥିଲା

ଭୁବନେଶ୍ୱର: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କୁ ନେଇ ଚର୍ଚ୍ଚା ଥମିବା ନାଁ ଧରୁନି। ଅର୍ଚ୍ଚନାଙ୍କ ପ୍ରାସାଦରେ କେବଳ ଯେ ରାତି ଅଧରେ ରଙ୍ଗୀନ ଆସର ଜମୁଥିଲା ତାହା ନୁହେଁ ସେଠାରେ ବେଧଡ଼କ ଭାବେ ଡ୍ରଗ୍ସ କାରବାର ଚାଲିଥିଲା ବୋଲି ବି ଅଭିଯୋଗ ହୋଇଛି। ଏପରି ସାଂଘାତିକ ଅଭିଯୋଗ ଆଣିଛନ୍ତି ଭୁବନେଶ୍ୱର ଜିଲ୍ଲା ବିଜେପି ସଭାପତି ବାବୁ ସିଂ । ବାବୁ ସିଂଙ୍କ ଅଭିଯୋଗ ଅନୁଯାୟୀ, ବିଜେଡିର ବହୁ ଯୁବ ନେତା ଅର୍ଚ୍ଚନାଙ୍କ ଘରକୁ ବେଧଡ଼କ ଯିବା ଆସିବା […]

Continue Reading

ନଭେମ୍ବର ପହିଲାରୁ ଖୋଲିବ ଶିମିଳିପାଳ ଅଭୟାରଣ୍ୟ

ବାରିପଦା: ପର୍ଯ୍ୟଟକଙ୍କ ଲାଗି ନଭେମ୍ବର ପହିଲାରୁ ଖୋଲିବ ଶିମିଳିପାଳ । ଦୀର୍ଘ ୪ ମାସ ପରେ ନଭେମ୍ବର ୧ରୁ ଶିମିଳିପାଳ ଜାତୀୟ ଉଦ୍ୟାନ ଖୋଲିବ । ଜୁନ୍ ୧୫ରୁ ମୌସୁମୀ ଋତୁ ଆରମ୍ଭରୁ ଶିମିଳିପାଳ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିଥିଲା । ନଭେମ୍ବର ପହିଲାରୁ ପର୍ଯ୍ୟଟକ ଜଶୀପୁର ଓ ପିଠାବଟା ଗେଟ୍ ଦେଇ ଅଭୟାରଣ୍ୟକୁ ପ୍ରବେଶ କରି ପାରିବେ । ଜଶୀପୁର ଚେକ୍ ପଏଣ୍ଟ ଦେଇ ୩୫ଟି ଚାରି ଚକିଆ ଗାଡ଼ି ଏବଂ ପିଠାବଟା ଦେଇ ୨୫ଟି […]

Continue Reading

ଛାତ୍ରଛାତ୍ରୀଙ୍କ ହାତରେ ବିଏସ୍ଏଫ୍ ଅସ୍ତ୍ରଶସ୍ତ

କୋରାପୁଟ: ଛାତ୍ରଛାତ୍ରୀଙ୍କ ହାତରେ ବିଏସ୍ଏଫ୍ ବ୍ୟବହାର କରୁଥିବା ଅତ୍ୟାଧୁନିକ ଅସ୍ତ୍ର। କାହା ହାତରେ ମେସିନ୍ ଗନ୍ ତ, କାହା ହାତରେ ଲେଜର ଗନ୍ ଓ ପିସ୍ତଲ। ଆଇଇଡି ଡିଟେକ୍ଟର, ବାଇନା କୁଲାର, ଏକେ ଫଟିସେଭେନ୍ ଗନ୍, ରକେଟ ଲଞ୍ଚର ପ୍ରଭୃତି ହାତରେ ପାଇ ଖୁସି ହୋଇଗଲେ ଛାତ୍ରଛାତ୍ରୀ। ତେବେ ଅଚାନକ ନୁହେଁ ବିଏସ୍‌ଏଫ୍ କର୍ମଚାରୀମାନେ ଛାତ୍ରଛାତ୍ରୀଙ୍କ ହାତରେ ଏହି ହତିଆର ଧରାଇଛନ୍ତି। ଏଥିସହ ଶିଖାଇଛନ୍ତି ଏହା କିପରି ବ୍ୟବାହାର ହୋଇଥାଏ। କେଉଁ ବନ୍ଧୁକରେ କେତେ ଗୁଳି ଥାଏ […]

Continue Reading

୮ଟି ପଞ୍ଚାୟତକୁ ଅନ୍ଧାର କରିଦେଲା ମୂଷା

ନବରଙ୍ଗପୁର: ଦୁଇଟି ବ୍ଲକର ୮ଟି ପଞ୍ଚାୟତକୁ ଅନ୍ଧାର କରିଦେଲା ମୂଷା। ଦୀର୍ଘ ୮ ଘଣ୍ଟା ଧରି ଅନ୍ଧକାରରେ ରହିଲେ ୮ ପଞ୍ଚାୟତର ଲୋକେ। ଏପରି ଖବର ଆସିଛି ନବରଙ୍ଗପୁର ଜିଲ୍ଲାରୁ। ମରାମତି ପରେ ବିଦ୍ୟୁତ ସେବା ସ୍ୱଭାବିକ ହୋଇଛି। ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ସଦର ମହାକୁମାରେ ରହିଛି ଟାଟା ପାୱାର ଷ୍ଟ୍ରକ୍‌ଚର। ଏଠାରୁ ତେନ୍ତୁଳିଖୁଣ୍ଟି ବ୍ଲକର କୁକୁଡ଼ାବାଇ, ତେନ୍ତୁଳିଖୁଣ୍ଟି, ପୂଜାରୀଗୁଡା, ଦିଗି, ଲମତାଗୁଡା, ମଞ୍ଚଗାଁ ପଞ୍ଚାୟତ ଏବଂ ନନ୍ଦାହାଣ୍ଡି ବ୍ଲକର ମେଣ୍ଟ୍ରି ଓ ଧଣ୍ଡରା ପଞ୍ଚାୟତକୁ […]

Continue Reading

ଭିଜଲାନ୍ସ ପଞ୍ଝାରେ ଖଡ଼ିଆଳ ତହସିଲ କାର୍ଯ୍ୟାଳୟର ଡିଇଓ

ନୂଆପଡ଼ା : ଭିଜିଲାନ୍ସ ଜାଲରେ ପଡ଼ିଲେ ଖଡ଼ିଆଳ ତହସିଲ କାର୍ଯ୍ୟାଳୟର ଡିଇଓ ଭୋଳା ମହେଶ୍ଵର ଦଣ୍ଡସେନା । ଆବାସିକ ପ୍ରମାଣ ପତ୍ର ଦେବା ପାଇଁ ଜଣକ ପିଛା ୨ ହଜାର ଟଙ୍କା ଲେଖାଏଁ ମାଗିଥିଲେ ଡାଟା ଏଣ୍ଟ୍ରି ଅପରେଟର ଭୋଳା ମହେଶ୍ଵର ଦଣ୍ଡସେନା । ୧୫ ଟି ଆବାସିକ ପ୍ରମାଣ ପତ୍ର ପାଇଁ ଲାଞ୍ଚ କାରବାରରେ ତହସିଲର ଡିଇଓ ଭୋଳା ମହେଶ୍ଵର ଦଣ୍ଡସେନା ଧରାପଡିଛନ୍ତି। ଖଡ଼ିଆଳ ବ୍ଲକ ଅନ୍ତର୍ଗତ ରାଣୀମୁଣ୍ଡାର ନିତ୍ୟାନନ୍ଦ ହିଆଲ ସହ ତାଙ୍କ ପରିବାରର […]

Continue Reading

୧୩ରୁ ସ୍ନାତକ, ୧୭ରୁ ସ୍ନାତକୋତ୍ତର ଶ୍ରେଣୀର ପାଠପଢ଼ା

ଭୁବନେଶ୍ବର: ୨୦୨୨-୨୩ ଶିକ୍ଷା ବର୍ଷରେ ନାମ ଲେଖାଇଥିବା ସ୍ନାତକ(ଯୁକ୍ତ ତିନି) ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଠପଢ଼ା ଆସନ୍ତା ୧୩ ତାରିଖରୁ ଆରମ୍ଭ ହେବ। ସେହିଭଳି ସ୍ନାତକୋତ୍ତର(ପିଜି) ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଆସନ୍ତା ୧୭ ତାରିଖରୁ ଚାଲିବ। ଏନେଇ ଶୁକ୍ରବାର ଉଚ୍ଚ ଶିକ୍ଷା ବିଭାଗର ଯୁଗ୍ମ ସଚିବ ଧିରେନ୍ଦ୍ର ନାଥ କର ସମସ୍ତ ବିଶ୍ବବିଦ୍ୟାଳୟର ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ଏବଂ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ଚିଠି କରିଛନ୍ତି। ନୂତନ ଭାବେ ନାମ ଲେଖାଇଥିବା ଏହି ଛାତ୍ରଛାତ୍ରୀଙ୍କ ପାଇଁ ହଷ୍ଟେଲ୍‌ ସୁବିଧା ଉପଲବ୍ଧ କରାଇବାକୁ […]

Continue Reading

ପ୍ରକାଶ ପାଇଲା ଓଏଏସ୍‌ ପରୀକ୍ଷା ଫଳ, ତେଜସ୍ୱିନୀ ବେହେରା ଟପର

ଭୁବନେଶ୍ୱର: ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍‌ ସର୍ଭିସ୍‌-୨୦୨୦ ପରୀକ୍ଷା ଫଳ। ଉତ୍ତୀର୍ଣ୍ଣ ହେଲେ ମୋଟ ୩୯୨ ପରୀକ୍ଷାର୍ଥୀ। ସେଥି ମଧ୍ୟରୁ ୧୪୮ ଜଣ ଛାତ୍ରୀ ଅଛନ୍ତି। ତେଜସ୍ୱିନୀ ବେହେରା ହୋଇଛନ୍ତି OAS ଟପର। ଆଜି ପ୍ରକାଶ ପାଇଥିବା ଓଏଏସ୍‌ ପରୀକ୍ଷା ଫଳ। ଏଥିରେ ପ୍ରଥମ ୩ଟି ସ୍ଥାନ ଅଧିକାର କରିଛନ୍ତି ଛାତ୍ରୀ। ତେଜସ୍ୱିନୀ ବେହେରା OAS ଟପର ହୋଇଥିବା ବେଳେ ଶୁଭଙ୍କରୀ ସୁଦେଷ୍ଣା ଦାଶ ଦ୍ୱିତୀୟ ଓ ଅନନ୍ୟା ସୃଷ୍ଟି ଶତପଥୀ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। […]

Continue Reading

ଖଲିକୋଟ ବିଶ୍ବବିଦ୍ୟାଳୟରେ ୧୧୨ଟି ଶିକ୍ଷକ ପଦବୀ ସୃଷ୍ଟି

ବ୍ରହ୍ମପୁର: ଖଲିକୋଟ ଏକକ ବିଶ୍ବବିଦ୍ୟାଳୟରେ ୧୧୨ଟି ଶିକ୍ଷକ ପଦବୀ ସୃଷ୍ଟି କରାଯାଇଛି। ଏନେଇ ଉଚ୍ଚ ଶିକ୍ଷା ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ ପ୍ରଫେସର, ଆସୋସିଏଟ୍‌ ପ୍ରଫେସର ଏବଂ ଆସିଷ୍ଟାଣ୍ଟ ପ୍ରଫେସର ପଦବୀ ରହିଛି। ମୋଟ ୧୬ଟି ବିଭାଗରେ ଏହି ୧୧୨ଟି ପଦବୀ ସୃଷ୍ଟି ହୋଇଥିବା ସୂଚନା ମିଳିଛି। ପ୍ରତ୍ୟେକ ବିଭାଗରେ ଜଣେ ପ୍ରଫେସର, ଦୁଇଜଣ ଆସୋସିଏଟ୍‌ ପ୍ରଫେସର ଏବଂ ୪ଜଣ ଆସିଷ୍ଟାଣ୍ଟ ପ୍ରଫେସରଙ୍କୁ ମିଶାଇ ମୋଟ ୭ଜଣ ନିଯୁକ୍ତି ପାଇବେ। ଏହି ବିଭାଗଗୁଡ଼ିକ ହେଲା […]

Continue Reading

୪୫ ହଜାର ଟଙ୍କା ଲାଞ୍ଚ ନେଇ ବନ୍ଧାହେଲେ APO

ବଲାଙ୍ଗିର: ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଡ଼ିଲେ ଅତିରିକ୍ତ ପ୍ରୋଗ୍ରାମ ଅଫିସର । ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକର ଅତିରିକ୍ତ ପ୍ରୋଗ୍ରାମ ଅଫିସର ସୁଶାନ୍ତ କୁମାର ଦାସ ଲାଞ୍ଚ ନେବାବେଳେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି । ମନରେଗା ଯୋଜନାରେ ପୋଖରୀ ସୌନ୍ଦର୍ଯ୍ୟକରଣ କାମ ହୋଇଥିବା ବେଳେ ପ୍ରଥମ ଇଷ୍ଟଲମେଣ୍ଟ ପାଇଁ ୪୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ ଏପିଓ ସୁଶାନ୍ତ ଦାସ । ଗ୍ରାମ ସାଥୀଙ୍କ ଠାରୁ ଲାଞ୍ଚ ନେବାବେଳେ ଭିଜିଲାନ୍ସ ସୁଶାନ୍ତଙ୍କୁ ଧରିବା ସହ ଟଙ୍କା […]

Continue Reading