ଏଥର ଦୀପାବଳିରେ ରାଜଧାନୀର ୭ଟି ସ୍ଥାନରେ ବିକ୍ରି ହେବ ବାଣ

ଭୁବନେଶ୍ୱର: ଦୀପାବଳିରେ ରାଜଧାନୀରୁ କେଉଁଠି କିଣିବେ ବାଣ । ଏନେଇ ଆପଣ ଦ୍ୱନ୍ଦ୍ୱରେ ରୁହନ୍ତୁ ନାହିଁ । ରାଜଧାନୀର ୭ଟି ସ୍ଥାନରେ ବାଣ ବିକ୍ରି ନେଇ ଅନୁମତି ମିଳିଛି । ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗ ପକ୍ଷରୁ ୭ଟି ସ୍ଥାନକୁ ବାଣ ବିକ୍ରି ଲାଗି ଚିହ୍ନଟ କରାଯାଇଛି । ଏଥିପାଇଁ ଭୁବନେଶ୍ୱର ଡିସିପିଙ୍କ ସହ ଅଗ୍ନିଶମ, ଟିପିସିଓଡିଏଲ୍ କ୍ଲିୟରାନ୍ସ ଦେବେ । ଶହେ ସ୍କୋୟାର ଫୁଟ୍ ଜାଗା ପାଇଁ ଦୈନିକ ୧୬୦ ଟଙ୍କା ବିଏମସି ସଂଗ୍ରହ […]

Continue Reading

ଓଡ଼ିଶାରୁ ଚୁକ୍ତିଭିତ୍ତିକ ନିଯୁକ୍ତି ବ୍ୟବସ୍ଥା ଉଚ୍ଛେଦ, ନିୟମିତ ହେବେ ୫୭ ହଜାର ଠିକା କର୍ମଚାରୀ

ଭୁବନେଶ୍ୱର: ରାଜ୍ୟରେ ଆଉ ଚୁକ୍ତିଭିତ୍ତିକ ନିଯୁକ୍ତି ବ୍ୟବସ୍ଥା ରହିବ ନାହିଁ। ରାଜ୍ୟ କ୍ୟାବିନେଟ୍ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି କ୍ରମରେ ରାଜ୍ୟରୁ ଚୁକ୍ତିଭିତ୍ତିକ ନିଯୁକ୍ତି ବ୍ୟବସ୍ଥା ଉଚ୍ଛେଦ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ରାଜ୍ୟରେ ଚୁକ୍ତିଭିତ୍ତିକ ନିଯୁକ୍ତିର ଯୁଗ ସମାପ୍ତ ହୋଇଛି। ଫଳରେ ରାଜ୍ୟରେ ୫୭ ହଜାର ସରକାରୀ ଠିକା କର୍ମଚାରୀ ନିୟମିତ ହେବେ । ଏହି ଘୋଷଣା ମାଧ୍ୟମରେ ଚୁକ୍ତିଭିତ୍ତିକ ନିଯୁକ୍ତି ପାଇଥିବା କର୍ମଚାରୀଙ୍କୁ ରାଜ୍ୟ ସରକାର ଆଗୁଆ ଦୀପାବଳି ଉପହାର ଦେଇଛନ୍ତି । ଆଜି ମୁଖ୍ୟମନ୍ତ୍ରୀ […]

Continue Reading

ବିଦ୍ୟୁତ ନେଲା ଡ୍ରାଇଭରଙ୍କ ଜୀବନ

ଯାଜପୁର: ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଗାଡି ଡ୍ରାଇଭରଙ୍କ ମୃତ୍ୟୁ । ଏଭଳି ଅଭାବନୀୟ ଘଟଣା ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଅନ୍ତର୍ଗତ ସିଙ୍ଗଡ଼ା ଛକରେ ଦେଖିବାକୁ ମିଳିଛି । ମୃତ ଡ୍ରାଇଭର ଜଣକ ହେଲେ ଗୋଳେଇପୁର ଅଞ୍ଚଳର ସୁରେଶ କୁମାର ଦାସ ବୋଲି ଜଣାପଡିଛି । ସୁରେଶ ଏକ ୧୪ ଚକିଆ ଟ୍ରକ୍ ନେଇ ପାଣିକୋଇଲି ଅଭିମୁଖେ ଆସୁଥିବା ସମୟରେ ସିଙ୍ଗଡା ଛକରେ ଏଭଳି ଅଘଟଣ ଘଟିଥିଲା । ରାସ୍ତା ଉପର ଦେଇ ଯାଇଥିବା 11 […]

Continue Reading

‘ଅଙ୍କୁର’ ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ଭୁବନେଶ୍ୱର: ରାଜ୍ୟର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ‘ଅଙ୍କୁର’ ତରଫରୁ ଚାରା ରୋପଣ କରାଯାଇଛି । ଭୁବନେଶ୍ବରର ଏନ୍-୧ ପ୍ରାଇମେରୀ ସ୍କୁଲ୍ ପରିସରରେ ଦୈନନ୍ଦିନ ଜୀବନରେ ଉପଯୋଗୀ ଫଳ ଚାରା ସ୍କୁଲ ପିଲାଙ୍କ ଦ୍ବାରା ରୋପଣ କରାଯାଇଛି । ପିଲାଙ୍କ ଭିତରେ ପରିବେଶ ଏବଂ ପ୍ରକୃତି ପ୍ରତି ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଗତ ୨୦ ବର୍ଷ ଧରି ଏ ପ୍ରକାର କାର୍ଯ୍ୟକ୍ରମ ‘ଅଙ୍କୁର’ ଆୟୋଜନ କରି ଆସୁଛି । ସ୍କୁଲ୍ ପିଲା, ଶିକ୍ଷକ ଓ ଅଭିଭାବକଙ୍କ ମିଳିତ […]

Continue Reading

ମାତାଲ ଦୁଇ ପ୍ରଧାନଶିକ୍ଷକ ସସ୍‌ପେଣ୍ଡ

ବଲାଙ୍ଗିର:  ମାତାଲ ଦୁଇ ପ୍ରଧାନଶିକ୍ଷକ ଚାକିରିରୁ ନିଲମ୍ୱିତ। ବ୍ଲକ ଶିକ୍ଷା ଅଧିକାରୀ ଆଜି ଦୁଇ ଜଣଙ୍କୁ ସସ୍‌ପେଣ୍ଡ କରିଛନ୍ତି। ଦୁଇ ପ୍ରଧାନଶିକ୍ଷକ ମଦ୍ୟପାନ କରିବା ଘଟଣାରେ ଅଭିଭାବକ ପ୍ରତିବାଦ କରିଥିଲେ। ଏହି ଘଟଣା ବଲାଙ୍ଗିର ଜିଲ୍ଲାରେ ମୁଖ୍ୟ ଆଲୋଚ୍ୟ ବିଷୟ ପାଲଟିଥିଲା। ଗୁରୁବାର ମାଟୁପାଲି ସରକାରୀ ନୂତନ ପ୍ରାଥମିକ ଵିଦ୍ୟାଳୟରେ ଗୋଟିଏ ମିନି ଭୋଜି ଆୟୋଜନ କରାଯାଇଥିଲା। ସ୍କୁଲର ପ୍ରଧାନ ଶିକ୍ଷକ ଜୟଦେବ ବିଶି ଓ ଡୁମେରପିଟା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସଂଜିତ ଦୋରା ମିଶି […]

Continue Reading

ଅର୍ଚ୍ଚନା ମାମଲା ପହଞ୍ଚିଲା ହାଇକୋର୍ଟରେ, ବେଆଇନ ସମ୍ପତ୍ତିର ED ତଦନ୍ତ ନେଇ ଉଠିଲା ଦାବି

ଭୁବନେଶ୍ୱର: ଗତ କିଛିଦିନ ଧରି ସାରା ରାଜ୍ୟରେ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କୁ ନେଇ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି । ଏକ ସାଧାରଣ ପରିବାରରେ ଜନ୍ମଗ୍ରହଣ କରିଥିବା ଅର୍ଚ୍ଚନା ମାତ୍ର କେଇ ବର୍ଷ ମଧ୍ୟରେ କେମିତି କୋଟି କୋଟି ଟଙ୍କାର ମାଲିକାଣୀ ପାଲଟିଗଲା ତାହା ସମସ୍ତଙ୍କ ମନରେ ଏବେ ମୁଖ୍ୟ ପ୍ରଶ୍ନ ହୋଇ ହୋଇଛି । କେବଳ ଏତିକିରେ ସରିନଥିଲା ଅର୍ଚ୍ଚନାଙ୍କ କାରନାମା, ରାଜ୍ୟର ବହୁ ବିଶିଷ୍ଟ ବ୍ୟକ୍ତିଙ୍କୁ ସେ ତାଙ୍କର ମାୟାଜାଲରେ ପକାଇ ଅଜସ୍ର […]

Continue Reading

ଚାଷୀଙ୍କ ମନମୋହୁଛି ମହୁଚାଷ

କୋରାପୁଟ: ଚାଷୀଙ୍କୁ ଆକୃଷ୍ଟ କରୁଛି ମହୁଚାଷ । ମହୁଚାଷ କରି ଉପକୃତ ହେଉଛନ୍ତି କୋରାପୁଟ ଚାଷୀ । ନନ୍ଦପୁର ଏବଂ ବୌଇପାରିଗୁଡା ଠାରେ ଆରମ୍ଭ କରାଯାଇଥିଲା ମହୁଚାଷ । ନାବାର୍ଡ ଓ ହର୍ଷଟ୍ରଷ୍ଟ ମିଳିତ ସହମତିରେ ମହୁଚାଷ ଆରମ୍ଭ କରାଯାଇଥିଲା। ଏଥିରେ ମୋଟ ୨୫୦ ଗରିବ ଆଦିବାସୀ ଚାଷୀଙ୍କୁ ଅନ୍ତର୍ଭୁକ୍ତ କରାଯାଇଥିଲା । ଏଥିରେ ମୋଟ ୧ କୋଟି ୪୧ଲକ୍ଷ ୧୨ ହଜାର ୫୯୫ଟଙ୍କା, ମହୁମାଛି ସହ ବାକ୍ସ, ମହୁ ଫେଣା ମେସିନ ଏବଂ ଚାଷୀ ମାନଙ୍କୁ […]

Continue Reading

୨୦ ତାରିଖରେ ଆଉ ଏକ ଲଘୁଚାପ!

ଭୁବନେଶ୍ୱର: ଆସୁଛି ଆଉ ଏକ ଲଘୁଚାପ। ୨୦ ତାରିଖରେ ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଭୁବନେଶ୍ୱର ‌ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ବରିଷ୍ଠ ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାଶ ଆଜି ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଆସନ୍ତା୧୮ ତାରିଖ ବେଳକୁ ଉତ୍ତର ଆଣ୍ଡାମାନସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ପରେ ଏହା ପଶ୍ଚିମ ଉତ୍ତର-ପଶ୍ଚିମକୁ ଗତି କରି ଘନୀଭୂତ ହୋଇପାରେ। ୨୦ ତାରିଖରେ ପଶ୍ଚିମ ବଙ୍ଗୋପସାଗରରେ ଏହା […]

Continue Reading

ପୂର୍ବତନ ବାଚସ୍ପତିଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ

କଟକ: ପୂର୍ବତନ ବାଚସ୍ପତି ସ୍ବର୍ଗତଃ ଶରତ କରଙ୍କର ଦ୍ୱିତୀୟ ଶ୍ରାଦ୍ଧ ବାର୍ଷିକୀ । ଏହି ଶ୍ରାଦ୍ଧ ବାର୍ଷିକୀ ଅବସରରେ ପୂର୍ବତନ ବାଚସ୍ପତିଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ହୋଇଯାଇଛି।ମାହାଙ୍ଗା ମୈତ୍ରୀ ମଞ୍ଚ ଓ ସ୍ଥାନୀୟ ଅଭ୍ୟର୍ଥନା କମିଟି ପକ୍ଷରୁ କୁଆଁପାଳ ସ୍ଥିତ ମାହାଙ୍ଗା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ସ୍ବର୍ଗତଃ ବାଗ୍ମୀ ଶ୍ରୀ ଶରତ କରଙ୍କର ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଯାଇଛି। କୁଆଁପାଳ ଠାରେ ଆୟୋଜିତ ସ୍ମୃତି ଚାରଣ ସଭାରେ ମାହାଙ୍ଗା କଂଗ୍ରେସ ନେତା ଦେବେନ୍ଦ୍ର ସାହୁ, ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ସେବା […]

Continue Reading

ଲକ୍ଷ୍ମୀପୂଜା ଭସାଣି ସମୟରେ ଅଘଟଣ: କେନାଲରେ ଭାସିଯାଇ ୩ ନିଖୋଜ…

ଚୌଦ୍ୱାର: ଜଗତପୁର ପଟାମୁଣ୍ଡାଇ ନାଳରେ ଭାସିଯାଇ ୩ ଜଣ ନିଖୋଜ ଅଛନ୍ତି । ଯାହାକୁ ନେଇ ବର୍ତ୍ତମାନ ସର୍ଚ୍ଚ ଅପରେସନ ଜାରୀ ରହିଛି । ଏହି ଅପରେସନରେ ଓଡ୍ରାଫ୍ ଟିମ୍ , ଅଗ୍ନିଶମ କର୍ମଚାରୀ ଏବଂ ପୋଲିସ ସାସମିଲ ଆଦି ଅଛନ୍ତି । ତେବେଏହି ୩ଜଣ ଗତକାଲି ରାତିରେ ଭାସିଯାଇଥିବା ସୂଚନା ମିଳିଛି । ଲକ୍ଷ୍ମୀପୂଜା ଭସାଣି ବେଳେ କେନାଲ କୂଳରେ ବସିଥିବା ବେଳେ ଏପରି ଅଘଟଣ ଘଟିଛି । ମିଳିଥିବା ସୂଚନା ଅନୁଯାୟୀ ଏହି କେନାଲ […]

Continue Reading