ବାତ୍ୟା ପାଇଁ ୭ ଜିଲ୍ଲାକୁ ଚିଠି ଲେଖି ସଜାଗ କଲେ SRC

ଭୁବନେଶ୍ୱର: ଉତ୍ତର ଆଣ୍ଡାମାନ ସାଗର ଓ ସଂଲଗ୍ନ ଅଞ୍ଚଳରେ ସୃଷ୍ଟ ଘୂର୍ଣ୍ଣିବଳୟ ୨୪ ଘଣ୍ଟାରେ ଲଘୁଚାପରେ ପରିଣତ ହେବ । ଏହା କ୍ରମଶଃ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି କେନ୍ଦ୍ରୀୟ ବଙ୍ଗୋପସାଗରରେ ୨୨ ସକାଳ ସୁଦ୍ଧା ଏକ ଅବପାତ ଓ ପରବର୍ତ୍ତୀ ୪୮ ଘଣ୍ଟାରେ ବାତ୍ୟାରେ ପରିଣତ ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି । ତେବେ ବାତ୍ୟା ହେଲେ କେଉଁ ଜିଲ୍ଲା ପ୍ରଭାବିତ ହେବ ସେନେଇ ଆକଳନ କରାଯାଇ ନାହିଁ । ସମ୍ଭାବ୍ୟ ବାତ୍ୟାକୁ […]

Continue Reading

UGCର ନୂଆ ପଦକ୍ଷେପ: Cyber Security ପାଠ ପଢ଼ିବେ UG ଓ PG ଛାତ୍ରଛାତ୍ରୀ, ସମସ୍ତ ବିଶ୍ୱବିଦ୍ୟାଳୟ ଓ କଲେଜକୁ ଚିଠି

ଭୁବନେଶ୍ୱର: ଦିନକୁ ଦିନ ଦେଶରେ ସାଇବର ଅପରାଧ ମାମଲା ବଢ଼ିବାରେ ଲାଗିଛି । ସାଇବର ସୁରକ୍ଷା ଦିଗରେ ସଚେତନ ହୋଇପାରିଲେ ଜଣେ ନାଗରିକ ଡିଜିଟାଲ କ୍ଷେତ୍ରରେ ନିଜକୁ ସୁରକ୍ଷା ଦେଇପାରିବ । ଏଥିପାଇଁ ଚଳିତ ବର୍ଷ ସାଇବର ଜାଗ୍ରତ ଦିବସ ଅବସରରେ ସାଇବର ସୁରକ୍ଷା କୋର୍ସ ଲଞ୍ଚ କରିଥିଲା ୟୁନିଭରସିଟି ଗ୍ରାଣ୍ଟସ କମିସନ (ୟୁଜିସି) । ଏବେ କଲେଜ ଓ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସାଇବର ସୁରକ୍ଷା ପାଠ ପଢ଼ିବେ । ୟୁଜି ଓ ପିଜି ଛାତ୍ରଛାତ୍ରୀଙ୍କୁ ଏହି […]

Continue Reading

ନନ୍ଦନକାନନ ପଛ ପଟେ ୨୦ଟି ବଣୁଆ ହାତୀ

ଭୁବନେଶ୍ୱର:  ନନ୍ଦନକାନନ ନିକଟରେ ପହଞ୍ଚିଛନ୍ତି ପ୍ରାୟ ୨୦ଟି ବଣୁଆ ହାତୀ। ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପଛପଟ ଗେଟ୍ ନିକଟରେ ଏମାନେ ଡେରା ପକାଇଛନ୍ତି। ଯାହାକୁ ନେଇ ସ୍ଥାନୀୟ ଲୋକେ ଛାନିଆ ହୋଇପଡ଼ିଛନ୍ତି। ହାତୀଗୁଡ଼ିକ ନନ୍ଦନକାନନ ପଛ ଗେଟ୍ ଦାରୁଠେଙ୍ଗ ଗାଁ ପାଖ ଅଞ୍ଚଳରେ ଚରାବୁଲା କରୁଛନ୍ତି। ଆଠଗଡ଼ ଜଙ୍ଗଲରୁ ଦୁଇଟି ଦଳରେ ଏହି ହାତୀ ଚାଲି ଆସିଛନ୍ତି। ଗୋଟିଏ ଦଳରେ ୧୧ ଓ ଅନ୍ୟ ଦଳରେ ୯ଟି ହାତୀ ରହିଛନ୍ତି। ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇବା […]

Continue Reading

“ଉଡ୍ର” ଚାରିଟେବୁଲ ଟ୍ରଷ୍ଟ୍ ପକ୍ଷରୁ “ଚାଲ ଖୁସି ବାଣ୍ଟିବା’’ କାର୍ଯ୍ୟକ୍ରମ

ଭୁବନେଶ୍ୱର : ଦୀପାବଳି ଅବସରରେ “ଉଡ୍ର” ଚାରିଟେବୁଲ ଟ୍ରଷ୍ଟ୍ ପକ୍ଷରୁ “ଚାଲ ଖୁସି ବାଣ୍ଟିବା”କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କଳିଙ୍ଗବିହାର ଡି.ଏନ୍‌. ରିଗାଲିଆ ମଲ୍ ସ୍ଥିତ ବାର୍‌ବେକିୟୁ ନେସନ୍ ରେଷ୍ଟୁରାଣ୍ଟ ଠାରେ ଆୟୋଜନ କରାଯାଇଥିଲା । “ଉଡ୍ର” ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ୭୦ ଜଣ ଦୃଷ୍ଟି ବାଧିତ ପିଲାମାନଙ୍କୁ ବାର୍‌ବେକିୟୁ ନେସନ୍ ରେଷ୍ଟୁରାଣ୍ଟ ନିଆଯାଇଥିଲା । ସେଠାରେ ପିଲାମାନଙ୍କ ମନୋରଞ୍ଜନ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ “ଉଡ୍ର”ଚାରିଟେବୁଲ୍ ଟ୍ରଷ୍ଟର ପରାମର୍ଶଦାତା ଆକାଶ […]

Continue Reading

ଥଣ୍ଡାରେ କଫ୍‌ ସିରପ ଓ ନିଶା ବଟିକା ପଞ୍ଚ କରୁଥିଲେ ବାପ-ପୁଅ!

ବଲାଙ୍ଗିର: ପଞ୍ଚ କରୁଥିଲେ ବାପ ଓ ପୁଅ। ଥଣ୍ଡା ପାନୀୟରେ କଫ୍‌ ସରିପ ଓ ନିଶା ବଟିକା ମିଶାଉଥିଲେ। ପରେ ତାକୁ ପ୍ୟାକିଙ୍ଗ କରି ଗ୍ରାମାଞ୍ଚଳରେ ଥିବା ଦୋକାନରେ ବିକ୍ରି କରୁଥିଲେ। ଲୋକମାନେ ଅଜାଣତରେ ଥଣ୍ଡା ପାନୀୟ ଭାବି ସେହି ନିଶାକୁ ସେବନ କରୁଥିଲେ। ବଲାଙ୍ଗିର ଜିଲ୍ଲା ସଦର ମହକୁମାରୁ ଆସିଛି ଏପରି ଅଭିଯୋଗ। ଟାଉନ୍‌ ଥାନା ବରପାଲି ପଡ଼ାରେ ବାସ କରନ୍ତି ପ୍ରଶାନ୍ତ ଜେନା। ସେ ସେହି ପଡ଼ାରେ ଗୋଟିଏ ଘର ଭଡ଼ା ନେଇ କରୁଥିଲେ […]

Continue Reading

ରାଜଧାନୀ ଉପକଣ୍ଠରେ କୃଷକ ମେଳି

ଭୁବନେଶ୍ୱର: ପୁଣି ମେଳି ବାନ୍ଧିଲେ ଚାଷୀ । ଦାନା ବାନ୍ଧିଲା ଆନ୍ଦୋଳନ । ଆଜି ହଜାର ହଜାର କୃଷକ ରାଜଧାନୀ ଆଡ଼କୁ ଆନ୍ଦୋଳନ ପାଇଁ ଅଗ୍ରସର ହେଉଥିବା ବେଳେ ରାଜଧାନୀ ଉପକଣ୍ଠରେ ଅଟକାଇଛି ପୋଲିସ । ବାଲିଅନ୍ତା ସାପ୍ତାହିକ ହାଟରେ ନବନିର୍ମାଣ କୃଷକ ସଂଗଠନର ରାଲିକୁ ପୋଲିସ ଅଟକାଇଥିଲା । ଫାଉଡ଼ା, ଗଇଁତି ହାତରେ ଧରି ହକ୍ ମାଗି ପ୍ରତିବାଦ କରିଥିଲେ ଚାଷୀ । ଚାଷୀଙ୍କୁ ପ୍ରାଇସ୍, ପ୍ରେଷ୍ଟିଜ୍ ଓ ପେନସନ୍ ଦାବି କରି ନବନିର୍ମାଣ କୃଷକ […]

Continue Reading

ପ୍ରତିଦିନ ବିଳମ୍ୱରେ ଆସୁଛନ୍ତି ସାର୍‌ ଓ ଦିଦି! ତାଲା ପକାଇଦେଲେ ଗାଁ ଲୋକେ

ବଣାଇ: ଦିନେ କି ଦୁଇଦିନ ନୁହେଁ, ପ୍ରତିଦିନ ବିଳମ୍ୱରେ ସ୍କୁଲ ଆସୁଛନ୍ତି ସାର୍‌ ଓ ଦିଦି! ସକାଳ ସାଢ଼େ ୧୦ଟା ପରେ ଖୋଲୁଛି ସ୍କୁଲ୍‌ ଗେଟ୍‌। ଯେଉଁଥିପାଇଁ ଆଜି ତାତିଲେ ଅଭିଭାବକ। ସ୍କୁଲ ଗେଟ୍‌ରେ ତାଲା ପକାଇ ବିକ୍ଷୋଭ କଲେ। ଏପରି ଅଭିଯୋଗ ଆସିଛି ସୁନ୍ଦରଗଡ଼ ଜିଲ୍ଲାରୁ। କେନାଭେଟା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପଢ଼ୁଛନ୍ତି ୧୬୮ ଛାତ୍ରଛାତ୍ରୀ। ଏଠାରେ ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି। ୬ ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀ ଆବଶ୍ୟକ ଥିବା ବେଳେ […]

Continue Reading

ଅମାବାସ୍ୟାରେ ହେବ ସୂର୍ଯ୍ୟପରାଗ, ଶ୍ରୀମନ୍ଦିରରେ କିଭଳି ହେବ ଦେବନୀତି

ପୁରୀ : କାର୍ତ୍ତିକ ମାସରେ ପଡ଼ୁଛି ଉଭୟ ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣ । ଅମାବାସ୍ୟା ତିଥିରେ ସୂର୍ଯ୍ୟ ପରାଗ ହେବା ସହ ପୂର୍ଣ୍ଣିମା ତିଥିରେ ଚନ୍ଦ୍ରଗ୍ରହଣ ପଡ଼ୁଛି। ତେବେ ଶ୍ରୀମନ୍ଦିରରେ କିଭଳି ଦେବନୀତି ସମ୍ପନ୍ନ ହେବ ସେନେଇ ସବୁଠି ଚର୍ଚ୍ଚା ଚାଲିଛି। ଶ୍ରୀମନ୍ଦିର ପରିଚାଳନା କମିଟି ନିଷ୍ପତ୍ତି ଅନୁଯାୟୀ ଆସନ୍ତା ଅକ୍ଟୋବର ୨୫ରେ ଦୀପାବଳୀ ଅମାବାସ୍ୟାରେ ପଡ଼ୁଛି ସୂର୍ଯ୍ୟପରାଗ।‌ ଦିନ ଅପରାହ୍ନ ୪ଟା ୫୬ ମିନିଟ୍ ୫୨ ସେକେଣ୍ଡରେ ଗ୍ରହଣ ସ୍ପର୍ଶ କରିବ। ତେଣୁ ଏହି ଦିନ […]

Continue Reading

ନବମ ଏବଂ ଦଶମ ଶ୍ରେଣୀ ପିଲା ପଢ଼ିବେ ନୂଆ ବିଷୟ

କଟକ: ନବମ ଏବଂ ଦଶମ ଶ୍ରେଣୀ ପିଲାଙ୍କ ପାଇଁ ପାଠ୍ୟକ୍ରମରେ ଯୋଡ଼ି ହେବ ନୂଆ ବିଷୟ । ଆସ୍ପିରେସନାଲ୍ କମ୍ପୋନେଣ୍ଟ ନାମରେ ନୂଆ ବିଷୟ ପାଠ୍ୟକ୍ରମ ଯୋଡ଼ାଯିବ । ଏନେଇ ପ୍ରେସମିଟରେ ବୋର୍ଡ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଚଳିତ ବର୍ଷ ନବମ ଶ୍ରେଣୀରୁ ଆରମ୍ଭ ହେବ ନୂଆ ପାଠ୍ୟକ୍ରମ । ଆସନ୍ତା ବର୍ଷଠାରୁ ଉଭୟ ନବମ ଏବଂ ଦଶମରେ ଲାଗୁ ହେବ । ଆସ୍ପିରେସନାଲ୍ କମ୍ପୋନେଣ୍ଟରେ ୪ଟି ବିଭାଗ ବୁକ୍ ରିଭ୍ୟୁ, ପ୍ରୋଜେକ୍ଟ ୱାର୍କ, କୋ-କରିକୁଲମ […]

Continue Reading

କ୍ରିକେଟର ନୂଆ ଟ୍ରେଣ୍ଡ, ଛାତ ଉପରେ ରଙ୍ଗୀନ ଆଲୋକ ସହ ଖେଳା ଯାଉଛି ମ୍ୟାଚ୍

କଟକ: ରଙ୍ଗୀନ ଆଲୋକ ସାଙ୍ଗକୁ ଶୀତୁଆ ସନ୍ଧ୍ୟା ଆଉ ଛାତ ଉପର । ଆପଣ ଭାବୁଥିବେ କୌଣସି ପାର୍ଟି ବୋଧେ । ନା ଆଜ୍ଞା… କ୍ରିକେଟକୁ ନେଇ ୟେ ହେଉଛି କଟକିଆଙ୍କ ନୂଆ ଅନ୍ଦାଜ । ଗଲି କ୍ରିକେଟ୍ ପରେ ଏବେ ଦେଖିବାକୁ ମିଳିଛି ଟେରିସ୍ କ୍ରିକେଟ୍ । ସନ୍ଧ୍ୟାବେଳେ ଛାତ ଉପରେ ଚାଲିଛି କ୍ରିକେଟ୍ ଟୁର୍ଣ୍ଣମେଣ୍ଟ । ମନୋରଞ୍ଜନ ସହିତ ଶାରୀରିକ ବ୍ୟାୟମକୁ ପ୍ରୋତ୍ସାହିତ କରିବା ପାଇଁ ଏଭଳି ଏକ ଅଭିନବ ପଦକ୍ଷେପ ନେଇଛି ମୋମେଣ୍ଟମ ଜିମ୍ […]

Continue Reading