ଆଠଗଡ଼ ଧବଳେଶ୍ୱର ପୀଠରେ ଜାରି ହେଲା ୧୪୪ ଧାରା

ଆଠଗଡ଼ : ଆଠଗଡ଼ ଧବଳେଶ୍ୱର ପୀଠରେ ଜାରି ହେଲା ୧୪୪ ଧାରା। ଝୁଲାପୋଲର ମରାମତି ପାଇଁ ଜାରି ହେଲା ୧୪୪ ଧାରା। ଏନେଇ ସୂଚନା ଦେଲେ ଆଠଗଡ଼ ଉପଜିଲ୍ଲାପାଳ। ଡଙ୍ଗାରେ ଶ୍ରଦ୍ଧାଳୁଙ୍କୁ ପାରି କରାଇବା ସମ୍ଭବ ନଥିବାରୁ ଏପରି ନିଷ୍ପତ୍ତି ନେଇଛି ପ୍ରଶାସନ। ଏହି ନିର୍ଦ୍ଦେଶ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଜାରି ରହିବ। ଗୁଜରାଟ ଝୁଲା ପୋଲ ଟ୍ରାଜେଡି ପରେ ଚେତିଲା ଜିଲ୍ଲା ପ୍ରଶାସନ। ସକାଳେ ଝୁଲାପୋଲରେ ଫାଟ ଯୋଗୁ ରାଜ୍ୟ ସରକାର ଯାତ୍ରୀ କଟକଣା ଜାରି […]

Continue Reading

ଅନାମକୁ ଆଜୀବନ କାରାଦଣ୍ଡ ଶୁଣାଇଲେ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ

ଅନୁଗୁଳ : ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ହୋଇଥିବା ହତ୍ୟାକାଣ୍ଡର ଆଜି ରାୟ ପ୍ରକାଶ ପାଇଛି । ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ ଦେଲେ ରାୟ । ୨୦୧୬ ମସିହାରେ ଅନୁଗୁଳ ପିଟିସି ଛକ ସନ୍ତୋଷୀ ମା ମନ୍ଦିର ନିକଟରେ ଛବି ନାଏକ ନାମକ ଜଣେ ବ୍ୟକ୍ତିକୁ ତାଙ୍କ ପଡୋଶୀ ଅନାମ ନାଏକ ହତ୍ୟା କରିଥିଲା । ଏହି ଘଟଣାରେ ଅଭିଯୁକ୍ତ ପାଲଲହଡାର ଅନାମ ନାଏକକୁ ଆଜୀବନ କାରାଦଣ୍ଡାଦେଶ ସହ ୪୦ ହଜାର ଟଙ୍କା ଜୋରିମନାରେ ଦଣ୍ଡିତ […]

Continue Reading

୪ରେ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା

ଭୁବନେଶ୍ବର : ଆସନ୍ତା ୪ ତାରିଖରେ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ପ୍ରଭାବରେ ଏକ ଲଘୁଚାପ ସୃଷ୍ଟି ହେବାକୁ ଥିବା ବେଳେ ଏହାର ପ୍ରଭାବ କଣ ରହିବ ତାହା ସ୍ପଷ୍ଟ ହୋଇ ନାହିଁ। ମାତ୍ର ଲଘୁଚାପର ପ୍ରଭାବ ପୂର୍ବ ଭାରତରେ ପଡ଼ିବା ନେଇ ବିଭିନ୍ନ ମଡେଲ୍‌‌ ଆକଳନ କରୁଛନ୍ତି। ନଭେମ୍ବର ୪ରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରର ଉତ୍ତର ସୁମାତ୍ରା ନିକଟରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ପ୍ରାୟ ସେହି […]

Continue Reading

ଋଷି ସୁନାକ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ହେବା ପରେ ପୁଣି ତେଜିଲା କୋହିନୂର ଫେରାଇ ଆଣିବା ଦାବି

ପୁରୀ: ଭାରତୀୟ ବଂଶୋଦ୍ଭବ ଋଷି ସୁନକ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ହେବା ପରେ ପୁଣି କୋହିନୂର ହୀରାକୁ ନେଇ ଚର୍ଚ୍ଚା ହେଉଛି । ଜଣେ ହିନ୍ଦୁ ହିସାବରେ ଜଗନ୍ନାଥ ପ୍ରେମୀଙ୍କ ବିଶ୍ୱାସକୁ ବିଚାରକୁ ନେଇ ଋଷି ସୁନାକ କୋହିନୂର ହୀରା ଫେରାଇବା ଦେବେ ବୋଲି ନୂଆ ଆଶା ସଞ୍ଚାର ହୋଇଛି । କୋହିନୂର ହୀରା ଫେରାଇ ଆଣିବା ଲାଗି ସେବାୟତ ଓ ଗବେଷକ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିବା ସହ ସର୍ବୋଚ୍ଚ ନ୍ୟାୟାଳୟର ଆଶ୍ରୟ ନେଇଛନ୍ତି । କୋହିନୂର ହୀରା ଫେରାଇ […]

Continue Reading

ସ୍କୁଲ୍‌ରେ ପଡ଼ିଲା ତାଲା, ଗେଟ୍‌ ଆଗରେ ବସିଲେ ଅଭିଭାବକ ଓ ପିଲା

କେନ୍ଦୁଝର: ସ୍କୁଲ୍‌ରେ ପଡ଼ିଛି ତାଲା। ଖରାରେ ଗେଟ୍‌ ଆଗରେ ବସିଛନ୍ତି ପିଲା। ସ୍ମାର୍ଟ ଯୁଗରେ ଶିକ୍ଷାର ଏପରି ବିକଳ ଚିତ୍ର ଆସିଛି କେନ୍ଦୁଝର ଜିଲ୍ଲାରୁ। ତାଲା କଥା ବୁଝିବାକୁ ଆସି ଏବିଓ ହେଲେ ଝାଳନାଳ। ଆଉ କହିଲେ, ମୁଁ ନୂଆକରି ଆସିଛି। ସମସ୍ୟା ସମାଧାନ କରିବା ପାଇଁ ମୋତେ ପଠାଯାଇଛି। କିନ୍ତୁ କିଏ ପଠାଇଲେ ବୋଲି ଗଣମାଧ୍ୟମ ପ୍ରତିନିଧିମାନେ ପଚାରିବାରୁ ଏବିଓ ସିଧାସିଧା କିଛି ନକହି କଥା ଗୋଳାଇଥିଲେ ଏବିଓ। ହରିଚନ୍ଦନପୁର ବ୍ଲକ୍‌ ଜଙ୍ଘିରା ସରକାରୀ ଉଚ୍ଚ […]

Continue Reading

ଏଥର ଘାଣ୍ଟିବ ଇଡି, ଅର୍ଚ୍ଚନା ନାଗ ବିରୋଧରେ ହୋଇଥିବା ୨ଟି FIR କପି ହସ୍ତାନ୍ତର କଲା ପୋଲିସ୍

ଭୁବନେଶ୍ୱର: ଚର୍ଚ୍ଚିତ ବ୍ଲାକମେଲର ଅର୍ଚ୍ଚନା ନାଗ ହନିଟ୍ରାପ୍ ମାମଲାରେ ଆର୍ଥିକ ଦେଣନେଣର ତଦନ୍ତ କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି । ସ୍ୱାମୀ ଜଗବନ୍ଧୁ ଚାନ୍ଦ ଓ ହନିଟ୍ରାପ୍ ରାଣୀ ଅର୍ଚ୍ଚନା ନାଗ ବ୍ଲାକମେଲିଂ କରି କାହାଠପ କେତେ ଟଙ୍କା ଆଣିଛନ୍ତି, କେଉଁଠି ଖର୍ଚ୍ଚ କରିଛନ୍ତି । ଏବେ ଇଡି ଏସବୁର ଛାନଭିନ୍ ଆରମ୍ଭ କରିବ । ଅର୍ଚ୍ଚନା ନାଗ ବିରୋଧରେ ନୟାପଲ୍ଲୀ ଓ ଖଣ୍ଡଗିରି ଥାନାରେ ହୋଇଥିବା ମାମଲାର FIR କପିକୁ କମିଶନରେଟ୍ ପୋଲିସ ଇଡିକୁ […]

Continue Reading

ବାତ୍ୟା ସିତ୍ରଙ୍ଗ ପ୍ରଭାବରେ ୨୩ରୁ ବର୍ଷା, ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ଆଣ୍ଡାମାନ ସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହୋଇଛି । ଏହା କ୍ରମଶଃ ପୂର୍ବକେନ୍ଦ୍ରୀୟ ଓ ସଂଲଗ୍ନ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଘନୀଭୂତ ହୋଇ ୨୨ ତାରିଖ ବେଳକୁ ଅବପାତ ଓ ୨୩ ତାରିଖରେ ଗଭୀର ଅବପାତରେ ପରିଣତ ହେବ । ଏହାପରେ ଗଭୀର ଅବପାତ ଉତ୍ତର ଦିଗକୁ ରିକର୍ଭ କରି ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର ଓ ସଂଲଗ୍ନ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ୨୪ ତାରିଖରେ ବାତ୍ୟାରେ ପରିଣତ ହେବ । ଏହାପରେ ବାତ୍ୟା ସିତ୍ରଙ୍ଗ ଉତ୍ତର-ଉତ୍ତରପୂର୍ବ ଦିଗକୁ ଗତି […]

Continue Reading

ଧନୁଯାତ୍ରା ପାଇଁ ହେବ କଳାକାର ଚୟନ, ପ୍ରକାଶ ପାଇଲା ବିଜ୍ଞପ୍ତି

ବରଗଡ଼: ବିଶ୍ଵ ପ୍ରସିଦ୍ଧ ବରଗଡ଼ର ଧନୁଯାତ୍ରା ପାଇଁ କଳାକାର ଚୟନ କରାଯିବ। ଏ ନେଇ ବିଧି ବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ଧନୁଯାତ୍ରା ମହା ନାଟକର ବିଭିନ୍ନ ଚରିତ୍ରରେ ଅଭିନୟ କରିବାକୁ କଳାକାର ଚୟନ ପାଇଁ ଧନୁଯାତ୍ରା ମହୋତ୍ସବ ସମିତି ପକ୍ଷରୁ ବିଜ୍ଞାପ୍ତି ପ୍ରକାଶ କରାଯାଇଛି। ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ପାଇଁ କଂସ, ମହାମନ୍ତ୍ରୀ, ସେନାପତି, ଚାଣ୍ଡୁର, ମୁଷ୍ଟିକ, ସାତ୍ତିକୀ, ଅକ୍ରୁର, ଭଗ୍ରସେନ, ବସୁଦେବ, ଦେବକୀ, ନାରଦ ଆଦି ଭୂମିକାରେ ଅଭିନୟ ପାଇଁ କଳାକାର ଚୟନ […]

Continue Reading

କେନ୍ଦ୍ରାପଡାର ନୂଆ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କେନ୍ଦ୍ରାପଡା ଜିଲ୍ଲାର ନୂଆ ମୁଖ୍ୟ ଚିକିତ୍ସାଳୟ କମ୍ପ୍ଲେକ୍‌ସର ଉଦ୍‌ଘାଟନ କରିଛନ୍ତି। ଏହି ନୂତନ ଚିକିତ୍ସାଳୟ କମ୍ପ୍ଲେକ୍‌ସରେ ୨୦୦ଟି ଶଯ୍ୟା ଥିବାବେଳେ ଅତ୍ୟାଧୁନିକ ଓପିଡି, ଜରୁରୀକାଳୀନ ଓ ୫ ଶଯ୍ୟା ଟ୍ରମା କେୟାର, ଏମାରଆଇ, ସିଟି ସ୍କାନସୁବିଧା, ଉନ୍ନତ ଧରଣର OT Complex, ୧୫ ଶଯ୍ୟା ବିଶିଷ୍ଟ SNCU ସହିତ କଙ୍ଗାରୁ ମାତୃସେବା ସୁବିଧା, ୩୪ ଶଯ୍ୟା ବିଶିଷ୍ଟ ଆଇସିୟୁ ବ୍ୟବସ୍ଥା କରାଯାଇଛି। ଭର୍ଚୁଆଲ ଜରିଆରେ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ […]

Continue Reading

ଇଏ ଆମ ସ୍କୁଲ୍‌, ରାଜ୍ୟ ସରକାରଙ୍କ 5-Tକୁ କରୁଛି ପରିହାସ

ନବରଙ୍ଗପୁର:  ସ୍ମାର୍ଟ ସ୍କୁଲର ପରିକଳ୍ପନା ଭିତରେ ଇଏ ଏକ ସ୍କୁଲ୍‌। ଯାହା ରାଜ୍ୟ ସରକାରଙ୍କ 5-Tକୁ ପରିହାସ କରୁଛି। ଆଉ ନିଜେକୁ ନିଜେ ପଚାରୁଛି ସତରେ ମୁଁ କ’ଣ ସ୍କୁଲ୍‌? ଯଦି ମୁଁ ସ୍କୁଲ, ତାହାହେଲେ ମୋର ରୂପ କାହିଁକି ଏମିତି? ମୁଁ କାହିଁକି କଳା ପଲିଥିନ୍‌ ଚଦରରେ ଘୋଡେଇ ହୋଇଛି। ଛୋଟ ଛୋଟ ପିଲାମାନେ କାହିଁକି ବର୍ଷା ଦିନରେ ପାଠ ପଢ଼ିବା ପାଇଁ ସନ୍ତସନ୍ତିଆ ମାଟି ଉପରେ ବସି ଘାଣ୍ଟି ହେଉଛନ୍ତି? ଦିନେ କି ଦୁଇ […]

Continue Reading