ସରକାରୀ ଚାକିରି ଆଶାୟୀଙ୍କ ପାଇଁ ଖୁସିଖବର, ପ୍ରଥମ ଶ୍ରେଣୀ ପାହ୍ୟାର ୧୨୦ଟି ପଦବୀ ସୃଷ୍ଟି କଲେ ରାଜ୍ୟ ସରକାର

ଭୁବନେଶ୍ୱର: ଓଡ଼ିଶାରେ ସରକାରୀ ଚାକିରୀ ଆଶାୟୀଙ୍କ ପାଇଁ ଖୁସିଖବର। ଶୁକ୍ରବାର ସନ୍ଧ୍ୟାରେ ବସିଥିବା ରାଜ୍ୟ କ୍ୟାବିନେଟ ବୈଠକରେ ରାଜ୍ୟ ସରକାର ୧୨୦ଟି ପ୍ରଥମ ଶ୍ରେଣୀ ପାହ୍ୟାର ପଦବୀ ସୃଷ୍ଟିକୁ ଅନୁମୋଦନ କରିଛନ୍ତି। ଓଡିଶା ସଚିବାଳୟ ସେବା ବର୍ଗର ପୁନର୍ଗଠନ ସରକାରଙ୍କ ବିଭିନ୍ନ ବିଭାଗର ଯୋଜନା ଓ ପରିଯୋଜନାଗୁଡିକର ସଫଳ କାର୍ଯ୍ୟକାରିତା ଓ ତଦାରଖ ତଥା “ ମୋ ସରକାର ” ଓ ୫ଟି ର ଆଦେଶନାମା ଅନୁସାରେ ସାର୍ବଜନୀନ ସେବାଗୁଡିକୁ ଉପଯୁକ୍ତ ସମୟରେ ପ୍ରଦାନ କରିବା ପାଇଁ […]

Continue Reading

ଟ୍ରାଫିକ୍ ଜାମ୍‌ରେ ଘାଣ୍ଟି ହେଉଛନ୍ତି ସମ୍ବଲପୁରବାସୀ

ସମ୍ବଲପୁର: ବିଗିଡ଼ିବାରେ ଲାଗିଛି ସମ୍ବଲପୁର ସହରର ଟ୍ରାଫିକ୍ ବ୍ୟବସ୍ଥା। ଖାଲଖମା ସାଙ୍ଗକୁ ସଂକୀର୍ଣ୍ଣ ରାସ୍ତା ଏବଂ ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡ଼ିକରେ ଟ୍ରାଫିକ କର୍ମଚାରୀଙ୍କ ଅନୁପସ୍ଥିତି ହେଉଛି ଏହାର ପ୍ରମୁଖ କାରଣ। ପୁଣି ପାର୍ବଣର ମାହୋଲ ଏହି ସମସ୍ୟାକୁ ଆହୁରି ଜଟିଳ କରି ଦେଇଛି। ଆଗକୁ ଦଶହରା ଥିବା ବେଳେ ବିଭିନ୍ନ ପୂଜା ମଣ୍ଡପ ଓ ଅନୁଷ୍ଠାନ ମୁଖ୍ୟ ରାସ୍ତାଗୁଡ଼ିକୁ ଅବରୋଧ କରି ଲାଇଟ୍ ଗେଟ୍ ତିଆରି କରିଛନ୍ତି। ଏହା ଟ୍ରାଫିକ୍ ସମସ୍ୟାକୁ ବଢ଼ାଇ ଦେଇଛି। ଏହାର ଏକ ଉହାରଣ […]

Continue Reading

ନେତପିଲା ପରମ୍ପରା, ମହାଦେବଙ୍କୁ ସ୍ୱାମୀ ଭାବେ ପାଇବାକୁ ବ୍ରତ ରଖନ୍ତି ସେବାୟତ ପରିବାରର କୁନି କୁନି ଝିଅ

ପୁରୀ: ବହୁ ପୁରାତନ କାଳରୁ ପ୍ରଚଳିତ ନେତ ପିଲା । ମାତା ପାର୍ବତୀ ମହାଦେବଙ୍କୁ ସ୍ୱାମୀ ଭାବେ ପାଇବାକୁ କଠୋର ତପସ୍ୟା କରିଥିଲେ । ସେହିଭଳି ଶ୍ରୀକ୍ଷେତ୍ରର ସେବାୟତ ପରିବାରର କୁନି କୁନି କୁଆଁରୀ କନ୍ୟାମାନେ ସଦାଶିବଙ୍କ ପରି ଭଲ ବର ପାଇବାକୁ ପ୍ରଭୁ ମାର୍କଣ୍ଡେୟକୁ ପୂଜାର୍ଚ୍ଚନା ସହ କଠୋର ବ୍ରତ ପାଳନ କରିଥାନ୍ତି । ଦେବୀଙ୍କ ଭଳି ସଜ୍ଜିତ ହୋଇଥାନ୍ତି । ପାଟ ସହ ନାନା ପ୍ରକାରରେ ଆଭୂଷଣ ଓ ବେଶରେ ସଜ୍ଜିତ ହୋଇ ଗୁରୁଜନଙ୍କ […]

Continue Reading

ବିଜେଡିର ପଦଯାତ୍ରା ପ୍ରସ୍ତୁତି ବୈଠକ, ସରକାରଙ୍କ ଜନକଲ୍ୟାଣ ବାର୍ତ୍ତା ଲୋକଙ୍କ ପାଖରେ ପହଞ୍ଚାଅ: ନବୀନ

ଭୁବନେଶ୍ୱର: ବିଜେଡି ଲୋକଙ୍କ ସାଥୀରେ ଅଛି, ଲୋକଙ୍କ ପାଇଁ କାମ କରୁଛି । ତେଣୁ ସରକାରଙ୍କ ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମର ବାର୍ତ୍ତା କିପରି ଲୋକଙ୍କ ପାଖରେ ପହଞ୍ଚିପାରିବ, ତାହା ଉପରେ ଧ୍ୟାନ ଦିଅ । ବେଙ୍ଗଳୁରୁରୁ ଏମିତି ବାର୍ତ୍ତା ଦେଇ ବିଜୁ ଜନତା ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି ବାର୍ତ୍ତା ଦେଇଛନ୍ତି । ଗାନ୍ଧୀ ଜୟନ୍ତୀଠାରୁ ସାରା ରାଜ୍ୟରେ ଆରମ୍ଭ ହେଉଥିବା ବିଜୁ ଜନତା ଦଳର ଏକ ମାସ ବ୍ୟାପି ଜନସମ୍ପର୍କ ପଦଯାତ୍ରାକୁ ସଫଳ […]

Continue Reading

ଆଜି ‘ବିଶ୍ୱ ହୃଦୟ ଦିବସ’ : ଚଳିତ ବର୍ଷର ଥିମ୍ ରହିଛି ‘ୟୁଜ ହାର୍ଟ ଫର ଏଭ୍ରି ହାର୍ଟ’

ଭୁବନେଶ୍ୱର: ଆଜି ବିଶ୍ୱ ହୃଦରୋଗ ଦିବସ । ହୃଦରୋଗର ପ୍ରତିଷେଧ ଓ ନିରାକରଣ ସଂପର୍କରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ପ୍ରତିବର୍ଷ ଆଜିର ଦିନକୁ ବିଶ୍ୱ ହୃଦୟ ଦିବସ ଭାବେ ପାଳନ କରାଯାଉଛି । ଚଳିତ ବର୍ଷର ଥିମ୍ ରହିଛି ‘ୟୁଜ୍ ହାର୍ଟ ଫର ଏଭ୍ରି ହାର୍ଟ’ । ଏବେ ହୃଦଘାତ ଯୋଗୁ ଯୁବପିଢିଙ୍କ ମୃତ୍ୟୁ ଏବେ ଚିନ୍ତାର କାରଣ ହୋଇଛି । ଯୁବକମାନେ ମାତ୍ରାଧିକ ଶାରିରୀକ ବ୍ୟାୟାମ କରିବା ପୂର୍ବରୁ ହୃତ୍ପିଣ୍ଡ ସହ ସନ୍ତୁଳନ ରକ୍ଷା […]

Continue Reading

ନିଲମ୍ୱିତ ହେଲେ କୋଷାଗୁମୁଡାର ପୂର୍ବତନ ବିଡିଓ

ନବରଙ୍ଗପୁର: ଦୁର୍ନୀତି ମାମଲାରେ ଛନ୍ଦି ହୋଇଛନ୍ତି ବିଡିଓ ଅକ୍ଷୟ ମିତା କାର୍ତ୍ତିକ। ସେଥିପାଇଁ ତାଙ୍କୁ ନିଲମ୍ୱନ କରିଛନ୍ତି ରାଜ୍ୟ ସରକାର। ନିଲମ୍ୱନ ସମୟରେ ସେ କୋରାପୁଟ PD-DRDAଙ୍କ ନିକଟରେ ଉପସ୍ଥିତ ରହିବାକୁ କୁହାଯାଇଛି। କରୋନା ବେଳେ ଅକ୍ଷୟ ମିତା କାର୍ତ୍ତିକ ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକରେ ବିଡିଓ ଭାବେ କାର୍ଯ୍ୟରତ ଥିଲେ। ସେହି ସମୟରେ ୪୨ ଲକ୍ଷ ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଥିଲା। ଏବେ ସେ କୋରାପୁଟ ଜିଲ୍ଲା ନାରାୟପାଟଣାରେ ବିଡିଓ ଭାବେ କାର୍ଯ୍ୟରତ ଥିଲେ। […]

Continue Reading

ଏଣିକି ଓଡିଶାରେ କାର ପଛରେ ବସୁଥିବା ଯାତ୍ରୀଙ୍କ ପାଇଁ ସିଟ୍ ବେଲ୍ଟ ବାଧ୍ୟତାମୂଳକ ହେବ

ଭୁବନେଶ୍ୱର: ପୂର୍ବରୁ କାରରେ ଡ୍ରାଇଭର ସିଟ୍ ଏବଂ ପାଖରେ ବସୁଥିବା ବ୍ୟକ୍ତିଙ୍କ ପାଇଁ ସିଟ୍ ବେଲ୍ଟ ବାଧ୍ୟତାମୂଳକ ଥିଲା । ଏବେ କିନ୍ତୁ କାର ପଛରେ ବସୁଥିବା ଯାତ୍ରୀ ସିଟ୍ ବେଲ୍ଟ ପିନ୍ଧିବା ବାଧ୍ୟତାମୂଳକ ହେବ। ଓଡିଶା ସରକାରଙ୍କ ପରିବହନ ବିଭାଗ ଏ ନେଇ ଏକ ଚିଠି ଲେଖିଛନ୍ତି ପରିବହନ କମିସନରଙ୍କୁ । ଆବଶ୍ୟକ ନିର୍ଦ୍ଦେଶନାମା ଜାରି କରିବା ସହ ନିୟମ କଡ଼ାକଡ଼ି ଲାଗୁ କରିବାକୁ ପରିବହନ ବିଭାଗ ପକ୍ଷରୁ ପରିବହନ କମିସନରଙ୍କୁ ଚିଠି କରାଯାଇଛି। ଟାଟା […]

Continue Reading

ସାବଧାନ୍ ! ୨୪ ଘଣ୍ଟା ମଧ୍ୟରେ ହେବ ପ୍ରବଳ ବର୍ଷା, ୨୦ ଜିଲ୍ଲାକୁ ୟେଲୋଓ୍ଵାର୍ଣ୍ଣିଂ ଜାରି

ଭୁବନେଶ୍ୱର: ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସହ ବର୍ତ୍ତମାନ ଏହା ଆନ୍ଧ୍ରପ୍ରଦେଶ ଉପକୂଳରେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଅବସ୍ଥିତ ରହିବା ସହ ସମୁଦ୍ର ପତନଠାରୁ ୧.୫ କିଲୋମିଟର ପର୍ଯ୍ୟନ୍ତ ବିସ୍ତାରିତ ହୋଇ ସକ୍ରିୟ ରହିଛି। ଏହାର ପ୍ରଭାବରେ ଅକ୍ଟୋବର ୧ରେ ଉତ୍ତର-ପୂର୍ବ ଏବଂ ଏହାର ଆଖପାଖ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହି ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ଆଜି ଠାରୁ ୪ ଅକ୍ଟୋବର ପର୍ଯ୍ୟନ୍ତ ପ୍ରବଳ ବର୍ଷା ଲାଗି […]

Continue Reading

ଶହୀଦ ଭଗତ ସିଂଙ୍କ ଜୟନ୍ତୀରେ ଆପର ରକ୍ତଦାନ ଶିବିର

ଭୁବନେଶ୍ୱର : ଶହୀଦ ଭଗତ ସିଂଙ୍କ ଜୟନ୍ତୀ ପାଳନ କରିବା ଅବସରରେ ଆମ୍ ଆଦମୀ ପାର୍ଟି ଓଡିଶା ତରଫରୁ ରାଜଧାନୀ ସ୍ଥିତ କ୍ୟାପିଟାଲ ହସ୍ପିଟାଲରେ ଏକ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆପ୍ ରାଜ୍ୟ ଆବାହକ ନିଶିକାନ୍ତ ମହାପାତ୍ର ରକ୍ତଦାନ ଶିବିରର ଉଦଘାଟନ କରି ରକ୍ତଦାନ କରିଥିଲେ ।  ଡେଙ୍ଗୁ ପାଇଁ ରାଜଧାନୀରେ ପ୍ଲାଟଲେଟର ଅଭାବ ଥିଲାବେଳେ, ଆଜିର ଏହି ରକ୍ତଦାନ ଶିବିର ଜନ ସାଧାରଣଙ୍କୁ ସାହାଯ୍ୟ କରିବ […]

Continue Reading

୧ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ମୂଲ୍ୟର ବ୍ରାଉନସୁଗର ଜବତ

ଭୁବନେଶ୍ୱର: ୧ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ମୂଲ୍ୟର ବ୍ରାଉନସୁଗର ଜବତ, ଜଣେ ଗିରଫ। ଗିରଫ ବ୍ୟକ୍ତି ଜଣକ ଭୁବନେଶ୍ୱର କ୍ୟାପିଟାଲ ଥାନା ଅନ୍ତର୍ଗତ ଫରେଷ୍ଟ ପାର୍କ ଅଞ୍ଚଳର ଉମେଶ ବେହେରା(୨୪)। ସେ କାର୍‌ରେ ବ୍ରାଉନସୁଗାର ବିକ୍ରି କରିବା ଉଦ୍ଦେଶ୍ୟରେ ଆଣି ଆସୁଥିଲେ। ଭୁବନେଶ୍ୱର ଏୟାରଫିଲ୍ଡ ଥାନା ଅନ୍ତର୍ଗତ ସୁନ୍ଦରପଦା ଓ ଜଟଣୀ ରୋଡ୍‌ରେ ଚଢ଼ାଉ କରି ଏସ୍‌ଟିଏଫ୍ ଓ କମିଶନରେଟ୍‌ ପୁଲିସ ଏହି ବ୍ୟକ୍ତିକୁ ଗିରଫ କରିଛି। ଗତକାଲି ଏ ଚଢ଼ାଉ କରାଯାଇଥିବା ସମ୍ପର୍କରେ ଏସ୍‌ଟିଏଫ୍ ଆଜି […]

Continue Reading