ଲାଇନ୍ ଆସିଲା, ଜୀବନ ଚାଲିଗଲା

ଉଦଳା: ବିଦ୍ୟୁତ କାଟ ହୋଇଥିଲା। ଏହି ସମୟରେ ଜଣେ ଯୁବକ ବିଦ୍ୟୁତ ଖୁଣ୍ଟରେ ଚଢ଼ି ସେଠାରୁ ଘରକୁ ସଂଯୋଗ ହୋଇଥିବା ତାରରେ ମରାମତି କାମ କରୁଥିଲେ। କିନ୍ତୁ ହଠାତ୍ ବିଦ୍ୟୁତ୍ ଆସି ଯିବାରୁ ଯୁବକ ଜଣଙ୍କ ତା’ ସଂସ୍ପର୍ଶରେ ଆସିଯାଇଥିଲେ ଓ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଦୁଃଖଦ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଅନ୍ତର୍ଗତ ରାଇକାଳି ଗାଁରେ। ମୃତ ଯୁବକଙ୍କ ନାଁ ଆମାସ ଟୁଡୁ। ଆଜି ମଧ୍ୟାହ୍ଣରେ ତାଙ୍କ ଘରେ ବିଦ୍ୟୁତ୍ ସମସ୍ୟା […]

Continue Reading

ନିର୍ଦ୍ୱନ୍ଦ୍ୱରେ ହକି ଇଣ୍ଡିଆର ସଭାପତି ନିର୍ବାଚିତ ହେଲେ ଦିଲୀପ ତିର୍କୀ

ଭୁବନେଶ୍ୱର: ହକି ଇଣ୍ଡିଆର ସଭାପତି ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ଦିଲୀପ ତିର୍କୀ । ହକି ଇଣ୍ଡିଆର ସଭାପତି ପଦ ପାଇଁ ଦିଲୀପ ତିର୍କୀଙ୍କ ସହ ଉତ୍ତରପ୍ରଦେଶ ହକି ମୁଖ୍ୟ ରାକେଶ କଟ୍ୟାଲ ଓ ଝାଡ଼ଖଣ୍ଡର ଭୋଳା ନାଥ ସିଂହ ନାମାଙ୍କନ କରିଥିଲେ । ଆଜି ଥିଲା ନାମାଙ୍କନ ପ୍ରତ୍ୟାହାରର ଶେଷଦିନ । ରାକେଶ କଟ୍ୟାଲ ଓ ଭୋଳା ନାଥ ସିଂହ ଆଜି ନାମାଙ୍କନ ପ୍ରତ୍ୟାହାର କରି ନେଇଛନ୍ତି । ଫଳରେ ନିର୍ଦ୍ୱନ୍ଦ୍ୱରେ ଦିଲୀପ ତିର୍କୀ ହକି […]

Continue Reading

ମାଛ ମାରି ଫେରୁଥିବା ବେଳେ ସମୁଦ୍ରରେ ଓଲଟିଲା ଡଙ୍ଗା

ପାରାଦୀପ: ମହାନଦୀ ମୁହାଣରେ ଅଘଟଣ । ଅଶାନ୍ତ ମୁହାଣରେ ଢେଉ ମାଡ଼ରେ ଓଲଟିଲା ମାଛଧରା ଡଙ୍ଗା । ଅଳ୍ପକେ ବର୍ତ୍ତିଲେ ୫ ମତ୍ସ୍ୟଜୀବୀ । ଅନ୍ୟ ଡଙ୍ଗା ସାହାଯ୍ୟରେ ୫ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଡଙ୍ଗା ସହିତ ଲକ୍ଷାଧିକ ଟଙ୍କାର ଜାଲ ଓ ମାଛ ଭାସି ଯାଇଛି ସମୁଦ୍ରରେ । ଗତକାଲି ବାଲିପ୍ଲଟର ଏକ ଡଙ୍ଗାରେ ୫ ଜଣ ମତ୍ସ୍ୟଜୀବୀ ସମୁଦ୍ରକୁ ମାଛ ମାରିବାକୁ ଯାଇଥିଲେ । ମାଛ ମାରି କୂଳକୁ ଫେରୁଥିବା ବେଳେ ମୁହାଣ ନିକଟରେ […]

Continue Reading

ବାୟୁ ସେନା ମେଡାଲ ପାଇଲେ ଓଡ଼ିଆ ପୁଅ ୱିଙ୍ଗ୍‌ କମାଣ୍ଡର ଚିନ୍ମୟ ପାତ୍ର

ରାଉରକେଲା: ଓଡ଼ିଆ ପୁଅ ଚିନ୍ମୟ ପାତ୍ରଙ୍କୁ ବାୟୁସେନା ପଦକ । ‘ଅପରେସନ୍‌ ତ୍ରିବେଣୀ’ରେ ଅସାମାନ୍ୟ ସାହସ ପ୍ରଦର୍ଶନ କରିଥିବା ଓଡ଼ିଆ ପୁଅ ଭାରତୀୟ ବାୟୁସେନାର ୱିଙ୍ଗ୍‌ କମାଣ୍ଡର୍‌ ଚିନ୍ମୟ ପାତ୍ରଙ୍କୁ ମିଳିଛି ସମ୍ମାନ ଜନକ ‘ବାୟୁସେନା ପଦକ’ । ନୂଆଦିଲ୍ଲୀ ସ୍ଥିତ ଏୟାରଫୋର୍ସ ଅଡିଟୋରିୟମରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ଚିନ୍ମୟଙ୍କୁ ମେଡାଲ ପ୍ରଦାନ କରିଛନ୍ତି ବାୟୁସେନା ମୁଖ୍ୟ ବିବେକ ରାମ ଚୌଧୁରୀ ଏମ୍‌ଆଇ-୧୭-ଭି୫ ହେଲିକପ୍ଟର୍‌ ୟୁନିଟରେ ଅବସ୍ଥାପିତ ୱିଙ୍ଗ୍‌ କମାଣ୍ଡର୍‌ ଚିନ୍ମୟ ପାତ୍ର । ୨୦୨୧ ଏପ୍ରିଲ୍ […]

Continue Reading

ଝାରସୁଗୁଡା ବିମାନ ବନ୍ଦର ପ୍ରତି ଲୋକଙ୍କ ଆସ୍ଥା ତୁଟୁଛି

ଝାରସୁଗୁଡା : ଝାରସୁଗୁଡା ବିମାନ ବନ୍ଦର ପ୍ରତି ଲୋକଙ୍କ ଆସ୍ଥା ତୁଟିବାକୁ ଆରମ୍ଭ ହୋଇଗଲାଣି । ବିମାନ ବନ୍ଦର ର ଯାତ୍ରୀ ସଂଖ୍ୟା ଦିନକୁ ଦିନ ହ୍ରାସ ପାଉଛି । ଏହଳି ହେବାର ମୁଖ୍ୟତଃ ଦୁଇଟି କାରଣ ରହିଛି । ପ୍ରଥମ କାରଣଟି ହେଉଛି ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରର ବିମାନ ଗୁଡିକ ବାରମ୍ବାର ବାତିଲ ହେଉଛି। ବିମାନ ସେବା ସବୁବେଳେ ଉପଲବ୍ଧ ରହୁନି । ଶେଷ ସମୟରେ ବିମାନ କୁ ବାତିଲ କରିଦିଆଯାଇଛି। ଯାହା […]

Continue Reading

ମାର୍ଚ୍ଚ ସୁଦ୍ଧା ଗାଡ଼ିରେ ଲାଗିବ ପାନିକ୍ ବଟନ୍ ଓ ଟ୍ରାକିଂ ଡିଭାଇସ୍

ଭୁବନେଶ୍ୱର: ଏଣିକି ସବୁ ବଡ଼ ଗାଡ଼ିରେ ଲାଗିବ ପାନିକ୍ ବଟନ୍ ଓ ଟ୍ରାକିଂ ଡିଭାଇସ । ଗାଡ଼ିର ବେଗ ସହ ସବୁକିଛି ଜାଣିହେବ । ଭୁବନେଶ୍ୱରରେ ରହିବ କମାଣ୍ଡ କଣ୍ଟ୍ରୋଲ ରୁମ୍ । ୩ ଚକିଆ ଯାନକୁ ଛାଡ଼ି ଅନ୍ୟ ସବୁ ଗାଡ଼ିରେ ବ୍ୟବସ୍ଥା ରହିବ । ତେବେ ଗାଡ଼ିର ଅବସ୍ଥିତି ନେଇ ସୂଚନା ଦେବ ଲୋକେସନ୍ ଟ୍ରାକିଂ ଡିଭାଇସ୍ । ପାନିକ୍ ବଟନ୍ ମଧ୍ୟ ଚାଳକଙ୍କୁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ସୂଚାଇବ । ୩୧ ଡିସେମ୍ବର ୨୦୨୨ […]

Continue Reading

ମାତୃଭାଷା ଓଡ଼ିଆରେ ହେବ ଓଏଏସ ପରୀକ୍ଷା

ଭୁବନେଶ୍ୱର: ଏଣିକି ମାତୃଭାଷା ଓଡ଼ିଆରେ ଦେଇ ହେବ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା। ଓଡ଼ିଶା ପବ୍ଲିକ ସର୍ଭିସ କମିଶନ ବା ଓପିଏସସି ଏହି ପରୀକ୍ଷା କରାଇଥାଏ। ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଚିଠି ଲେଖି ଓପିଏସସିକୁ ଅବଗତ କରାଯାଇଛି। ୨୦୧୭ରୁ ଓପିଏସସି ପରୀକ୍ଷା ଓଡ଼ିଆରେ ଦେବାକୁ ନିୟମ ରହିଥିଲେ ବି ଅନେକ କ୍ଷେତ୍ରରେ ଇଂରାଜୀ ବ୍ୟବହାର ହେଉଥିଲା। ଏବେ କିନ୍ତୁ ଉଭୟ ପ୍ରିଲିମ୍, ମେନ୍ ଏବଂ ଇଣ୍ଟରଭ୍ୟୁ ଓଡ଼ିଆରେ ଦେଇପାରିବେ। ପରୀକ୍ଷାରେ ଜଣେ କେଉଁ […]

Continue Reading

ପୁରୀ ସହରରେ କେବେ ବିଛାଯିବ ଭୂତଳ ବିଦ୍ୟୁତ୍ ତାର ?

ପୁରୀ: ଅସରାଏ ବର୍ଷା, ଦୁଲୁକାଏ ପବନରେ କଟି ଯାଉଛି ବିଦ୍ୟୁତ୍ । ପୁରୀର ଇତିହାସ ସହ ଭୂଗୋଳ ବଦଳୁଛି । କିନ୍ତୁ ପୁରୀବାସୀ ଦୀର୍ଘଦିନରୁ ସାମ୍ନା କରୁଥିବା ବିଦ୍ୟୁତ୍ ସମସ୍ୟାର ଅନ୍ତ ହେଉନି । ଶ୍ରୀକ୍ଷେତ୍ରକୁ ବିଶ୍ୱ ଐତିହ୍ୟ ନଗରୀ କରିବାକୁ ଲକ୍ଷ୍ୟ ରଖି କାମ କରୁଛନ୍ତି ସରକାର । ସମୁଦ୍ର ଉପକୂଳରେ ଥିବା ପୁରୀରେ ବାରମ୍ବାର ବାତ୍ୟା ତାଣ୍ଡବ ରଚୁଥିବା ବେଳେ ସାମାନ୍ୟ ବର୍ଷା କିମ୍ବା ପବନ ହେଲେ ବିଦ୍ୟୁତ୍ କାଟ ହେଉଛି । ୨୦୧୯ରେ […]

Continue Reading

ବରଗଡ଼ରୁ ୨୯୭ ଗ୍ରାମ୍ ବ୍ରାଉନସୁଗାର ଜବତ, ଟାର୍ଗେଟରେ ଥିଲେ ସମ୍ଭ୍ରାନ୍ତ ପରିବାରର ଯୁବକ, ଯୁବତୀ

ବରଗଡ଼: ସହରରୁ ସହର… ଜିଲ୍ଲାରୁ ଜିଲ୍ଲା । ଧଳା ଜହର ପଛରେ ଓଡ଼ିଶା ! ଓଡ଼ିଶାର ଭାତହାଣ୍ଡି ବରଗଡ଼ ଏବେ ବ୍ରାଉନାସୁଗାର ବେପାରୀଙ୍କ କବଜାରେ । ସହରର ମହାନ୍ତି ପଡ଼ା ଅଞ୍ଚଳରୁ ଅବକାରୀ ବିଭାଗ ୩୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ କରିଛି । ମାମଲାରେ ଅବକାରୀ ବିଭାଗ ରାଜୁ ତାଣ୍ଡି ନାମକ ଯୁବକକୁ ଗିରଫ କରିଥିବା ବେଳେ ତା’ଠାରୁ ଜବତ ହୋଇଛି ୨୯୭ ଗ୍ରାମ୍ ବ୍ରାଉନସୁଗାର । ବ୍ରାଉନସୁଗାର ସହ ଅଭିଯୁକ୍ତ ଠାରୁ ୧ ଲକ୍ଷ […]

Continue Reading

ନକଲି ଔଷଧ ମାମଲା: ରାଜ୍ୟ ବାହାରକୁ ଗଲା ତଦନ୍ତକାରୀ ଟିମ୍, ହାଇକୋର୍ଟରେ ଜନସ୍ୱାର୍ଥ ମାମଲା

କଟକ: ନକଲି ଔଷଧ ମାମଲାର ତଦନ୍ତ ପାଇଁ ରାଜ୍ୟ ବାହାରକୁ ଗଲା ପୁଲିସ। ପୁରୀଘାଟ ଥାନା ପୁଲିସର ୪ ଜଣିଆ ଟିମ୍ ରାଜ୍ୟ ବାହାରକୁ ଯାଇଛି। ନକଲି ଔଷଧ ପ୍ରସ୍ତୁତ ଓ ଓଡ଼ିଶାକୁ ଚାଲାଣ କରୁଥିବା ଫାର୍ମ ବାବଦରେ ଏହି ଟିମ୍ ସୂଚନା ଏକାଠି କରିବ। ଏନେଇ ଆଜି କଟକ ଡିସିପି ପିନାକ ମିଶ୍ର ସୂଚନା ଦେଇଛନ୍ତି। ସୂଚନା ମୁତାବକ, ଏହି ଟିମ୍ ନକଲି ଔଷଧ ତିଆରିର ମୂଳ ଜାଗାରେ ପହଞ୍ଚିବାକୁ ଚେଷ୍ଟା କରିବ। ଏଠାରୁ ଆଉ […]

Continue Reading