ଯୁକ୍ତ ୨ ପ୍ରଥମ ବର୍ଷ ପାଇଁ ଆଜିଠୁ ନାମଲେଖା ପ୍ରକ୍ରିୟା ଆରମ୍ଭ। ଅଗଷ୍ଟ ୧୦ ତାରିଖ ପର୍ଯ୍ୟନ୍ତ ଆବେଦନ

ଭୁବନେଶ୍ୱର : ଯୁକ୍ତ ୨ ପ୍ରଥମ ବର୍ଷ ପାଇଁ ଆଜିଠୁ ନାମଲେଖା ପ୍ରକ୍ରିୟା ଆରମ୍ଭ ହେବ। ସାମ୍ସ ଓଡ଼ିଶା ପୋର୍ଟାଲରେ ଛାତ୍ରଛାତ୍ରୀମାନେ ଆଜିଠୁ ଆବେଦନ କରିପାରିବେ । ଆଜି ଦିନ ୧୧ଟା ରେ www.samsodisha.gov.in ରେ କମନ ଆପ୍ଲିକେସନ ଫର୍ମ ଉପଲବ୍ଧ ହେବ। ଅଗଷ୍ଟ ୧୦ ତାରିଖ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ନାମଲେଖା ପାଇଁ ଆବେଦନ କରିପାରିବେ। ଅଗଷ୍ଟ ୧୭ ତାରିଖ ଦିନ ୩ଟାରେ ପ୍ରଥମ ମେରିଟ ଲିଷ୍ଟ ପ୍ରକାଶ ପାଇବ । ପ୍ରଥମ ପର୍ଯ୍ୟାୟ ନାମଲେଖା ଅଗଷ୍ଟ […]

Continue Reading

ସ୍କୁଲରେ ହେବ ‘ଗଣିତ ମେଳା’ର ଆୟୋଜନ , ସୂଚନା ଦେଲେ ସଚିବ ବିଷ୍ନୁ ସେଠୀ

ଭୁବନେଶ୍ୱର: ରାଜ୍ୟ ସରକାର ଖୁବ୍ ଶୀଘ୍ର ହାଇସ୍କୁଲ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଇଁ ‘ଗଣିତ ମେଳା’ର ଆୟୋଜନ କରିବେ। ଏଥିପାଇଁ ମୋ ସ୍କୁଲ ଅଭିଯାନ ଇନଷ୍ଟିଚ୍ୟୁଟ ଅଫ୍ ମ୍ୟାଥମେଟିକ୍ସ ଆଣ୍ଡ ଆପ୍ଲିକେସନ ମଧ୍ୟରେ ଏକ ଚୁକ୍ତି ସ୍ୱାକ୍ଷର ହୋଇଛି। ଗଣିତ ବିଷୟ ପ୍ରତି ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି କରିବା ପାଇଁ ରାଜ୍ୟ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି ବୋଲି ସୂଚନା ରହିଛି। ସ୍କୁଲ ଓ ଗଣଶିକ୍ଷା ସଚିବ ବିଷ୍ଣୁପଦ ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ […]

Continue Reading

ପାଇକ ସ୍ମାରକୀ ନିର୍ମାଣ ଲାଗି ମାଗଣା ଜମି ଦେବେ ସରକାର

ଭୁବନେଶ୍ୱର: ଖୋର୍ଦ୍ଧା ବରୁଣେଇ ପାହାଡ଼ ପାଦ ଦେଶରେ ପାଇକ ସ୍ମାରକୀ ନିର୍ମାଣ ଲାଗି ମାଗଣା ଜମି ଦେବେ ରାଜ୍ୟ ସରକାର । ଏନେଇ ରାଜ୍ୟ କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି । ଖୋର୍ଦ୍ଧା ତହସିଲ୍ ଅନ୍ତର୍ଗତ ଖୋର୍ଦ୍ଧା ମୌଜାର ବରୁଣେଇ ପାହାଡ଼ ପାଦ ଦେଶରେ ୯ ଏକର ୬୫୮ ଡିସିମିଲ୍ ଜାଗା ବିନା ମୂଲ୍ୟରେ ସରକାର ଯୋଗାଇ ଦେବେ । ୯ ଏକର ୬୫୮ ଡିସିମିଲ୍ ଜମିରେ ପାଇକ ବିଦ୍ରୋହ ସ୍ମୃତି ଉଦ୍ଦେଶ୍ୟରେ ପାଇକ ସ୍ମାରକୀ ନିର୍ମାଣ ହେବ । […]

Continue Reading

କାଶୀପୁରରେ ଡାଇରିଆ ଆତଙ୍କ। ଆଜି ଆଉ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ, ମୃତକ ସଂଖ୍ୟା ୮ରେ ପହଞ୍ଚିଲା

ରାୟଗଡ଼ା : କାଶୀପୁରରେ ଡାଇରିଆ ଆତଙ୍କ। ଆଜି ଆଉ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ମୃତକ ଜଣକ ହେଉଛନ୍ତି ତୋଟାଗୁଡା ଗାଁର ୪୮ବର୍ଷୀୟ ଭାମୁନି ମାଝୀ । ପୂର୍ବରୁ କାଶୀପୁର ବ୍ଲକରେ ୭ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ଜଣଙ୍କୁ ମିଶାଇ ଏବେ ମୃତ୍ୟୁସଂଖ୍ୟା ୮ରେ ପହଂଚିଲା । କାଶୀପୁରରେ ହଇଜା ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ହେଲପ ଡେସ୍କ ନମ୍ବର ଜାରି କରାଯାଇଛି । ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ କାଶୀପୁରା ସମସ୍ତ […]

Continue Reading

ଶ୍ରାବଣ ସୋମବାର, ଜଳାଭିଷେକ ଲାଗି ଚଳଚଞ୍ଚଳ ଧବଳେଶ୍ୱର ପୀଠ

ଆଠଗଡ଼  : ଶ୍ରାବଣ ମାସର ପ୍ରଥମ ସୋମବାର ପାଇଁ ଆଠଗଡ଼ର ପ୍ରସିଦ୍ଧ ଧବଳେଶ୍ୱର ପୀଠ ଚଳଚଞ୍ଚଳ । ୨ ବର୍ଷର କୋଭିଡ କଟକଣା ପରେ ବାବା ଧବଳେଶ୍ୱରଙ୍କ ପୀଠରେ କାଉଡ଼ିଆଙ୍କୁ ଜଳ ଲାଗି କରିବାର ସୁଯୋଗ ମିଳିଛି । ବାବା ଧବଳେଶ୍ବର ପୀଠରେ ଭୋର ୩ ଟାରୁ ମନ୍ଦିର ଫିଟାଯାଇ ଦର୍ଶନ ଓ ଜଳଲାଗି କରଯାଉଛି । ତେବେ ଧବଳେଶ୍ୱର ପୀଠକୁ ବାହୁଙ୍ଗି ନେଇ ଯାଇପାରିବେ ନାହିଁ କାଉଡ଼ିଆ । ଝୁଲାପୋଲ ଦେଇ କେବଳ ପାଣି କଳସ […]

Continue Reading

ଦଉଡ଼ିରେ ଝୁଲି ଝୁଲି ନଈ ପାରିହେଲେ ଗର୍ଭବତୀ । ଦେବଦୂତ ସାଜିଲେ ଅଗ୍ନିଶମ ବାହିନୀ

କେନ୍ଦୁଝର: ଜନନୀ ଯନ୍ତ୍ରଣାର ହୃଦୟ ବିଦାରକ ଦୃଶ୍ୟ, ପ୍ରସବ ଯନ୍ତ୍ରଣା ସତ୍ୱେଏମିତି ବିପଦସଙ୍କୁଳ ଅବସ୍ଥାରେ ଭରା ନଇ ପାର ହେଉଛନ୍ତି ଗର୍ଭବତୀ ମହିଳା । ଆଉ ଏହି ସମୟରେ ଅପହଞ୍ଚ ଇଲାକା ପାଇଁ ଦେବଦୂତ ସାଜି ପହଞ୍ଚି ଯାଇଥିଲେ ଅଗ୍ନିଶମ ବାହିନୀ । ଏକ ଦଉଡ଼ି ସାହାଯ୍ୟରେ ଜଣେ ଗୁରୁତର ଗର୍ଭବତୀ ମହିଳାଙ୍କୁ ଉଛୁଳା ନଈ ପାରି କରାଇଛନ୍ତି ଅଗ୍ନିଶମ ବାହିନୀ । କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ୍ ତାଳପଦା ପଞ୍ଚାୟତରେ ଘଟିଛି ଏଭଳି ଅଭାବନୀୟ ଘଟଣା। […]

Continue Reading

ସିଲ୍ ହେଲା ରିଲାଏନ୍ସ ଫ୍ରେସ ଷ୍ଟୋର । ସ୍ୱଚ୍ଛତା ପାଳନ ହେଉନଥିବା ଅଭିଯୋଗ

ଭୁବନେଶ୍ୱର : ପୁଣି ଥରେ ସ୍ୱଚ୍ଛତାମାନ ପରୀକ୍ଷଣ କରାଯାଇ ବିଏମସି ପକ୍ଷରୁ ଚଢାଉ ଆରମ୍ଭ ହୋଇଛି। ଗୋପବନ୍ଧୁ ଛକରେ ଥିବା ରିଲାଏନ୍ସ ଫ୍ରେସ ଷ୍ଟୋର ସିଲ୍ ହୋଇଛି। । ଷ୍ଟୋରରେ ଡଷ୍ଟବିନ୍ ବ୍ୟବହାର ଏବଂ ସ୍ୱଚ୍ଛତା ପାଳନ ହେଉନଥିବା ଅଭିଯୋଗ, ଅଭିଯୋଗ ପରେ ଚଢ଼ାଉ କରି ୩ ଦିନ ପାଇଁ ଷ୍ଟୋରକୁ ବିଏମସି ସିଲ୍ କରିଛି। ଆଜି ବିଏମ୍‌ସି ଅଧିକାରୀ ଷ୍ଟୋର୍‌ର ସ୍ଥିତି ପରଖିଥିଲେ । ଦୋକାନରୁ ବାହାରୁଥିବା ଆବର୍ଜନାକୁ ଅଲଗା ଅଲଗା କରିବା ସହ ଡଷ୍ଟବିନ୍ […]

Continue Reading

କିଟ୍ ଏବଂ କିସ ଠାରେ ଚେସ ଅଲମ୍ପିଆଡ଼ ରିଲେକୁ ଭବ୍ୟ ସ୍ୱାଗତ

ଭୁବନେଶ୍ୱର: ଆଜି ଚେସ୍‍ ଅଲିମ୍ପିଆଡ୍‍ ଟର୍ଚ୍ଚ ରିଲେକୁ କିଟ୍‍ ଓ କିସ୍‍ ପକ୍ଷରୁ ଭବ୍ୟ ସ୍ୱାଗତ କରାଯାଇଛି । ଏହି ଅବସରରେ କିଟ୍‍ର ୧୦ ହଜାର କର୍ମଚାରୀ, ୧୦ ହଜାର ଛାତ୍ରଛାତ୍ରୀ ଏବଂ କିସର ୩୦ ହଜାର ଛାତ୍ରଛାତ୍ରୀ ଏହି ରିଲେକୁ କିଟ୍ ଛକରୁ ରାସ୍ତାର ଉଭୟ ପାଶ୍ୱର୍ରେ ରହି ସ୍ୱାଗତ ଜଣାଇଥିଲେ । କିଟ୍‍ ଓ କିସ୍‍ ରାସ୍ତାର ବିଭିନ୍ନ ସ୍ଥାନରେ ଟର୍ଚ୍ଚକୁ ସ୍ୱାଗତ କରାଯାଇ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇଥଲା । ଏଥିରେ କିଟ୍‍ ଓ […]

Continue Reading
Mudhi gstmudhi

ବଡ ଲୋକଙ୍କ ମୁଢ଼ି଼ରେ GST

ବ୍ୟୁରୋ : ମୁଢ଼ି ପ୍ୟାକେଟ୍ ହେବ ମହାଙ୍ଗା। ମୁଢ଼ି଼ରେ ଲାଗିବ GST। କଥାଟି ଶୁଣିଲେ ଟିକେ ଆଶ୍ଚର୍ଯ୍ୟ ଲାଗୁଛି। ପ୍ରତି ଘରେ ମୁଢ଼ି ଖାଇଥାନ୍ତି। ଆଉ ଯଦି ଏଥିରେ GST ଲାଗେ ତେବେ କେମିତି ଏହାକୁ ଗ୍ରହଣ କରିବେ। ହଁ ଏହା ସବୁଠୁ ବଡ଼ ଚିନ୍ତାର ବିଷୟ। କିନ୍ତୁ ଆପଣ ଜାଣନ୍ତି କି ମୁଢ଼ି ପ୍ୟାକେଟରେ GST ଲାଗିବ। କିନ୍ତୁ ଆମେ ସମସ୍ତେ ଖୋଲା ମୁଢ଼ି କିଣିଥାଉ। ବଡବଡ ମଲ୍ ରେ ପ୍ୟାକେଟ୍ ମୂଢି ମିଳିଥାଏ। ଯେଉଁ […]

Continue Reading

ସ୍ୱିଗି ବୟ ହତ୍ୟା ପଛରେ ସ୍ଵିଗି କର୍ତ୍ତୃପକ୍ଷଙ୍କୁ ସନ୍ଦେହ, ସତ କଣ?

କଟକ : ସ୍ଵିଗି ବୟକୁ କିଏ ମାରିଲା? କାହିଁକି ମାରିଲା? କେମିତି ମାରିଲା? ତାଙ୍କ ବାଇକ କିଛି ଦୂରରେ ଭାଙ୍ଗି ପଡ଼ିଥିବା ବେଳେ କେମିତି ହେଲା ତାହା ଏବେ ସବୁଠାରୁ ବଡ ପ୍ରଶ୍ନ। ଗୋଟିଏ ପଟେ ହିଟ୍ ଟୁ ରନ୍ ସନ୍ଦେହ କରାଯାଉଥିବା ବେଳେ ଅନ୍ୟପଟେ ଏହା ସୁଚିନ୍ତିତ ହତ୍ୟା ବି ଅନୁମାନ କରାଯାଉଛି। ପ୍ରକୃତ ଘଟଣା ଖୋଜିବା ଏବେ ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ହେଇଯାଇଛି। ସନ୍ଦେହରେ ସ୍ୱିଗି କମ୍ପାନୀ କତୃପକ୍ଷ। ସୂଚନାଯୋଗ୍ୟ, କଟକରେ ଜଣେ […]

Continue Reading