ରାତି ଅଧରେ ଆସି ନିଆଁ ଲଗାଇ ଦେଲେ ଦୁର୍ବୃତ୍ତ, ଜଳିଗଲା ୧୦ ବଖରା ଓଡିଶାଫିଚର

ପୁରୀ: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ନିଆଁ ଲଗାଇ ଦେଲେ ଦୁର୍ବୃତ୍ତ । ଦେଖୁ ଦେଖୁ ରାତି ଅଧରେ ଆଖି ଆଗରେ ଜଳିଗଲା ୧୦ ବଖରା ଘର । ପୁରୀ ଜିଲ୍ଲା ପିପିଲି ସରସ୍ୱତୀପୁର ଗାଁରେ ଅଗ୍ନିକାଣ୍ଡରେ ୧୦ ବଖରା ଘର ଜଳି ଯାଇଛି । ସୂଚନା ଅନୁସାରେ, ରାତି ପ୍ରାୟ ଗୋଟାଏ ବେଳେ କିଛି ଦୁର୍ବୃତ୍ତ ନକୁଳ ସ୍ୱାଇଁଙ୍କ ଘରେ ନିଆଁ ଲଗାଇ ଦେଇଥିଲେ । ନିଆଁ ନକୁଳଙ୍କ ଘରୁ ପଡ଼ିଶା ଘରକୁ ବ୍ୟାପି ଯାଇଥିଲା […]

Continue Reading

ବିଧାୟକଙ୍କ ଦରମା ବୃଦ୍ଧି ଦାବିରେ ଗୃହରେ ଏକାଠି ହେଲେ ସବୁ ଦଳ

ଭୁବନେଶ୍ୱର: ବିଧାୟକଙ୍କ ଦରମା ବୃଦ୍ଧି ଦାବିରେ ବିଧାନସଭାରେ ଏକାଠି ହୋଇଛନ୍ତି ସବୁ ଦଳ । ଶୂନ୍ୟକାଳରେ ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗ ବିଜେପି, କଂଗ୍ରେସ ଓ ବିଜେଡି ସଦସ୍ୟ ଉଠାଇଛନ୍ତି । ପ୍ରଥମେ ଦରମା ବୃଦ୍ଧି ପ୍ରସଙ୍ଗ ଉଠାଇଥିଲେ ମୋହନ ମାଝୀ । କହିଥିଲେ ୨୦୧୭ରେ ବିଧାୟକଙ୍କ ଦରମା ଶେଷ ଥର ବଢ଼ିଥିଲା । ଦରମା ସହ ପେନ୍‌ସନ୍ ବଢ଼ାଇବାକୁ ଦାବି କରିଛନ୍ତି କଂଗ୍ରେସ ବିଧାୟକ ତାରା ବାହିନୀପତି । ଶାସକ ଦଳର ସଦସ୍ୟ ଅମର ଶତପଥୀ ମଧ୍ୟ […]

Continue Reading

ସସ୍ମିତ ପାତ୍ର ରାଜ୍ୟସଭାରେ ଦଳୀୟ ନେତା ନିଯୁକ୍ତ

ଭୁବନେଶ୍ୱର: ବିଜେଡି ସାଂସଦ ସସ୍ମିତ ପାତ୍ର ରାଜ୍ୟସଭାରେ ଦଳୀୟ ନେତା ଭାବେ ନିଯୁକ୍ତ ହୋଇଛନ୍ତି ।  ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଶୁକ୍ରବାର ନିଯୁକ୍ତ କରିଛନ୍ତି । ଏନେଇ ଦଳର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । କିଛି ଦିନ ପୂର୍ବରୁ ସସ୍ମିତଙ୍କୁ ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲକୁ ମଧ୍ୟ ମନୋନୀତ କରାଯାଇଛି । ଏହା ସହିତ ପ୍ରଥମ କରି ନିର୍ବାଚିତ ହୋଇଥିବା ସୁଲତା ଦେଓଙ୍କୁ ଦଳର ମୁଖ୍ୟ […]

Continue Reading

ଥାନା ସମ୍ମୁଖରେ କୀଟନାଶକ ପିଇଥିବା ମହିଳାଙ୍କ ମୃତ୍ୟୁ

ବ୍ରହ୍ମପୁର: ଗଞ୍ଜାମ ଜିଲା ଗୋପାଳପୁର ଥାନା ସମ୍ମୁଖରେ ଟିକିନା ଦାଶ ନାମକ ଜଣେ ମହିଳା ଶୁକ୍ରବାର ସନ୍ଧ୍ୟା ପ୍ରାୟ ସାଢ଼େ ୬ଟା ବେଳେ କୀଟନାଶକ ପିଇ ଦେଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଏବଂ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ବିଳମ୍ବିତ ରାତି ପ୍ରାୟ ୧୨ଟା ୪୫ ମିନିଟ ଚିକିତ୍ସା ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମାଣ୍ଡିଆପଲ୍ଲୀ ଜ୍ୟୋତି ନଗରରେ ଟିକିନାଙ୍କ ଘର। ଗତ […]

Continue Reading

କଲେଜ କ୍ୟାମ୍ପସ୍‌ରେ ଛାତ୍ରୀଙ୍କୁ ସ୍ମାର୍ଟଫୋନ୍‌ ମନା; ଆପତ୍ତିଜନକ ଭିଡିଓ ଦେଖୁଛନ୍ତି

ବ୍ରହ୍ମପୁର: କଲେଜରେ ଛାତ୍ରୀ ଆପତ୍ତିଜନିକ ଭିଡିଓ ଦେଖୁଛନ୍ତି । ପାଠ ପଢୁ ନାହାନ୍ତି । କ୍ଲାସ ଭିତରେ ବି ଫୋନ୍ ବ୍ୟବହାର କରୁଛନ୍ତି । ପାଠ ପଢ଼ାରେ ବ୍ୟାଘାତ କରୁଛନ୍ତି । ଥରେ ଆପତ୍ତିଜନକ ଭିଡିଓ ଦେଖିବାକୁ ବେଳେ ଅଧ୍ୟାପିକା ବାରଣ କରିବାରୁ ଛାତ୍ରୀମାନେ ତାଙ୍କୁ ଆକ୍ରମଣ କରିଥିଲେ । ବ୍ରହ୍ମପୁର ମହାମାୟୀ ମହିଳା ମହାବିଦ୍ୟାଳୟରେ ଛାତ୍ରୀମାନଙ୍କ ପାଇଁ ସ୍ମାର୍ଟ ଫୋନ୍ ନିଷିଦ୍ଧ କରାଯାଇଛି । ଉପରୋକ୍ତ ବିଷୟକୁ କାରଣ ବତାଇଛନ୍ତି କଲେଜ ଅଧ୍ୟକ୍ଷ ଡ. ଏସ […]

Continue Reading

ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ଘଟଣା; ବାପା ପରେ ପୁଅ ମୃତ

ବ୍ରହ୍ମପୁର: ଗୋପାଳପୁର ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର ଗ୍ରାମରେ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ଘଟଣାରେ ଅଶୋକ ନାୟକଙ୍କ ଚିକିତ୍ସା ଅବସ୍ଥାରେ ଗୁରୁବାର ବିଳମ୍ବିତ ରାତିରେ ମୃତ୍ୟୁ ହୋଇଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କ ଚିକିତ୍ସା ଚାଲିଥିଲା। ଗତ ୨୫ ତାରିଖରେ ଏହି ବିସ୍ଫୋରଣରେ ଆହତ ହୋଇଥିବା ତାଙ୍କ ବାପା ଦେବରାଜ ନାୟକଙ୍କ ମୃତ୍ୟୁ ହୋଇଥିଲା। ସୂଚନାଯୋଗ୍ୟ ଯେ, ବ୍ରହ୍ମପୁରର ଏକ ଗ୍ୟାସ ଏଜେନ୍ସିରେ ଅଶୋକ ଏବଂ ତାଙ୍କ ଭାଇ ଦୈତାରି ସିଲିଣ୍ଡର ବିତରଣ କର୍ମଚାରୀ ଭାବେ କାର୍ଯ୍ୟ […]

Continue Reading

ଆସନ୍ତାକାଲି ପ୍ରକାଶ ପାଇବ +୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ

ଭୁବନେଶ୍ବର: ଆସନ୍ତାକାଲି ପ୍ରକାଶ ପାଇବ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ । ଅପରାହ୍ଣ ୪ଟା ବେଳେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ଫଳାଫଳ ପ୍ରକାଶ ପାଇବ ବୋଲି ଜଣାପଡ଼ିଛି । ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ଫଳାଫଳ କାଲି ପ୍ରକାଶ ପାଇବା ସହ କଳାର ଫଳାଫଳ ସପ୍ତାହକ ମଧ୍ୟରେ ପ୍ରକାଶ ପାଇବ ବୋଲି ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ପ୍ରତିବର୍ଷ ପରି […]

Continue Reading

ଗାଁକୁ ଗାଁ ବ୍ୟାପୁଛି ହଇଜା: ଗୋଟିଏ ଦିନରେ ୩୦ରୁ ଅଧିକ ଆକ୍ରାନ୍ତ ଚିହ୍ନଟ

ରାୟଗଡ଼ା: କାଶୀପୁର ବ୍ଲକରେ ବ୍ୟାପିଥିବା ହଇଜା ନିୟନ୍ତ୍ରଣକୁ ଆସୁନାହିଁ। ଥମିବା ପରିବର୍ତ୍ତେ ପ୍ରତିଦିନ ନୂଆ ରୋଗୀ ଚିହ୍ନଟ ହେବା କାରଣରୁ ସ୍ଥିତି ଉଦବେଗ ଜନକ ମୁହାଁ ହୋଇଛି। ଏବେର ସଦ୍ୟ ରିପୋର୍ଟ ଅନୁଯାୟୀ ରାୟଗଡା କାଶୀପୁର ବ୍ଲକର ୨୦ଟି ଗାଁକୁ କବଳିତ କରିସାରିଲାଣି ହଇଜା । ଏବେ ସୁଦ୍ଧା ୨୮୧ ଜଣ ହଇଜାରେ ଅକ୍ରାନ୍ତ ହୋଇଛନ୍ତି ଓ ୯ ଜଣଙ୍କ ମୃତ୍ୟୁ ଘଟିଛି ବୋଲି ସରକାରୀ ରିପୋର୍ଟ କହୁଛି। ଦୂଷିତ ଜଳ ହଇଜା ବ୍ୟାପିବା ମୁଖ୍ୟ କାରଣ […]

Continue Reading

NH ନା ଗହୀର ? ମରଣଯନ୍ତା ପାଲଟିଛି ଜାତୀୟ ରାଜପଥ

ଅନୁଗୁଳ: ଆଣ୍ଠୁଏ କାଦୁଅରେ ଯୁବକ ଧରୁଛନ୍ତି ମାଛ । ହେଲେ ଏ କେଉଁ ବିଲ ଗହୀରର ଦୃଶ୍ୟ ନୁହେଁ । ଏ ଚିତ୍ର ହେଉଛି ୫୫ ନମ୍ବର ଜାତୀୟ ରାଜପଥର । ଅନୁଗୁଳ ଜିଲ୍ଲା ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥ ରାସ୍ତା ଏଭଳି ଶୋଚନୀୟ ହୋଇ ପଡ଼ି ରହିଛି । ଯିଏ ଥରେ ଏହି ବାଟ ଦେଇ ଯାଉଛି, କହୁଛି ଏହା ଅପେକ୍ଷା ବିଲ ଗହୀରରେ ଗାଡ଼ି ଚଲାଇବା ଭଲ । ୫୫ ନମ୍ବର […]

Continue Reading

କଲରାପତରିଆ ବାଘ ଛାଲ ଜବତ, ଜଣେ ଗିରଫ

ଭୁବନେଶ୍ୱର: ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଏସଟିଏଫ୍ (STF) ଏକ କଲରାପତରିଆ ବାଘ ଛାଲ (Leopard Skin) ଜବତ କରିଛି । ରାମଗିର ଫରେଷ୍ଟ ଅଧିକାରୀଙ୍କ ସହାୟତାରେ ଏସଟିଏଫ୍ ରାମଗିର ଗୁପ୍ତେଶ୍ୱର ଗେଟ୍ ନିକଟ ପାର୍ଶ୍ୱ ରାସ୍ତାରେ ରେଡ୍ କରିଥିଲା । ଡିଲ୍ ବେଳେ ଜଣଙ୍କୁ ଗିରଫ କରିବା ସହ ଏକ କଲରାପତରିଆ ବାଘ ଛାଲ ଜବତ କରାଯାଇଛି । ମାମଲାରେ କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ଥାନା ଗୌଡ଼ାଗୁଡ଼ାର ମାନା ଗୌଡ଼କୁ ଗିରଫ କରାଯାଇଛି । ଅଭିଯୁକ୍ତ […]

Continue Reading