ନବୀନଙ୍କ ନୂଆ ଟିମ୍: କାହାକୁ ମିଳିଲା କେଉଁ ବିଭାଗ? ଜାଣନ୍ତୁ ସଂପୂର୍ଣ୍ଣ ଲିଷ୍ଟ

ଭୁନନେଶ୍ୱର: ନବୀନଙ୍କ ମନ୍ତ୍ରୀମଣ୍ଡଳରେ ପରିବର୍ତ୍ତନ ପରେ ୧୩ ବିଧାୟକଙ୍କୁ କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା ମିଳିଥିବାବେଳେ ୮ ବିଧାୟକଙ୍କୁ ରାଷ୍ଟମନ୍ତ୍ରୀ(ସ୍ୱାଧୀନ) ଦାୟିତ୍ୱ ମିଳିଛି । ଏହି ୨୧ ବିଧାୟକ ରବିବାର ଲୋକସେବା ଭବନ କନଭେନସନ ହଲରେ ମନ୍ତ୍ରୀପଦ ପାଇଁ ଶପଥ ଗ୍ରହଣ କରିଛନ୍ତି । ମାନ୍ୟବାର ବାଚସ୍ପତି ଏହି ବିଧାୟକଙ୍କମାନଙ୍କୁ ପଦ ଏବଂ ଗୋପନୀୟତାର ଶପଥପାଠ କରାଇଛନ୍ତି । ତେବେ ବର୍ତ୍ତମାନ ଏହି ମନ୍ତ୍ରୀଙ୍କ ମଧ୍ୟରେ ବିଭାଗ ବଣ୍ଟନ କରାଯାଇଛି । କ୍ୟାବିନେଟ୍ ମନ୍ତ୍ରୀ ଭାବରେ- ଜଗନ୍ନାଥ ସାରକା- […]

Continue Reading

ସଞ୍ଜୟ କୁମାର ମିଶ୍ର ଓଡ଼ିଶା ହାଇକୋର୍ଟର ନୂଆ ବିଚାରପତି, ୧୨ ଜଣ ଜଜ୍ ଓ ଅତିରିକ୍ତ ଜଜଙ୍କୁ ନିଯୁକ୍ତି ଦେଲେ ରାଷ୍ଟ୍ରପତି

ଭୁବନେଶ୍ୱର: ଓଡ଼ିଶା ହାଇକୋର୍ଟରେ ଜଣେ ନୂଆ ବିଚାରପତି ନିଯୁକ୍ତି ପାଇଛନ୍ତି । ଆଡଭୋକେଟ ସଞ୍ଜୟ କୁମାର ମିଶ୍ରଙ୍କୁ ହାଇକୋର୍ଟର ନୂଆ ବିଚାରପତି ଭାବେ ରାଷ୍ଟ୍ରପତି ନିଯୁକ୍ତି ଦେଇଛନ୍ତି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ୧୨ ଜଣ ଜଜ୍, ଅତିରିକ୍ତ ଜଜଙ୍କୁ ବିଭିନ୍ନ ରାଜ୍ୟର ହାଇକୋର୍ଟରେ ନିଯୁକ୍ତି ଦେଇଛନ୍ତି । ନୂଆ ବିଚାରପତିଙ୍କ ନିଯୁକ୍ତି ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି । ଖତିମ ରେଜା ଓ ଡ. ଅଂଶୁମାନଙ୍କୁ ପାଟନା ହାଇକୋର୍ଟର ବିଚାରପତି ଭାବେ […]

Continue Reading

ଖୋଲିଲା ସ୍ୱାମୀ-ସ୍ତ୍ରୀଙ୍କ ଜାଲ୍ ସାର୍ଟିଫିକେଟ ଗୁମର: ସ୍ୱାମୀ ଫେରାଇବେ ୧୬ ଲକ୍ଷ ଦରମା ଟଙ୍କା

ଭୁବନେଶ୍ୱର: ଜାଲ୍ ସାର୍ଟିଫିକେଟରେ ଚାକିରି କରି ପୂର୍ବରୁ ରାଜ୍ୟର ଏକାଧିକ ସରକାରୀ କର୍ମଚାରୀ ଫସିଥିଲେ । ତେବେ ଜାଲ୍ ସାର୍ଟିଫିକେଟରେ ଚାକିରି କରିବା ଏବେ ଦୁଇଜଣ ଶିକ୍ଷକଙ୍କୁ ମହଙ୍ଗା ପଡ଼ିଛି । ଏକାଥରକେ ସ୍ୱାମୀ ଓ ସ୍ତ୍ରୀ ଏପରି କେସରେ ଛନ୍ଦି ହୋଇ ଚାକିରି ହରାଇଛନ୍ତି । ଏକ ଦମ୍ପତି ନକଲି ସାର୍ଟିଫିକେଟ ଦେଇ ସରକାରୀ ସ୍କୁଲରେ ଚାକିରି କରିଥିବା ନେଇ ସୂଚନା ଆଇନ ଆଧାରରେ ତଥ୍ୟ ପର୍ଦ୍ଦାଫାସ ହୋଇଛି । ତେବେ ଏହି ଦୁଇ ଶିକ୍ଷକ […]

Continue Reading

ବ୍ରଜରାଜନଗର ଉପ-ନିର୍ବାଚନରେ BJDର ବାଜିମାତ୍: ବିପୁଳ ଭୋଟରେ ଜିତିଲେ ଅଳକା

ଝାରସୁଗୁଡ଼ା: ବ୍ରଜରାଜନଗର ଉପନିର୍ବାଚନରେ ବାଜି ମାରିଛି ବିଜେଡି । ବିପୁଳ ଭୋଟରେ ବିଜୟ ହାସଲ କରିଛନ୍ତି ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି । ପ୍ରାୟ ୬୫ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ଜିତିଛନ୍ତି ଅଳକା । କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲଙ୍କୁ ହରାଇ ଅଳକା ବିଜୟୀ ହୋଇଛନ୍ତି । ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡା ତୃତୀୟ ସ୍ଥାନକୁ ଖସିଛନ୍ତି । ତେବେ ବିଜୟ ନେଇ ନିର୍ବାଚନ କମିଶନ ଘୋଷଣା କରିନାହାନ୍ତି । ଉପନିର୍ବାଚନରେ ଦ୍ୱିତୀୟ ସର୍ବାଧିକ ଭୋଟରେ […]

Continue Reading

ଅନୁଭବଙ୍କ ଘର ଛାଡ଼ିବେ ବର୍ଷା: କୋର୍ଟଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ସାଂସଦ ଅନୁଭବ-ବର୍ଷା ପାରିବାରିକ ବିବାଦ ମାମଲାରେ ଆସିଛି ବଡ଼ ଖବର । ଅନୁଭବଙ୍କ ଘର ଛାଡ଼ିବାକୁ ବର୍ଷାଙ୍କୁ ନିର୍ଦ୍ଦେଶ ଦେଲେ କୋର୍ଟ । ଅନୁଭବଙ୍କ ପିଟିସନକୁ ଗ୍ରହଣ କରି ବର୍ଷାଙ୍କୁ ଘର ଛାଡ଼ିବାକୁ SDJM କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଅନୁଭବଙ୍କ ପୈତୃକ ଘର ଛାଡ଼ିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ବର୍ଷାଙ୍କ ରହଣି ପାଇଁ ବ୍ୟବସ୍ଥା କରିବେ କହିଥିଲେ ଅନୁଭବ । ଅନୁଭବଙ୍କ ପିଟିସନକୁ ଗ୍ରହଣ କରିଛନ୍ତି ଏସଡିଜେଏମ କୋର୍ଟ । ପୈତୃକ ଘର […]

Continue Reading

ଲାଇନମ୍ୟାନ୍ ହେବେ ମିଶନ ଶକ୍ତି ମହିଳା: ୫ ବର୍ଷରେ ମହିଳାଙ୍କୁ ୫୦ ହଜାର କୋଟି ଋଣ ପ୍ରଦାନ ଲକ୍ଷ୍ୟ

ଭୁବନେଶ୍ୱର: ପଞ୍ଚାୟତିରାଜ ଜନପ୍ରତିନିଧିଙ୍କୁ ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନଙ୍କ ମନ୍ତ୍ର । ସେ କହିଛନ୍ତି ଯେ, ‘ମହିଳାଙ୍କ ଲାଗି ଗଠନ ହେବ ରାଜ୍ୟସ୍ତରୀୟ ଫେଡେରେସନ । ଆସନ୍ତା ୧୨ ମାସ ମଧ୍ୟରେ ଏହି ଫେଡେରେସନ ଗଠନ ହେବ । ନିଷ୍ପତ୍ତି ନେବା ଦକ୍ଷତା ଥିବା ମହିଳାଙ୍କ ଭାଗିଦାରୀ ବୃଦ୍ଧି ମରାଯିବାର ଲକ୍ଷ୍ୟ ରଖାଯାଇଛି । ୫ ବର୍ଷରେ ମହିଳାଙ୍କୁ ୫୦ ହଜାର କୋଟି ଟଙ୍କା ଋଣ ପ୍ରଦାନ କରାଯିବାର ଲକ୍ଷ୍ୟ ରହିଛି । ୩ ବର୍ଷରେ […]

Continue Reading

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲା: ରାୟ ସଂରକ୍ଷିତ ରଖିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲାର ଆଜି ଶୁଣାଣି ହୋଇଛି । ଉଭୟ ପକ୍ଷରୁ ଯୁକ୍ତି ଶୁଣିବା ପରେ ରାୟ ସଂରକ୍ଷିତ ରଖିଛନ୍ତି ସୁପ୍ରିମକୋର୍ଟ । ତେବେ ଆସନ୍ତାକାଲି ଯାଏଁ ସୁପ୍ରିମକୋର୍ଟ ରାୟକୁ ସଂରକ୍ଷିତ ରଖିଥିବା ଜଣାପଡିଛି । ନିର୍ମାଣକୁ ବିରୋଧ କରି ୨ଟି ସ୍ୱତନ୍ତ୍ର ଲିଭ୍ ପିଟିସନ୍ ଦାୟର ହୋଇଥିଲା । ତେବେ ଆଜିର ଶୁଣାଣିରେ ନିର୍ମାଣ ବିରୋଧରେ ଯୁକ୍ତି କରିଥିଲେ ବରିଷ୍ଠ ଆଇନଜୀବୀ ମହାଲକ୍ଷ୍ମୀ ପାଭାନୀ । ସେ କହିଥିଲେ ଯେ, ‘ […]

Continue Reading

ଆଜିଠୁ ଯୁକ୍ତ ୨ ପ୍ରଥମ ପର୍ଯ୍ୟାୟ ମୂଲ୍ୟାୟନ ଆରମ୍ଭ

ଭୁବନେଶ୍ବର: ଆଜିଠୁ ଯୁକ୍ତ୨ ପ୍ରଥମ ପର୍ଯ୍ୟାୟ ମୂଲ୍ୟାୟନ ଆରମ୍ଭ ହୋଇଛି । ୨ଟି ପର୍ଯ୍ୟାୟରେ +୨ ଖାତାଦେଖା ହେବ । ଜୁନ୍ ୨ରୁ ଜୁନ୍ ୧୨ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ଓ ଜୁନ୍ ୧୩ରୁ ୨୨ ଯାଏଁ ୨ୟ ପର୍ଯ୍ୟାୟ ମୂଲ୍ୟାୟନ ହେବ । ତେବେ ଆଜିଠାରୁ ଜୁନ ୧୨ ତାରିଖ ପର୍ଯ୍ୟନ୍ତ ହେବ ଖାତାଦେଖା ଚାଲିବ । ପ୍ରଥମ ପର୍ଯ୍ୟାୟରେ କଳା, ବାଣିଜ୍ୟ ଓ ବିଜ୍ଞାନର ୫ଟି ବିଷୟର ଖାତା ଦେଖା ଆରମ୍ଭ ହେବ । […]

Continue Reading

ଓଡ଼ିଶା ପୋଲିସ ପାଇଁ ପ୍ରଥମ: ଦୁଇ ଓଡ଼ିଆଙ୍କୁ ମରଣୋତ୍ତର ଶୌର୍ଯ୍ୟ ଚକ୍ର ପ୍ରଦାନ କଲେ ରାଷ୍ଟ୍ରପତି

ଭୁବନେଶ୍ୱର: ଓଡ଼ିଶା ପାଇଁ ଏକ ଗର୍ବର କଥା । ଦୁଇ ଜଣ ଓଡ଼ିଆ ପୁଅଙ୍କୁ ମରଣୋତ୍ତର ଶୌର୍ଯ୍ୟ ଚକ୍ର ପୁରସ୍କାର ପ୍ରଦାନ କରାଯାଇଛି । ସହିଦ କମାଣ୍ଡର ଦେବାଶିଷ ସେଠୀ ଓ ସୁଧୀର ଟୁଡୁ ଏହି ସମ୍ମାନରେ ସମ୍ମାନିତ ହୋଇଛନ୍ତି । ଆଜି ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଠାରୁ ଏହି ଦୁଇ ବୀରଙ୍କ ପରିବାରବର୍ଗ ଉକ୍ତ ସମ୍ମାନ ଗ୍ରହଣ କରିଛନ୍ତି । ପ୍ରଥମ ଥର ପାଇଁ ଓଡ଼ିଶା ପୋଲିସର ଦୁଇଜଣ ବୀରଙ୍କୁ ଶୌର୍ଯ୍ୟ ଚକ୍ର ପ୍ରଦାନ କରାଯାଇଛି […]

Continue Reading

ସ୍କୁଲରେ ଶିକ୍ଷୟତ୍ରୀଙ୍କ ଅଜବ କାରନାମା: ଶେଷରେ ଏୟା କଲେ!!

ଅନୁଗୋଳ: ଶିଶୁଙ୍କ ପାଇଁ ବିଦ୍ୟାଳୟକୁ ଆସୁଥିବା ଅଣ୍ଡା ଉପରେ ବି ଚୋରଙ୍କ ନଜର । ପିଲାମାନେ ପାଇବା ପୂର୍ବରୁ ଗାଏବ ହୋଇଯାଉଛି ଅଣ୍ଡା । ଶୁଣିବାକୁ ଆଶ୍ଚର୍ୟ୍ୟ ଲାଗୁଥିଲେ ବି କଥାଟି ନିରାଟ ସତ୍ୟ । ଏଭଳି ନିନ୍ଦନୀୟ ଏବଂ ଲଜ୍ଜାଜନକ ଘଟଣା ଘଟିଛି ଅନୁଗୋଳ ତାଳଚେର ବ୍ଲକ ଅନ୍ତର୍ଗତ ପାଟରା ସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ । ତେବେ ଏ ଚୋର କେଉଁ ବାହାରର ନୁହେଁ । ଅଣ୍ଡାକୁ ଚୋରେଇ ନେଉଥିବା ମହିୟସୀ ମହିଳା ହେଉଛନ୍ତି ସ୍କୁଲର […]

Continue Reading