ସମ୍ବଲପୁରର ଭିଜିଲାନ୍ସ ଇନ୍ସପେକ୍ଟର ମାନସୀ ଜେନା ଗିରଫ

ସମ୍ବଲପୁର: ସମ୍ବଲପୁରର ଭିଜିଲାନ୍ସ ଇନ୍ସପେକ୍ଟର ମାନସୀ ଜେନା ଗିରଫ । ଗତକାଲି ଭିଜିଲାନ୍ସ ଜାଲରେ ପଡ଼ିଥିବା ଭିଜିଲାନ୍ସ ଇନ୍ସପେକ୍ଟର ମାନସୀ ଜେନା ଧରାପଡ଼ିଥିଲେ ।  । ଜଣେ ସରକାରୀ ଅଧିକାରୀଙ୍କ ମାମଲା ରଫାଦଫା କରିଦେବା ପାଇଁ ବରଗଡ଼ର ମୁକେଶ ସାହୁ ନାମକ ଜଣେ ବ୍ୟକ୍ତିଙ୍କ ଜରିଆରେ ଭିଜିଲାନ୍ସ ଇନ୍ସପେକ୍ଟର ମାନସୀ ଜେନା ୧୦ ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ଧରାପଡ଼ିଥିଲେ । ଆଗରୁ ଭିଜିଲାନ୍ସରେ ପଡ଼ିଥିବା ଜଣେ ସରକାରୀ ଅଧିକାରୀଙ୍କ ମାମଲାର ତଦନ୍ତକାରୀ ଅଧିକାରୀ ଥିଲେ ଭିଜିଲାନ୍ସ […]

Continue Reading

ବୁଦ୍ଧପୂର୍ଣ୍ଣିମା ଓ ସାବିତ୍ରୀ ଅମାବାସ୍ୟା ପାଇଁ ୧୬ ଏବଂ ୩୦ ତାରିଖରେ ସ୍କୁଲ ଛୁଟି ଘୋଷଣା

ଭୁବନେଶ୍ବର: ଆସନ୍ତା ବୁଦ୍ଧ ପୂର୍ଣ୍ଣିମା ଓ ସାବିତ୍ରୀ ଅମାବାସ୍ୟାକୁ ଦୃଷ୍ଟିରେ ରଖି ୧୬ ଏବଂ ୩୦ ତାରିଖ ସ୍କୁଲ ଛୁଟି ଘୋଷଣା କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ଚଳିତବର୍ଷ ୭୦ ପ୍ରତିଶତ ଛାତ୍ରଛାତ୍ରୀ ସ୍କୁଲ ଆସିଥିବା ବେଳେ ୩୦ ପ୍ରତିଶତ ପିଲା ସ୍କୁଲ ଆସିନାହାନ୍ତି । ୧୦୦ ପ୍ରତିଶତ ସ୍କୁଲ ଉପସ୍ଥାନ ସଂଖ୍ୟା ରଖିବାକୁ ଗଣଶିକ୍ଷା ବିଭାଗର ପକ୍ଷରୁ ନୂଆ ପଦକ୍ଷେପ ଗ୍ରହଣ କରାଯାଇଛି । ସ୍କୁଲର ଶିକ୍ଷକ, ଶିକ୍ଷୟତ୍ରୀ ଏ ବାବଦରେ […]

Continue Reading

‘କର୍ମସ୍ଥଳୀରେ ‘ଚନ୍ଦା’ ବୋଲି ଆକ୍ଷେପ କରିବା ଯୌନ ଉତ୍ପୀଡନତା ସହିତ ସମାନ’

ଲଣ୍ଡନ: କର୍ମସ୍ଥଳୀରେେ କାହାକୁ ଚନ୍ଦା ବୋଲି ଆକ୍ଷେପ କରିବା କୌଣସି ମହିଳାର ସ୍ତନ ଉପରେ ମନ୍ତବ୍ୟ ଦେବା ସହ ସମାନ । ଯିଏ ଚନ୍ଦା ବୋଲି ଅନ୍ୟକୁ ଆକ୍ଷେପ କରିବ ସେ ଯୌନ ଉତ୍ପୀଡ଼ନ ମାମଲାର ଶିକାର ହେବ । ବ୍ରିଟେନର ଏକ କୋର୍ଟ ଏପରି ରାୟ ଶୁଣାଣି କରିଛନ୍ତି । ଏହି ମାମଲା ବର୍ଷକ ତଳର । ବ୍ରିଟେନର ଓ୍ୱେଷ୍ଟ ୟର୍କସାୟାରରେ ଜଣେ କମ୍ପାନୀର କର୍ମଚାରୀ ଟୋନି ଫିନଙ୍କୁ କମ୍ପାନୀ ବାହାର କରି ଦେଇଥିଲା । […]

Continue Reading

ପୁରୀରୁ ୩କୋଟି ଟଙ୍କାର ବ୍ରାଉନସୁଗାର ଜବତ : ମାଷ୍ଟରମାଇଣ୍ଡ ସମେତ ୩ଜଣ ଗିରଫ

ପୁରୀ : ପୁରୀ ମଙ୍ଗଳାଘାଟ ଅଞ୍ଚଳରୁ ୩ କିଲୋର ବ୍ରାଉନ ସୁଗାର ଜବତ ଘଟଣା । ଏହି ଘଟଣାରେ ସମ୍ପୃକ୍ତ ୩ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ହୋଇଥିବା ୩ଜଣ କଣାସ ଅଞ୍ଚଳର ହୋଇଥିବା ବେଳେ ଏମାନେ ବ୍ରାଉନସୁଗାର କାରବାରରେ ସମ୍ପୃକ୍ତ ଥିଲେ । ୩ଜଣଙ୍କ ଭିତରୁ ନଣ୍ଡା ଓରଫ ସୁଶାନ୍ତ ଏହି ଘଟଣାର ମାଷ୍ଟରମାଇଣ୍ଡ । ଏନେଇ ପୁରୀ ଏସପି ସାମ୍ବାଦିକ ସମ୍ମିଳନୀରେ ସୁଚନା ଦେଇଛନ୍ତି । ଅଧିକ ତଦନ୍ତ ପାଇଁ ନଣ୍ଡାକୁ ରିମାଣ୍ଡରେ […]

Continue Reading

ଥମାସ କପ ବ୍ୟାଡମିଂଟନ: ଇତିହାସ ରଚିଲା ଭାରତ, ରବିବାର ଫାଇନାଲ

ନୂଆଦିଲ୍ଲୀ: ଭାରତୀୟ ପୁରୁଷ ବ୍ୟାଡମିଂଟନ ଦଳ ୭୩ ବର୍ଷ ପରେ ଥମାସ କପର ଫାଇନାଲରେ ପ୍ରବେଶ କରି ଇତିହାସ ରଚିଛି । ଭାରତ ଏଥିସହ ପଦକ ନିଶ୍ଚିତ କରିଛି । ରବିବାର ଭାରତ ଓ ଇଣ୍ଡୋନେସିଆ ମଧ୍ୟରେ ଫାଇନାଲ ମ୍ୟାଚ ଖେଳାଯିବ । ୧୯୪୯ରୁ ଆରମ୍ଭ ହୋଇଥିବା ଥମାସ କପରେ ପ୍ରଥମ ଥର ପାଇଁ ଭାରତ ଫାଇନାଲରେ ପ୍ରବେଶ କରିଛି । ସେମିଫାଇନାଲରେ ଭାରତ ୩-୨ରେ ଡେନମାର୍କକୁ ହରାଇ ଟାଇଟଲ ମୁକାବିଲାରେ ଅବତୀର୍ଣ୍ଣ ହୋଇଛି ।  ଭାରତର […]

Continue Reading

ରଥଯାତ୍ରା ପୂର୍ବରୁ ଶ୍ରୀମନ୍ଦିର ଓ ଗୁଣ୍ଡିଚା ମନ୍ଦିରରେ ଲାଗିବ ୨୩୬ ସିସିଟିଭ କ୍ୟାମେରା

ପୁରୀ : ରଥଯାତ୍ରା ପାଇଁ ଜୋରସୋରରେ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ପୂର୍ବରୁ ଶ୍ରୀମନ୍ଦିର ଓ ଗୁଣ୍ଡିଚା ମନ୍ଦିରରେ ଲାଗିବ ଆଉ୨୩୬ ସିସିଟିଭି କ୍ୟାମେରା । କେଉଁଠି କେଉଁଠି ସିସିଟିଭି ଲାଗିବ ସେ ନେଇ ସ୍ଥାନ ଚିହ୍ନଟ ହୋଇଛି । ଆଜି ଏନେଇ ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା । ଶ୍ରୀମନ୍ଦିର ଓ ଗୁଣ୍ଡିଚା ମନ୍ଦିରରେ ସିସିଟିଭି ଲାଗିବା ପାଇଁ ଟେଣ୍ଡର ଆହ୍ୱାନ ପରେ ଖୁବ ଶୀଘ୍ର କାମ ଆରମ୍ଭ […]

Continue Reading

ନିଶା ଦେଇ ଦୁଷ୍କର୍ମ କଲେ ପବ୍ ସାଙ୍ଗ

ଭୁବନେଶ୍ୱର: ନିଶା ଦେଇ ଦୁଷ୍କର୍ମ କରିବା ଅଭିଯୋଗରେ ଜଣେ ବ୍ୟବସାୟୀଙ୍କୁ ଗିରଫ କରିଛି କମିଶନରେଟ ପୋଲିସ୍ । ପାହାଳ ଥାନା ପୋଲିସ୍ ଲୁହା ବ୍ୟବସାୟୀ କିଶନ ଅଗ୍ରୱାଲଙ୍କୁ ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ଗିରଫ କରିଛି । ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ସୂଚନା ଅନୁସାରେ, ପାହାଳ ଥାନାରେ ଗତ ୬ ତାରିଖରେ ଏହି ଅଭିଯୋଗ କରିଛନ୍ତି । ଯୁବତୀଙ୍କ ଅଭିଯୋଗ- ଚନ୍ଦ୍ରଶେଖରପୁର ‘ଏମ୍ବାସୀ’ ପବ୍ ରେ ବ୍ୟବସାୟୀ କିଶନ ଅଗ୍ରୱାଲଙ୍କ ସହ ଭେଟ ହୋଇଥିଲା । ସେଠାରୁ […]

Continue Reading

ଚନ୍ଦ୍ରପୃଷ୍ଠରେ ଗଛ : ଭବିଷ୍ୟତରେ ବୈଜ୍ଞାନିକ କରିପାରିବେ ଚାଷ !

ୱାଶିଂଟନ୍  : ଚନ୍ଦ୍ରପୃଷ୍ଠରେ ଗଛ  । ଶୁଣିବାକୁ ଟିକେ ଆଶ୍ଚର୍ଯ୍ୟ ଲାଗିଲେ ବି କଥାଟା ସତ । ବୈଜ୍ଞାନିକ ମାନେ ଚନ୍ଦ୍ରର ଭୂପୃଷ୍ଠରେ ଗଛ ସୃଷ୍ଟି କରିପାରିଛନ୍ତି । ଚନ୍ଦ୍ରର ମାଟି ପୃଥିବୀର ମାଟି ଭଳି ଉର୍ବର ହୋଇନଥାଏ । ତେବେ ଏହା ପରେ ବି ଗଛ ଉଠିବା ଏକ ବଡ ଉପଲବ୍ଧି । ଭବିଷ୍ୟତରେ ଚନ୍ଦ୍ର ଅଭିଯାନରେ ବୈଜ୍ଞାନିକ ଗଲେ ତାଙ୍କୁ ସେଠି ଚାଷ କରିବା ପାଇଁ ଅନେକ ସଫଳତା ମିଳିପାରିବ । ଚନ୍ଦ୍ରରେ ମଣିଷଙ୍କ […]

Continue Reading

ନିଷିଦ୍ଧ କଫ୍ ସିରଫ ଚାଲାଣ: ଜଣେ ଗିରଫ, ୧୨୮୦ ବୋତଲ ଜବତ

ଭୁବନେଶ୍ୱର: ଶୁକ୍ରବାର ସକାଳୁ କମିଶନରେଟ ପୋଲିସ ର ସ୍ପେଶାଲ ଟାସ୍କ ଫୋର୍ସ(ଏସଟିଏଫ) ବରମୁଣ୍ଡା ବସ୍ ଷ୍ଟାଣ୍ଡ ନିକଟରେ ଜଣେ ବ୍ୟକ୍ତିଙ୍କ ନିକଟରୁ ୧୨୮୦ ବୋତଲ ନିଷିଦ୍ଧ କଫ୍ ସିରଫ ଜବତ କରିଛି । ଏହି ବୋତଲ ସବୁକୁ ଚାଲାଣ କରିବାକୁ ଥିବା ଜଣେ ବ୍ୟକ୍ତିକୁ ଗିରଫ କରିଛି ଏସଟିଏଫ୍ । ଜବତ ୧୨୮୦ ଟି ଏସ୍କଫ୍ କଫ୍ ସିରଫ ରଖିଥିବା ବ୍ୟକ୍ତି କୌଣସି ଆଇନଗତ କାଗଜପତ୍ର ଦେଖାପାରିନଥିଲେ । ସେଥିପାଇଁ ତାଙ୍କ ବିରୋଧରେ ଭରତପୁର ଥାନାରେ କେସ୍ […]

Continue Reading

ଭିଜିଲାନ୍ସ ଜାଲରେ ଭିଜିଲାନ୍ସ ଇନସ୍ପେକ୍ଟର

ଭୁବନେଶ୍ୱର: ଘର ଢ଼ିଙ୍କି କୁମ୍ଭୀର । ଭିଜିଲାନ୍ସ- ଦୁର୍ନୀତି ନିବାରଣ । ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଭିଜିଲାନ୍ସ ଇନସ୍ପେକ୍ଟର । ଶୁକ୍ରବାର ସମ୍ବଲପୁର ଡିଭିଜନ ଇନସ୍ପେକ୍ଟର ମାନସୀ ଜେନା ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଇ ଧରାପଡ଼ିଛନ୍ତି । ମୁକେଶ ସାହୁ ନାମକ (ସାଧାରଣ ବ୍ୟକ୍ତି) ବ୍ୟକ୍ତିଙ୍କ ଜରିଆରେ ମାନସୀ ଜେନା ପୂର୍ବରୁ ଭିଜିଲାନ୍ସ ଜାଲରେ ଫସିଥିବା ଜଣେ ସରକାରୀ କର୍ମଚାରୀଙ୍କ ଠାରୁ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିଲେ । ଏହି ସମୟରେ ପୂର୍ବରୁ ପ୍ରସ୍ତୁତ […]

Continue Reading