ଅଟକିଲା ଟ୍ୱିଟର ଡିଲ .. ଏଲନ ମସ୍କଙ୍କ ବଡ ଘୋଷଣା

ଦିଲ୍ଲୀ : ଟ୍ୱିଟର ଡିଲ ଅଟକିଛି । ଅଧିଗ୍ରହଣକୁ ନେଇ ଏଲନ ମସ୍କ ବଡ ଘୋଷଣା କରିଛନ୍ତି । ଟ୍ୱିଟର ଏବଂ ଏଲନ ମସ୍କଙ୍କ ମଧ୍ୟରେ ଡିଲ ଅଟକିଛି । ମସ୍କ ଏହି ଡିଲକୁ ବର୍ତ୍ତମାନ ପାଇଁ ସ୍ଥଗିତ କରିଛନ୍ତି । ତେବେ ଡିଲକୁ ସବୁଦିନ ପାଇଁ ରୋକାଯାଇନାହିଁ । କିଛି ଅବଧି ପାଇଁ ଏହାକୁ ରୋକିଛନ୍ତି ମସ୍କ । ମସ୍କ ଏହି ଡିଲକୁ ଅଟକାଇବାର କାରଣ ସ୍ପାମ ବୋଲି କହିଛନ୍ତି । ଗତ ମାସରେ ମସ୍କ […]

Continue Reading

ଜୁନ ୧୩ରେ ରାଜ୍ୟସଭା ଉପନିର୍ବାଚନ, ଓଡ଼ିଶାରୁ ଖାଲି ହେଲା ୪ ଆସନ

ଦିଲ୍ଲୀ: ରାଜ୍ୟସଭା ଉପ-ନିର୍ବାଚନ ପାଇଁ ବିଜ୍ଞପ୍ତି । ଜୁନ ୧୩ରେ ହେବ ଉପନିର୍ବାଚନ । ୨୬ରେ ପ୍ରକାଶ ପାଇବ ବିଧିବଦ୍ଧ ବିଜ୍ଞପ୍ତି । ୨ ତାରିଖ ସୁଦ୍ଧା ନାମାଙ୍କନ ଦାଖଲର ଶେଷଦିନ ଧାର୍ୟ୍ୟ ହୋଇଛି । ଜୁନ୍ ୩ରେ ପ୍ରାର୍ଥୀପତ୍ର ଯାଞ୍ଚ ସହ ଜୁନ୍ ୬ରେ ହେବ ପ୍ରାର୍ଥୀପତ୍ର ପ୍ରତ୍ୟାହାର । ୧୩ତାରିଖ ସକାଳ ୯ରୁ ଅପରାହ୍ନ ୪ଟା ଯାଏ ଭୋଟ ଗ୍ରହଣ ହେବ । ଅପରାହ୍ନ ୫ଟାରେ ହେବ ଗଣତି । ୧୭ଜୁନ୍ ସୁଦ୍ଧା ନିର୍ବାଚନର […]

Continue Reading

ଝିଅ ବାହାଘରରେ ମାଆ ପଡିଲେ ବଳି: ଗାଁରେ ଶୋକାକୁଳ ପରିବେଶ

ବରଗଡ଼ :  ନାଚିବାକୁ କେନ୍ଦ୍ର କରି ହତ୍ୟାକାଣ୍ଡ । ବାହାଘର ଶୋଭାଯାତ୍ରାରେ ନାଚିବାକୁ ବାରଣ କରିବାରୁ କନ୍ୟା ମା’ଙ୍କୁ ହତ୍ୟା  । ବରଗଡ଼ ଜିଲ୍ଲା ମେଲଛାମୁଣ୍ଡା ଥାନା ସାଲେପାଲି ଗାଁରେ ଘଟିଛି ଏହି ନୃଶଂସ ହତ୍ୟାକାଣ୍ଡ । ମୃତକ ହେଲେ କନ୍ୟାଙ୍କ ମାଆ କିଶୋରୀ ରାଜହଂସ । ମେଳଛାମୁଣ୍ଡା ଥାନା ଅନ୍ତର୍ଗତ ସାଲେପାଲି ଗ୍ରାମର ଆଶାକର୍ମୀ କିଶୋରୀ ତାଣ୍ଡି ଙ୍କ ମଝିଆ ଝିଅର ବାହାଘର ଥିଲା ।  ଝିଅ ଘରକୁ ବର ପକ୍ଷରୁ ଆସିଥିଲେ ବରଯାତ୍ରୀ। ତେବେ […]

Continue Reading

ଇସ୍ରାଏଲ ସେନା ଗୁଳି ମାଡରେ ମୃତ୍ୟୁବରଣ କଲେ ଅଲ ଜଜୀରା ସାମ୍ବାଦିକ

ନୂଆଦିଲ୍ଲୀ: ଜେନିନରେ ଇସ୍ରାଏଲ ସେନା ଗୁଳିମାଡରେ ଅଲ ଜଜୀରାର ସାମ୍ବାଦିକ ଶିରୀନ ଅବୁଙ୍କ ପରଲୋକ ହୋଇଛି । ଇସ୍ରାଏଲ ସେନା ଜାଣିଶୁଣି ତାଙ୍କୁ ମାରିଛି ବୋଲି ଅଲ ଜଜୀରା ଅଭିଯୋଗ ଆଣିଛି । ତେବେ ଏହାକୁ ଇସ୍ରାଏଲ ପକ୍ଷରୁ ଖଣ୍ଡନ କରାଯାଇଛି । ସେନା ଜେନିନରେ ଥିବା ଏକ ଶରଣାର୍ଥୀ କ୍ୟାମ୍ପରେ ରେଡ କରିଥିଲା । ଏହା ପରେ ସୁରକ୍ଷାକର୍ମୀ ଓ ସେଠାରେ ଲୁଚି ରହିଥିବା ଆତତାୟୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଦୁର୍ଘଟଣାବଶତଃ ୫୧ […]

Continue Reading

ଅଭିଷେକ, ମାଧୁରୀ ପାଇବେ ସହିଦ ସ୍ପୋର୍ଟିଂ-ମାରୁତି ଇଷ୍ଟେଟ କ୍ରିକେଟର ଅଫ-ଦ -ଇୟର ପୁରସ୍କାର

ଭୁବନେଶ୍ୱର: ୨୦୨୧-୨୨ ସିଜିନ୍‍ ପାଇଁ  ଅଭିଷେକ ରାଉତ ଏବଂ ମାଧୁରୀ ମେହେଟ୍ଟା ପାଇବେ ସହିଦ ସ୍ପୋର୍ଟିଂ-ମାରୁତି ଇଷ୍ଟେଟ କ୍ରିକେଟର ଅଫ୍‍ ଦ ଇୟର ପୁରସ୍କାର ।  ଅଭିଷେକ ୨୯ତମ ପୁରୁଷ କ୍ରିକେଟର ଏବଂ ମାଧୁରୀ ୮ମ ମହିଳା କ୍ରିକେଟ ଅଫ୍‍-ଦ-ଇୟର ପୁରସ୍କାର ହାସଲ କରିବେ । ରଣଜୀ ଟ୍ରଫି ସହ ଅନ୍ୟ ଦୁଇ  ଫର୍ମାଟରେ  ଅଭିଷେକ୪୮୯ ରନ୍‍, ୧୮ଟି ଉଇକେଟ୍‍ ଦାଖଲ କରିଥିଲେ। ମାଧୁରୀ ଏକ ଦିବସୀୟ ଏବଂ ଟି୨୦ରେ ମୋଟ୍‍ ୪୫୪ ରନ୍‍ ସ୍କୋର କରି […]

Continue Reading

ପୁଅ-ବୋହୂଙ୍କ ବିରୋଧରେ ମାମଲା: ପିଲାଟେ କର ନହେଲେ ୫ କୋଟି ଦିଅ

ଭୁବନେଶ୍ୱର: ଟଙ୍କା ଖର୍ଚ୍ଚ କରି ପୁଅକୁ ବିଦେଶରେ ପଢ଼େଇଥିଲେ ବାପା-ମା’ । ଆଶା କରିଥିଲେ ପୁଅ ଭଲ ଚାକିରି କଲେ, ଋଣ ଶୁଝିବ ଆଉ ତାଙ୍କ ଦୁଃଖ ବୁଝିବ । କିନ୍ତୁ ଏହି ଆଶା ସଂପୂର୍ଣ୍ଣ ପୂରଣ ନହେବାରୁ ପୁଅ-ବୋହୂ ଙ୍କ ବିରୋଧରେ କୋର୍ଟରେ ମାମଲା ଦାଖଲ କରିଛନ୍ତି ବାପା-ମା’ । ଉତ୍ତରାଖଣ୍ଡର ହରିଦ୍ୱାରରେ ଏସ.ଆର ପ୍ରସାଦ ଓ ତାଙ୍କ ସ୍ତ୍ରୀ, ପୁଅ-ବୋହୂ ଙ୍କ ବିରୋଧରେ କୋର୍ଟରେ ଭରଣପୋଷଣ ମାମଲା ଦାଖଲ କରିଛନ୍ତି । ଏସ. ଆର. […]

Continue Reading

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲାରେ ଏସଡିଜେଏମ କୋର୍ଟଙ୍କ ଝଟ୍‌କା

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲାକୁ ନେଇ ଝଟ୍‌କା ଦେଇଛନ୍ତି ପୁରୀ ଏସଡିଜେଏମ କୋର୍ଟ। ଅଦାଲତ ଏହି ମାମଲାରେ ଜିଲ୍ଲାପାଳ, ଓବିସିସି ଓ ଟାଟା ପ୍ରୋଜେକ୍ଟ ନାମରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ପୁରୀ ଓକିଲ ସଂଘ ସିଂହଦ୍ୱାର ଥାନାରେ ଅଭିଯୋଗ କରିଥିଲେ ବି ପୁଲିସ୍‌ ମାମଲା ରୁଜୁ କରି ନଥିଲା। ଏଏସଆଇର ବିନାନୁମତିରେ ନିଷିଦ୍ଧାଞ୍ଚଳରେ ନିର୍ମାଣ କାର୍ଯ୍ୟ ଜାରି ରଖିଥିବା ହେତୁ ଜିଲ୍ଲାପାଳ, ଓବିସିସି ଓ ଟାଟା ପ୍ରୋଜେକ୍ଟ ବିରୋଧରେ ସିଆରପିସି  ଓ […]

Continue Reading

ବ୍ରଜରାଜନଗର ଉପନିର୍ବାଚନ, ନାମାଙ୍କନ ଦାଖଲ କଲେ ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି

ଝାରସୁଗୁଡା : ବ୍ରଜରାଜନଗର ଉପନିର୍ବାଚନ ପାଇଁ କସରତ ଜୋରାଦାର । ଏହିକ୍ରମରେ ନାମାଙ୍କନ ଦାଖଲ କଲେ ପ୍ରାର୍ଥୀ ଅଳକା ମହାନ୍ତି । ବିଜେଡି ପକ୍ଷରୁ ଉପନିର୍ବାଚନ ପାଇଁ ପ୍ରାର୍ଥୀ ହୋଇଛନ୍ତି ସ୍ୱର୍ଗତ କିଶୋର ମହାନ୍ତି ସ୍ତ୍ରୀ ଅଳକା ମହାନ୍ତି । ବୁଧବାର ବ୍ରଜରାଜନଗର ନିର୍ବାଚନ ପାଇଁ ବିଜେଡି ପକ୍ଷରୁ ନାମାଙ୍କନ ପତ୍ର ଦାଖଲ ହୋଇଛି । ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି  ନିଜ ସମର୍ଥକଙ୍କ ସହ ଆସି ଉପଜିଲ୍ଲାପାଳଙ୍କ ଅଫିସରେ ନାମାଙ୍କନ ଦାଖଲ କରିଛନ୍ତି । ସାଥିରେ […]

Continue Reading

ଶ୍ରୀଲଙ୍କା ହିଂସା : ସରକାରଙ୍କ ସମର୍ଥକ ଓ ବିରୋଧୀଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ, ଗୁଳି ମାରିବା ପାଇଁ ନିର୍ଦ୍ଦେଶ

ଶ୍ରୀଲଙ୍କା : କିଛି ଦିନ ହେବ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କାରେ ସ୍ଥିତି ସୋମବାରଠୁ ଅଧିକ ବିଗିଡିବାରେ ଲାଗିଛି । ସରକାର ସମର୍ଥକ ଓ ବିରୋଧଙ୍କ ମଧ୍ୟରେ ଆରମ୍ଭ ହୋଇଛି ବଡ ଧରଣର ସଂର୍ଘଷ । ସବୁଠି ହିଂସା ଓ ହାହାକାର । ଆନ୍ଦୋଳନ ନିଆଁରେ ଜଳୁଛି ପୂରା ଦେଶ । ରାଜନେତାମାନେ ଭୟରେ ଆତ୍ମଗୋପନ କରିଛନ୍ତି । ଉତ୍ୟକ୍ତ ଲୋକେ ରାଜନେତାମାନଙ୍କୁ ଟାର୍ଗେଟ୍ କରୁଥିବା ବେଳେ ଏଥିରୁ ପୋଲିସ ଓ ସେନା ମଧ୍ୟ […]

Continue Reading

ଆନ୍ଧ୍ର ମୁହାଁ ଅସାନି: ପରୀକ୍ଷା ସ୍ଥଗିତ, ବିମାନ ଉଡାଣ ବାତିଲ

ଭୁବନେଶ୍ୱର: ବାତ୍ୟାରେ ପରିଣତ ହୋଇଛି ଅସାନିି। ଆନ୍ଧ୍ରରେ ପ୍ରବଳ ବର୍ଷା ନେଇ ରେଡ୍‌ ୱାର୍ଣ୍ଣିଂ ଜାରି କରାଯାଇଛି। ଆନ୍ଧ୍ରପ୍ରଦେଶ ପାଣିପାଗ ବିଭାଗ ସୂଚନା ଅନୁସାରେ, ବର୍ତ୍ତମାନ ଏହା କାକିନାଡ଼ାଠାରୁ ୨୬୦ କିଲୋମିଟର ଦୂରରେ ରହିଛି । ଏହାର ପ୍ରଭାବରେ ଆନ୍ଧ୍ର ଉପକୂଳରେ ପ୍ରବଳ ବର୍ଷା ସାଙ୍ଗକୁ ସମୁଦ୍ରରେ ଉଚ୍ଚ ଜୁଆର ଉଠୁଥିବା ଦେଖିବାକୁ ମିଳିଛି। ବିଶାଖାପାଟନମଠାରୁ ବାତ୍ୟା ଅସାନି ୩୦୦ କିଲୋମିଟର ଦୂରରେ ରହିଛି । ଏହା ଦକ୍ଷିଣ- ପଶ୍ଚିମ ଆଡ଼କୁ ଗତି କରୁଛି । ଅମରାବତୀର […]

Continue Reading