ତୃତୀୟ ଡୋଜ୍ ଓମିକ୍ରନ୍ ବିରୁଦ୍ଧରେ ଟିକା ପ୍ରଭାବକୁ ୮୮% କୁ ବୃଦ୍ଧି କରିପାରେ

ନୂଆଦିଲ୍ଲୀ: କୋଭିଡ-୧୯ ଟିକା ର ତୃତୀୟ ଡୋଜ ଓମିକ୍ରନ୍ ଭାରିଆଣ୍ଟରେ ଆକ୍ରାନ୍ତ ଜଣେ ବ୍ୟକ୍ତିଙ୍କ ରୋଗ ପ୍ରତିରୋଧ ଶକ୍ତିକୁ ୮୮% ବୃଦ୍ଧି କରିପାରିବ ବୋଲି ବ୍ରିଟେନରେ କରାଯାଇଥିବା ନୂତନ ଅଧ୍ୟୟନରୁ ଜଣାପଡିଛି। ଦ୍ୱିତୀୟ ଡୋଜ୍ ତୁଳନାରେ ଅତ୍ୟାଧୁନିକ ମ୍ୟୁଟେଟେଡ୍ ଷ୍ଟ୍ରେନ୍ ଠାରୁ ଏହା ଏକ ଯଥେଷ୍ଟ ଉଚ୍ଚ ସ୍ତରର ସୁରକ୍ଷା ପ୍ରଦାନ କରିପାରେ। ରି‌ପୋର୍ଟ ଅନୁଯାୟୀ ଟିକାର ପ୍ରଭାବ ପ୍ରାୟ ୬ ମାସ ପରେ ଓମିକ୍ରନ୍‌ ବିରୁଦ୍ଧରେ ୫୨% କୁ ଖସି ଆସିଛି। ବୁଷ୍ଟର୍ ଡୋଜ୍ ରୋଗ […]

Continue Reading

କେତେ ସୁରକ୍ଷିତ ‘ମୋ ବସ୍’ ଯାତ୍ରା?

ଭୁବନେଶ୍ୱର: ‘ମୋ ବସ’ରେ ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ସିସିଟିଭି କ୍ୟାମେରା ଲଗା ଯାଇଛି । ଯେମିତି ଯାତ୍ରୀ କୌଣସି ଅସୁବିଧା, ଲୁଟ୍, ଅପରାଧ, ଅସଦାଚରଣର ଶିକାର ନହୁଅନ୍ତି, ତା ଉପରେ ଧ୍ୟାନ ଦିଆଯାଇଛି । ହେଲେ ସରକାରଙ୍କ ତତ୍ୱାବଧାନରେ ଚାଲୁଥିବା ‘ମୋ ବସ୍’ ଗୁଡ଼ିକରେ ଯାତ୍ରୀମାନେ ଏବେ ଯାତ୍ରା କରିବାକୁ ଆଉ ନିରାପଦ ମଣୁ ନାହାନ୍ତି । ଶନିବାର ସନ୍ଧ୍ୟାରେ ଡୁମଡୁମାରୁ ମାଷ୍ଟରକ୍ୟାଣ୍ଟିନ (ରୁଟ୍ ନମ୍ବର-୨୫) ‘ମୋ ବସ’ଟି ଆସୁଥିବାବେଳେ ଚୋରି ହୋଇଥିବା ଅଭିଯୋଗ ହୋଇଛି । […]

Continue Reading

ଖରାପ ପାଗ ଯୋଗୁ ହୋଇଥିଲା ସିଡିଏସ୍ ବିପିନ ରାୱତଙ୍କ ହେଲିକପ୍ଟର ଦୁର୍ଘଟଣା

ନୂଆଦିଲ୍ଲୀ: ଡିସେମ୍ବର ୮ରେ ତାମିଲନାଡୁରେ ଘଟିଥିବା ହେଲିକପ୍ଟର ଦୁର୍ଘଟଣାରେ ସିଡିଏସ୍ ବିପିନ ରାୱତ ଏବଂ ତାଙ୍କ ପତ୍ନୀଙ୍କ ସମେତ ୧୪ ଜଣଙ୍କ ମୃତ୍ୟୁ ହେବାର ଏକ ମାସ ପରେ ଏହା ସହ ଜଡିତ ଏକ ବଡ ଖବର ସାମ୍ନାକୁ ଆସିଛି। ଘଟଣାର ତଦନ୍ତ ପାଇଁ ଗଠିତ କମିଟିର ସୂତ୍ରରୁ ପ୍ରକାଶ ଯେ ଖରାପ ପାଗ ହେତୁ ଏହି ହେଲିକପ୍ଟର ଦୁର୍ଘଟଣା ଘଟିଥାଇପାରେ। ତଦନ୍ତ କମିଟି ଶୀଘ୍ର ଏହାର ରିପୋର୍ଟ ଦାଖଲ କରିବ ଏବଂ ନିକଟରେ ଏହାର କାରଣ […]

Continue Reading

୧୫ ରୁ ୧୮ ବର୍ଷ ବୟସର ପିଲାଙ୍କ ପାଇଁ ଟୀକାକରଣ କେମିତି କରିବେ ପଞ୍ଜୀକରଣ ?

ଭୁବନେଶ୍ୱର: ଦେଶରେ କରୋନା ମୁକାବିଲା ପାଇଁ ୧୮ ବର୍ଷରୁ ଊର୍ଦ୍ଧ୍ଵ ନାଗରିକଙ୍କର ଟିକାକରଣ ଚାଲିଥିବା ଏବେ ୧୫ରୁ ୧୮ ବର୍ଷ ବର୍ଗର ପିଲାମାନଙ୍କ ପାଇଁ କରୋନା ଟିକାକରଣ ଆରମ୍ଭ ହେବ। ଜାନୁଆରି ୩ ତାରିଖରୁ ଦେଶବ୍ୟାପୀ ଏହି ବର୍ଗ ପାଇଁ ଟିକାକରଣ ଆରମ୍ଭ ହେବ। ଏଥିପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ କୋ-ଓ୍ୱିନ୍ ପୋର୍ଟାଲ୍ ଜରିଆରେ ଜାନୁଆରି ପହିଲା ଅର୍ଥାତ୍ ଆଜିଠାରୁ ପଞ୍ଜୀକରଣ ଆରମ୍ଭ ହୋଇଛି। ତେବେ କୋ-ଓ୍ୱିନ୍ ପୋର୍ଟାଲ୍‌ରେ ଟିକା ପାଇଁ କେମିତି ପଞ୍ଜୀକରଣ କରିବେ ଜାଣନ୍ତୁ। […]

Continue Reading

ମିଶନାରିଜ୍ ଅଫ ଚାରିଟୀର ଅନ୍ତେବାସୀ ଯେପରି ଅସୁବିଧାରେ ନପଡ଼ନ୍ତି ସେଥିପ୍ରତି ଧ୍ୟାନ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର : ଓଡିଶାର ମିଶନାରିଜ୍ ଅଫ ଚାରିଟୀର ଅନ୍ତେବାସୀ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ସେଥିପ୍ରତି ଧ୍ୟାନ ଦେବାକୁ ମୁଖ୍ୟମନ୍ତ୍ରୀ  ନିର୍ଦ୍ଦେଶ ଦେଲେ। ଓଡିଶାରେ ମିଶନାରିଜ୍ ଅଫ ଚାରିଟୀ ଦ୍ବାରା ପରିଚାଳିତ ବିଭିନ୍ନ ସଂସ୍ଥା ଯଥା କୁଷ୍ଠାଶ୍ରମ ଓ ଅନାଥାଶ୍ରମ ମାନଙ୍କରେ ଥିବା ଅନ୍ତେବାସୀମାନେ ଯେପରି କୌଣସି ସମସ୍ୟା ବିଶେଷ କରି ଖାଦ୍ୟ ନିରାପତ୍ତା ତଥା ସ୍ବାସ୍ଥ୍ୟ ସଂପର୍କୀତ ସମସ୍ୟାର ସମ୍ମୁଖୀନ ନ ହୁଅନ୍ତି, ତାକୁ ଦୃଷ୍ଟିରେ ରଖି ଆଗୁଆ ପଦକ୍ଷେପ ନେବା ପାଇଁ […]

Continue Reading

କ୍ୱାକ ଡ଼ାକ୍ତରଙ୍କ ଭୁଲ ଇଞ୍ଜେକସନ ଯୋଗୁଁ ଚାଲିଗଲା ରୋଗୀର ଜୀବନ, ଘଟଣାସ୍ଥଳରେ ଉତ୍ତେଜନା

ସୋନପୁର: କ୍ୱାକ ଡ଼ାକ୍ତରଙ୍କ ଭୁଲ ଇଞ୍ଜେକସନ ଯୋଗୁଁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ । ଏହିଭଳି ଅଭିଯୋଗ ଆସିଛି ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁରରୁ । ମୃତକ ଜଣକ ହେଲେ ରଥପୁର ମେହେରପଡ଼ାର କାର୍ତ୍ତିକ ମେହେର । ଅଭିଯୋଗ ଅନୁସାରେ, ଦୁଇ ଦିନ ତଳେ କାର୍ତ୍ତିକଙ୍କୁ ଜ୍ୱର ଓ ମୁଣ୍ଡବ୍ୟଥା ହେବାରୁ ସେ ଏକ ଘରୋଇ କ୍ଲିନିକରେ ଦେଖାଇଥିଲେ । ସେଠାରେ ଚିକିତ୍ସା କରୁଥିବା ବଙ୍ଗାଳି ଡ଼ାକ୍ତର ଔଷଧ ଖାଇବାକୁ ଦେଇଥିଲେ । ଘରକୁ ଯାଇ ଗୁରୁତର […]

Continue Reading

ନବରଙ୍ଗପୁର କଂଗ୍ରେସ ସଭା ମଣ୍ଡପରେ ଗଙ୍ଗାଜଳ ସିଂଚନ କରିଥିବା ବ୍ୟକ୍ତିମାନଙ୍କୁ ତୁରନ୍ତ ଗିରଫ କରାଯାଉ: କଂଗ୍ରେସ ଅନୁସୂଚିତ ଜାତି ବିଭାଗ

ଭୁବନେଶ୍ୱର: ଗତ ୨୭.୧୨.୨୦୨୧ରିଖ ସୋମବାର ଦିନ ଓଡ଼ିଶା ପ୍ରଦେଶ କଂଗ୍ରେସର ୧୦୦ବର୍ଷ ପୂର୍ତି ଅସବରରେ ନବରଙ୍ଗପୁର ଜିଲ୍ଲା କଂଗ୍ରେସ କମିଟିର ତରଫରୁ ଏକ ସଂକଳ୍ପ ସମାବେଶ ଅନୁଷ୍ଠିତ ହୋଇଥିଲା । ଏହି ସମାବେଶରେ କଂଗ୍ରେସ ଦଳର ଜାତୀୟନେତା ଯଥା ଡଃ. କହ୍ନେୟା କୁମାର, ଗୁଜୁରାଟର ମାନ୍ୟବର ବିଧାୟକ ତଥା ଦଳିତ ନେତା ଜିଗନେଶ ମେୱବାନୀ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିହାର ପ୍ରଦେଶ କଂଗ୍ରେସର ପ୍ରଭାରୀ ଭକ୍ତଚରଣ ଦାସ ଓ ଛତିଶଗଡ଼ ରାଜ୍ୟ ସରକାରଙ୍କ କ୍ୟାବିନେଟ୍ ମନ୍ତ୍ରୀ ଲକ୍ଷ୍ମୀ […]

Continue Reading

ଟିମ ଇଣ୍ଡିଆର ଜୋରଦାର ପ୍ରଦର୍ଶନ: ସେଂଚୁରିଆନରେ ପ୍ରଥମ ବିଜୟ

ସେଂଚୁରିଆନ: ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟକୁ ଭାରତ ୧୧୩ ରନରେ ସମ୍ପୂର୍ଣ୍ଣ ଷ୍ଟାଇଲରେ ଜିତିନେଇଛି । ଏଥିସହ ସେଂଚୁରିଆନରେ ଭାରତ ପ୍ରଥମ ଟେଷ୍ଟ ବିଜୟ ହାସଲ କରି ୩ ମ୍ୟାଚ ବିଶିଷ୍ଟ ସିରିଜରେ ଭାରତ ୧-୦ର ଅଗ୍ରଣୀ ହାସଲ କରିଛି । ୩୦୫ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଦକ୍ଷିଣ ଆଫ୍ରିକା ୧୯୧ ରନରେ ଅଲଆଉଟ ହୋଇ ଯାଇଥିଲା । ଅଧିନାୟକ ଡିନ ଏଲଗାର ସର୍ବାଧିକ ୭୭ ରନ କରିଥିଲେ । ମହମ୍ମଦ […]

Continue Reading

ନବରଙ୍ଗପୁରରେ ୩୦ ଟିକିଆ ହାତୀପଲ ଆତଙ୍କ : ନଷ୍ଟ କଲେ ଫସଲ ,ଭାଙ୍ଗିଲେ ଘରଦ୍ୱାର

ନବରଙ୍ଗପୁର : ନବରଙ୍ଗପୁରରେ ଆତଙ୍କ ଖେଲାଉଛନ୍ତି ହାତୀ । ନବରଙ୍ଗପୁର ରାଇଘର ବ୍ଲକ ଅନ୍ତର୍ଗତ ସମ୍ବଲପୁର ଅଞ୍ଚଳରେ ହାତୀ ଆତଙ୍କ । କାଣ୍ଡିତରାର ଛାପର ଅଞ୍ଚଳରେ ଗତାକାଲି ବିଳମ୍ବିତ ରାତିରେ ଛତିଶଗଡ ସାଲେଭାଟା ଜଙ୍ଗଲରୁ ପ୍ରାୟ ୩୦ରୁ ଉର୍ଦ୍ଧ୍ବ ହାତୀ ପଲ୍ଲ ଗାଁ ଭିତରକୁ ପଶି ଆସିଥିଲେ । ହାତୀମାନେ ଛାପର ଅଞ୍ଚଳରେ ତାଣ୍ଡବ ରଚିବା ସହ ଅମଳ ହୋଇଥିବା ଧାନ ଫସଲ ସମେତ ବାଡିରେ ଥିବା ପନିପରିବା କଦଳୀ ଗଛ ଆଦି ନଷ୍ଟ କରି ଫେରିଯାଇଥିଲେ […]

Continue Reading

ମହୁମାଛି ଆକ୍ରମଣରେ ଦୁଇଜଣ ଗୁରୁତର

କାମାକ୍ଷାନଗର: ମହୁମାଛି ଆକ୍ରମଣରେ ଦୁଇଜଣ ଗୁରୁତର ହୋଇଛି । ଢ଼େଙ୍କାନାଳ ଜିଲ୍ଲା ଭୁବନ ଏନଏସି ଅନ୍ତର୍ଗତ ଲତାବିଲ ସାହିରେ ଘଟିଛି ଏହି ଘଟଣା । ଦୁଇଜଣ ଗୁରୁତରମାନେ ଲତାବିଲ ସାହିର ପ୍ରତାପ କୁମାର ବେହେରା ଓ ପ୍ରଦୀପ୍ତ ଦାଶ । ସୂଚନା ଅନୁସାରେ, ପ୍ରତାପ ନିଜ ବାଡ଼ିରେ ଚାଷ କାମ କରୁଥିବାବେଳେ ହଠାତ୍ ମହୁମାଛି ଆକ୍ରମଣର ଶିକାର ହୋଇଥିଲେ । ଅନ୍ୟପଟେ ପ୍ରଦୀପ୍ତ ବଜାର କାମ ସାରି ଘରକୁ ନିଜ ସାଇକେଲରେ ଫେରିବାବେଳେ ମହୁମାଛି ଆକ୍ରମଣର ଶିକାର […]

Continue Reading