ସାହିତ୍ୟ ସାଧନାରେ ସମାଜସେବୀ ତୃପ୍ତି

ପୁରୀ : ପୁରୀ ପାଇଁ ସେ ଗର୍ବ ଆଉ ଗୌରବ । ଏକାଧାରରେ ସେ ଜଣେ ସମାଜସେବୀ ଓ କବୟତ୍ରୀ । ସମାଜ ସେବା ସହିତ ସାହିତ୍ୟ ସାଧନାରେ ବ୍ରତୀ ହେଉଛନ୍ତି ତୃପ୍ତି ପଣ୍ଡା । ପୁରୀ ବଳଙ୍ଗାର ବାୟାବର ଗାଁରେ ଜନ୍ମ ଗ୍ରହଣ କରିଛନ୍ତି । ପିଲାବେଳରୁ ଲେଖା ଜୀବନୀ ଆରମ୍ଭ କରିଥିବା ବେଳେ ତାଙ୍କ ଦ୍ୱାରା ଅନେକ ପୁସ୍ତକ ରଚନା ହୋଇଛି । ୮ଟି ପୁସ୍ତକ ଲେଖିବା ସହ ନିଜସ୍ୱ ଏକ ମାଗାଜିନ୍ ସମ୍ପାଦନା […]

Continue Reading

ଓଡ଼ିଶାରେ କରୋନା ଟିକାକରଣ ୪କୋଟି ଡ଼ୋଜ୍ ଟପିଲା

ଭୁବନେଶ୍ୱର: ରାଜ୍ୟରେ କୋଭିଡ଼ ଟିକାକରଣରେ ମାଇଲଖୁଣ୍ଟ। ୪କୋଟି ଡ଼ୋଜ୍ ପାର କଲା ଟିକାକରଣ। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି।ଏଥିପାଇଁ ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ସ୍ୱାସ୍ଥ୍ୟ ବିଭାଗ। ଡ଼ିସେମ୍ବର ସୁଦ୍ଧା ପ୍ରଥମ ଡ଼ୋଜ୍ ସମ୍ପୂର୍ଣ୍ଣ ସାରିବାକୁ ରାଜ୍ୟ ସରକାର ଟାର୍ଗେଟ୍ ରଖିଛନ୍ତି। ଏଥିପାଇଁ ଟିକାକରଣ କେନ୍ଦ୍ର ସଂଖ୍ୟା ବୃଦ୍ଧି କରାଯାଇଛି। ରାଜ୍ୟରେ ଟିକାକରଣ କେନ୍ଦ୍ରକୁ ୧୬ଶହରୁ ୨୪ଶହକୁ ବୃଦ୍ଧି କରାଯାଇଥିବା ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ […]

Continue Reading

ଭାରତରେ ଆତ୍ମହତ୍ୟା ଯୋଗୁ ମୃତ୍ୟୁବରଣ କରୁଥିଲେ ଦୈନିକ ୩୪ ରୁ ଅଧିକ ଛାତ୍ରଛାତ୍ରୀ

ନୂଆଦିଲ୍ଲୀ: ୨୦୨୦ରେ ଦେଶରେ କରୋନା ଭୂତାଣୁ କବଳରେ ଆସିବା ପରେ ଭାରତରେ ପ୍ରତିଦିନ ୩୪ ରୁ ଅଧିକ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଆତ୍ମହତ୍ୟା ଯୋଗୁ ହୋଇଥିବା ସୂଚନା ମିଳିଛି। ଗତ ବର୍ଷରେ ଏହି କାରଣରୁ ୧୨,୫୦୦ ରୁ ଅଧିକ ଛାତ୍ରଛାତ୍ରୀ ମୃତ୍ୟୁବରଣ କରିଥିବା ରିପୋର୍ଟ ହୋଇଛି। ପୂର୍ବ ବର୍ଷ ତୁଳନାରେ ୨୧ ପ୍ରତିଶତ ବୃଦ୍ଧି ଘଟିଛି। ୧୯୯୫ ମସିହାରୁ ହୋଇଥିବା ତଥ୍ୟ ବିଶ୍ଳେଷଣରୁ ଜଣାପଡିଛି ଯେ ଭାରତ ୧.୮ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଆତ୍ମହତ୍ୟାରେ ମୃତ୍ୟୁବରଣ କରିଥିବା ଯୋଗୁ […]

Continue Reading

ଭୁଲ ରକ୍ତ ଦେବାରୁ ରାଉରକେଲା ସରକାରୀ ହସ୍ପିଟାଲରେ ମହିଳାଙ୍କ ମୃତ୍ୟୁ ଅଭିଯୋଗ

ରାଉରକେଲା: ଭୁଲ ରକ୍ତ ଦେବା ଯୋଗୁଁ ଜଣେ ରୋଗୀର ମୃତ୍ୟୁ ହୋଇଥିବା ଅଭିଯୋଗ। ଏହିଭଳି ଅଭାବନୀୟ ଘଟଣା ଘଟିଛି ରାଉରକେଲା ସରକାରୀ ହସ୍ପିଟାଲରେ।‘O’ ପଜିଟିଭ ପରିବର୍ତ୍ତେ ଦିଆଯାଇଥିଲା ‘B’ ପଜିଟିଭ୍ ରକ୍ତ। ଏନେଇ ପରିବାର ଲୋକ ଅଭିଯୋଗ ଆଣିଛନ୍ତି। ମୃତ ମହିଳାଙ୍କ ନାମ ସରୋଜିନୀ କାକ୍। ସେ କୁତ୍ରା ଥାନା ଅନ୍ତର୍ଗତ ବିରଂଗାଟୋଲି ପଞ୍ଚାୟତର ବୁଢ଼ାକାଟ ଗାଁର ବାସିନ୍ଦା। ସରୋଜିନୀ ରକ୍ତ ହୀନତା ରୋଗରେ ପୀଡ଼ିତ ଥିଲେ। ଏଥିପାଇଁ ତାଙ୍କୁ କୁତ୍ରା ଡ଼ାକ୍ତରଖାନାରେ ପ୍ରଥମେ ଭର୍ତ୍ତି କରାଯାଇଥିଲା। […]

Continue Reading

RBIର ଦୁଇଟି ଗ୍ରାହକ କୈନ୍ଦ୍ରିକ ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ଦିଲ୍ଲୀ : ନିବେଶକଙ୍କୁ ମୋଦିଙ୍କ ଉପହାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ ରିଜର୍ଭ ବ୍ୟାଙ୍କ ଆରବିଆଇର ଦୁଇଟି ଗ୍ରାହକ କୈନ୍ଦ୍ରିକ ଯୋଜନାର ଶୁଭାରମ୍ଭ କରିଛନ୍ତି।ଏହି ଦୁଇଟି ଯୋଜନା ହେଉଛି ରିଟେଲ ଡାଇରେକ୍ଟ ଯୋଜନା ଏବଂ ରିଜର୍ଭ ବ୍ୟାଙ୍କ ସମନ୍ୱିତ ଲୋକପାଳ ଯୋଜନା।ପ୍ରଧାନମନ୍ତ୍ରୀ ମୋଦି ଆଜି ଭିଡିଓ କନଫରେନ୍ସି ମାଧ୍ୟମରେ ଯୋଜନା ଦୁଇଟିର ଶୁଭାରମ୍ଭ କରିଛନ୍ତି।ଦୁଇଟି ଯୋଜନା ବିଷୟରେ ମୋଦି କହିଛନ୍ତି ଯେ ଏହି ଯୋଜନା ଗୁଡିକ ଦେଶରେ ନିବେଶର ପରିସର ବୃଦ୍ଧି କରିବ ଏବଂ ପୁଞ୍ଜି […]

Continue Reading

ବସ୍‌ରେ ଯାତ୍ରା କରୁଥିବା ବେଳେ ମୋବାଇଲ୍‌ ସ୍ପିକର୍‌ରେ ଗୀତ ଶୁଣିବା ମନା

ବେଙ୍ଗାଲୁରୁ: କର୍ଣ୍ଣାଟକ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ବସ୍‌ରେ ଯାତ୍ରା କରୁଥିବା ବେଳେ ଯାତ୍ରୀମାନଙ୍କୁ ମୋବାଇଲ୍ ସ୍ପିକରରେ ଗୀତ ବଜାଇବାକୁ ବାରଣ କରାଯାଇଛି। କର୍ଣ୍ଣାଟକ ହାଇକୋର୍ଟ ପୂର୍ବରୁ କୋର୍ଟରେ ଦାଖଲ ହୋଇଥିବା ଏକ ଆବେଦନ ଉପରେ ଆଧାର କରି ଏହି ପ୍ରତିବନ୍ଧକ ଲଗାଇବାକୁ ନିଷ୍ପତ୍ତି ନେଇଥିଲେ। “ବସ୍ ଭିତରେ ଶବ୍ଦ ବିଭ୍ରାଟ” ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। ହାଇ ଭଲ୍ୟୁମରେ ଗୀତ ଏବଂ ଭିଡିଓ ବଜାଇବା ଅନୁଚିତ। ଏଥିପାଇଁ ମୋବାଇଲ୍ ଫୋନର ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଯିବା ଉଚିତ ବୋଲି […]

Continue Reading

ରାଜ୍ୟ ସରକାରଙ୍କ ଦୁର୍ନୀତି ବିରୋଧୀ ଅଭିଯାନ ଜାରି,୮ ଅଧିକାରୀଙ୍କୁ ଦିଆଗଲା ବାଧ୍ୟତାମୂଳକ ଅବସର

ଭୁବନେଶ୍ୱର: ରାଜ୍ୟ ସରକାର ଦୁର୍ନୀତି ବିରୋଧରେ ସବୁବେଳେ ଦୃଢ କାର୍ଯ୍ୟାନୁଷ୍ଠାନ ନେଇଥାନ୍ତି । ରାଜ୍ୟ ସରକାରଙ୍କ ଦୁର୍ନୀତି ବିରୋଧୀ ଅଭିଯାନରେ ଆଉ ୮ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି।  ଦୁର୍ନୀତି ଗ୍ରସ୍ତ ଓ ଅପାରଗ ଅଧିକାରୀଙ୍କ ବିରୋଧରେ ଏପରି କଠୋର ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର। ଏହି ୮ ଜଣ ଅଧିକାରୀଙ୍କୁ ମିଶାଇ ବର୍ତ୍ତମାନ ସୁଦ୍ଧା ୧୩୦ ଜଣ ଅଧିକାରୀଙ୍କୁ ଚାକିରୀରୁ ବହିଷ୍କାର କରାଯାଇଛି। ନିମାପଡ଼ାର ପୂର୍ବତନ ତହସିଲଦାର ତଥା ସବ୍‌ ରେଜିଷ୍ଟ୍ରାର ରାମଚନ୍ଦ୍ର ଜେନା, […]

Continue Reading

ପୁରୀର ନାମ ପରିବର୍ତ୍ତନକୁ ସମର୍ଥନ ଜଣାଇ ଶିଳ୍ପୀ ସୁଦର୍ଶନ ନିର୍ମାଣ କଲେ ବାଲୁକା କଳା

ପୁରୀ: ପୁରୀର ନାମକରଣ ପରିବର୍ତ୍ତନକୁ ସମର୍ଥନ ଜଣାଇଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ପୁରୀର ନାମକୁ ଶ୍ରୀଜଗନ୍ନାଥ ପୁରୀଭାବେ ନାମିତ କରିବା ଦାବିକୁ ସମର୍ଥନ ଜଣାଇ ପୁରୀ ସ୍ୱର୍ଣ୍ଣାଭ ବେଳାଭୂମିରେ ସେ ଏକ ବାଲୁକା କଳା ନିର୍ମାଣ କରିଛନ୍ତି। ବାଲୁକା କଳା ନିର୍ମାଣ କରିବା ସହ ସେଥିରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଚିତ୍ରକୁ ସ୍ଥାନିତ କରିଛନ୍ତି। ପୁରୀର ନାମ ଶ୍ରୀ ଜଗନ୍ନାଥ ପୁରୀଭାବେ ନାମିତ ପାଇଁ ବିଭିନ୍ନ ସଂଗଠନ ଓ ବୁଦ୍ଧିଜୀବୀମାନେ ଦାବି ଉଠାଇଛନ୍ତି। ଏହାକୁ […]

Continue Reading

ୟୁଜର୍ସ ଫି ବା ଶୁଳ୍କ ଆଦାୟକୁ ବିରୋଧ କରି ଶ୍ରୀ ଜଗନ୍ନାଥ ସେନା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

ପୁରୀ: ୟୁଜର୍ସ ଫି ବା ଶୁଳ୍କ ଆଦାୟକୁ ବିରୋଧ କରି ଶ୍ରୀ ଜଗନ୍ନାଥ ସେନା ପକ୍ଷରୁ ପୌରପାଳିକା କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଗତ ୧୦ତାରିଖରୁ ପୁରୀ ପୌରପାଳିକା ଅଳିଆ ଗାଡ଼ିକୁ ଅଳିଆ ଦେଉଥିବା ବ୍ୟକ୍ତି ଓ ଅନୁଷ୍ଠାନଠାରୁ ୟୁଜର୍ସ ଫି ବା ଶୁଳ୍କ ଆଦାୟ ଆରମ୍ଭ କରିଛନ୍ତି। ପୂର୍ବରୁ ବିଭିନ୍ନ ଅନୁଷ୍ଠାନ ଏହାକୁ ନେଇ ବିରୋଧ କରିଥିଲେ। ବିକ୍ଷୋଭ ସହ ୟୁଜର୍ସ ଫି ପ୍ରତ୍ୟାହାର ପାଇଁ ନାରାବାଜି କରାଯାଇଛି। କରୋନା ମହାମାରୀ ପରେ ଧାର୍ମିକ […]

Continue Reading

ବିଜେପି ସହ କଂଗ୍ରେସ ହାତ ମିଶାଇ ଶସ୍ତା ରାଜନୀତି କରୁଛି : ବିଜେଡି

ଭୁବନେଶ୍ୱର : ବିଜେଡି ପୁଣି କଂଗ୍ରେସ ଓ ବିଜେପି ଉପରେ ବର୍ଷିଛି । ମମିତା ମେହେର ହତ୍ୟା ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିରେ ଆସନ୍ତାକାଲି କଂଗ୍ରେସ ୬ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦେଇଛି । ସକାଳ ୬ ଟାରୁ ଦିନ ୧୨ ଟା ଯାଏଁ ବନ୍ଦ ପାଳନ କରିବ କଂଗ୍ରେସ । ଏହାକୁ ନେଇ ବିଜେଡି ସାମ୍ବାଦିକ ସମ୍ମିଳନୀ କରି ଉଭୟ ବିଜେପି ଓ କଂଗ୍ରେସ ଉପରେ ବର୍ଷିଛି । ଭାରତୀୟ ଜନତା […]

Continue Reading