ଜର୍ମାନୀ ସାଧାରଣ ନିର୍ବାଚନରେ ଏସପିଡିର ବିଜୟ, ଆଞ୍ଜେଲା ମେର୍କେଲଙ୍କ ଦଳ ସିଡିୟୁ ଶକ୍ତ ଧକ୍କା

ଜର୍ମାନୀ : ଜର୍ମାନୀ ସାଧାରଣ ନିର୍ବାଚନରେ ଖ୍ରୀଷ୍ଟିଆନ ଡେମୋକ୍ରାଟିକ ୟୁନିଅନ ବା ସିଡିୟୁ ଦଳକୁ ଲାଗିଛି ଶକ୍ତ ଧକ୍କା । ସାଧାରଣ ନିର୍ବାଚନରେ ବାଜିମାତ୍ କରିଛି ବାମ ସମର୍ଥିତ ସୋସିସାଲ ଡେମୋକ୍ରାଟିକ ପାର୍ଟି ବା ଏସପିଡି । ବିଦାୟୀ ଚାନସେଲର ଆଞ୍ଜେଲା ମର୍କେଲଙ୍କ ଦଳ ଖ୍ରୀଷ୍ଟିଆନ ଡେମୋକ୍ରାଟିକ ୟୁନିଅନ ବା ସିଡିୟୁକୁ ପରାଜିତ ହେବାକୁ ପଡିଛି । ସାଧାରଣ ନିର୍ବାଚନରେ ଏସପିଡି ୨୫.୭ ପ୍ରତିଶତ ଭୋଟ ପାଇଥିବା ବେଳେ, ସିଡିୟୁ ୨୪.୧ ପ୍ରତିଶତ ଭୋଟ ପାଇଛି । […]

Continue Reading

ବାତ୍ୟା ଗୁଲାବ୍‌ ପ୍ରଭାବରେ ରାଜ୍ୟରେ ହୋଇନି ବିଶେଷ କ୍ଷୟକ୍ଷତି

ଭୁବନେଶ୍ବର : ବାତ୍ୟା ଗୁଲାବ ପ୍ରଭାବରେ ରାଜ୍ୟରେ ହୋଇନି ବିଶେଷ କ୍ଷୟକ୍ଷତି । ରାଜ୍ୟରେ ପବନର ବେଗ ମଧ୍ୟ ଅଧିକ ହୋଇନାହିଁ । କେବଳ ଗଜପତି ଓ କୋରାପୁଟର କିଛି ସ୍ଥାନରେ ମାଟି ଅତଡ଼ା ଖସିଛି । ୨୧ଟି ବ୍ଲକରେ ୫୦ ପ୍ରତିଶତରୁ ଅଧିକ ବର୍ଷା ହୋଇଛି । ମାଲକାନଗିରିରେ ବର୍ଷା ଜାରି ରହିଛି । ତେବେ ବାତ୍ୟାରେ ବିଦ୍ୟୁତ ଭିତ୍ତିଭୂମିର କୌଣସି କ୍ଷୟକ୍ଷତି ହୋଇନାହିଁ । ଏଭଳି ସୂଚନା ଦେଇଛନ୍ତି ସ୍ବତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ […]

Continue Reading

ବରଗଡ଼ ହାଜତ ମୃତ୍ୟୁ ମାମଲା , ବିଭିନ୍ନ ଦାବି ନେଇ ଧାରଣାରେ ବିଜେପି

ବରଗଡ଼ :ବରଗଡ଼ ଟାଉନ ଥାନା ହେପାଜତରେ ତୋରା ଗାଁର ଗୋବିନ୍ଦ କୁମ୍ଭାରଙ୍କ ମୃତ୍ୟୁକୁ ନେଇ ବରଗଡ଼ରେ ଚର୍ଚ୍ଚା ଜୋର ଧରିଛି । ଗୋବିନ୍ଦଙ୍କୁ ନ୍ୟାୟ ଦାବିରେ ଏସପି ଅଫିସ ଆଗରେ ଧାରଣାରେ ବରଗଡ଼ ବିଜେପି ଦଳ।  । ତେବେ ପୋଲିସ ବିରୋଧରେ ଟାଉନ ଥାନାରେ ହୋଇଥିବା ଅଭିଯୋଗରେ ଏପର୍ଯ୍ୟନ୍ତ ଏଫ.ଆଇ.ଆର ହୋଇନଥିବା ବେଳେ କୌଣସି ପୋଲିସ କର୍ମଚାରୀଙ୍କୁ ମଧ୍ୟ ନିଲମ୍ବିତ କରାଯାଇନାହିଁ। ଯାହାକୁ ବିରୋଧ କରି ଆଜି ବିଜେପି ଦଳ ପକ୍ଷରୁ ଏସପି ଅଫିସ ଆଗରେ ଧାରଣା […]

Continue Reading

ଚୋରା ଚାଲାଣ ବେଳେ ୨୮ ବସ୍ତା ଗଞ୍ଜେଇ ଜବତ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ବିପୁଳ ପରିମାଣରେ ଗଞ୍ଜେଇ ଜବତ ହୋଇଛି । ଚିତ୍ରକୋଣ୍ଡା ଅଞ୍ଚଳରୁ ଆନ୍ଧ୍ରପ୍ରଦେଶ  ଚୋରା ଚାଲାଣ ହେଉଥିବା ବେଳେ ଏକ ଅଟୋକୁ ପୋଲିସ ଜବତ କରିଛି । ଅଟୋ ଭିତରୁ ୨୮ ବସ୍ତା ଗଞ୍ଜେଇ ବାହାରି ଥିବା ବେଳେ ଏହାର ଓଜନ  ୮୧୧ କିଲୋଗ୍ରାମ । ଯାହାର ବଜାର ମୁଲ୍ୟ ପ୍ରାୟ ୪୦ ଲକ୍ଷ ଟଙ୍କା ହେବ ବୋଲି ଚିତ୍ରକୋଣ୍ଡା ଏସଡିପିଓ କହିଛନ୍ତି । ଗଞ୍ଜେଇ ଚୋରା ଚାଲାଣରେ ସଂପୃକ୍ତ ଥିବା ୭ ଜଣଙ୍କୁ […]

Continue Reading

ରାଗିଗଲେ ଶିଳ୍ପା; କହିଲେ ମୁଁ କ’ଣ ରାଜ କୁନ୍ଦ୍ରା?

ମୁମ୍ବାଇ: ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ଏବଂ ତାଙ୍କ ସ୍ୱାମୀ ରାଜ କୁନ୍ଦ୍ରା ଗତ କିଛି ଦିନ ହେବ ଚର୍ଚ୍ଚାରେ ରହିଆସୁଛନ୍ତି।ଅଶ୍ଳୀଳ ଭିଡିଓ ଓ ଚଳଚ୍ଚିତ୍ର ନିର୍ମାଣ ଓ ପ୍ରସାରଣ ମାମଲାରେ ରାଜ କୁନ୍ଦ୍ରା ଗୁରୁତର ଅଭିଯୋଗର ସମ୍ମୁଖୀନ ହୋଇଥିଲେ ଏବଂ ତାଙ୍କୁ ମଧ୍ୟ ଗିରଫ କରାଯାଇଥିଲା। ତେବେ ବର୍ତ୍ତମାନ ସେ ଜାମିନରେ ମୁକୁଳିଛନ୍ତି। ଏହି ସମୟରେ, ଶିଳ୍ପା ଶେଟ୍ଟୀ ଚର୍ଚ୍ଚିତ ବିବାଦ ଉପରେ କିଛି କହିବାକୁ ମନା କରିଦେଇଛନ୍ତି। ମିଡିଆ ଉପରେ ଭୀଷଣ ବର୍ଷିଛନ୍ତି ଶିଳ୍ପା। ସେ […]

Continue Reading

‘ଆୟୁଷ୍ମାନ୍‌ ଭାରତ ଡିଜିଟାଲ୍‌ ମିଶନ୍‌’ର ଶୁଭାରମ୍ଭ, ପ୍ରତି ନାଗରିକଙ୍କୁ ମିଳିବ ID

ନୂଆଦିଲ୍ଲୀ: ସାରା ଦେଶରେ ଡିଜିଟାଲ ସ୍ୱାସ୍ଥ୍ୟ ମିଶନ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ ଆରମ୍ଭ କରିଛନ୍ତି । ସରକାର ଏହି ମିଶନକୁ ଐତିହାସିକ ବୋଲି କହିଛନ୍ତି । ଏହା ଅଧୀନରେ ପ୍ରତ୍ୟେକ ନାଗରିକଙ୍କର ସ୍ୱାସ୍ଥ୍ୟ ପରିଚୟ ରହିବ । ଏହି କାର୍ଡ ସଂପୂର୍ଣ୍ଣ ଡିଜିଟାଲ୍ ହେବ ଯାହା ଆଧାର କାର୍ଡ ପରି ଦେଖାଯିବ । ୨୦୨୦ ଅଗଷ୍ଟ ୧୫ ତାରିଖରେ ଲାଲ୍‌ କିଲ୍ଲା ପ୍ରାଚୀର […]

Continue Reading

ରାୟଗଡ଼ାରେ ଭାରତ ବନ୍ଦ , କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ ଚାଷୀ

ରାୟଗଡ଼ା : ରାୟଗଡ଼ା ଜିଲ୍ଲା ସଦର ଏବଂ ଗୁଣୁପୁରରେ ମଧ୍ୟ ଭାରତ ବନ୍ଦର ପ୍ରଭାବ ଦେଖିବାକୁ ମିଲିଥିଲା । ସଂଯୁକ୍ତ କିଶାନ ମୋର୍ଚ୍ଚାର କେନ୍ଦ୍ରୀୟ ନେତା ତ୍ରୀପତି ଗମାଙ୍ଗଙ୍କ ନେତୃତ୍ୱରେ ଶତାଧିକ ଆଦିବାସୀ ପାରମ୍ପରକ ଢଙ୍ଗରେ ଆନ୍ଦୋଳନରେ ସାମିଲ ହୋଇଥିଲେ । ଜିଲ୍ଲାର ସମସ୍ତ ଦୋକାନ ବଜାର ବନ୍ଦ ରହିବା ସହ ଘରୋଇ ବସ ଚଳାଚଳ ମଧ୍ୟ ଠପ୍ ହୋଇଯାଇ ଥିଲା । ପ୍ରଧାନମନ୍ତ୍ରୀଙ୍କ ଜନବିରୋଧୀ ନୀତିକୁ ବିରୋଧ କରିବା ସହ ସରକାରଙ୍କ ଘରୋଇ କମ୍ପାନୀକୁ ବିକ୍ରି […]

Continue Reading

ବିଭିନ୍ନ ଦାବି ନେଇ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ଜିଲ୍ଲା ଯୁବ ସଭାପତି

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଭାରତୀୟ ଜନତା ଯୁବ ମୋର୍ଚ୍ଚାର ଜିଲ୍ଲା ସଭାପତି ଶ୍ରୀ ହେମରଞ୍ଜନ ବାରିକ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ମାନନୀୟ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ର ଜନଜାତି କଲ୍ୟାଣ ଓ ଜଳଶକ୍ତି ରାଷ୍ଟ୍ର ମନ୍ତ୍ରୀ ଶ୍ରୀଯୁକ୍ତ ବିଶେଶ୍ୱର ଟୁଡୁ ଙ୍କୁ ତାଙ୍କ ଦିଲ୍ଲୀ ସ୍ଥିତ ବାସଭବନ ରେ ଭେଟି 1. କେନ୍ଦୁଝର ରେ କେନ୍ଦ୍ରୀୟ ଜନଜାତି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା, 2. ଚମ୍ପୁଆ ଉପଖଣ୍ଡ ରେ କେନ୍ଦ୍ରୀୟ ବିଦ୍ୟାଳୟ ର […]

Continue Reading

ବାତ୍ୟା ପ୍ରଭାବରେ ୧୦ ପରିବାର କ୍ଷତିଗ୍ରସ୍ତ

ଗୁଣପୁର : ବାତ୍ୟା ଗୁଲାବ ପ୍ରଭାବ । ରାୟଗଡା ଜିଲ୍ଲା ଗୁଣପୁର ବ୍ଲକ ମରମା ପଞ୍ଚାୟତର ମାଙ୍ଗଲୁଗୁଡା ଗ୍ରାମରେ ୧୦ଟି ପରିବାରର ଘର କ୍ଷତିଗ୍ରସ୍ତ ହୋଇଛି । ବର୍ଷା ପବନରେ ବଡ଼ ବଡ଼ ଗଛ ଭାଙ୍ଗିପଡିଛି । ଗ୍ରାମରେ ଥିବା ବିଦ୍ୟୁତ ଖୁଣ୍ଟ ସହ ଘରର ଛପର, ଟିଣ ଉପୁଡି ପଡିଛି । ଘଟଣା ସ୍ଥଳରେ ବ୍ଲକ ପ୍ରଶାସନ ଓ ରାଜସ୍ୱ ବିଭାଗ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ କ୍ଷୟକ୍ଷତି ଆକଳନ କରି ଲୋକଙ୍କୁ ପଲଥିନ […]

Continue Reading

ମାଡି ଆସୁଛି ବାତ୍ୟା ଗୁଲାବ , ମୁକାବିଲା ପାଇଁ ପ୍ରସ୍ତୁତ ମାଲକାନଗିରି ଜିଲ୍ଲା ପ୍ରଶାସନ

ମାଲକାନଗିରି : ମାଡି ଆସୁଛି ବାତ୍ୟା ଗୁଲାବ । ସାମ୍ଭବ୍ୟ ବାତ୍ୟା ଗୁଲାବର ମୁକାବିଲା ପାଇଁ ମାଲକାନାଗିରି ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ହୋଇଗଲାଣି । ପାଣି ପାଗ ବିଭାଗ ପକ୍ଷରୁ ରେଡ ଆଲର୍ଟ ଜାରି ପରେ ମାଲକାନଗିରି ଜିଲ୍ଲାପାଳଙ୍କ ଅଧକ୍ଷତାରେ ବାତ୍ୟା ମୁକାବିଲା କରିବା ପାଇଁ ଭରଚୁଆଲ ମାଧ୍ୟମରେ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାର ସମସ୍ତ ୭ଟି ବ୍ଲକ ଓ ତହସିଲ କାର୍ଯ୍ୟାଳୟର ସରକାରୀ କର୍ମଚାରୀ ମାନଙ୍କ ଛୁଟି ଆସନ୍ତା କାଲି ଠାରୁ ବାତିଲ କରାଯାଇଛି […]

Continue Reading