ନିଜ ନାଟକରେ ନିଜେ ଫଶିଗଲା ଡେଲିଭରୀ ବୟ ପତିତପାବନ

ଭୁବନେଶ୍ବର : ଡେଲିଭରୀ ବୟ ଅପହରଣ ସସ୍‌ପେନ୍‌ସରୁ ଉଠିଲା ପର୍ଦ୍ଦା । ଅପହରଣ ନୁହେଁ ବରଂ ପ୍ରାୟୋଜିତ ନାଟକ ଥିଲା । ଏଭଳି ଘଟଣାରୁ ପର୍ଦ୍ଦାଫାଶ କରିଛି ପୋଲିସ । ପ୍ରେମ ପାଇଁ ଏଭଳି ଅପହରଣ ନାଟକ ରଚାଯାଇଥିଲା ବୋଲି କହିଛି ପୋଲିସ । ମଧ୍ୟପ୍ରଦେଶରୁ ଡେଲିଭରି ବୟ ଓ ତାଙ୍କ ପ୍ରେମିକାକୁ ରେଲୱେ ପୋଲିସ ସହାୟତାରେ ଉଦ୍ଧାର କରି ଆଣୁଛି ଧଉଳି ଥାନା ପୋଲିସ । ଶନିବାର ନିଜେ ଅପହରଣ ହୋଇଥିବାର ନାଟକ ରଚିଥିଲା ସ୍ବିଗି […]

Continue Reading

ରବି ଫସଲ ପାଇଁ ଚାଷୀଙ୍କୁ ମିଳିଲା ‘କାଳିଆ’ ଟଙ୍କା

ଭୁବନେଶ୍ବର : ଚାଷୀଙ୍କୁ ମିଳିଲା କାଳିଆ ଟଙ୍କା । ରାଜ୍ୟର ୩୭ ଲକ୍ଷ ୧୨ ହଜାର ୯୧୪ ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀ ପରିବାରଙ୍କୁ ରବି ଫସଲ ପାଇଁ କାଳିଆ ଯୋଜନାରେ ୭୪୨.୫୮ କୋଟି ଟଙ୍କା ସହାୟତା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ । ସମସ୍ତଙ୍କ ବ୍ୟାଙ୍କ ଆକାଉଣ୍ଟରେ ୨୦୦୦ ଟଙ୍କା ଲେଖାଏ ଜମା କରାଯାଇଛି । ପବିତ୍ର ନୂଆଁଖାଇ ଅବସରରେ ଚାଷୀଙ୍କୁ କାଳିଆ ସହାୟତା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି […]

Continue Reading

ଇସ୍ତଫା ଦେଲେ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣି

ଗାନ୍ଧୀନଗର : ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣିଙ୍କ ଇସ୍ତଫା । ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତଙ୍କୁ ରାଜଭବନରେ ସାକ୍ଷାତ କରି ନିଜର ଇସ୍ତଫାପତ୍ର ପ୍ରଦାନ କରିଛନ୍ତି ବିଜୟ ରୂପାଣି । ରୂପାଣିଙ୍କ ସହ ଉପମୁଖ୍ୟମନ୍ତ୍ରୀ ନୀତିନ ପଟେଲ, ରାଜ୍ୟ ବିଜେପି ପ୍ରଭାରୀ ତଥା କେନ୍ଦ୍ରମନ୍ତ୍ରୀ ଭୁପେନ୍ଦ୍ର ଯାଦବ, ଗୁଜରାଟ ବିଜେପି ସାଙ୍ଗଠନିକ ସମ୍ପାଦକ ରତ୍ନାକରଙ୍କ ସମେତ ଅନ୍ୟ କିଛି କ୍ୟାବିନେଟ ମନ୍ତ୍ରୀ ମଧ୍ୟ ରୂପାଣିଙ୍କ ସମେତ ରାଜଭବନ ଯାଇଥିବା ସୂଚନା ରହିଛି । ଇସ୍ତଫା ପରେ ରୁପାଣି କହିଛନ୍ତି, […]

Continue Reading

ରାଜ୍ୟରେ ଚିହ୍ନଟ ହୋଇନି କରୋନାର ନୂଆ ଭ୍ୟାରିଆଣ୍ଟ

ଭୁବନେଶ୍ବର : ରାଜ୍ୟରେ ନିୟନ୍ତ୍ରଣକୁ ଆସୁଛି ମହାମାରୀ କରୋନା । ସୁସ୍ଥ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ, ଆକ୍ରାନ୍ତ ସଂଖ୍ୟା ମଧ୍ୟ ହ୍ରାସ ପାଉଛି । ହେଲେ ଏବେ ତୃତୀୟ ଲହରକୁ ନେଇ ଲୋକଙ୍କ ମନରେ ଚିନ୍ତା ବଢ଼ିଲାଣି । ଏଭଳି ସ୍ଥିତିରେ ଆଇଏଲଏସ ନିର୍ଦ୍ଦେଶକ କହିଛନ୍ତି, ରାଜ୍ୟରେ ଏପର୍ଯ୍ୟନ୍ତ ଚିହ୍ନଟ ହୋଇନାହିଁ ନୂଆ ଭ୍ୟାରିଆଣ୍ଟ । ଅଗଷ୍ଟରୁ ସେପ୍ଟେମ୍ବର ପ୍ରଥମ ସପ୍ତାହ ଭିତରେ ରାଜ୍ୟର ୬୦୦ ସାମ୍ପଲକୁ ଜେନମ ସିକ୍ବେନ୍ସିଂ କରାଯାଇଥିଲା । ୪୨୫ ଡେଲ୍ଟା […]

Continue Reading

ମୁମ୍ବାଇରେ ଆଖି ବୁଜିଲେ ଆଉ ଜଣେ ନିର୍ଭୟା

ମୁମ୍ବାଇ : ମୁମ୍ବାଇରେ ଆଖି ବୁଜିଲେ ଆଉ ଜଣେ ନିର୍ଭୟା । ଅମାନୁଷିକ ଭାବେ ଆଉ ଜଣେ ନିର୍ଭୟାଙ୍କୁ ମୁମ୍ବାଇରେ ଦୁଷ୍କର୍ମ କରାଯାଇଛି । ଜଣେ ୩୪ ବର୍ଷ ବୟସ୍କା ମହିଳାଙ୍କୁ ଅତି ବୀଭତ୍ସ ଭାବେ ଦୁଷ୍କର୍ମ ପରେ ତାଙ୍କ ଯୌନାଙ୍ଗକୁ ଲୁହା ରଡରେ ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ । ଗୁରୁତର ଅବସ୍ଥାରେ ମୁମ୍ବାଇର ଏକ ହସ୍ପିଟାଲରେ ମହିଳାଙ୍କୁ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଆଖି ବୁଜିଛନ୍ତି ଦୁଷ୍କର୍ମର ଶିକାର ହୋଇଥିବା ଏହି ପୀଡ଼ିତା । […]

Continue Reading

ମୁଖ୍ୟ ଶାସନ ସଚିବଙ୍କ ଗଜପତି ଗସ୍ତ

ଗଜପତି: ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଆଜି ଗଜପତି ଗସ୍ତରେ ଯାଇଛନ୍ତି। ଗଜପତି ଜିଲ୍ଲାର ବିଭିନ୍ନ ବିକାଶ ମୂଳକ କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି । ସେ ପର୍ଯ୍ୟଟନ ସ୍ଥଳୀର ବିକାଶ ପାଇଁ ତୁମ୍ବା ପୁରିଆ ସାହିର ବୁରୁଖତା ଦେଇ କୁନ୍ତୀ ମନ୍ଦିର ଆଦି ସ୍ଥାନ ଅନୁସନ୍ଧାନ କରିବା ସହ ପରିଦର୍ଶନ କରିଥିଲେ। ଶ୍ରୀ ମହାପାତ୍ର ମହାନ୍ଦ୍ରଗିରି ପାହାଡ ଉପରେ ଥିବା ପର୍ଯ୍ୟଟନ ପ୍ରକଳ୍ପର ଅଗ୍ରଗତି ଉପରେ ବିଶେଷ ଦୃଷ୍ଟି ଦେବା ସହ […]

Continue Reading

ଘୁଞ୍ଚିଲା ଫିଲ୍ମ ଆର୍‌ଆର୍‌ଆର୍‌ର ରିଲିଜ ଡେଟ୍‌

ମୁମ୍ବାଇ: ଘୁଞ୍ଚିଲା ଫିଲ୍ମ ଆର୍‌ଆର୍‌ଆର୍‌ର ରିଲିଜ ଡେଟ୍‌। ରାମ ଚରଣ ଏବଂ ଜେଆର୍‌ ଏନ୍‌ଟିଆର୍‌ ଅଭିନୀତ ଫିଲ୍ମ ଆରଆରଆର ଏହାର ନିର୍ଦ୍ଧାରିତ ତାରିଖରେ ରିଲିଜ୍ ହେବ ନାହିଁ। ଏନେଇ ନିର୍ମାତାମାନେ ଆଜି ନିଶ୍ଚିତ କରିଛନ୍ତି।ଫିଲ୍ମ ଅକ୍ଟୋବର ୧୩ ରେ ରିଲିଜ୍ ହେବ ନାହିଁ। କୋଭିଡ୍-୧୯ କାରଣରୁ ପ୍ରେକ୍ଷାଳୟ ବନ୍ଦ ଥିବାରୁ ସେମାନେ ଏହାକୁ ବିଳମ୍ବ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସୋସିଆଲ ମିଡିଆରେ ଏକ ବିବୃତ୍ତିରେ ନିର୍ମାତାମାନେ ପ୍ରତିଶ୍ରୁତି ଦେଇଛନ୍ତି ଯେ ଏହି ଚଳଚ୍ଚିତ୍ର ଶୀଘ୍ର ମୁକ୍ତିଲାଭ କରିବ। […]

Continue Reading

ଶେଷ ହେଲା ବିଧାନସଭାର ମୌସୁମୀ ଅଧିବେଶନ

ଭୁବନେଶ୍ବର : ଶେଷ ହେଲା ବିଧାନସଭାର ମୌସୁମୀ ଅଧିବେଶନ । ବିଧାନସଭା ଶେଷ ସହିତ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବି ରଖିଛନ୍ତି ବାଚସ୍ପତି । ସେପ୍ଟେମ୍ବର ୧ ତାରିଖରୁ ଆରମ୍ଭ ହୋଇଥିବା ଏହି ମୌସୁମୀ ଅଧିବେଶନରେ ମୋଟ୍ ୮ଟି କାର୍ଯ୍ୟ ଦିବସ ରହିଥିଲା । ଏହାରି ମଧ୍ୟରେ ଗୋଟିଏ ବେସରକାରୀ କାର୍ଯ୍ୟ ଦିବସ ଥିଲା । ଅଧିବେଶନ କାଳରେ ତିନିଟି ମୁଲତବି ପ୍ରସ୍ତାବ ଆସିଥିଲା । ଚଳିତ ମୌସୁମୀ ଅଧିବେଶନରେ ମୋଟ୍‌ ୧୩ଟି ବିଲ ପାରିତ […]

Continue Reading

ଓଡିଶା ଏଫସି ସହ ଚୁକ୍ତିବଦ୍ଧ ହେଲେ ଅଭିଜ୍ଞ ବ୍ରାଜିଲ ଫରୱାର୍ଡ ଜୋନାଥାସ

ଭୁବନେଶ୍ୱର: ଇଣ୍ଡିଆନ ସୁପର ଲିଗ ଫୁଟବଲରେ ଅଭିଜ୍ଞ ବ୍ରାଜିଲ ଫରୱାର୍ଡ ଜୋନାଥସ କ୍ରିଷ୍ଟିଆନ ଡି ଜିସସ ଓଡିଶା ଏଫସି ସହ ଚୁକ୍ତିବଦ୍ଧ ହୋଇଛନ୍ତି । ଜୋନାଥସ ବ୍ରାଜିଲ ନେଦରଲାଣ୍ଡ, ସ୍ପେନ, ଇଟାଲୀ ଓ ଜର୍ମାନୀର ଅନେକ ପ୍ରତିଷ୍ଠିତ କ୍ଲବ ପକ୍ଷରୁ ଖେଳି ସାରିଛନ୍ତି । ୧୦୦ରୁ ଊର୍ଦ୍ଧ୍ୱ ଗୋଲ ତାଙ୍କ ନାମରେ ରହିଛି । ବ୍ରାଜିଲର ଏହି ଷ୍ଟାର ଖେଳାଳିଙ୍କ ଉପସ୍ଥିତି ଓଡିଶା ଏଫସିକୁ ଫାଇଦାରେ ରଖିବ ବୋଲି ଆଶା କରାଯାଉଛି । ମୂଖ୍ୟ କୋଚ କିକୋ […]

Continue Reading

ପ୍ରକାଶ ପାଇଲା NIRF ୨୦୨୧ ତାଲିକା : ଟପ୍‌ ୨୫ ବିଶ୍ବବିଦ୍ୟାଳୟ ତାଲିକାରେ ‘ସୋଆ’

ଭୁବନେଶ୍ବର : ପ୍ରକାଶ ପାଇଲା ନ୍ୟାସନାଲ ଇନଷ୍ଟିଚ୍ୟୁସନାଲ ରାଙ୍କିଙ୍ଗ ଫ୍ରେମଓ୍ବାର୍କ ୨୦୨୧ ତାଲିକା । ଭିଡିଓ କନଫରେନ୍ସିଂ ଜରିଆରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏ ନେଇ ଘୋଷଣା କରିଛନ୍ତି । ତାଲିକାରେ ଭାରତର ଶ୍ରେଷ୍ଠ ମେଡିକାଲ ବିଶ୍ବବିଦ୍ୟାଳୟ ମଧ୍ୟରେ ସ୍ଥାନ ପାଇଛି ଓଡ଼ିଶାର ଅଗ୍ରଣୀ ବିଶ୍ବବିଦ୍ୟାଳୟ “ଶିକ୍ଷା ଓ ଅନୁସନ୍ଧାନ” ବଶ୍ବବିଦ୍ୟାଳୟ । ଦେଶର ଅଗ୍ରଣୀ ବିଶ୍ବବିଦ୍ୟାଳୟ ତାଲିକା ମଧ୍ୟରେ ଶ୍ରେଷ୍ଠ ୨୫ ତାଲିକାରେ ରହିଛି ଶିକ୍ଷା ଓ ଅନୁସନ୍ଧାନ ବିଶ୍ବବିଦ୍ୟାଳୟ । ସମସ୍ତ ବର୍ଗରେ […]

Continue Reading