କଳାହାଣ୍ଡିରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ 5T ସଚିବ

ଭୁବନେଶ୍ବର : କଳାହାଣ୍ଡି ମେଡିକାଲ କଲେଜ ଓ ସମ୍ଭାବ୍ୟ ତୃତୀୟ ଲହର ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ଓ 5T ସଚିବ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ 5T ସଚିବ ଭି.କେ ପାଣ୍ଡିଆନ୍ କଳାହାଣ୍ଡି ଗସ୍ତ କରି କରୋନାର ସମ୍ଭାବ୍ୟ ତୃତୀୟ ଲହରର ସଂକ୍ରମଣର ମୁକାବିଲା ନେଇ ହୋଇଥିବା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି । ଏଥିସହ ସ୍ବାସ୍ଥ୍ୟ, ଜଳସେଚନ ଓ ଶିକ୍ଷା ସମ୍ପର୍କିତ ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ […]

Continue Reading

ଆସିଲା ଅଗଷ୍ଟ ଗାଇଡଲାଇନ୍, ରାଜ୍ୟରେ ଖୋଲିବ ସିନେମା ହଲ୍‌ ଓ ମଲ୍‌

ଭୁବନେଶ୍ବର : ଆସିଲା ଅଗଷ୍ଟ ମାସର କରୋନା ଗାଇଡଲାଇନ୍ । ସ୍ବତନ୍ତ୍ର ରିଲିଫ୍ କମଶନର ପ୍ରଦୀପ ଜେନା କୋଭିଡ ଗାଇଡଲାଇନ୍ ସମ୍ପର୍କରେ ଘୋଷଣା କରିଛନ୍ତି । ନୂଆ ଗାଇଡଲାଇନ ଅନୁସାରେ ଏବେ ଅଗଷ୍ଟ ମାସରେ ଖୋଲିବ ସିନେମା ହଲ୍‌ ଓ ମଲ୍‌ । ୫୦ ପ୍ରତିଶତ ଦର୍ଶକକୁ ନେଇ ଚାଲି ପାରିବ ହଲ୍‌ । ଏହାସହ ସୀମିତ ସଂଖ୍ୟକ ଗ୍ରାହକଙ୍କୁ ନେଇ ଖୋଲି ପାରିବ ସପିଂ ମଲ୍‌ । ସିନେମା ହଲ ଖୋଲିବା ପାଇଁ ସରକାର ଅନୁମତି […]

Continue Reading

ରାଜନୀତିରୁ ବିଦାୟ ନେଲେ ସାଂସଦ ବାବୁଲ ସୁପ୍ରିଓ

ନୂଆଦିଲ୍ଲୀ: ରାଜନୀତିକୁ ଅଲ୍‌ବିଦା କହିଲେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବିଜେପି ଲୋକସଭା ସାଂସଦ ବାବୁଲ ସୁପ୍ରିଓ। ସେ ଶନିବାର ଫେସବୁକ ପୋଷ୍ଟ ମାଧ୍ୟମରେ ଏହାର ଘୋଷଣା କରିଛନ୍ତି ଯେ ସେ ରାଜନୀତି ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି। ଏହାସହିତ ସେ ସ୍ପଷ୍ଟ କରିଛନ୍ତି ଯେ ସେ ଅନ୍ୟ କୌଣସି ଦଳରେ ଯୋଗ ଦେବେନି। ଚଳିତ ମାସ ଆରମ୍ଭରେ କ୍ୟାବିନେଟ ସମ୍ପ୍ରସାରଣରେ ବାବୁଲ ସୁପ୍ରିଓଙ୍କୁ ନରେନ୍ଦ୍ର ମୋଦୀ ସରକାରରୁ ହଟାଇବାର କିଛି ସପ୍ତାହ ପରେ ଏହି ନିଷ୍ପତ୍ତି ନେଇଛନ୍ତି […]

Continue Reading

ବିବାହ ସମୟରେ ୮ଥର ଜେନେଲିଆଙ୍କ ପାଦ ଛୁଇଁଥିଲେ ରିତେଶ

ମୁମ୍ବାଇ: ବିବାହ ବେଳେ ୮ ଥର ଜେନେଲିଆଙ୍କ ପାଦ ଛୁଇଁଥିଲେ ରିତେଶ। ସୋନିରେ ପ୍ରସାରିତ ହେଉଥିବା ରିୟାଲିଟି ଶୋ ସୁପର ଡାନ୍ସର୍ ୪ରେ ସ୍ପେଶାଲ୍‌ ଗେଷ୍ଟ ଭାବେ ଆସିଥିବା ରିତେଶ ଓ ଜେନେଲିଆ ଏହାର ଖୁଲାସା କରିଛନ୍ତି। ଡାନ୍ସିଙ୍ଗ୍‌ ରିଆଲିଟି ସୋ’ର ଆଗାମୀ ଏପିସୋଡ୍ ଏକ ବିବାହ ଥିମ୍ ଉପରେ ଆଧାରିତ। ଏଥିରେ ରିତେଶ ଓ ଜେନେଲିଆ ସ୍ପେଶାଲ୍‌ ଗେଷ୍ଟ ଭାବେ ଆସିଛନ୍ତି। ଏହି ସମୟରେ ଜେନେଲିଆ କହିଛନ୍ତି ଯେ ମୁଁ ପାରମ୍ପାରିକ ବିବାହକୁ ଭଲପାଏ। ପ୍ରତ୍ୟେକ […]

Continue Reading

ପ୍ରେମିକାକୁ ସ୍ପିରିଟ୍ ଢ଼ାଳି ଜାଳିଦେବା ଘଟଣା, ଅଭିଯୁକ୍ତ ପ୍ରେମିକକୁ କୋର୍ଟ ଚାଲାଣ

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ପ୍ରତାପପୁରରେ ପ୍ରେମିକାକୁ ସ୍ପିରିଟ ଢ଼ାଳି ଜାଳିଦେବା ଘଟଣାରେ ଅଭିଯୁକ୍ତ କୃଷ୍ଣଚନ୍ଦ୍ର ସାହୁକୁ କୋର୍ଟ ଚାଲାଣ କରିଛି ପୋଲିସ । ଘଟଣା ଦିନ ମୃତ ପ୍ରେମିକା ଶୁଭସ୍ମିତାଙ୍କ ମୃତ୍ୟୁ କାଳୀନ ଜମାନବନ୍ଦୀ ନେଇଥିଲା ପୋଲିସ । ପ୍ରେମିକ କୃଷ୍ଣଚନ୍ଦ୍ର ସାହୁ ସ୍ପିରିଟ୍ ଢ଼ାଳି ତାଙ୍କୁ ଜାଳି ଦେବାକୁ ଉଦ୍ୟମ କରିଥିଲା ବୋଲି ମୃତ୍ୟୁକାଳୀନ ଜମାନବନ୍ଦୀରେ କହିଥିଲେ ଶୁଭସ୍ମିତା । ଏହାକୁ ଆଧାର କରି ପୋଲିସ ଅଭିଯୁକ୍ତ କୃଷ୍ଣଚନ୍ଦ୍ରର ମୋବାଇଲ ଟ୍ରାକ୍ କରି […]

Continue Reading

ଆସାମ ଓ ମିଜୋରାମ ମଧ୍ୟରେ ବଢୁଛି ବିବାଦ

ଗୌହ୍ବାଟି : ଦିନକୁ ଦିନ ଆସାମ ଓ ମିଜୋରାମ ମଧ୍ୟରେ ବଢିବାରେ ଲାଗିଛି ବିବାଦ । ସୀମାରେ ସ୍ଥିତି ସ୍ବାଭାବିକ ଥିବା ବେଳେ ଦୁଇ ରାଜ୍ୟର ସରକାର ଏବେ ସ୍ଥିତି ଉପରେ ନଜର ରଖିଛନ୍ତି । ସେପଟେ ଆକ୍ସନ୍ ମୁଡକୁ ଆସିଛନ୍ତି ଆସାମ ସରକାର । ଆସାମବାସୀଙ୍କ ପାଇଁ ଆସାମ ସରକାର ଏକ ଗାଇଡଲାଇନ୍ ଜାରି କରିଛନ୍ତି । ଆସାମବାସୀ ମିଜୋରମ ନଯିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଆସାମ ସରକାର । ସେହିଭଳି ମିଜୋରାମରେ ରହୁଥିବା ଆସାମ […]

Continue Reading

ଓଡ଼ିଶାରେ ବିରଳ ନାଲି ବଗ

କେଦ୍ରାପଡା: ଓଡ଼ିଶାରେ ବିରଳ ନାଲି ବଗ । ଓଡ଼ିଶାର ଦେଖା ଦେଇଛି ଏକ ଅତି ବିରଳ ନାଲି ରଙ୍ଗର ବଗ । କେଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ସଂଲଗ୍ନ ଜମ୍ବୁ ଲୁଣାଜଙ୍ଗଲ ପାର୍ଶ୍ଵରେ ଦେଖା ଦେଇଛି ନାଲି ରଙ୍ଗର ବଗ । ଚାଷ ଜମିରେ ଚାଷ ପାଇଁ ଟ୍ରାକ୍ଟର ହଳ କରୁଥିବା ବେଳେ ଏହି ବିରଳ ପ୍ରଜାତିର ନାଲି ରଙ୍ଗର ବଗ  ଦେଖା ଦେଇଛି ।  ଏଇ ଭଳି ଏକ ରଙ୍ଗର ପକ୍ଷୀ […]

Continue Reading

କରୋନା ପାଇଁ ଅଗଷ୍ଟ ୨ରୁ ୮ ତାରିଖ ଯାଏଁ ଟ୍ରେନ୍ ବାତିଲ

ଭୁବନେଶ୍ବର : କରୋନା ସଂକ୍ରମଣର ଚେନ ଭାଙ୍ଗିବାକୁ ରେଳବାଇର ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ । ମହାମାରୀକୁ ରୋକିବାକୁ ପାଇଁ ଅଗଷ୍ଟ ୨ ତାରିଖରୁ ୮ ତାରିଖ ପର୍ଯ୍ୟନ୍ତ ସାତ ଯୋଡା ଟ୍ରେନକୁ ବାତିଲ କରାଯାଇଛି । ତିନି ଯୋଡ଼ା ବିଶେଷ ଟ୍ରେନ ଶନିବାର ଓ ରବିବାର ଦିନ ବାତିଲ୍ ରହିବ । ସେହିପରି ଏକ ଯୋଡ଼ା ଟ୍ରେନ ଆଂଶିକ ବାତିଲ୍ ହେବ । ଅଗଷ୍ଟ ୨ ତାରିଖରୁ ୮ ତାରିଖ ମଧ୍ୟରେ ବାତିଲ ହେବାକୁ ଥିବା ଟ୍ରେନ ଗୁଡିକ […]

Continue Reading

ଆନ୍ଧ୍ରରେ ୬ ଓଡ଼ିଆ ଦାଦନଙ୍କ ମୃତ୍ୟୁ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଗୁଣ୍ଟୁର : ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଲଙ୍କାଭାନିଦିବା ଗାଁରେ ଅଭାବନୀୟ ଘଟଣା । କାମ କରୁଥିବା ବିଦ୍ୟୁତ୍ ଆଘାତରେ ୬ ଜଣ ଦାଦନ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ସମସ୍ତ ମୃତ ଦାଦନ ଶ୍ରମିକଙ୍କ ଘର ରାୟଗଡା ଜିଲ୍ଲା ଗୁଣପୁର ଅଞ୍ଚଳରେ ବୋଲି ଜଣାପଡିଛି । ସୂଚନା ଅନୁସାରେ, ଗୁଣୁପୁର ସହର ସମେତ ଭୀମପୁର ଓ ଅନ୍ୟ ଗ୍ରାମରୁ କିଛି ଦାଦନ କାମ କରିବାକୁ ଆନ୍ଧ୍ରପ୍ରଦେଶ ଗୁଣ୍ଟୁର ଯାଇଥିଲେ । ସେଠାରେ ଥିବା ଏକ ଚିଙ୍ଗୁଡ଼ି ପୋଖରୀ କାମରେ […]

Continue Reading

ସିଂହଦ୍ୱାର ସମ୍ମୁଖରେ ଧାରଣାରେ ରାଣୀ

ପୁରୀ: ବଡ଼ ଦାଣ୍ଡରେ ଯାତ୍ରା ନାୟିକା ରାଣୀ ପଣ୍ଡା । ଓଡ଼ିଶୀ ନୃତ୍ୟାଙ୍ଗନା ବେଶରେ ସଜେଇ ହୋଇ ଧାରଣାରେ ବସିଛନ୍ତି ରାଣୀ । ପୂର୍ବରୁ ରାଜକନିକା ଅଞ୍ଚଳର ଜଣେ ଯୁବକ ଶ୍ରୀଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଅପଶଦ୍ଦ ବ୍ୟବହାର କରିଥିଲେ । ଯାହାକୁ ନେଇ ରାଣୀ ନିଜେ ଥାନାରେ ଏତଲା ଦେଇଥିଲେ । ହେଲେ ଏଯାଏଁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନି । ଯାହାକୁ ବିରୋଧ କରିବା ସହିତ ରାଣୀ ପଣ୍ଡା ସିଂହଦ୍ୱାର ସମ୍ମୁଖରେ ବସିଯାଇଛନ୍ତି । ଶ୍ରୀଜଗନ୍ନାଥଙ୍କ ଫଟୋ […]

Continue Reading