ବିନୟ ପ୍ରକାଶଙ୍କୁ ଭାରତ ପାଇଁ ନୂଆ ଆବାସିକ ଅଭିଯୋଗ ଅଧିକାରୀ ଭାବେ ନିଯୁକ୍ତ କଲା ଟ୍ୱିଟର

ନୂଆଦିଲ୍ଲୀ: ଭାରତ ପାଇଁ ନୂଆ ଆବାସିକ ଅଭିଯୋଗ ଅଧିକାରୀ ନିଯୁକ୍ତ କଲା ଟ୍ୱିଟର। ବିନୟ ପ୍ରକାଶଙ୍କୁ ଭାରତ ପାଇଁ ନୂଆ ଆବାସିକ ଅଭିଯୋଗ ଅଧିକାରୀ ଭାବେ ନାମିତ କରିଛି। ଏ ନେଇ କମ୍ପାନୀ ୱେବ୍‌ସାଇଟ୍‌ ପକ୍ଷରୁ ସୂଚନା ଦିଆଯାଇଛି। ଟ୍ୱିଟର ୱେବସାଇଟରେ ଅପଡେଟ୍ ହୋଇଥିବା ସୂଚନା ଅନୁଯାୟୀ, ବିନୟ ପ୍ରକାଶ ହେଉଛନ୍ତି ଭାରତର ଆବାସିକ ଅଭିଯୋଗ ଅଧିକାରୀ (ଆରଜିଓ)। ଉପଭୋକ୍ତାମାନେ ପୃଷ୍ଠାରେ ତାଲିକାଭୁକ୍ତ ଏକ ଇମେଲ ଆଇଡି ବ୍ୟବହାର କରି ତାଙ୍କ ସହିତ ଯୋଗାଯୋଗ କରିପାରିବେ।

Continue Reading

ସିଂହଦ୍ୱାର ସାମନାରେ ମହାପ୍ରଭୁଙ୍କ ଅପେକ୍ଷାରେ ତିନି ରଥ

ପୁରୀ: ରାତି ପାହିଲେ ପୁରୀର ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ରଥଖଳାରୁ ତିନି ରଥ ଆସି ସିଂହଦ୍ୱାର ସାମନାରେ ଲାଗିଛନ୍ତି । ରଥ ପ୍ରସ୍ତୁତ ଅଛି । ପଥ ବି ପ୍ରସ୍ତୁତ । ଏବେ ଅପେକ୍ଷା କେବଳ ଲୀଳାମୟ ଠାକୁରଙ୍କୁ । ଦର୍ପଦଳମ, ତାଳଓ୍ୱଜ ଓ ନନ୍ଦିଘୋଷ ମହାପ୍ରଭୁଙ୍କ ଆଗମନ ଅପେକ୍ଷାରେ ଅଛନ୍ତି । ଆଜି ସକାଳେ ଶ୍ରୀମନ୍ଦିରରୁ ମହାପ୍ରଭୁଙ୍କ ଆଜ୍ଞାମାଳ ରଥଖଳାରେ ପହଞ୍ଚିଥିଲା । ତିନିବାଡ଼ ପୂଜାପଣ୍ଡା […]

Continue Reading

ନୂତନ ଆଇଟି ମନ୍ତ୍ରୀ କଲେ କୁ’ ରେ ପ୍ରଥମ ପୋଷ୍ଟ, କହିଲେ, ‘ନୂଆ ଆଇଟି ନିୟମ ସୋସିଆଲ୍ ମିଡିଆ ୟୁଜର୍ସଙ୍କ ପାଇଁ ହେବ ସୁରକ୍ଷିତ’

ନୂଆଦିଲ୍ଲୀ: ନୂତନ ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ ରବିବାର ସ୍ୱଦେଶୀ ସୋସିଆଲ୍ ମିଡିଆ ପ୍ଲାଟଫର୍ମ କୁ’ ସହ ଯୋଡ଼ି ହୋଇଛନ୍ତି । ସେ ନିଜର ପ୍ରଥମ ପୋଷ୍ଟରେ ନୂଆ ଆଇଟି ନିୟମ ସମ୍ପର୍କରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ନୂଆ ନିୟମ ସବୁକୁ ୟୁଜର୍ ମାନଙ୍କ ସୁରକ୍ଷାକୁ ଧ୍ୟାନ ଦେଇ କରାଯାଇଛି । ପ୍ରଥମ ପୋଷ୍ଟରେ ସେ ଲେଖିଛନ୍ତି ଯେ, ମୁଁ ରାଜ୍ୟ ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖରଙ୍କ ସହ ସୂଚନା ପ୍ରଯୁକ୍ତିବିଦ୍ୟା ନିୟମ ୨୦୨୧ […]

Continue Reading

ୟୁପିରେ ହାଇ ଆଲର୍ଟ : ୨ ଅଲକାଏଦା ଆତଙ୍କୀ ଗିରଫ

ନୂଆଦିଲ୍ଳୀ: ପୁଣି ଥରେ ହାଇ ଆଲର୍ଟରେ ଉତ୍ତର ପ୍ରଦେଶ । ରବିବାର ଉତ୍ତର ପ୍ରଦେଶରୁ ଦୁଇ ଜଣ ଅଲକାଏଦା ଆତଙ୍କୀ ଗିରଫ ହେବା ସହିତ ଉତ୍ତର ପ୍ରଦେଶରେ ହାଇ ଆଲର୍ଟ ଜାରି ହୋଇଛି । ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷେ୍ନøରୁ ଦୁଇ ଆତଙ୍କୀଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି ଉତ୍ତର ପ୍ରଦେଶ ଏଟିଏସ୍ । ବିସ୍ଫୋରକ ଭର୍ତ୍ତି ଥିବା ଏକ ପ୍ରେସର କୁକର ବୋମା ମଧ୍ୟ ଜବତ କରିଛି ଏଟିଏସ । ଦୁଇ ଅଲକାଏଦା ଆତଙ୍କୀ ଲକ୍ଷେ୍ନøରେ ଏକ […]

Continue Reading

ଛୋଟେ ନବାବ୍‌ର କ’ଣ ନାଁ ରଖିଲେ କରୀନା

ନୂଆଦିଲ୍ଲୀ: ବଲିଉଡ୍‌ର ଲୋକପ୍ରିୟ ଦମ୍ପତି କରୀନା କପୁର ଏବଂ ସୈଫ ଅଲି ଖାନ ଫେବୃଆରୀରେ ତାଙ୍କ ଦ୍ବିତୀୟ ପୁତ୍ରକୁ ସ୍ବାଗତ କରିଥିଲେ। ତେବେ ଦମ୍ପତି ତାଙ୍କ ଦ୍ବିତୀୟ ସନ୍ତାର ନାମକରଣ କରିଛନ୍ତି। ଲିଟିଲ୍‌ ବଏ୍‌ ଛୋଟେ ନବାବ୍‌ର ନାଁ ରଖିଛନ୍ତି ଜେହ୍‌। କରୀନା ଏବଂ ସୈଫ୍‌ଙ୍କ ପ୍ରଥମ ପୁତ୍ର ତୈମୁରଙ୍କ ଆକର୍ଷଣୀୟ ଚେହେରା ମଧ୍ୟ ଅନେକ ସମୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲିଟିଛି। କରୀନା ଓ ସୈଫ ଅଲି ଏପର୍ଯ୍ୟନ୍ତ ଜେହ୍‌ଙ୍କ ଚେହେରାକୁ ସମ୍ପୂର୍ଣ୍ଣ ରୂପେ ପ୍ରକାଶ କରିନାହାଁନ୍ତି। […]

Continue Reading

ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ ଶେଷ

ପୁରୀ : ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। କେଵଳ ତିନି ରଥରେ କପଡା ପକାଯିବା କାର୍ଯ୍ୟ ଚାଲୁ ରହିଛି। ତେବେ ରଥ ଯାତ୍ରା କିଭଳି ଶାନ୍ତି ଶୃଙ୍ଖଳା ରେ ହେବ ସେ ନେଇ ପୁରୀ ଜିଲାପାଳ ସ୍ଥିତି ସମୀକ୍ଷା କରିଛନ୍ତି। ଜିଲାପାଳ ଙ୍କ ସୂଚନା ଅନୁଯାୟୀ src ଙ୍କ ଗାଇଡ଼ ଲାଇନ ଅନୁଯାୟୀ ୩ ହଜାର ସେଵାୟତଙ୍କ କୋଭିଡ ଟେଷ୍ଟ ହୋଇଛି । ସେହିପରି ଏକ ହଜାର ସରକାରୀ କର୍ମଚାରୀଙ୍କର କୋଭିଡ […]

Continue Reading

ଶେଷ ଦେବଦାସୀ ପରଶମଣିଙ୍କ ପରୋଲୋକ

ପୁରୀ: ଦେବଦାସୀ ପରଶମଣିଙ୍କର ପରୋଲୋକ ଘଟିଛି । ୯୪ ବର୍ଷ ବୟସରେ ଇହଧାମ ତ୍ୟାଗ କରିଛନ୍ତି । ଗତକାଲି ରାତିରେ ଶୋଇଥିବା ଅବସ୍ଥାରେ ତାଙ୍କର ଗଚ୍ଛକାଲି ନିକଟରେ ବାସସ୍ଥାନରେ ପରଲୋକ ଘଟିଛି । ଆଜି ତାଙ୍କର ଶେଷକୃତ୍ୟ ପୁରୀ ସ୍ବର୍ଗଦ୍ବାରରେ କରାଯାଇଥିଲା। ତାଙ୍କୁ ମୁଖାଗ୍ନୀ ପ୍ରସନ୍ନ କୁମାର ଦାସ ଦେଇଥିଲେ । ସ୍ବର୍ଗତ ପରଶମଣି ଜଣେ ଅମାୟିକ ମଣିଷ ଥିଲେ। ମହାପ୍ରଭୁଙ୍କ ଦେବଦାସୀ ଭାବରେ ସେବା କରୁଥିଲେ କିନ୍ତି ବିଗତ କିଛି ବର୍ଷଧରି ଏହି ସେବାରୁ ନିବୃତ […]

Continue Reading

ରେଳ ଫାଟକରେ ଭିଡ

କଟକ : ରେଳ ଫାଟକରେ ନାହିଁ ନଥିବା ଭିଡ । କଟକ ପାରାଦୀପକୁ ଟ୍ରେନ୍ ଚଳାଚଳ କରୁଥିବା ବେଳେ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡୁଛି ଲୋକମାନଙ୍କୁ। କଟକ ଗୋଶାଳା ରେଳଫାଟକର ଦୃଶ୍ୟ । ନୂଆବଜାର ଛକରୁ ଗୋଶାଳା ଓ ନୂଆପଡା,ଖପୁରିଆ ଦେଇ ଜାତୀୟ ରାଜପଥର ପ୍ରେସ୍ ଛକକୁ ସଂଯୋଗ କରୁଥିବା ରାସ୍ତା । ବ୍ୟସ୍ତବହୁଳ ରାସ୍ତା ଥିବାରୁ ବହୁ ଲୋକେ ଏହି ରାସ୍ତା ଉପରେ ନିର୍ଭର କରନ୍ତି। ହେଲେ ଆଜକୁ ୩ ବର୍ଷ ହେବ ରେଳ […]

Continue Reading

ରଥଯାତ୍ରାରେ ତିନି ରଥ ପାଇଁ ସୋଲ ଫୁଲ ଟାହିଆ

ଖୋର୍ଦ୍ଧା: ରଥଯାତ୍ରା ପାଇଁ ତିନି ରଥରେ ଲାଗିବ ସୋଲ ଫୁଲ । ବଡ ଦାଣ୍ଡରେ ତିନି ରଥ ଗଲାବେଳେ ରଥରେ ଝଟକୁ ଥାଏ ସୋଲ ଫୁଲ । ଏହି ଫୁଲ ଖୋର୍ଦ୍ଧା ଗୁରୁଜଙ୍ଗ ଭୋଇ ସାହି ର ରାଜ କିଶୋର ପ୍ରସ୍ତୁତ କରି ଲଗାଇଥାନ୍ତି । କାରୋନା କଟକଣା ରେ ମଧ୍ୟ ସେବାରୁ ବିରତ ହୋଇନାଂହାତି । ଧଳା ରଙ୍ଗର ସେବତୀ, କଦମ୍ବ ଫୁଲ। ଏସବୁ ସୋଲ ରେ ତିଆରି ହୋଇଛି । ମହାପ୍ରଭୁଙ୍କ ରଥଯାତ୍ରାରେ ତିନି […]

Continue Reading

ପୁଣି ହାତୀ ଉପଦ୍ରବ

ମୟୂରଭଞ୍ଜ : ମୟୂରଭଞ୍ଜ ଜିଲାର କରଞ୍ଜିଆ ବନଖଣ୍ଡରେ ହାତୀ ଉପଦ୍ରବ ମୁଖ୍ୟ ସମସ୍ୟା ଦେଖାଦେଇଛି। କିଛି ଦିନ ହେବ କେନ୍ଦୁଝର ଜିଲ୍ଲା ପାଖରୁ ଦୁଇଟି ହାତୀପଲ କରଞ୍ଜିଆ ବନବିଭାଗରେ ମୁଣ୍ଡ ବିନ୍ଧା କାରଣ ପାଳିଟିଛି । ପ୍ରତ୍ୟେକ ଦିନ ସଂନ୍ଧ୍ୟା ହେଲେ ଆଖପାଖ ଗାଁରେ ହାତୀ ପଲ ପଶି ଲୋକଙ୍କ ଘରଦ୍ୱାର ଭାଙ୍ଗୁଛନ୍ତି। ଗୋଟିଏ ହାତୀ ପଲ ଦୁଧିଆଣି ରେଞ୍ଜର ମତା ଜଙ୍ଗଲରେ ଏବେ ୧୮ ଟି ହାତୀ ଥିବା ବେଳେ ଠାକୁରମୁଣ୍ଡା ରେଞ୍ଜର ଖୋଜୁରିଆ ଜଙ୍ଗଲରେ […]

Continue Reading