ଅର୍ଥ ମନ୍ତ୍ରଣାଳୟ ଅଧୀନରେ ଆସିଲା ସାଧାରଣ ଉଦ୍ୟୋଗ ବିଭାଗ

ନୂଆଦିଲ୍ଲୀ: ଏକ ନୂତନ ବିଭାଗ – ପବ୍ଲିକ୍ ଏଣ୍ଟରପ୍ରାଇଜେସ୍ ବିଭାଗ (ଡିପିଇ) ଅର୍ଥ ମନ୍ତ୍ରଣାଳୟ ସହିତ ମିଶିଛି। ଏହି ବିଭାଗ ଏବେ ଅର୍ଥ ମନ୍ତ୍ରଣାଳୟ ଅଧୀନରେ ରହିବ। ଏହା ଏପର୍ଯ୍ୟନ୍ତ ଭାରୀ ଶିଳ୍ପ ଏବଂ ପବ୍ଲିକ୍ ଏଣ୍ଟରପ୍ରାଇଜେସ୍ ମନ୍ତ୍ରଣାଳୟର ଅଂଶ ଥିଲା। ଏହା ସହିତ ଅର୍ଥ ମନ୍ତ୍ରଣାଳୟର ବର୍ତ୍ତମାନ ୬ ଟି ବିଭାଗ ଅଛି। ଅର୍ଥ ମନ୍ତ୍ରଣାଳୟର ପୂର୍ବରୁ ପାଞ୍ଚଟି ବିଭାଗ ରହିଛି, ଅର୍ଥନୈତିକ ବ୍ୟାପାର ବିଭାଗ, ବ୍ୟୟ ବିଭାଗ, ରାଜସ୍ୱ ବିଭାଗ, ପୁଞ୍ଜି ବିନିଯୋଗ ଏବଂ […]

Continue Reading

୨୮ ଜଣଙ୍କୁ ନେଇ ଯାଉଥିବା ଯାତ୍ରୀବାହୀ ବିମାନ ନିଖୋଜ

ନୂଆଦିଲ୍ଲୀ: ପ୍ରାୟ ୨୮ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବିମାନ ମଝି ରାସ୍ତାରେ ନିଖୋଜ ହୋଇଯାଇଛି। ଏହାପରେ ପୁଣି ଏକ ବିମାନ ଦୁର୍ଘଟଣା ନେଇ ଆଶଙ୍କା କରାଯାଉଛି। ମଙ୍ଗଳବାର ରୁଷରେ ଏହି ବିମାନ ନିଖୋଜ ହୋଇଯାଇଥିବା ସୂଚନା ମିଳିଛି। ଏ ନେଇ ସ୍ଥାନୀୟ ଅଧିକାରୀ ସୂଚନା ଦେଇଛନ୍ତି। ରୁଷର An-26 ବିମାନଟି ୨୨ ଜଣ ଯାତ୍ରୀ ଏବଂ ୬ ଜଣ କ୍ରୁ ସଦସ୍ୟଙ୍କୁ ନେଇ ପେଟ୍ରୋପାଭ୍ଲୋଭସ୍କ-କାମଛାଟ୍‌ସ୍କାଏ ସହରରୁ ଉପଦ୍ୱୀପର ଉତ୍ତର ଭାଗରେ ଥିବା ପାଲାନାକୁ ଯାଉଥିଲା। […]

Continue Reading

ପୁଣି ତେଲୁଗୁ ଫିଲ୍ମକୁ ବ୍ୟାକ୍‌ କରୁଛନ୍ତି ତାପସୀ

ମୁମ୍ବାଇ: ପୁଣି ତେଲୁଗୁ ଫିଲ୍ମକୁ ବ୍ୟାକ୍‌ କରୁଛନ୍ତି ଅଭିନେତ୍ରୀ ତାପସୀ ପନ୍ନୁ। ସେ ତେଲୁଗୁ ଚଳଚ୍ଚିତ୍ର ଜୁମାଣ୍ଡି ନାଡାମରେ ଡେବ୍ୟୁ କରିଥିଲେ। ତେବେ ତାପସୀ ପୁଣି ଥରେ ତେଲୁୁଗୁ ଫିଲ୍ମକୁ ଫେରିଛନ୍ତି। ସେ ମିଶନ୍ ଇମ୍ପସିବଲ୍ ନାମକ ଏକ ତେଲୁଗୁ ଚଳଚ୍ଚିତ୍ରରେ ଅଭିନୟ କରିବେ। ନିର୍ଦ୍ଦେଶକ ସ୍ବରୂପ ଆରଏସଜେ ଏହାର ନିର୍ଦ୍ଦେଶନା ଦେବେ। ଏହି ଚଳଚ୍ଚିତ୍ରଟି ଆନ୍ଧ୍ରପ୍ରଦେଶର ତିରୁପତିଠାରେ ନିର୍ମିତ ହେବ। ଖୁବ ଶୀଘ୍ର ଫିଲ୍ମର ସୁଟିଂ ଆରମ୍ଭ ହେବ ବୋଲି ସୂଚନା ମିଳିଛି।

Continue Reading

ମୋ ଭାଗ୍ୟଭଲ; ବଲିଉଡରେ ବାହାହୋଇନି!

ମୁମ୍ବାଇ: ବଲିଉଡ ଆଉ ବାହାଘରକୁ ନେଇ ସବୁବେଳେ ଚର୍ଚ୍ଚା। କିଏ କାହା ସହ ଡେଟିଂରେ ଅଛି। କିଏ ଲିଭ୍ ଇନରେ ରହୁଛି, କାହା ସମ୍ପର୍କ ଠିକ୍ ଠାକ୍ ନାହିଁ; ଆଉ କାହାର ବିବାହ ବିଚ୍ଛେଦ ହେଉଛି। ଏବେ ଅମୀର ଖାନ-କିରଣ ରାଓଙ୍କ ବିଚ୍ଛେଦ ଖବର ଚର୍ଚ୍ଚାରେ ଥିବା ବେଳେ ବାହାଘରକୁ ନେଇ ଅନୀଲ କାପୁରଙ୍କ ଝିଅ ତଥା ବଲିଉଡ୍ ନାୟିକା ସୋନମଙ୍କ ମନ୍ତବ୍ୟ ବେଶ୍ ଚର୍ଚ୍ଚାରେ। ସୋନମ କହିଛନ୍ତି, ‘ ଭଗବାନଙ୍କୁ ଧନ୍ୟବାଦ; ବଲିଉଡରେ ବାହାହୋଇନାହିଁ’। ଏକ […]

Continue Reading

କରଣଙ୍କ ରକୀ ଓ ରାନୀ ହେବେ ରଣବୀର ଆଉ ଆଲିଆ

ନୂଆଦିଲ୍ଲୀ: ୫ ବର୍ଷ ପରେ ପୁଣି ଚଳଚ୍ଚିତ୍ର ନିର୍ଦ୍ଦେଶନା କରିବେ କରଣ ଜୋହର। କରଣ ତାଙ୍କ ଆଗାମୀ ଫିଲ୍ମ ‘ରକୀ ଔର୍‌ ରାନୀ କୀ ପ୍ରେମ କାହାନୀ’ର ନିର୍ଦ୍ଦେଶନା ଦେବେ। ତେବେ ପ୍ରମୁଖ ଭୂମିକାରେ ଅବତୀର୍ଣ୍ଣ ହେବେ ରଣବୀର ସିଂ ଏବଂ ଆଲିଆ ଭଟ୍ଟ। ଅଭିନେତା ରଣବୀର ସିଂଙ୍କ ୩୬ ତମ ଜନ୍ମଦିନରେ କରଣ ଆଜି ତାଙ୍କ ଚଳଚ୍ଚିତ୍ରର ନାମ ଏବଂ କାଷ୍ଟ ଘୋଷଣା କରିଛନ୍ତି। ରଣବୀର ଏବଂ ଆଲିଆ ମଧ୍ୟ ସେମାନଙ୍କ ପ୍ରଶଂସକଙ୍କ ସହ ଏହି […]

Continue Reading

ପୁରୀ ବ୍ୟତୀତ ରାଜ୍ୟରେ ଆଉ କେଉଁଠି ରଥଯାତ୍ରାକୁ ନା, ସୁପ୍ରିମକୋର୍ଟରେ ସବୁ ପିଟିସନ୍ ଖାରଜ

ନୂଆଦିଲ୍ଲୀ: ପୁରୀ ବ୍ୟତୀତ ରାଜ୍ୟର ଆଉ କେଉଁଠି ରଥଯାତ୍ରା ହେବ ନାହିଁ । ଏନେଇ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ପୁରୀ ବ୍ୟତୀତ ରାଜ୍ୟର ଅନ୍ୟ ସ୍ଥାନରେ ରଥଯାତ୍ରା ଆୟୋଜନ ନେଇ ନିର୍ଦ୍ଦେଶ ଦେବାକୁ ହୋଇଥିବା ପିଟିସନ୍ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ଏନେଇ ସର୍ବୋଚ୍ଚ ଅଦାଲତରେ ଏକାଧିକ ପିଟିସନ୍ ଫାଇଲ୍ ହୋଇଥିଲା । ପୂର୍ବରୁ ଓଡ଼ିଶା ହାଇକୋର୍ଟ ବି ଏସମ୍ପର୍କିତ ପିଟିସନ ଖାରଜ କରିଥିଲେ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟରେ ପୁରୀ ବ୍ୟତୀତ ଅନ୍ୟ […]

Continue Reading

ଶ୍ରୀଜିଉଙ୍କ ରାଜପ୍ରାସାଦ ବିଜେ ନୀତି

ପୁରୀ  : ଆଜି ଦ୍ୱାଦଶୀ ତିଥିରେ ଶ୍ରୀଜିଉ ମାନଙ୍କର ଅନୁଷ୍ଠିତ ହେବ ରାଜପ୍ରାସାଦ ବିଜେ ନୀତି | ସକାଳ ଧୂପ ସରିବା ପରେ ଜୟବିଜୟ ଦ୍ୱାର ବନ୍ଦ କରାଯାଇ ବେହେରଣ ଦ୍ୱାର ଫିଟିବା ସହ ଶ୍ରୀମନ୍ଦିରରୁ ଶ୍ରୀନହରକୁ ରାଜପ୍ରସାଦ ବିଜେ କରାଯିବ | ଗତକାଲି ଏକାଦଶୀ ତିଥିରେ ମହାପ୍ରଭୁଙ୍କୁ ଖଳି ଲାଗି ଓ ରକ୍ତ ବସ୍ତ୍ର ଲାଗି କରାଯାଇଥିବା ବେଳେ ଶ୍ରୀଜିଉଙ୍କୁ ଶ୍ରୀ ବୈଦ୍ୟଙ୍କ ଦ୍ୱାରା ପ୍ରସ୍ତୁତ ଦଶମୂଳ ଔଷଧ ଲାଗି କରାଯାଇଥିଲା | ମହାପ୍ରଭୁ ଆରୋଗ୍ୟ […]

Continue Reading

ଡାକ୍ତରଖାନାରେ ଭର୍ତ୍ତି ହେଲେ ଅଭିନେତ୍ରୀ ରୁପଲ ପଟେଲ

ନୂଆଦିଲ୍ଲୀ: ଡାକ୍ତରଖାନାରେ ଭର୍ତ୍ତି ହେଲେ ଅଭିନେତ୍ରୀ ରୁପଲ ପଟେଲ। ସାଥ୍‌ ନିଭାନା ସାଥିଆର ଲୋକପ୍ରିୟ ଅଭିନେତ୍ରୀ ରୂପଲ ପଟ୍ଟେଲଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହୋଇପଡ଼ିବାରୁ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେ ଏବେ ସୁସ୍ଥ ଅଛନ୍ତି ଏବଂ ଶୀଘ୍ର ଡାକ୍ତରଖାନାରୁ ଡିସଚାର୍ଜ ହେବେ ବୋଲି ରୁପଲଙ୍କ ସ୍ୱାମୀ ସ୍ପଷ୍ଟ କରିଛନ୍ତି। ରୁପଲ ମୁମ୍ବାଇର ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଆସନ୍ତା ତିନି ଚାରି ଦିନ ମଧ୍ୟରେ ତାଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯିବ। ତେବେ କେଉଁ କାରଣ ଯୋଗୁ […]

Continue Reading

ଭୁବନେଶ୍ୱର ଭୀମଟାଙ୍ଗି ମର୍ଡର ମିଷ୍ଟ୍ରି: ଅଭିଯୁକ୍ତର ମାଆ କଲେ ଚାଞ୍ଚଲ୍ୟକର ଖୁଲ୍ଲାସା

ଯାଜପୁର: ଭୁବନେଶ୍ୱର ଭୀମଟାଙ୍ଗି ଅଞ୍ଚଳରେ ଭଡ଼ାଘରେ ମହିଳାଙ୍କୁ ନିର୍ମମ ହତ୍ୟା ଘଟଣାରେ ମୁହଁ ଖୋଲିଲେ ଅଭିଯୁକ୍ତ ଜଗନ୍ନାଥ ପ୍ରଧାନଙ୍କ ମାଆ । ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି । ଜଗନ୍ନାଥଙ୍କ ସହ ବିବାହ ପୂର୍ବରୁ ମୃତ ପ୍ରିୟଙ୍କା ପ୍ରିୟଦର୍ଶିନୀଙ୍କର ପ୍ରେମ ସମ୍ପର୍କ ଥିଲା । ଦୁହେଁ ଦୁହିଁଙ୍କୁ ଜାଣିଥିଲେ । ତେବେ ପ୍ରିୟଙ୍କା ବିବାହ କରିବା ପରେ ସମ୍ପର୍କ ତୁଟି ଯାଇଥିଲା । ଜଗନ୍ନାଥଙ୍କ ମାଆ କହିଛନ୍ତି, ତାଙ୍କ ପୁଅ ରାଣ ଖାଇଥିଲା କେବେ ପ୍ରିୟଙ୍କାଙ୍କୁ ଫୋନ୍ କରିବେନି […]

Continue Reading

ଅବହେଳା କରନ୍ତୁନାହିଁ! କରୋନା ପରେ କିଡନୀ ରୋଗ ବି ହୋଇପାରେ

ଭୁବନେଶ୍ଵର: କରୋନା ଫୁସଫୁସକୁ ଆକ୍ରମଣ କରୁଛି। ଏ ସାଂଘାତିକ ଭାଇରସ୍ ଗଳାରୁ ବାହାରି ଫୁସଫୁସକୁ ଗଲେ, ରୋଗୀ ଗୁରୁତର ହେଉଛି। କେତେକ କ୍ଷେତ୍ରରେ ମୃତ୍ୟୁ ମଧ୍ୟ  ହେଉଛି। କିନ୍ତୁ ସୁସ୍ଥ ହେଉଥିବା ଲୋକ ବି ନିରାପଦ ନୁହନ୍ତି। କରୋନାରୁ ସୁସ୍ଥ ହେବା ପରେ ଅନ୍ୟ ରୋଗର ଶିକାର ହେଉଛନ୍ତି। କରୋନା ଭାଇରସ ମଣିଷ ଶରୀରର ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ପ୍ରତ୍ୟଙ୍ଗ କିଡନୀକୁ ପ୍ରଭାବିତ କରୁଛି। କରୋନାରୁ ମୁକ୍ତ ହେବାପରେ ରୋଗୀ କିଡନୀ ରୋଗରେ ଆକ୍ରାନ୍ତ ହେଉଛି। ଇଟାଲୀରେ ହୋଇଥିବା […]

Continue Reading