ରୁଷିଆର ଏକ ସ୍କୁଲରେ ଗୁଳିକାଣ୍ଡ: ୧୩ ମୃତ, ପୋଲିସ ଗୁଳିରେ ଟଳିଲେ ୨ ଆତଙ୍କୀ

କାଜାନ: ରୁଷର କାଜାନ ସହରର ଏକ ସ୍କୁଲରେ କେତେକ ଆତତାୟୀ ପ୍ରବେଶ କରି ଗୁଳି ଚାଳନା କରିବା ଫଳରେ ୧୩ ଜଣ ମୃତ୍ୟୁବରଣ କରିଛନ୍ତି । ସେମାନଙ୍କ ମଧ୍ୟରେ ୮ଜଣ ଛାତ୍ର ଓ ଜଣେ ଶିକ୍ଷକ ମଧ୍ୟ ଅଛନ୍ତି । ପ୍ରାରମ୍ଭିକ ରିପୋର୍ଟ ଅନୁସାରେ ଆତତାୟୀ ଗୁଳି ଚାଳନା କରିବା ବେଳେ ଭୟରେ ୨ଜଣ ଛାତ୍ର ତୃତୀୟ ମହଲାରୁ ତଳକୁ ଡେଇଁ ପଡିଥିଲେ । ଘଟଣାସ୍ଥଳରେ ସେମାନଙ୍କ ମୃତ୍ୟୁ ଘଟିଥିଲା । ୪ର୍ଥ ମହଲାରେ ଜଣେ ଆତତାୟୀ […]

Continue Reading

ଓଡ଼ିଶାରେ ୭ ଅକ୍ସିଜେନ୍ ପ୍ଲାଣ୍ଟ ପ୍ରତିଷ୍ଠା କରିବ ଡିଆରଡିଓ

ଭୁବନେଶ୍ୱର: କରୋନା ରୋଗୀଙ୍କ ଅକ୍ସିଜେନ୍ ଆବଶ୍ୟକତାକୁ ପୂରଣ କରିବା ପାଇଁ ପ୍ରତିରକ୍ଷା ଅନୁସନ୍ଧାନ ବିକାଶ ସଂଗଠନ (ଡିଆରଡିଓ) ପକ୍ଷରୁ ଓଡ଼ିଶାରେ ୭ଟି ପ୍ଲାଣ୍ଟ ସ୍ଥାପନ ଲାଗି ନିଷ୍ପତ୍ତି ହୋଇଛି। ଏନେଇ ମଙ୍ଗଳବାର ଦିନ ଗଣମାଧ୍ୟମକୁ ସୂଚନା ଦେଇ ନ୍ୟାସନାଲ୍ ହାଇଓ୍ବେ ଅଥୋରିଟି ଅଫ୍ ଇଣ୍ଡିଆର (ଏନଏଚଏଆଇ) ମୁଖ୍ୟ ଜେନେରାଲ୍ ମ୍ୟାନେଜର (ଓଡ଼ିଶା ବ୍ରାଞ୍ଚ) ଆରପି ପଣ୍ଡା କହିଛନ୍ତି ଯେ କଟକସ୍ଥିତ ଆଚାର‌୍ୟ୍ୟ ହରିହର ଆଞ୍ଚଳିକ କର୍କଟ ଅନୁସନ୍ଧାନ କେନ୍ଦ୍ର ଏବଂ ଝାରସୁଗୁଡା, ବୌଦ୍ଧ, କୋରାପୁଟ, ଗଜପତି ଏବଂ […]

Continue Reading

ବଜ୍ରପାତରେ ୩ ମୃତ

ଭୁବନେଶ୍ୱର: ଓଡିଶାରେ ମଙ୍ଗଳବାର ଅପରାହ୍ନରେ ହୋଇଥିବା ବଜ୍ରପାତରେ ତିନି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି। ବଲାଙ୍ଗିର ଜିଲ୍ଲାରେ ବାରକାନି ଗାଁର ଦୁଇଜଣ ମହିଳା ଗାଧୋଇବାକୁ ପୋଖରୀକୁ ଯିବାବେଳେ ବଜ୍ରପାତ ଶିକାର ହୋଇଥିଲେ। ମହିଳାମାନଙ୍କ ମଧ୍ୟରୁ ପାନିବୁଦି ମେସୱାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଭୁମିସୁଟା ମେସୱାଙ୍କ ଶରୀରର କିଛି ଅଂଶ ଜଳି ଯାଇଥିଲା । ପରେ ତାଙ୍କୁ ଭୀମ ଭୋଇ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ବେଳେ […]

Continue Reading

ଦିଲ୍ଲୀ ଲ୍ୟାବରେ ଭୟଙ୍କର ଅଗ୍ନିକାଣ୍ଡ

ନୂଆଦିଲ୍ଲୀ: ସୋମବାର ଦିନ ଦକ୍ଷିଣ ଦିଲ୍ଲୀର ଗ୍ରେଟର କୈଳାଶର ଏକ ଘରୋଇ ପାଥୋଲୋଜି ଲ୍ୟାବରେ ଭୟଙ୍କର ବିସ୍ଫୋରଣ ହୋଇଛି ବୋଲି ପୋଲିସ ସୂତ୍ରରୁ ପ୍ରକାଶ। ଏହି ଲ୍ୟାବରେ ଦୈନିକ ୧୦୦୦ ରୁ ଅଧିକ RT-PCR ଟେଷ୍ଟ କରାଯାଇଥାଏ। ପୋଲିସର କହିବା ଅନୁଯାୟୀ ସୋମବାର ଗ୍ରେଟର କୈଳାଶର ଏକ ଲ୍ୟାବରେ ଅଗ୍ନିକାଣ୍ଡ ଘଟିଛି। ତେବେ ଏହି ଘଟଣା ସକାଳ ୧୦.୩୬ ସମୟରେ ଘଟିଥିବା ଅଗ୍ନିଶମ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ସଳଚନା ଅନୁଯାୟୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି […]

Continue Reading

ଖୁବ୍‌ ଶୀଘ୍ର ରାଜଧାନୀର ଘରୋଇ ହସ୍ପିଟାଲ୍‌ରେ ଆରମ୍ଭ ହେବ ଟିକାକରଣ

ଭୁବନେଶ୍ୱର: ଏଣିକି ରାଜଧାନୀର ଘରୋଇ ହସ୍ପିଟାଲ୍‌ରେ ବି ଦିଆଯିବ କରୋନା ଟିକା। ମେ ୧୯ ପରେ ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ୍ କୋଭାକ୍ସିନକୁ ଘରୋଇ ଡାକ୍ତରଖାନାକୁ ପ୍ରଦାନ କରିବ। ଏ ନେଇ ବିଏମ୍‌ସ କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି। ଏହି ଟିକା ୧୮ରୁ ୪୪ ଏବଂ ୪୫ ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ ହେବ ବୋଲି ବିଏମସି କମିଶନର କହିଛନ୍ତି। କମିଶନର ସୂଚନା ଦେଇଛନ୍ତି ଯେ ରାଜ୍ୟ ସରକାର କୋଭାକ୍ସିନ୍‌ର ୧.୫ ଲକ୍ଷ ଡୋଜ ବଣ୍ଟନ […]

Continue Reading

ରିତେଶ, ଜେନେଲିଆ, ସୋନାକ୍ଷୀ ନେଲେ ପ୍ରଥମ ଡୋଜ୍‌ କରୋନା ଟିକା

ମୁମ୍ବାଇ: କରୋନାର ଦ୍ବିତୀୟ ତରଙ୍ଗ ଯୋଗୁ ସମସ୍ତେ ଆତଙ୍କିତ ହୋଇପଡ଼ିଛନ୍ତି। ସେହିପରି ଟିକାକରଣ ପ୍ରକ୍ରିୟା ମଧ୍ୟ ଜୋର୍‌ସୋରରେ ଚାଲିଛି। ସେଲିବ୍ରିଟିଙ୍କଠାରୁ ଆରମ୍ଭ କରି ସାଧାରଣ ଜନତାଙ୍କ ପର୍ଯ୍ୟନ୍ତ ସମସ୍ତେ ଟିକା ନେଉଛନ୍ତି ଏବଂ ଅନ୍ୟମାନଙ୍କୁ ଟିକା ନେବାକୁ ଉତ୍ସାହିତ ମଧ୍ୟ କରୁଛନ୍ତି। ଆଜି ବଲିଉଡ୍‌ ଅଭିନେତା ରିତେଶ ଦେଶମୁଖ, ଜେନେଲିଆ ଡି’ସୁଜା ଏବଂ ସୋନାକ୍ଷୀ ସିହ୍ନା ପ୍ରଥମ ଡୋଜ୍ ଟିକା ନେଇଛନ୍ତି। ଇନଷ୍ଟାଗ୍ରାମରେ ଟିକା ର ପ୍ରଥମ ଡୋଜ୍‌ ଗ୍ରହଣ କରିବାର ଫଟୋ ମଧ୍ୟ ସେୟାର କରାଯାଇଛି। […]

Continue Reading

କଙ୍ଗନାଙ୍କ କୋଭିଡ୍‌ ପୋଷ୍ଟ ହଟାଇଲା ଇନଷ୍ଟାଗ୍ରାମ

ମୁମ୍ବାଇ: ଇନଷ୍ଟାଗ୍ରାମ କଙ୍ଗନା ରାନାୱତଙ୍କ କରୋନା ପଜିଟିଭ ପୋଷ୍ଟକୁ ଡିଲିଟ କରିଦେଇଛି। କଙ୍ଗନା ନିକଟରେ କରୋନା ପଜିଟିଭ ହୋଇଥିବା ଜଣାପଡିଥିଲା। ଏ ନେଇ ସେ ସୋସିଆଲ୍‌ ମିଡିଆରେ ଏକ ପୋଷ୍ଟ ମଧ୍ୟ ସେୟାର୍‌ କରିଥିଲେ। ସେ ପୋଷ୍ଟ କରିଥିଲେ ଯେ, ସେ କୋଭିଡ୍‌ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ଏବଂ ଏହାକୁ ସେ ଏକ “ଛୋଟ ଫ୍ଲୁ” ବୋଲି କହିଥିଲେ। ଏହାପୂର୍ବରୁ ଶନିବାର ଦିନ କଙ୍ଗନା ଏକ ପୋଷ୍ଟ ସେୟାର କରିଥିଲେ ଯେଉଁଥିରେ ସେ ଭୂତାଣୁ ସଂକ୍ରମିତ ହୋଇଥିବା […]

Continue Reading

ପୁରୀ ଆନନ୍ଦବଜାରରେ ଦୁଇ ସେବାୟତ ପିଟାପିଟି, ଜଣେ ଆହତ

ପୁରୀ: ଶ୍ରୀମନ୍ଦିର ଆନନ୍ଦବଜାରରେ ଦୁଇ ସେବାୟତା ହାତାହାତି । ଜଣେ ସେବାୟତଙ୍କ ଆକ୍ରମଣରେ ଆଉ ଜଣେ ସେବାୟତ ଆହତ ହୋଇଛନ୍ତି । ଆହତ ସେବାୟତ ହେଲେ ହରେକୃଷ୍ଣ ସୁଆର । ତାଙ୍କୁ ଚିକିତ୍ସା ପାଇଁ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଛି । ଆକ୍ରମଣକାରୀ ସେବାୟତ ହେଉଛନ୍ତି ବୁଲୁ ପଣ୍ଡା । କୌଣସି କାରଣକୁ କେନ୍ଦ୍ର କରି ହରେକୃଷ୍ଣ ଓ ବୁଲୁଙ୍କ ମଧ୍ୟରେ ଯୁକ୍ତିତର୍କ ପରେ ପିଟାପିଟି ହୋଇଥିଲେ । ଏନେଇ ସିଂହଦ୍ୱାରା ଥାନାରେ ଏତଲା ପରେ ତଦନ୍ତ କରୁଛି […]

Continue Reading

କୋଭିଡ୍ ଟିକା ନେଲେ ବିରାଟ କୋହଲି, ସେୟାର କଲେ ଫଟୋ

ନୂଆଦିଲ୍ଲୀ: କୋଭିଡ୍ ଟିକା ନେଲେ ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲି । ସେ ପ୍ରଥମ ଡୋଜ୍ ଟିକା ନେଇଛନ୍ତି । ଏନେଇ ନିଜେ ସୋସିଆଲ୍ ମିଡିଆରେ ସୂଚନା ଦେଇଛନ୍ତି ବିରାଟ । ଟିକା ନେଉଥିବା ସମୟର ଫଟୋ ବି ସେୟାର କରିଛନ୍ତି । ଟିକା ନେବାକୁ ଅନ୍ୟମାନଙ୍କୁ ଅନୁରୋଧ କରିଛନ୍ତି ବିରାଟ କୋହଲି । ଯେତେ ଶୀଘ୍ର ଟିକା ନେବାକୁ ଅପିଲ କରିଛନ୍ତି । ସେହିପରି ଆଜି ଫାଷ୍ଟ ବୋଲର ଇଶାନ୍ତ ଶର୍ମା ବି ଟିକା ନେଇଛନ୍ତି […]

Continue Reading

ପରିବର୍ତ୍ତନ କଲେ ବନାନ୍ କରୋନା ହେବ ଉଭାନ୍ !

ଭୁବନେଶ୍ୱର: ସୋସିଆଲ୍ ମିଡିଆରେ ଏକ ବିଜ୍ଞାପନ ବହୁଳ ମାତ୍ରାରେ ଭାଇରାଲ୍ ହୋଇଛି । ଏହି ବିଜ୍ଞାପନରେ ରହିଛି କରୋନାକୁ ମୂଳପୋଛ କରିବାର ଅଜବ ସମାଧାନ । ଏହି ବିଜ୍ଞାପନକୁ ଦେଖିଲେ ଯେ କେହି ବି ହସିବେ । ହେଲେ ଆନ୍ଧ୍ରପ୍ରଦେଶ ଅନନ୍ତପୁରମ୍‌ର ଜଣେ ବ୍ୟକ୍ତି ଏହି ବିଜ୍ଞାପନକୁ ପ୍ରଘଟ କରିବାରେ ଆଦୌ କୁଣ୍ଠାବୋଧ କରିନାହାନ୍ତି । ଏହି ବିଜ୍ଞାପନକୁ ଭିତ୍ତିହୀନ କହି ପ୍ରଥମେ ଇମ୍‌ତିଆଜ୍ ମେହମୁଦ୍ ନାମକ ଜଣେ ସୋସିଆଲ ମିଡିଆ ୟୁଜର ଟୁଇଟ୍ କରିଥିଲେ । […]

Continue Reading