ଅଭିନେତା ଅନିରୁଦ୍ଧଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର

ନୂଆଦିଲ୍ଲୀ: ଟେଲିଭିଜନର ଲୋକପ୍ରିୟ ଅଭିନେତା ଅନିରୁଦ୍ଧ ଡାଭେ ଗତ ସପ୍ତାହରେ କରୋନା ସଂକ୍ରମିତ ହୋଇଥିଲେ। ତେବେ ତାଙ୍କ ଅବସ୍ଥା ବିଗିଡିଯିବାରୁ ତାଙ୍କୁ ମୁମ୍ବାଇର ଏକ ଡାକ୍ତରଖାନାର ଆଇସିୟୁକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ଅନିରୁଦ୍ଧଙ୍କ ମୁଖପାତ୍ର ନିକଟରେ ତାଙ୍କ ସ୍ୱାସ୍ଥ୍ୟ ସମ୍ପର୍କିତ ସୂଚନା ସେୟାର୍‌ କରିଛନ୍ତି ଯେ ଅନିରୁଦ୍ଧଙ୍କ ସ୍ବାସ୍ଥ୍ୟାବସ୍ଥା ବର୍ତ୍ତମାନ ସ୍ଥିର ରହିଛି। ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ତାଙ୍କୁ ନିରୀକ୍ଷଣରେ ରଖାଯିବ। ଅନିରୁଦ୍ଧ ଭୋପାଳରେ ଏକ ୱେବ୍ ସିରିଜ୍ ପାଇଁ ସୁଟିଂ କରୁଥିବା ସମୟରେ କରୋନା […]

Continue Reading

କାର୍ଯ୍ୟରତ ସାମ୍ବାଦିକଙ୍କୁ କରୋନା ସମ୍ମୁଖ ଯୋଦ୍ଧା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କରୋନା କାଳରେ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି । ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକଙ୍କୁ କରୋନା ସମ୍ମୁଖ ଯୋଦ୍ଧା ଭାବରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କରୋନାରେ ଦେହାନ୍ତ ହେଲେ ମିଳିବ ୧୫ ଲକ୍ଷ ଟଙ୍କାର ଅନୁକମ୍ପା ସହାୟତା ରାଶି । ଏହାଦ୍ୱାରା ରାଜ୍ୟର ୬ହଜାର ୯୪୪ ସାମ୍ବାଦିକ ଉପକୃତ ହେବେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ସାମ୍ବାଦିକମାନଙ୍କୁ ପ୍ରଶଂସା କରିଛନ୍ତି । ସେ କହିଛନ୍ତି, ସାମ୍ବାଦିକମାନେ ରାଜ୍ୟକୁ ଅନବରତ ସେବା ଯୋଗାଉଛନ୍ତି । ମହାମରୀ ସତ୍ତ୍ୱେ […]

Continue Reading

ଖୁବ୍‌ ଶୀଘ୍ର ଲଣ୍ଡନରୁ ଭାରତ ଫେରିବେ ପୁନାୱାଲା

ମୁମ୍ବାଇ: ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (SII) ସିଇଓ ଆଦର୍ଶ ପୁନାୱାଲା କହିଛନ୍ତି ଯେ ସେ କିଛି ଦିନ ପରେ ଲଣ୍ଡନରୁ ଭାରତ ଫେରିବେ। ଭାରତରେ ଦିନକୁ ଦିନ ବଢୁଥିବା ଚାହିଦାକୁ ପୂରଣ କରିବା ପାଇଁ ସେ କୋଭିଡ୍‌ ଟିକା ଉତ୍ପାଦନ ଉପରେ ଥିବା ଚାପ ବିଷୟରେ କହିବା ପରେ ପୁନାୱାଲା ଏହି ଘୋଷଣା କରିଛନ୍ତି। ଦେଶ ଏବେ କରୋନା ମହାମାରୀର ଦ୍ବିତୀୟ ତରଙ୍ଗ ଦେଇ ଗତି କରୁଛି। “ବ୍ରିଟେନର ଆମର ସମସ୍ତ ଅଂଶୀଦାରମାନଙ୍କ ସହିତ ଏକ […]

Continue Reading

ଚଇତି ପର୍ବ ବନ୍ଦ କରିବାକୁ ଯାଇଥିବା ପୋଲିସକୁ ପିଟିଲେ ଲୋକ

ବାରିପଦା: କରୋନା କାଳରେ ଚଇତି ପର୍ବ ପାଳନ । ବନ୍ଦ କରିବାକୁ ଯାଇଥିବା ବେଳେ ପୋଲିସ ଉପରେ ଆକ୍ରମଣ । ଲୋକଙ୍କ ଆକ୍ରମଣରେ ତିନି ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଅନ୍ତର୍ଗତ ଦେବାନବାହାଳି ଗାଁରେ ଏହି ଘଟଣା ଘଟିଛି । ଲୋକଙ୍କ ଆକ୍ରମଣରେ ଶରତ ଥାନା ଏଏସଆଇ ଗୁରୁତର ହୋଇଥିବା ବେଳେ ଜଣେ କନଷ୍ଟେବଳ ଓ ହୋମଗାର୍ଡ ବି ଆହତ ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା ପାଇଁ ଉଦଳା ମେଡିକାଲରେ ଭର୍ତ୍ତି […]

Continue Reading

ଆଜି ଭାରତକୁ ୨୮ ଟନ୍ ଚିକିତ୍ସା ସାମଗ୍ରୀ ପଠାଇବ ଫ୍ରାନ୍ସ

ନୂଆଦିଲ୍ଲୀ: ରବିବାର ଦିନ ଫ୍ରାନ୍ସ ଭାରତକୁ ୨୮ ଟନ୍ ଚିକିତ୍ସା ସାମଗ୍ରୀ ପଠାଇବ। ଯେଉଁଥିରେ ଆଠଟି ବଡ଼ ଅକ୍ସିଜେନ ଜେନେରେସନ୍‌ ପ୍ଲାଣ୍ଟ ରହିଛି। ଏହା କରୋନା ମହାମାରୀର ଭୟଙ୍କର ଦ୍ୱିତୀୟ ତରଙ୍ଗ ବିରୁଦ୍ଧରେ ଦେଶକୁ ମୁକାବିଲା କରିବାରେ ସାହାଯ୍ୟ କରିବ। ଭାରତରେ ଫ୍ରାନ୍ସର ରାଷ୍ଟ୍ରଦୂତ ଇମାନୁଏଲ୍ ଲେନେନ୍ କହିଛନ୍ତି ଯେ ଏହି ପ୍ଲାଣ୍ଟଗୁଡିକ ଆଠଟି ହସ୍ପିଟାଲକୁ ୧୦ ବର୍ଷରୁ ଅଧିକ ସମୟ ଯାଏ ଅକ୍ସିଜେନ ଯୋଗାଇବାରେ କରିବାରେ ସକ୍ଷମ ହେବେ। ସେ ଟ୍ୱିଟ୍ କରି କହିଛନ୍ତି, “ଫ୍ରାନ୍ସର […]

Continue Reading

ଲକଡାଉନରୁ କାହାକୁ ବାଦ, କାହା ଉପରେ କଟକଣା ?

ଭୁବନେଶ୍ୱର: ଓଡ଼ିଶାରେ କରୋନାର ବର୍ଦ୍ଧିତ ସଂକ୍ରମଣରେ ବ୍ରେକ ଲଗାଇବା ପାଇଁ ସରକାର ୧୪ ଦିନିଆ ଲକଡାଉନ୍ ଘୋଷଣା କରିଛନ୍ତି । ସ୍ୱାସ୍ଥ୍ୟ ଓ ଜରୁରୀ ସେବାକୁ ଲକଡାଉନରୁ ବାଦ ଦିଆଯାଇଛି । ଟିକାକରଣ କାମ ଜାରି ରହିବ । ଯେଉଁମାନେ ଟିକାକରଣ ପାଇଁ ପଞ୍ଜିକରଣ ଓ ସ୍ଲଟ ବୁକିଂ କରିଛନ୍ତି ସେମାନେ ନିର୍ଦ୍ଧାରିତ ସମୟରେ ନିର୍ଦ୍ଦିଷ୍ଟ କେନ୍ଦ୍ରକୁ ଯାଇ ଟିକା ନେଇପାରିବେ । ଏବେ ଆସନ୍ତୁ ନଜର ପକାଇବା କଣ ଖୋଲା ରହିବ ଓ କଣ ବନ୍ଦ ।କଟକଣାରୁ […]

Continue Reading

ଓଡ଼ିଶାରେ ୧୪ ଦିନିଆ ଲକଡାଉନ୍ ଘୋଷଣା: ଆସନ୍ତା ୫ ତାରିଖ ସକାଳୁ କଡ଼ା କଟକଣା

ଭୁବନେଶ୍ୱର: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି । ଆସନ୍ତା ୫ ତାରିଖରୁ(ବୁଧବାର) ରାଜ୍ୟରେ ୧୪ ଦିନିଆ ଲକଡାଉନ୍ ଘୋଷଣା ହୋଇଛି । ୫ ତାରିଖ ସକାଳ ୫ଟାରୁ ତାଲାବନ୍ଦ । ୧୯ ତାରିଖ ସକାଳ ଯାଏ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି । ଏହି ସମୟରେ ୫ଶହ ମିଟର ଦୂରତା ମଧ୍ୟରେ ସକାଳ ୬ଟାରୁ ୧୨ଟା ମଧ୍ୟରେ ଚାଲି ଚାଲି ଯାଇ ଲୋକ ପନିପରିବା ଓ ଅତ୍ୟାବଶ୍ୟକ ସାମଗ୍ରୀ ଆଦି କିଣି ପାରିବେ । […]

Continue Reading

ଅନିର୍ଦ୍ଦିଷ୍ଟ କାଳ ଯାଏ ପର୍ଯ୍ୟଟକଙ୍କ ଲାଗି ବନ୍ଦ ହେଲା ଶିମିଳିପାଳ ଜାତୀୟ ଉଦ୍ୟାନ

ବାରିପଦା: କରୋନା ମାମଲାର ବୃଦ୍ଧିକୁ ଦୃଷ୍ଟିରେ ରଖି ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ଜାତୀୟ ଉଦ୍ୟାନର କର୍ତ୍ତୃପକ୍ଷ ଅନିର୍ଦ୍ଦିଷ୍ଟ କାଳ ପାଇଁ ଉଦ୍ୟାନକୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ କରିଛନ୍ତି। ଏକ ବିଜ୍ଞପ୍ତିରେ ଆରସିସିଏଫ୍ କହିଛନ୍ତି ଯେ ବହୁସଂଖ୍ୟାରେ ପର୍ଯ୍ୟଟକଙ୍କ ଭିଡ ଯୋଗୁ କୋଭିଡ୍‌-୧୯ ବିସ୍ତାର ହେବାର ସମ୍ଭାବନା ରହିଛି ଏବଂ ବନ୍ୟଜନ୍ତୁଙ୍କ ପ୍ରତି ବିପଦ ମଧ୍ୟ ରହିଛି। ଏକ ସତର୍କତାମୂଳକ ପଦକ୍ଷେପ ଭାବରେ ବନ ବିଭାଗ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଉଦ୍ୟାନ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛି ବୋଲି […]

Continue Reading

ଭାରତରେ ସାମୟିକ ଲକ୍‌ଡାଉନର ଆବଶ୍ୟକ ରହିଛି; Dr Fauci

ନୂଆଦିଲ୍ଲୀ: ଆମେରିକାର ଶୀର୍ଷ ମହାମାରୀ ବିଶେଷଜ୍ଞ ଆନ୍ଥୋନୀ ଫାଉସି କରୋନାଭାଇରସର ବିସ୍ତାରକୁ ରୋକିବା ପାଇଁ ତୁରନ୍ତ ପଦକ୍ଷେପ ଭାବରେ ଭାରତରେ କିଛି ସପ୍ତାହ ପାଇଁ ଲକ୍‌ଡାଉନ୍‌ କରିବାକୁ ପରାମର୍ଶ ଦେଇଛନ୍ତି। କାରଣ ମାରାତ୍ମକ ଦ୍ୱିତୀୟ ତରଙ୍ଗ ହ୍ରାସ ହେବାର କୌଣସି ଚିହ୍ନ ନାହିଁ ବୋଲି ସେ କହିଛନ୍ତି। ଇଣ୍ଡିଆନ୍ ଏକ୍ସପ୍ରେସକୁ ଦେଇଥିବା ଏକ ସାକ୍ଷାତକାରରେ ଫାଉସି କହିଛନ୍ତି ଯେ ସଙ୍କଟର ମାତ୍ରାକୁ ଦେଖି ଭାରତ ଏକ ଗୋଷ୍ଠୀ ଗଠନ କରିବା ଉଚିତ ଯାହା ମିଳିତ ଭାବେ ଜିନିଷଗୁଡିକ […]

Continue Reading

ଭୁବନେଶ୍ୱରରେ ମେ ୩ରୁ ଆରମ୍ଭ ହେବ ତୃତୀୟ ପର୍ଯ୍ୟାୟ ଟିକାକରଣ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ବରରେ ୧୮-୪୪ ବୟସ ବର୍ଗର ଲୋକଙ୍କ ତୃତୀୟ ପର୍ଯ୍ୟାୟ କରୋନା ଟିକାକରଣ ମେ ୩ ରୁ ଆରମ୍ଭ ହେବ। ଶନିବାର ଗଣମାଧ୍ୟମକୁ ସୂଚନା ଦେଇ ବିଏମ୍‌ସି କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀ କହିଛନ୍ତି ଯେ ଯେଉଁମାନେ ନାମ ପଞ୍ଜୀକରଣ କରିଛନ୍ତି ସେମାନଙ୍କୁ ଆସନ୍ତା ୩ ତାରିଖରୁ ଟିକା ଦିଆଯିବ। ପ୍ରାରମ୍ଭରେ, ସହରର ସରକାରୀ ଡାକ୍ତରଖାନାଗୁଡ଼ିକରେ ଟିକାକରଣ ଅଭିଯାନ କରାଯିବ। ଯେଉଁଠାରେ ୧୮ରୁ ୪୪ ବର୍ଷ ବୟସ ଏବଂ ୪୫ ବର୍ଷରୁ ଅଧିକ ବୟସର ଲୋକଙ୍କୁ […]

Continue Reading