ରାହୁଲଙ୍କ ପରେ ମମତା: କୋଲକାତାରେ ଆଉ ପ୍ରଚାର କରିବେ ନାହିଁ ଦିଦି

କୋଲକାତା: ପଶ୍ଚିମବଙ୍ଗରେ ଏବେ ନିର୍ବାଚନୀ ତାତି । ଏପଟେ କରୋନା କାୟା ବି ବଢୁଛି । ଏଭଳି ସ୍ଥିତିରେ କୋଲକାତାରେ ଆଉ ପ୍ରଚାର ଅଭିଯାନ କରିବେ ନାହିଁ ତୃଣମୂଳ କଂଗ୍ରେସ ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଏନେଇ ଟିଏମସି ନେତା ଡେରେକ୍ ଓ’ବ୍ରାଏନ୍ ସୂଚନା ଦେଇଛନ୍ତି । କରୋନା ସଂକ୍ରମଣ ବଢୁଥିବା ବେଳେ ଏଭଳି ନିଷ୍ପତ୍ତି ନେଇଛି ଟିଏମସି । ଆସନ୍ତା ୨୬ ତାରିଖରେ ପ୍ରଚାରର ଶେଷ ଦିନରେ ମମତା କୋଲକାତାରେ କେବଳ […]

Continue Reading

କାହିଁକି ନିଜ ୱେିଡିଙ୍ଗ୍‌ ଗାଉନ୍‌ ପିନ୍ଧି କରୋନା ଟିକା ନେଲେ ମହିଳା

ନୂଆଦିଲ୍ଲୀ: ଆମେରିକାର ବାଲ୍ଟିମୋରର ଜଣେ ମହିଳା କୋଭିଡ ଟିକା ନେବା ସମୟରେ ତାଙ୍କ ବିବାହ ଗାଉନ ପିନ୍ଧିଥିବା ଦେଖିବାକୁ ମିଳିଥିଲା। ଯାହାକୁ ନେଇ ଏବେ ସୋସିଆଲ୍‌ ମିଡିଆରେ ଚର୍ଚ୍ଚା ଲାଗିରହିଛି। ଏହି ପୋଷ୍ଟ ୟୁନିଭର୍‌ସିଟି ଅଫ୍‌ ମ୍ୟାରିଲାଣ୍ଡ ମେଡିକାଲ୍‌ ସିଷ୍ଟମ ଟୁଇଟ୍‌ କରିଛି। ସୂଚନା ଅନୁଯାୟୀ ଉକ୍ତ ମହିଳା ସାରା ଷ୍ଟଡଲିଙ୍କର କାଲିଫର୍ନିଆର ସାନ ଡିଏଗୋର ବାଲବୋଆ ପାର୍କରେ ବିବାହ ହେବାର ଥିଲା। କିନ୍ତୁ କରୋନା ମହାମାରୀ ଯୋଗୁ ତାଙ୍କ ବିବାହ ବାତିଲ୍‌ ହୋଇଯାଇଥିଲା। ଯାହା ତାଙ୍କ […]

Continue Reading

ଆଜିଠୁ ରାଜ୍ୟ ବାହାରକୁ ଗଡ଼ିବନି ବସ୍, ଶିକ୍ଷାନୁଷ୍ଠାନ ଓ ହଷ୍ଟେଲ ବନ୍ଦ

ଭୁବନେଶ୍ୱର: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟରେ କଟକଣା କଡ଼ାକଡ଼ି ହେଲାଣି । ଆଜିଠୁ ବନ୍ଦ ରହିବ ଆନ୍ତଃରାଜ୍ୟ ବସ୍ ସେବା । ଓଡ଼ିଶାରୁ ବାହାର ରାଜ୍ୟକୁ କୌଣସି ବସ୍ ଯିବ ନାହିଁ କି ସେଠାରୁ ବସ୍ ଓଡ଼ିଶା ଆସିବ ନାହିଁ । କିନ୍ତୁ ରାଜ୍ୟ ଭିତରେ ବସ୍ ଚଳାଚଳରେ କୌଣସି କଟକଣା ନାହିଁ । ବସରେ ଯେତିକି ସିଟ୍ ସେତିକି ଯାତ୍ରୀ ନେବେ । କେହି ଠିଆ ହୋଇ ଯିବେ ନାହିଁ ବୋଲି ଗାଇଡଲାଇନ୍ ଜାରି […]

Continue Reading

ଶ୍ରୀମନ୍ଦିରରେ ଆଜିଠୁ ନୂଆ SOPରେ ମହାପ୍ରଭୁଙ୍କ ଦର୍ଶନ

ପୁରୀ: ଆଜିଠାରୁ ଶ୍ରୀମନ୍ଦିର ପ୍ରବେଶ ପାଇଁ ନୂଆ ନିୟମ । ଜଗା ଦର୍ଶନ ପାଇଁ କଡାକଡି ପାଳନ କରାଯାଉଛି ଗାଇଡଲାଇନ୍ । କରୋନା ମହାମାରୀକୁ ଦୃଷ୍ଟିରେ ରଖି ସର୍ବସାଧାରଣ ଦର୍ଶନ ନେଇ ନୂଆ ଏସଓପି ଜାରି କରିଥିଲା ପ୍ରଶାସନ । ଆଜିଠୁ ରାଜ୍ୟ ବାହାର ଭକ୍ତଙ୍କ ପାଇଁ RT-PCR ନେଗେଟିଭ୍ ରିପୋର୍ଟ କିମ୍ବା ଟିକାର ଦୁଇଟି ଡୋଜ ନେଇଥିବା ପ୍ରମାଣପତ୍ର ବାଧ୍ୟକାମୂଳକ କରାଯାଇଛି । ଚାରି ଦିନ ମଧ୍ୟରେ କୋଭିଡ୍ ନେଗେଟିଭ ପ୍ରମାଣପତ୍ର ଥିବା ଆବଶ୍ୟକ । କରୋନା […]

Continue Reading

କୁମ୍ଭମେଳା ଫେରନ୍ତାଙ୍କ ଉପରେ ସରକାରଙ୍କ କଡ଼ା ନଜର: ନବ ଦାସ

ଭୁବନେଶ୍ୱର: କୁମ୍ଭମେଳା ଫେରନ୍ତାଙ୍କଠାରୁ ବଢ଼ିପାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା । କୁମ୍ଭମେଳା ଫେରନ୍ତଙ୍କ ଉପରେ ଏବେ ସରକାର ସ୍ୱତନ୍ତ୍ର ନଜର ରଖିଛନ୍ତି । ଉତ୍ତରାଖଣ୍ଡରେ ନାମ ପଞ୍ଜିକରଣ କରି ଯେଉଁମାନେ କୁମ୍ଭମେଳାକୁ ଯାଇଥିଲେ ସେମାନଙ୍କର ତାଲିକା ପ୍ରସ୍ତୁତ କରାଯାଉଛି । ସେମାନଙ୍କୁ ଟ୍ରାକିଂ କରିବା ପାଇଁ ଜିଲ୍ଲାପାଳ ଓ ମ୍ୟୁନିସିପାଲଟି କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । କୁମ୍ଭମେଳା ଫେରନ୍ତାଙ୍କ ଜଞ-ଚଉଜ ଟେଷ୍ଟକୁ ବାଧ୍ୟତାମୂଳକ କରାଯାଇଛି । ଓଡ଼ିଶା […]

Continue Reading

ବିଶେଷଜ୍ଞଙ୍କ ପରାମର୍ଶ; ସଂକ୍ରମଣରୁ ବର୍ତ୍ତିବା ପାଇଁ ଏନ୍‌ ୯୫ ମାସ୍କ ବ୍ୟବହାର କରିବା ଉଚିତ

ନୂଆଦିଲ୍ଲୀ: ବାୟୁରେ ବ୍ୟାପୁଛି କରୋନା। ଲାନସେଟ୍ ରିପୋର୍ଟରେ ଏହାକୁ ନେଇ ଦୃଢ ଦାବି କରାଯାଇଛି। ଏଥିପାଇଁ  N95 କିମ୍ବା KN95 ମାସ୍କ ବ୍ୟବହାର କରିବା ଉଚିତ୍ ବୋଲି ଡା ଫହିମ୍ ୟୁନୁସ୍ କହିଛନ୍ତି। ସେ କହିଛନ୍ତି କୋଭିଡ୍-୧୯ ଏକ ବାୟୁବାହୀ ରୋଗ। ଏଥିରୁ ବର୍ତ୍ତିବା ପାଇଁ ଆମକୁ କପଡା ମାସ୍କ ବଦଳରେ ଦୁଇଟି N95 କିମ୍ବା KN95 ମାସ୍କ ବ୍ୟବହାର କରିବାକୁ ପଡ଼ିବ ବୋଲି କହିଛନ୍ତି ସଂକ୍ରମଣ ରୋଗର ବିଶେଷଜ୍ଞ ଡା ଫହିମ ୟୁନୁସ୍‌। “ପ୍ରତି ୨୪ […]

Continue Reading

ବିଶିଷ୍ଟ ହୋମିଓପାଥି ଚିକିତ୍ସକ ପ୍ରଫେସର ଡା. ନିରଞ୍ଜନ ମହାନ୍ତିଙ୍କୁ ହୋମିଓରତ୍ନ ସମ୍ମାନ

ଭୁବନେଶ୍ୱର:  ବିଶିଷ୍ଟ ହୋମିଓପାଥି ଚିକିତ୍ସକ ପ୍ରଫେସର ଡାକ୍ତର ନିରଞ୍ଜନ ମହାନ୍ତିଙ୍କୁ ହୋମିଓରତ୍ନ ସମ୍ମାନ ପାଇଁ ଚୟନ କରାଯାଇଛି । ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ହୋମିଓପାଥି ଫିଜିସିଆନ ତରଫରୁ ୨୦୨୧ ବର୍ଷ ପାଇଁ ବିଭିନ୍ନ ପୁରସ୍କାର ଘୋଷଣା କରାଯାଇଛି ।  ସୁନାମଧନ୍ୟ ହୋମିଓପାଥି ଚିକିତ୍ସକ ତଥା ଡା. ଅଭିନ୍ନଚନ୍ଦ୍ର ହୋମିଓପାଥିକ ଭେଷଜ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ଡା. ନିରଞ୍ଜନ ମହାନ୍ତି ।  ହୋମିଓପାଥି ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ପ୍ରଫେସର ମହାନ୍ତିଙ୍କ ଅବଦାନ ଅତୁଳନୀୟ । ବର୍ତ୍ତମାନ ଡାକ୍ତର ମହାନ୍ତି ଖଣ୍ଡଗିରି ସ୍ଥିତ […]

Continue Reading

ଅଜୟ ଦେବଗନଙ୍କ ଭୂଜ: ଦି ପ୍ରାଇଡ ଅଫ ଇଣ୍ଡିଆ ଇଦରେ ରିଲିଜ ହେବ !

ମୁମ୍ବାଇ: ଅଜୟ ଦେବଗନଙ୍କ ବହୁ ପ୍ରତୀକ୍ଷିତ ଭୂଜ: ଦି ପ୍ରାଇଡ ଅଫ ଇଣ୍ଡିଆ ଫିଲ୍ମର ରିଲିଜ ତାରିଖ ପୁନର୍ବାର ଘୁଂଚିଛି । ଆଇପିଏଲ ଅବସରରେ ଏହା ଓଟିଟି ପ୍ଲାଟଫର୍ମରେ ରିଲିଜ ହେବ ବୋଲି ଚୂଡାନ୍ତ ହୋଇଥିଲା । ଏ ନେଇ ଅଜୟଙ୍କ ସହ ଆଡ ମଧ୍ୟ ପ୍ରସ୍ତୁତ ହୋଇ ସାରିଥିଲା । ତେବେ ଫିଲ୍ମର ପୋଷ୍ଟ ପ୍ରଡକ୍ସନ କାମ ସରି ନ ଥିବାରୁ ଏହାକୁ ଇଦରେ ରିଲିଜ କରାଯିବା ପାଇଁ ଯୋଜନା କରାଯାଉଛି ବୋଲି ପ୍ରଡକ୍ସନ ଟିମ୍ […]

Continue Reading

ଘାଇକୁ ଖସିପଡ଼ିଲା କାର୍‌; ଗୋଟିଏ ପରିବାରର ୫ ମୃତ

ନୂଆଦିଲ୍ଲୀ: ଶନିବାର ଉତ୍ତରାଖଣ୍ଡ ଚାମୋଲି ଜିଲ୍ଲାର ବଦ୍ରିନାଥ ଜାତୀୟ ରାଜପଥରେ ଏକ ଦୁର୍ଘଟଣାରେ ପରିବାରର ପାଞ୍ଚ ଜଣ ସଦସ୍ୟଙ୍କର ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ ମୃତ ପାଞ୍ଚଜଣ ବିବାହ ସମାରୋହରୁ ଫେରୁଥିବାବେଳେ ଗାଡିର ଡ୍ରାଇଭର ନିୟନ୍ତ୍ରଣ ହରାଇଥିଲେ, ଯାହା ପରେ ଶନିବାର ରାତିରେ ବଦ୍ରିନାଥ ଜାତୀୟ ରାଜପଥରେ ପାଖୀ ଅଞ୍ଚଳ ନିକଟରେ କାରଟି ଏକ ଗଭୀର ଘାଟରେ ପଡ଼ିଯାଇଥିଲା। ଅଧିକାରୀମାନେ କହିଛନ୍ତି ଯେ ପରିବାରର ୫ ଜଣ ସଦସ୍ୟ ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଛନ୍ତି। ମୃତ ପାଞ୍ଚଜଣ […]

Continue Reading

ଦିଲ୍ଲୀରେ ରେକର୍ଡ ଭାଙ୍ଗୁଛି କରୋନା, ସ୍ଥିତି ନିୟନ୍ତ୍ରଣ ପାଇଁ ଆଜି କ୍ୟାବିନେଟ୍‌ ବୈଠକ ଡାକିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ୍‌

ନୂଆଦିଲ୍ଲୀ: ଦିଲ୍ଲୀରେ ରେକର୍ଡ ଭାଙ୍ଗୁଛି କରୋନା । ଅସମ୍ଭାଳ ହେଲାଣି ସ୍ଥିତି । ଦିନକୁ ଦିନ ବଢିଚାଲିଛି ସଂକ୍ରମଣ ସଂଖ୍ୟା । ସଂକ୍ରମଣ ବଢ଼ୁଥିବାରୁ ହସ୍ପିଟାଲରେ ବେଡ୍‌ ଓ ଅମ୍ଳଜାନର ଅଭାବ ଦେଖାଗଲାଣି । ଏହାସହ କରୋନା ଇଞ୍ଜେକସନ ମଧ୍ୟ ଆଉ ମିଳୁନାହିଁ । ଯାହା ଦିଲ୍ଲୀ ସରକାରଙ୍କୁ ଚିନ୍ତାରେ ପକାଇଲାଣି । କରୋନା ସ୍ଥିତିକୁ ନଜରରେ ରଖି ଆଜି ଜରୁରୀ ବୈଠକ ଡାକିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ।  ବୈଠକରେ ଦିଲ୍ଲୀର ସମସ୍ତ କ୍ୟାବିନେଟ […]

Continue Reading