ହାଥରସ ଗଣଦୁଷ୍କର୍ମ ଘଟଣା: ୨୫ ଲକ୍ଷ ଟଙ୍କାର କ୍ଷତି ପୂରଣ ଘୋଷଣା

ଲକ୍ଷ୍ନୌ: ଉତ୍ତରପ୍ରଦେଶ ହାଥରସ ଗଣଦୁଷ୍କର୍ମ ମାମଲାକୁ ନେଇ ଏବେ ଚାରିଆଡେ ତୀବ୍ର ବିରୋଧ ଜାରି ରହିଛି । ଏହାରି ଭିତରେ ପୀଡିତାଙ୍କ ପରିବାର ସହ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଭିଡିଓ କଲ ମାଧ୍ୟମରେ ପୀଡିତାଙ୍କ ପରିବାର ସହ କଥା ହୋଇଥିବା ଜଣା ପଡିଛି। କଥା ହେବା ପରେ ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୀଡିତାଙ୍କ ବାପା ମୁଖ୍ୟମନ୍ତ୍ରୀଙ୍କୁ କହିଥିବା ସାମ୍ନାକୁ ଆସିଛି ।  ଦୋଷୀଙ୍କୁ କଠୋର ଦଣ୍ଡ ମିଳିବ ବୋଲି […]

Continue Reading

ଗୃହରେ NCRB ରିପୋର୍ଟ ତାତି, ବର୍ଷିଲେ ବିରୋଧୀ

ଭୁବନେଶ୍ୱର: ନ୍ୟାସନାଲ କ୍ରାଇମ ରିପୋର୍ଟ ବ୍ୟୁରୋ ତଥା ଏନ୍‌ସିଆର୍‌ବି ରିପୋର୍ଟକୁ ନେଇ ଆଜି ବିଧାନସଭା ଗୃହ ସରଗରମ ରହିଛି । ଏନ୍‌ସିଆର୍‌ବି ରିପୋର୍ଟକୁ ନେଇ ଗୃହରେ ଉଦ୍‌ବେଗ ପ୍ରକାଶ କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ଅସଦାଚରଣ ଘଟଣାରେ ଓଡ଼ିଶା ଦ୍ୱିତୀୟ ସ୍ଥାନରେ ରହିଛି । ସାଇବର କ୍ରାଇମରେ ଓଡ଼ିଶା ପ୍ରଥମ ସ୍ଥାନରେ ରହିଛି । ଏହା ରାଜ୍ୟ ପାଇଁ ଲଜ୍ଜା ବୋଲି କହିଛନ୍ତି ନରସିଂହ । ସେପଟେ ବିଜୁଳି ଦର ବୃଦ୍ଧି […]

Continue Reading

ଘୂର୍ଣ୍ଣିବଳୟ ନେବ ଲଘୁଚାପର ରୂପ, ଆଜିଠୁ ଏସବୁ ଜିଲ୍ଲାରେ ଛେଚିବ

ଭୁବନେଶ୍ୱର: ଆନ୍ଧ୍ର ଉପକୂଳ ସଂଲଗ୍ନ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ଘୂର୍ଣ୍ଣିବଳୟ ଆସନ୍ତା ୨୪ ଘଣ୍ଟାରେ ଲଘୁଚାପର ରୂପ ନେଇପାରେ । ଏହାପରେ ପ୍ରଭାବରେ ରାଜ୍ୟରେ ଆରମ୍ଭ ହୋଇଛି ବର୍ଷା । ଭୁବନେଶ୍ୱର ସମେତ ରାଜ୍ୟର କିଛି ସ୍ଥାନରେ ଝିପିଝିପି ବର୍ଷା ଚାଲିଛି । ଆଜିଠୁ ୫ଟି ଜିଲ୍ଲା ଜଗତସିଂହପୁର, କଟକ, ପୁରୀ, କେନ୍ଦ୍ରାପଡ଼ା ଓ ଢେଙ୍କାନାଳ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏସବୁ ଜିଲ୍ଲାଗୁଡ଼ିକ ପାଇଁ ଜାରି ହୋଇଛି ଅରେଞ୍ଜ ଓ୍ୱାର୍ଣ୍ଣିଂ । ଗୋଟିଏ ଦୁଇଟି […]

Continue Reading

ରାଷ୍ଟ୍ରପତିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ମୋଦୀ

ନୂଆଦିଲ୍ଲୀ: ଆଜି ହେଉଛି ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଜନ୍ମଦିନ । ଏହି ଅବସରରେ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେ ଟୁଇଟ ଯୋଗେ କହିଛନ୍ତି ଯେ, ରାଷ୍ଟ୍ରପତି ଜୀଙ୍କୁ ତାଙ୍କ ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା । ତାଙ୍କର ସମୃଦ୍ଧ ଜ୍ଞାନ ଏବଂ ନୀତି ସମ୍ବନ୍ଧୀୟ ବୁଝାମଣା ଆମ ଦେଶ ପାଇଁ ମହତ୍ୱପୂର୍ଣ୍ଣ । ସେ ଅତ୍ୟନ୍ତ ଦୟାଳୁ । ତାଙ୍କର ଉତ୍ତମ ସ୍ୱାସ୍ଥ୍ୟ ଓ ଦୀର୍ଘାୟୁ ପାଇଁ ପ୍ରଧାନମନ୍ତ୍ରୀ […]

Continue Reading

ବଜ୍ରପାତ ନେଲା ପାଞ୍ଚ ଗୋରୁଙ୍କ ଜୀବନ

ଛେଣ୍ଡିପଦା : ଅନଗୁଳ ଜିଲ୍ଲାର ଅଦିନିଆ ବର୍ଷାରେ ଜନ ଜୀବନ ଅସ୍ତ ବ୍ୟସ୍ତ l ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଲାଗି ରହିଛି ଲଗାଣ ବର୍ଷା l ଛେଣ୍ଡିପଦା ବ୍ଲକରେ ବିଭିନ୍ନ ସ୍ଥାନରେ ଦିନ ଦୁଇଟାରୁ ପ୍ରବଳରୁ ଅତି ପ୍ରବଳ ମାତ୍ରାରେ ବିଜୁଳି ଓ ଘଡଘଡି ସହିତ ବର୍ଷl ଲାଗି ରହିଛି l ଛେଣ୍ଡିପଦା ବ୍ଲକ ଜରପଡା ଥାନା ଅନ୍ତର୍ଗତ କତଡା ପଂଚାୟତର କନ୍ଧକୋରଡ଼ା ଗ୍ରାମରେ ବଜ୍ରପାତ ମାରିବାରୁ ପାଞ୍ଚ ଗୋରୁଙ୍କ ମୁତ୍ୟୁ ଓ ଗୋରୁ ଚରାଉ ଥିବା […]

Continue Reading

୨୪ ଘଣ୍ଟାରେ ଦେଶରେ ୮୦ ହଜାର କରୋନା ଆକ୍ରାନ୍ତ, ୧୧୭୯ ମୃତ

ନୂଆଦିଲ୍ଲୀ: ଦେଶରେ ୬୨ ଲକ୍ଷ ପାର କରିଛି କରୋନା କେସ୍ । ଦୁଇ ଦିନ କମିବା ପରେ ଆଜି ପୁଣି ଥରେ ଦେଶରେ ବଢ଼ିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ସାରା ଦେଶରୁ ସଂକ୍ରମିତ ହୋଇଛନ୍ତି ୮୦ ହଜାର ୪୭୨ ଜଣ । ଏହାକୁ ମିଶାଇ ଦେଶରେ କରୋନା କେସ୍ ୬୨ ଲକ୍ଷ ୨୫ ହଜାର ୭୬୪କୁ ବୃଦ୍ଧି ପାଇଛି । ସେହିପରି ଆଜି ପୁଣି ଥରେ ହଜାରେ ଡେଇଁଛି କରୋନା ମୃତ୍ୟୁସଂଖ୍ୟା । […]

Continue Reading

ଏହି ୬ ଟି ଜିଲ୍ଲାରେ ବଜ୍ରପାତ ସହ ବର୍ଷା ଆଶଙ୍କା

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଓଡିଶାର ପ୍ରାୟ ୬ ଟି ଜିଲ୍ଲାରେ ବର୍ଷା ସହ ଘଡଘଡି ସମ୍ଭାବନା ରହିଥିବା ନେଇ ବୁଧବାର ଦିନ ଆକଳନ କରାଯାଇଛି । ପାଣିପାଗ ବିଭାଗର ସଦ୍ୟତମ ବୁଲେଟିନ୍ ଅନୁଯାୟୀ, ଜଗତସିଂହପୁର, ବାଲେଶ୍ଵର, ମୟୁରଭଞ୍ଜ, ଭଦ୍ରକ, କେନ୍ଦ୍ରାପଡା ଓ କେନ୍ଦୁଝର ଆଦି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ମଧ୍ୟମ ଧରଣର ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି । ଏହିସବୁ ଜିଲ୍ଲା ଗୁଡିକକୁ ବିଭାଗ ପକ୍ଷରୁ […]

Continue Reading

ପରଲୋକରେ ‘ଜହ୍ନମାମୁଁ’ କାର୍ଟୁନିଷ୍ଟ କେ.ସି ଶିବଶଙ୍କର

ଭୁବନେଶ୍ୱର: ଆଖି ବୁଜିଲେ ‘ଜହ୍ନମାମୁଁ’ ପତ୍ରିକାର ପ୍ରସିଦ୍ଧ କାର୍ଟୁନିଷ୍ଟ କେ.ସି ଶିବଶଙ୍କର । ମଙ୍ଗଳବାର ଦିନ ଚେନ୍ନାଇରେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୭ ବର୍ଷ ବୟସ ହୋଇଥିଲା । ୧୯୨୪ରେ କେ.ସି ଶିବଶଙ୍କର ଜନ୍ମଗ୍ରହଣ କରିଥିଲେ। ୧୯୪୭ ମସିହାରେ ‘ଜହ୍ନମାମୁଁ’ ପତ୍ରିକାରେ ଯୋଗ ଦେଇଥିଲେ। ସେ ଏହାର ପ୍ରାରମ୍ଭିକ ସଦସ୍ୟଙ୍କ ମଧ୍ୟରୁ ଅନ୍ୟତମ ଥିଲେ। ‘ଜହ୍ନମାମୁଁ’ ପତ୍ରିକାରେ ତାଙ୍କ ପୁରା ଜୀବନକାଳ କଟିଥିଲା। ‘ଜହ୍ନମାମୁଁ’ ପତ୍ରିକା ବନ୍ଦ ହେବା ପର୍ଯ୍ୟନ୍ତ ସେ […]

Continue Reading

ଆଜି ଆସିବ ବାବ୍ରି ମସଜିଦ ଭଙ୍ଗା ଘଟଣାର ରାୟ

ନୂଆଦିଲ୍ଲୀ: ଆଜି ଆସିବ ବାବ୍ରି ମସଜିଦ ଭଙ୍ଗା ମାମଲାର ଗୁରୁତ୍ୱପୂର୍ଣ୍ଣ ରାୟ । ସିବିଆଇର ସ୍ଵତନ୍ତ୍ର ଅଦାଲତ ୧୯୯୨ ଡିସେମ୍ଵର ୬ରେ ଭଙ୍ଗା ଯାଇଥିବା ବିବାଦୀୟ ଢାଞ୍ଚାକୁ ନେଇ ନିଜର ନିଷ୍ପତ୍ତି ଶୁଣାଇବେ। ମାମଲାରେ ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାଣୀ, ବରିଷ୍ଠ ନେତା ମୁରଲୀ ମନୋହର ଯୋଶୀ, ଉମା ଭାରତୀ, କଲ୍ୟାଣ ସିଂହଙ୍କ ପରି ଅନେକ ନେତା ଅଭିଯୁକ୍ତ ଅଛନ୍ତି। ଏହି ହାଇପ୍ରୋଫାଇଲ ମାମଲାରେ ନିଷ୍ପତ୍ତିକୁ ଦୃଷ୍ଟିରେ ରଖି ଅଯୋଧ୍ୟା ଓ ଲକ୍ଷ୍ନୌରେ ସୁରକ୍ଷା ବ୍ୟବସ୍ଥା କଡାକଡି […]

Continue Reading

ଭିଜିଲାନ୍ସ ଜାଲରେ ରାଜସ୍ବ ସହକାରୀ ଅଧିକାରୀ

ରାୟଗଡା: ରାୟଗଡା ଜିଲ୍ଲାର କାଶୀପୁର ବ୍ଲକ ଡେଭଲପମେଣ୍ଟ ସେକ୍ସନ ରାଜସ୍ବ ସହକାରୀ ଅଧିକାରୀ ପ୍ରକାଶ କୁମାର ସାହୁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ପ୍ରାପ୍ତ ସୂଚନାନୁଯାୟୀ, ଜିଲ୍ଲାର ଡଙ୍ଗଶାଲୀ ଅଞ୍ଚଳ ଅନ୍ତର୍ଗତ ବିଳାସ ନାୟକଙ୍କ ଏକ କାମ କରାଇଦେବାକୁ କହି ପ୍ରତିବଦଳରେ ୪ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଏନେଇ ସେ ଭିଜିଲାନ୍ସକୁ ଜଣାଇଥିଲେ । ପରେ ପୂର୍ବ ଯୋଜନା ମୁତାବକ କୋରାପୁଟ ଭିଜିଲାନ୍ସ ଟିମ୍ ତାଙ୍କୁ ଲାଞ୍ଚ ନେଉଥିବା […]

Continue Reading