ଆଜି ଠାରୁ ମାଟ୍ରିକ ପରୀକ୍ଷା,ପିଲାଙ୍କୁ ଜଗିବ ସିସିଟିଭି

ଭୁବନେଶ୍ୱର: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଚଳିତ ବର୍ଷର ମାଟ୍ରିକ୍ ଦ୍ୱିତୀୟ ସମ୍ମେଟିଭ୍ ପରୀକ୍ଷା ଶୁକ୍ରବାରଠାରୁ ଆରମ୍ଭ ହେଉଛି । ଏହା ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ । ଚଳିତ ଥର ମୋଟ ୫ଲକ୍ଷ ୪୧ ହଜାର ୨୪୭ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେବେ । ଏଥିପାଇଁ ୩୨୧୮ଟି ପରୀକ୍ଷା କେନ୍ଦ୍ର ସ୍ଥାପନ କରାଯାଇଛି । ପରୀକ୍ଷା ନେଇ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମିର ରଞ୍ଜନ ଦାଶ କହିଛନ୍ତି ଯେ, […]

Continue Reading

ରାଜ୍ୟରେ ଆରମ୍ଭ ହେବ ଶିଶୁଶ୍ରେଣୀ: ଅଙ୍ଗନୱାଡ଼ି ପରେ ପିଲାମାନେ ଗୋଟିଏ ବର୍ଷ ଶିଶୁ ଶ୍ରେଣୀରେ ଅଧ୍ୟୟନ କରିବେ

ଭୁବନେଶ୍ୱର: ରାଜ୍ୟରେ ପ୍ରଥମ କରି ଆରମ୍ଭ ହେବ ଶିଶୁଶ୍ରେଣୀ। ଆସନ୍ତା ଶିକ୍ଷାବର୍ଷରୁ ପ୍ରଥମ ପର୍ଯ୍ୟାୟରେ ପ୍ରାୟ ଦୁଇ ହଜାର ସ୍କୁଲରେ ଏହି ବ୍ୟବସ୍ଥା ଲାଗୁ ହେବ। ପୂର୍ବରୁ ପିଲାମାନେ ପ୍ରଥମେ ଅଙ୍ଗନୱାଡ଼ି ଓ ପରେ ପ୍ରଥମ ଶ୍ରେଣୀରୁ ପାଠପଢ଼ା ଆରମ୍ଭ କରୁଥିଲେ। ମାତ୍ର ନୂଆ ବ୍ୟବସ୍ଥା ଅନୁଯାୟୀ ପିଲାମାନେ ଅଙ୍ଗନୱାଡ଼ି ସାରିବା ପରେ ଗୋଟିଏ ବର୍ଷ ଶିଶୁ ଶ୍ରେଣୀରେ ଅଧ୍ୟୟନ କରିବେ। ପିଲାଙ୍କ ବୌଦ୍ଧିକ ବିକାଶ ସହିତ ଖେଳକୁଦ ମାଧ୍ୟମରେ ପ୍ଲେ-ସ୍କୁଲ୍‍ ଢାଞ୍ଚାରେ ପାଠପଢ଼ା ପ୍ରତି ଆକୃଷ୍ଟ […]

Continue Reading

ତ୍ରିପୁରାରେ ପୁଣି ବିଜେପି ସରକାର: ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ ମାଣିକ ସାହା

ନୂଆଦିଲ୍ଲୀ: ତ୍ରିପୁରା ନିର୍ବାଚନକୁ ନେଇ ଏକ ବଡ ଘୋଷଣା କରାଯାଇଛି । ପୁଣିଥରେ ତ୍ରିପୁରାର ମୁଖ୍ୟମନ୍ତ୍ରୀ ସିଂହାସନ ଆରୋହଣ କରିବେ ପୂର୍ବତନ ମୁଖ୍ୟମନ୍ତ୍ରୀ ମାଣିକ ସାହା । ଲଗାତାର ଦ୍ୱିତୀୟ ଥର ପାଇଁ ସେ ମୁଖ୍ରମନ୍ତ୍ରୀ ଭାବରେ ଶାସନ କରିବେ । ବିଧାୟକ ଦଳର ବୈଠକରେ ଏ ନେଇ ନିଷ୍ପତ୍ତି ପରେ ଆସନ୍ତା ୮ ତାରିଖରେ ଶପଥ ଗ୍ରହଣ କରିବେ ମାଣିକ ସାହା । ନିଜ ସିଟରୁ ନିର୍ବାଚନ ଲଢିବା ସହ ପ୍ରତ୍ୟେକ ସିଟରେ ନେତୃତ୍ୱ ନେଇଥିଲା […]

Continue Reading

ଦୋଳପୂର୍ଣ୍ଣିମାରେ ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ

ପୁରୀ : ଆସନ୍ତାକାଲି ଦୋଳପୂର୍ଣ୍ଣିମା ଓ ମହାପ୍ରଭୁଙ୍କ ସୁନାବେଶ। ସେଥିପାଇଁ ସଜେଇ ହୋଇଛି ଦୋଳବେଦୀ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ କରାଯାଇଛି । ଆସନ୍ତାକାଲି ଶ୍ରୀଜିଉଙ୍କ ଚଳନ୍ତି ପ୍ରତିମା ଦୋଳଗୋବିନ୍ଦ, ଶ୍ରୀଦେବୀ ଓ ଭୂଦେବୀ ମଣି ବିମାନରେ ବସି ଦୋଳଵେଦୀକୁ ଆସିବା ସହ ଭକ୍ତ ଓ ସେବାୟତ ମାନଙ୍କ ସହ ମିଶି ଫଗୁ ଓ ଅବିରରେ ହୋଲି ଖେଳିବେ। ଆଜି ସନ୍ଧ୍ୟାରେ ଦୋଳବେଦୀରେ ମହାପ୍ରଭୁଙ୍କ ମେଣ୍ଢାପୋଡି ନୀତି ସମ୍ପନ୍ନ ହୋଇଛି । ମାରୱାଡି […]

Continue Reading

ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳାଙ୍କୁ ଦିଆଯିବ ଡ୍ରାଇଭିଂ ଟ୍ରେନିଂ; ଇସିଙ୍କୁ ମିଳିବ ଇ-ସ୍କୁଟର ପାଇଁ ଋଣ

ଭୁବନେଶ୍ୱର: ମିଶନ ଶକ୍ତିରେ ବଜେଟ୍‌ ୨୦୨୩-୨୪ ଆବଣ୍ଟନ ନେଇ ଆଜି ଅନେକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ମହିଳା ଓ ଶିଶୁ ବିକାଶ ତଥା ମିଶନ ଶକ୍ତି ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ୍। ସେ କହିଛନ୍ତି ଯେ ରାଜ୍ୟ ସରକାର ୨୦୨୩-୨୪ ବଜେଟ୍ ପାଇଁ ମିଶନ ଶକ୍ତି ବିଭାଗ ୨୫୫୪ କୋଟି ଟଙ୍କାର ବ୍ୟବସ୍ଥା କରିଛନ୍ତି। ଯାହା ଗତ ବର୍ଷ ତୁଳନାରେ ୨୭ ପ୍ରତିଶତ ଅଧିକ ବୋଲି ମନ୍ତ୍ରୀ କହିଛନ୍ତି। ଏଥିରେ ସ୍ୱୟଂ ସହାୟିକା ମହିଳାଙ୍କୁ ଅଧିକ ସଶକ୍ତିକରଣ କରାଯିବ। ପ୍ରତି […]

Continue Reading

ଟିଭି ନ୍ୟୁଜ୍ ଚ୍ୟାନେଲ ଏବଂ ଏଫଏମ୍ ରେଡିଓକୁ ଦୈନିକ ପାଣିପାଗ ପୂର୍ବାନୁମାନ ସୂଚନା ଦେବାକୁ ନିର୍ଦ୍ଦେଶ ଦେଲେ ମୋଦୀ

ନୂଆଦିଲ୍ଲୀ: ମାର୍ଚ୍ଚ ମାସ ପ୍ରବେଶ କରୁ କରୁ ଗରମ ଅସମ୍ଭାଳ ହେଲାଣି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତାଙ୍କ ବାସଭବନରେ ଏକ ଉଚ୍ଚ ସ୍ତରୀୟ ବୈଠକ ଡାକିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତା ରେ ଆଗାମୀ ଗ୍ରୀଷ୍ମ ପୂର୍ବରୁ ଗରମ ପାଗ ପାଇଁ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ପିଏମଓ ଅନୁଯାୟୀ, ପ୍ରଧାନମନ୍ତ୍ରୀ ମୋଦୀ ମୌସୁମୀ ପୂର୍ବାନୁମାନ, ରବି ଫସଲ ଉପରେ ପ୍ରଭାବ, ଚିକିତ୍ସା ଭିତ୍ତିଭୂମି ପ୍ରସ୍ତୁତି, ବିପର୍ଯ୍ୟୟ ସହ ଜଡିତ ପ୍ରସ୍ତୁତି ଏବଂ କ୍ଷତିକାରକ ପଦକ୍ଷେପ ବିଷୟରେ ସୂଚନା ଦେଇଛନ୍ତି। […]

Continue Reading

ଚାକିରି ବଦଳରେ ଜମି ମାମଲା, ଜେରା ପାଇଁ ଲାଲୁ ଯାଦବଙ୍କୁ CBI ନୋଟିସ୍

ନୂଆଦିଲ୍ଲୀ: ଲାଲୁ ଯାଦବଙ୍କୁ ସିବିଆଇର ସମନ । ଚାକିରି ବଦଳରେ ଜମି ଦୁର୍ନୀତି ମାମଲାରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା (CBI) ଲାଲୁ ଯାଦବଙ୍କୁ ସମନ ଜାରି କରିଛି । ଆସନ୍ତାକାଲି ଦିଲ୍ଲୀ ସିବିଆଇ ମୁଖ୍ୟାଳୟରେ ହାଜର ହେବାକୁ କୁହାଯାଇଛି । ଏହା ପୂର୍ବରୁ ସିବିଆଇ ସୋମବାର ଲାଲୁଙ୍କ ପତ୍ନୀ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବଡ଼ି ଦେବୀଙ୍କୁ ପ୍ରାୟ ୪ ଘଣ୍ଟା ଧରି ପଚରାଉଚରା କରିଥିଲା । ସୂଚନା ଅନୁସାରେ, ଜମି ବଦଳରେ ରେଲୱେରେ ଚାକିରି ଦେବା ମାମଲାରେ […]

Continue Reading

କାର୍ଲିଫର୍ଣ୍ଣିଆରେ ଜରୁରୀକାଳୀନ ଘୋଷଣା, ୧୨ ଫୁଟ ଉଚ୍ଚାରେ ଜମିଲା ବରଫ

ନ୍ୟୁୟର୍କ: କାର୍ଲିଫର୍ଣ୍ଣିଆର ସରକାର ଗାଭିନ ନ୍ୟୁସମ ତୁଷାରପାତ ହେତୁ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି । ଜାରି ହୋଇଥିବା ତୁଷାରପାତ, ପ୍ରବଳ ପବନ ଏବଂ ଅଧିକ ବନ୍ୟା ପରିସ୍ଥିତି ଏହି ନୂତନ ଭୟଙ୍କର ପାଣିପାଗ ପ୍ରଣାଳୀରୁ ବୁଧବାର ବିଳମ୍ବିତ ରାତିରେ ରାଜ୍ୟପାଳଙ୍କ କାର୍ଯ୍ୟାଳୟ ଘୋଷଣା କରିଛି ଯେ, ତୁଷାର ଝଡ଼ରେ ପ୍ରଭାବିତ କାଲିଫର୍ନିଆବାସୀଙ୍କୁ ଜୀବନ ରକ୍ଷାକାରୀ ସହାୟତା ତ୍ୱରାନ୍ୱିତ କରିବା ପାଇଁ ଜରୁରୀକାଳୀନ ଘୋଷଣା କରାଯାଇଛି। ଆଲିସିଆ ଦେ ଲା ଗାରଜା କାର୍ଲିଫର୍ଣ୍ଣିଆ କାର୍ଯ୍ୟାଳୟର ଜରୁରୀକାଳୀନ ସେବା […]

Continue Reading

ଦୋଳ ପ୍ରସ୍ତୁତି ହେଲା କାଳ ; ବାଣ ବିସ୍ଫୋରଣରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର

ଖୋର୍ଦ୍ଧା : ଦୋଳ ପୂର୍ଣ୍ଣିମା ପୂର୍ବରୁ ଅଘଟଣ ଘଟିଛି । ବାଣ ବିସ୍ଫୋରଣରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଆହତ ହୋଇଛନ୍ତି । ଏହି ଅଭାବନୀୟ ଘଟଣା ଟାଙ୍ଗୀରେ ଘଟିଛି । ମିଳିଥିବା ସୂଚନା ଅନୁଯାୟୀ, ଟାଙ୍ଗୀ ଥାନା ଅନ୍ତର୍ଗନ୍ତ ଉୂଷଣ୍ଡପୁର ଗାଁରେ ଦୋଳ ଉତ୍ସବ ପାଇଁ ପ୍ରସ୍ତୁତ ଚାଲିଥିଲା । ଗୋଟିଏ ଘରେ ବାଣ ଗଚ୍ଛିତ କରି ରଖାଯାଇଥିଲା । ହଠାତ୍ ସେହି ଘର ମଧ୍ୟରୁ ଠୋ ଠା ଶବ୍ଦ ଶୁଭିବା […]

Continue Reading

ସକାଳୁ ଦୌଡିଲେ କଳିଙ୍ଗରନର୍ସ

ଭୁବନେଶର : ଓଡିଶାରେ ଏକ ସୁସ୍ଥସମାଜ ଓ ସମସ୍ତଙ୍କୁ ସ୍ୱାସ୍ଥ୍ୟ ସମ୍ପର୍କରେ ସଚେତନ କରାଇବାକୁ ଯାଇ କଳିଙ୍ଗରନର୍ସ ଏକ ମାରାଥନ୍‌ର ଆୟୋଜନ କରିଛି । ଏହି ସିଟି ମାରାଥନ୍ ଶିଖରଚଣ୍ଡୀଠାରୁ ଆରମ୍ଭ କରାଯାଇଥôଲ । । ଏଥିରେ ୫କିମି (ସକାଳ ୬:୩୦, ରିପୋର୍ଟଟାଇମ୍ – ସକାଳ ୬ଟା), ୧୦କିମି (ସକାଳ ୬ ଟା- ରିସୋର୍ଟଟାଇମ୍‌- ସକାଳ ୫:୩୦),୨୧କିମି (ସକାଳ ୫:୩୦, ରିସୋର୍ଟଟାଇମ୍‌– ସକାଳ ୫ ଟା) ତିନୋଟି ବିଭାଗରେ ବିଭକ୍ତ କରାଯାଇଥିଲା । କଳିଙ୍ଗରନର୍ସ ୨୦୧୭ ମସିହାରେ […]

Continue Reading