ତେନ୍ତୁଳାପଶି ଗ୍ରାମବାସୀଙ୍କ ପାଟଣା ବ୍ଲକ କାର୍ଯ୍ୟାଳୟରେ ଦାବି ପତ୍ର ପ୍ରଦାନ

ଅପରାଧ ରାଜ୍ୟ

ପାଟଣ: କେନ୍ଦୁଝର ଜିଲ୍ଲା ବୁଢିକାପୁଡି ପଞ୍ଚାୟତ ଅନ୍ତର୍ଗତ ତେନ୍ତୁଳାପଶି ଗ୍ରାମ ମୁଣ୍ଡରୁ ବୈତରଣୀ ନଦୀ ପର୍ଯ୍ୟନ୍ତ ଯାଇଥିବା ଗୋ ଦାଣ୍ଡୀ ରାସ୍ତା ନିର୍ମାଣ ନିମନ୍ତେ କାର୍ଯ୍ୟାଦେଶ ମିଳିଥିଲେ ସୁଦ୍ଧା କାର୍ଯ୍ୟକାରୀ ହୋଇନଥିବାରୁ ଗ୍ରାମବାସୀମାନେ ବହୁ ଉଚ୍ଚପଦସ୍ତ ପଦାଧିକାରୀଙ୍କୁ ଅବଗତ କରିଥିଲେ ମଧ୍ୟ କିଛି ସୁଫଳ ନମିଳିବାରୁ ବାଧ୍ୟ ହୋଇ ମୁଖ୍ୟମନ୍ତ୍ରୀଙ୍କୁ ଗୁହାରି କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ପାଟଣା ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଏପିଓ ବୁଢିକାପୁଡି ସରପଞ୍ଚ, ପଞ୍ଚାୟତ ନିର୍ବାହୀ ଅଧୂକାରୀ, ଗ୍ରାମ ରୋଜଗାର ସେବକ ଘଟଣାସୁଳକୁ ସରଜମିନ ତଦନ୍ଧ ପାଇଁ ଯାଇଥିଲେ। ସେହି ରାସ୍ତାକୁ ଗ୍ରାମର ଦୁଇଟି ପରିବାର ଜବରଦଖଲ କରି ରଖିଥିବା ବେଳେ ପାଟଣା ତହସିଲ କାର୍ଯ୍ୟାଳୟ ପକ୍ଷରୁ ଜବରଦଖଲ ଉଚ୍ଛେଦ କରାଯାଇଥିଲେ ମଧ୍ୟ ଉକ୍ତ ଦୁଇ ପରିବାର ସେହି ରାସ୍ତା ଉପରେ କୌଣସି ଉନ୍ନତିମୂଳକ କାର୍ଯ୍ୟ କରିବାକୁ ଦେଇ ନାହାନ୍ତି। ଏହାକୁ ବିରୋଧ କରି ତେନ୍ତିଳାପଶି ଗ୍ରାମର ପୁରୁଷ ମହିଳା ପାଟଣା ବ୍ଲକ କାର୍ଯ୍ୟାଳୟରେ ଉକ୍ତ ଜବରଦଖଲ ଉଚ୍ଛେଦ କରି ରାସ୍ତା ନିର୍ମାଣ କରିବାକୁ ପାଟଣା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ।

Leave a Reply

Your email address will not be published. Required fields are marked *