The eyes are not closed, now the justice of the court will be seen with open eyes

ଚକ୍ଷୁ ବନ୍ଦ ନୁହଁ ଏବେ ମୁକ୍ତ ଚକ୍ଷୁରେ ଦେଖିବେ କୋର୍ଟର ନ୍ୟାୟ ଦେବୀ

Top Storise ଦେଶ- ବିଦେଶ

ଭୁବନେଶ୍ୱର (ବ୍ୟୁରୋ) : ଭାରତରେ ଉନ୍ମୋଚିତ ହେଲା ନୂଆ ନ୍ୟାୟ ପ୍ରତୀକ। ଆଉ ବନ୍ଦ ଚକ୍ଷୁ ନୁହଁ ଏବେ ପ୍ରତୀକଙ୍କ ଚକ୍ଷୁ ଖୋଲା ରହିବ। ପ୍ରତୀକକୁ ଆଜି ମୁଖ୍ୟ ନ୍ୟାୟାଧୀଶ ଚନ୍ଦ୍ରଚୂଡ଼ ଉନ୍ମୋଚିତ କରିଛନ୍ତି। ତାଙ୍କ କହିବା ମୁତାବକ ଆଇନ ସମସ୍ତଙ୍କୁ ସମାନ ଦେଖେ। ଏହାର ଉନ୍ମୋଚନ କରି ସେ ଭାରତର ନ୍ୟାୟ ବ୍ୟବସ୍ଥାରେ ଏକ ନୂଆ ଅଧ୍ୟାୟ ଆରମ୍ଭ କରିଛନ୍ତି। ପରମ୍ପରାଗତ ଭାବେ ଅନ୍ୟାୟର ଦୃଷ୍ଟିହୀନ ପ୍ରତୀକ ଥିବା ବ୍ଲାଇଣ୍ଡ ଲେଡି ଚରିତ୍ରକୁ ପରିବର୍ତ୍ତନ କରି ଏବେ ମୁକ୍ତ ଚକ୍ଷୁରେ ଆଇନକୁ ଦେଖାଯିବ। ଏହି ପ୍ରତୀକ ଉନ୍ମୋଚନ କାର୍ଯ୍ୟକ୍ରମରେ ସିଜେଆଇ ଚନ୍ଦ୍ରଚୁଡ଼ କହିଛନ୍ତି, “ଆଇନ ସମସ୍ତଙ୍କୁ ସମାନ ଭାବେ ଦେଖେ। ଆଇନ ଅନ୍ଧ ନୁହେଁ।”

ମିଳିଥିବା ସୂଚନା ଅନୁଯାୟୀ, ପୂର୍ବରୁ ଏହି ପ୍ରତିମୂର୍ତ୍ତିର ଆଖିରେ ପଟ୍ଟି ବନ୍ଧା ହୋଇଥିଲା ଏବଂ ଏହା ଆଇନ ସମ୍ମୁଖରେ ସମସ୍ତେ ସମାନ ବୋଲି ଦର୍ଶାଉଥିଲା। ଅର୍ଥାତ ଅଦାଲତ ବିନା ଭେଦଭାବରେ ରାୟ ଶୁଣାଇବେ। ଏଥିସହିତ ଅନ୍ୟାୟକୁ ଦଣ୍ଡଦେବା ଶକ୍ତିର ପ୍ରତୀକ ଥିଲା ଖଣ୍ଡା। ତେବେ ଏବେ ସୁପ୍ରିମ୍‌କୋର୍ଟ ବିଚାରପତି ପାଠାଗାରରେ ନ୍ୟାୟଦେବୀଙ୍କ ନୂଆ ପ୍ରତିମୂର୍ତ୍ତିର ଆଖି ଖୋଲା ରହିଛି ଏବଂ ବାମ ହାତରେ ସମ୍ବିଧାନ ରହିଛି।

Leave a Reply

Your email address will not be published. Required fields are marked *