ମୁମ୍ବାଇ ଟ୍ରାଫିକ ପୋଲିସକୁ ମିଳିଛି ଏକ ଧମକପୂର୍ଣ୍ଣ ବାର୍ତ୍ତା ଯେଉଁଥିରେ ବଲିଉଡ ଅଭିନେତା ସଲମାନ ଖାନଙ୍କ ଠାରୁ 5 କୋଟି ଟଙ୍କା ମଗାଯାଇଛି। ଜେଲରେ ଥିବା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଶ୍ନୋଇ ସହ ତାଙ୍କର ବିବାଦର ସମାଧାନ ଦାବି କରିଛି। ବାର୍ତ୍ତା ପ୍ରେରକ ନିଜକୁ ଲରେନ୍ସ ବିଶ୍ନୋଇ ଗ୍ୟାଙ୍ଗର ନିକଟତର ବୋଲି କହିଛି ଏବଂ କହିଚି ଯଦି ମୁକ୍ତି ପ୍ରଦାନ କରାନଯାଏ ତେବେ ସେ ଅଭିନେତାଙ୍କ ଜୀବନକୁ ବିପଦରେ ପକାଇବେ।
ମୁମ୍ବାଇ ପୋଲିସର ସୂଚନାନୁସାରେ, ଲରେନ୍ସ ବିଶ୍ନୋଇ ସହ ଦୀର୍ଘ ଦିନ ଧରି ଚାଲିଆସୁଥିବା ଶତ୍ରୁତାକୁ ଶେଷ କରିବା ପାଇଁ ଅଭିନେତା ସଲମାନ ଖାନଙ୍କ ଠାରୁ 5 କୋଟି ଟଙ୍କା ମଗାଯାଇଛି । ଯାହାକି ମୁମ୍ବାଇ ଟ୍ରାଫିକ ପୋଲିସର ହ୍ୱାଟସ୍ଆପ୍ ନମ୍ବରକୁ ଏକ ଧମକପୂର୍ଣ୍ଣ ବାର୍ତ୍ତା ଆସିଛି। ବାର୍ତ୍ତାର ପ୍ରେରକ ଦାବି କରିଛନ୍ତି, “ଏହାକୁ ହାଲୁକା ଭାବେ ଗ୍ରହଣ କର ନାହିଁ, ଯଦି ସଲମାନ ଖାନ ଜୀବନ୍ତ ରହିବାକୁ ଚାହୁଁଛ ତାହେଲେ ଲରେନ୍ସ ବିଶ୍ନୋଇ ସହ ଶତ୍ରୁତାକୁ ଶେଷ କରିବାକୁ , ତାଙ୍କୁ 5 କୋଟି ଟଙ୍କା ଦେବାକୁ ପଡିବ। ଯଦି ଟଙ୍କା ନ ଦିଆଯାଏ, ତେବେ ସଲମାନ ଖାନଙ୍କ ଅବସ୍ଥା ବାବା ସିଦ୍ଦିକିଙ୍କ ଅବସ୍ଥାଠାରୁ ଆହୁରି ଖରାପ ହେବ ବୋଲି ସେ କହିଛନ୍ତି ।