ମାର୍କେଟକୁ ଆସୁଛି ନୂଆ Rx-100, ପୁଣି ସେଇ ସାଉଣ୍ଡ-ସେଇ ମଜା ପାଇବେ ଯୁବପିଢ଼ି

Top Storise ଦେଶ- ବିଦେଶ ବାଣିଜ୍ୟ ରାଜ୍ୟ

କମ୍ପାନୀ ପକ୍ଷରୁ ପୁଣି ଥରେ ୯୦ ଦଶକର ଭାରତୀୟ ରାସ୍ତାର ରାଜା YAMAHA RX-100 କୁ ମାର୍କେଟରେ ଲଞ୍ଚ କରୁଛି

ଏବେ ରି-ଲଞ୍ଚର ତାରିଖ ଘୋଷଣା କରିଛି କମ୍ପାନୀ । ଏବେ ଏହି ବାଇକର ଅନରୋଡ ପ୍ରାଇସ୍ କଣ ହେବ ସେ ନେଇ କଳ୍ପନାଜଳ୍ପନା ଜାରି ରହିଛି । ଏହି ମୋଟର ସାଇକେଲକୁ କିଛି ସମୟ ପୂର୍ବରୁ ଭାରତୀୟ ବଜାରରେ ବନ୍ଦ କରିଦିଆଯାଇଥିଲା। ଏବେ କମ୍ପାନୀ ନୂଆ ଫିଚର ସହିତ ଲଞ୍ଚ କରିବାକୁ ଯାଉଛି।

ନୂଆ ୟାମାହା ଆରଏକ୍ସ-୧୦୦ର ମୂଲ୍ୟ ଓ ଫିଚର ସମ୍ପର୍କରେ ଜଣାପଡିଗଲାଣି। ଏଥିରେ ଏବେ ଗ୍ରାହକ ଏକ ଦମଦାର ଇଞ୍ଜିନ ସାଙ୍ଗକୁ ଭଲ ମାଇଲେଜ ବି ପାଇବେ। ବାଇକର ଫିଚର ସମ୍ପର୍କରେ କୁହାଗଲେ ଏଥିରେ ସବୁ ନୂଆ ଓ ଆଧୁନିକ ଫିଚର ମିଳିବ। ଏହି ବାଇକ୍ ରେ ଡିଜିଟାଲ ଇନଷ୍ଟ୍ରୁମେଣ୍ଟ କ୍ଲଷ୍ଟର ସହିତ ବ୍ଲୁଟୁଥ କନେକ୍ଟିଭିଟି, ଡିଜିଟାଲ ସ୍ପିଡୋ ମିଟର, ଅଡୋମିଟର, ଫ୍ୟୁଲଗେଜ୍, ଏଲଇଡି ଟେଲ ଲାଇଟ୍ ଓ ଏଲଇଡି ହେଡଲାଇଟ ଆଦି ଆଡଭାନ୍ସ ଫିଚର ରହିବ। ସେହିପରି ଇଞ୍ଜିନ ଓ ମାଇଲେଜ କଥା କହିବାକୁ ଗଲେ ନୂଆ ୟାମାହା ଆରଏକ୍ସ-୧୦୦ ବାଇକ୍ ରେ ପୁରୁଣା ମଡେଲ ଅପେକ୍ଷା ଅଧିକ ପାୱାରଫୁଲ ୧୦୦ ସିସିର ଡବଲ ସିଲିଣ୍ଡର ଇଞ୍ଜିନ ମିଳିବ।

ଏହି ପାୱାରଫୁଲ ଇଞ୍ଜିନ ଏୟାରକୁଲର ସିଷ୍ଟମ ସହିତ ଆସିବ ଯାହା ଅଧିକତମ ୫୦ ସିସି ୭୭ଏନଏମ୍ ଟର୍କ ଦେବ। ମାଇଲେଜ କଥା କହିଲେ, ଏହା ଲିଟର ପିଛା ପେଟ୍ରୋଲରେ ୮୦ କିଲୋମିଟର ଦୌଡିବ। ୟାମାହା ଆରଏକ୍ସ-୧୦୦ ଏବେ ଭାରତୀୟ ବଜାରରେ ଲଞ୍ଚ ହୋଇ ନାହିଁ। ଏଣୁ ଏହାର ପ୍ରାଇସ୍ ଜଣାପଡି ନାହିଁ। କମ୍ପାନୀ ସୂଚନା ଅନୁସାରେ ୧୪ ଜାନୁୟାରୀ ମକରସଂକ୍ରାନ୍ତି ଅବସରରେ ନୂଆ ୟାମାହା ଆରଏକ୍ସ-୧୦୦ ବାଇକ୍ ର ଅଧିକାରୀକ ଲଞ୍ଚ ହେବ।

ଏହି ନୂଆ ବାଇକର ମୂଲ୍ୟ ସମ୍ପର୍କରେ ସ୍ପଷ୍ଟ ସୂଚନା ନଥିଲେ ସୁଧା ଆଶା କରାଯାଉଛି ଏହି ବାଇକ୍ କୁ ଭାରତୀୟ ବଜାରରେ ୧.୨୫ଲକ୍ଷରୁ ୧.୫୦ଲକ୍ଷ ଟଙ୍କା ମଧ୍ୟରେ ଲଞ୍ଚ କରାଯାଇ ପାରେ। ଏହି ବାଇକ ଦିନେ ସାରା ଦେଶରେ ରାଜ କରୁଥିଲା । ଯାହାକୁ ଏବେ ବି ଲୋକେ ବେଶ୍ ପସନ୍ଦ କରନ୍ତି । ଗ୍ରାହକ ମଧ୍ଯ ଚାହିଁ ରହିଛନ୍ତି ଯେ, ତାଙ୍କର ପ୍ରିୟ ବାଇକ କେବେ ଆସିବ ଓ ସେମାନେ ବସି ବୁମ ବୁମ କରି ଏହାର ମଜା ନେବେ।

Leave a Reply

Your email address will not be published. Required fields are marked *