New E-Activa is coming to the market, but not for that much money

ମାର୍କେଟକୁ ଆସୁଛି ନୂଆ E-Activa, ମାତ୍ର ଏତିକି ଟଙ୍କା

Top Storise ଦେଶ- ବିଦେଶ ବାଣିଜ୍ୟ ରାଜ୍ୟ

ଭୁବନେଶ୍ୱର (ବ୍ୟୁରୋ) : ଆଜିର ସମୟରେ ପେଟ୍ରୋଲ ଦାମକୁ ନେଇ ସମସ୍ତେ ଅତିଷ୍ଠ। କିଏ ପେଟ୍ରୋଲ ଗାଡିକୁ ବିକ୍ରି କଲାଣି ଆଉ କିଏ ଘରେ ଟାଙ୍ଗିଲାଣି। ସେଥିପାଇଁ ଅନେକ କମ୍ପନି ପକ୍ଷରୁ E-ଗାଡି ଆବିଷ୍କାର କଲେଣି। ଆଉ ଏହି ରେସରୁ ବାଦ ପଡ଼ିନାହିଁ ହୋଣ୍ଡା। ହୋଣ୍ଡା କମ୍ପାନୀର ସର୍ବାଧିକ ବିକ୍ରି ସ୍କୁଟି Activa ଏବେ ବିଦ୍ୟୁତ ଚାଳିତ ଆସିବାକୁ ଯାଉଛି। ଯାହା ଅଳ୍ପ ଦିନ ମଧ୍ଯରେ ବଜାର ପ୍ରବେଶ ମଧ୍ଯ କରିବ।

ହୋଣ୍ଡା ମୋଟରସାଇକେଲ ଏଣ୍ଡ୍ ସ୍କୁଟର ଇଣ୍ଡିଆ ୨୭ ନଭେମ୍ବରରେ ନିଜ ଇଲେକ୍ଟ୍ରିକ୍ ସ୍କୁଟରର ବଜାର ପ୍ରବେଶ କରିବାକୁ ଯାଉଛି । ଏହାର ଲଞ୍ଚ୍ ତାରିଖ ଯେତିକି ପାଖେଇ ଆସୁଛି ଗ୍ରାହକଙ୍କ ଉତ୍କଣ୍ଠା ମଧ୍ଯ ସେତେ ବଢୁଛି। ଏବେ କମ୍ପାନୀ ଆକ୍ଟିଭା ଇଭିର ନୂଆ ଟିଜର ଜାରି କରିଦେଇଛି, ଯେଉଁଥିରେ ଏହାର ଇଲେକ୍ଟ୍ରିକ୍ ମୋଟର, ରିୟର ଟାୟାର ଓ ଲମ୍ବା ସିଟ୍ ଡିଜାଇନ୍ ଦେଖିବାକୁ ମିଳୁଛି।

ଏହା ହୋଣ୍ଡାର ପ୍ରଥମ ଇଲେକ୍ଟ୍ରିକ୍ ଦୁଇଚକିଆ ଯାନ ହେବ । ବଜାରରେ ଏହାର ମୁକାବିଲା ଓଲା ଏସ୧, ଟିଭିଏସ୍ ଆଇକ୍ୟୁବ୍, ହିରୋ ଭିଡା ଭି୧, ବଜାଜ ଚେତକ ଇଭି, ଏଥର ଏନର୍ଜି ସହ ହେବ। ଟିଜରରେ ଏମଆରଏଫ୍ ରିୟର ଟାୟାର ଦେଖିବାକୁ ମିଳୁଛି । ଏହା ସହର ମଧ୍ୟରେ ଚଳାଇବା ସମୟରେ ଉତ୍ତମ ରାଇଡିଂ ଅନୁଭୂତି ପ୍ରଦାନ କରିବ। ଲମ୍ବା ସିଟରୁ ଏହା ଆରାମଦାୟକ ହେବ ବୋଲି ଅନୁମାନ କରାଯାଉଛି । ଚାଳକ ସହ ଯାତ୍ରୀ ମଧ୍ୟ ଏଥିରେ ସହଜରେ ଯାତ୍ରା କରିପାରିବେ । ଗାଡିରେ ଏଲଇଡି ହେଡଲାଇଟ୍ସ ଏବଂ ଆଡଭାନ୍ସଡ କନେକ୍ଟିଭିଟି ବିକଳ୍ପ ମିଳିବ।

ଏହାକୁ ଥରେ ଚାର୍ଜ କଲେ ୧୧୦ କିଲୋମିଟର ଯାତ୍ରା କରିହେବ । ସ୍କୁଟରର ଦାମ୍ ୧ ଲକ୍ଷ ୨୦ ହଜାର ଟଙ୍କା ହୋଇପାରେ ବୋଲି ଆକଳନ କରାଯାଉଛି । ତେବେ କମ୍ପାନୀ ବଜାର ପ୍ରବେଶ ସମୟରେ ଏନେଇ ସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ କରିବ। ଆକ୍ଟିଭାର ଏହି ଇଲେକ୍ଟ୍ରି ସ୍କୁଟର ଆସିଲେ ଏହା ନିଶ୍ଚିତଭାବରେ ଲୋକଙ୍କ ମନ ଜିଣିବ ବୋଲି ଆଶା କରୁଛନ୍ତି ଗ୍ରାହକ । କାରଣ ଏହା କମ୍ ଦାମରେ ମିଳିଯିବ ଓ ଲୋକେ ମଧ୍ଯ ଏହାକୁ ଅଧିକ ମାତ୍ରାରେ ଗ୍ରହଣ କରିବେ । ସବୁଠାରୁ ବଡ କଥା ଅନେକ ଇଭି ଗାଡି ଠିକ ଭାବେ ଚାଲୁ ନଥିବା ବେଳେ ଏହା ଗ୍ରାହକଙ୍କୁ କେତେ ଆକୃଷ୍ଟ କରୁଛି ତାହା ଦେଖିବାର ରହିଲା ।

Leave a Reply

Your email address will not be published. Required fields are marked *