3 brothers, 6 eyes, one dream, no one will be left hand in leg

୩ ଭାଇ ୬ ଆଖି ସ୍ବପ୍ନ ଏକ, “କେହି ରହିବେନି ବିନା ହାତ ଗୋଡ଼ରେ”

Top Storise ରାଜ୍ୟ

ଭୁବନେଶ୍ୱର (ବ୍ୟୁରୋ) : ସେବା କରିବାକୁ ସଭିଙ୍କୁ ଭଲଲାଗେ ନାହିଁ। କିନ୍ତୁ ଯିଏ ଥରେ ସେଇ ନିଶାରେ ପଡ଼ିଯାଏ ତାକୁ ସବୁ ଚୁଛ ଲାଗେ। ଏଇ ଯେମିତି ବ୍ରୋଦ୍ରର ହୁଡ଼ (Brother Hood) ଫାଉଣ୍ଡେସନର ତିନି ଭାଇ ସଂଜିତ ସେନାପତି, ସତ୍ୟଜିତ ସେନାପତି ଓ ସୁଜିତ ସେନାପତି। ତିନି ଭାଇ ୬ ଆଖି ହେଲେ ସ୍ୱପ୍ନ ଗୋଟାଏ। ସଭିଏଁ ନିଜର ଭଲ ମନ୍ଦ ସ୍ୱପ୍ନ ଦେଖନ୍ତି ଏ ୩ ଭାଇ କିନ୍ତୁ କେଉଁ ଲୋକର ଗୋଡ କିମ୍ବା ହାତ କଟିଗଲା, କେଉଁ ଗାଈର ଗୋଡ କଟିଗଲା ସେ କିପରି ସଭିଙ୍କ ପରି ଠିକରେ ଚାଲି ପାରିବ ସେହି ସ୍ବପ୍ନ ହିଁ ଦେଖନ୍ତି । ଯେତେବେଳେ ଭୁବନେଶ୍ୱରର ଯେକୌଣସି ସ୍ଥାନକୁ ଆସନ୍ତୁ ନା କାହିଁକି ତାଙ୍କ ମୁହଁରେ କେବଳ କାହା ହାତ ଲାଗିବ କାହା ଗୋଡ ଲାଗିବ ଏହି ସବୁ ଗପ ହିଁ ଚାଲିଥାଏ ।

କେବଳ ରାଜଧାନୀ ଭୁବନେଶ୍ୱର ନୁହଁ ପୁରା ରାଜ୍ୟ ସବୁ କୋଣରୁ ଲୋକଙ୍କର ଫୋନ ଆସେ ଓ ଏମାନେ ସେଠାରେ ପହଞ୍ଚି ସେବା ବି ଯୋଗନ୍ତି । ଯେମିତି ଏବେ ଏବେ ଜଣେ 50-60 ବର୍ଷ ବୟସ୍କ ମାଉସୀଙ୍କ ଗୋଡ କଟାଯାଇଥିଲା । ଖବର ପାଇ ଧାଇଁ ଆସିଲେ 3 ଭାଇ । ଡାକ୍ତରଙ୍କୁ କହି ମାତ୍ର କେଇ ଦିନ ମଧ୍ୟରେ ଗୋଡ ପ୍ରସ୍ତୁତ କରି ଲଗାଇଦେଲେ ମାଉସୀଙ୍କ ଦେହରେ । ମାଉସୀଙ୍କୁ ଖୁସି କରିବାକୁ କେକ ବି କାଟିଲେ । ଆଉ ଠିକ ଛାଡ଼ ଖାଇ ଦିନ ଏକ ଗାଈର ପ୍ଲାଷ୍ଟିକ ଗୋଡ ବି ଲଗାଇଥିଲେ । ଗାଈର ଗୋଡଟି ପୂର୍ବରୁ କଟିଯାଇଥିବା ଶୁଣିଥିଲେ ଡାକ୍ତରଙ୍କୁ ନେଇ ସେଠାକୁ ଯାଇଥିଲେ ଗୋଡ ମାପ ଆଣି ଗୋଡ ପ୍ରସ୍ତୁତ କରି ପୁଣି ଲଗାଇଥିଲେ । ଏହା ମଧ୍ୟରେ ପ୍ଲାଷ୍ଟିକ ଗୋଡ ଲଗାଇବାରେ 80 ଛୁଇଁଲାଣି ସଂଖ୍ୟା । ମାତ୍ର ୩ ଭାଇ କେବେ ଅଟକି ନାହାନ୍ତି । ଆଗକୁ ମଧ୍ୟ ଏହି ପ୍ରୟାସ ଜାରି ରହିବ । ଯେଉଁ ବ୍ୟକ୍ତି ବି ଏ ବିଷୟରେ ଶୁଣି ସାମ୍ନାକୁ ଆସିବ କିମ୍ବା ଖବର ଦେବା କେଉଁଠି ପ୍ଲାଷ୍ଟିକ ଗୋଡ ଲଗାଇବାକୁ ହେବ ସେଠାରେ ୩ ଭାଇ ପହଂଚିବେ ବୋଲି କହିଛନ୍ତି ବଡଭାଇ ସଂଜିତ ସେନାପତି।

ପ୍ରତିମାସ ନିଜ ରୋଜଗାରର ପାଖାପାଖି 70% ଟଙ୍କା ପ୍ଲାଷ୍ଟିକ ଗୋଡ଼ରେ ଖର୍ଚ୍ଚ କରୁଥିଲେ ସୁଦ୍ଧା ହାର ମାନି ନାହାନ୍ତି ଏମାନେ । ଭଗବାନ ଆମକୁ ଦେଉଛନ୍ତି ଆମେ ଲୋକଙ୍କୁ ଦେଉଛୁ ବୋଲି କହିଛନ୍ତି ମଝିଆଁ ଭାଇ ସତ୍ୟଜିତ ସେନାପତି । ସେହିପରି ସାନ ଭାଇ ସୁଜିତ କୁହନ୍ତି ଏହି କାମ କଲେ ଯେଉଁ ଖୁସି ମିଳେ ତାହା ମାସ ଯାକ ରୋଜଗାର କଲେ ମଧ୍ୟ ଆମକୁ ମିଳେନାହିଁ । ସେଥିପାଇଁ ପ୍ରତିମାସ ଆମେ ଏପରି କରିଥାଉ । ଯେଉଁ ବ୍ୟକ୍ତି ବି ସାହାଯ୍ୟ ଆବଶ୍ୟକ ପଡିବ ଯୋଗାଯୋଗ କରି ପାଖ ପଡିଶାଙ୍କ ମୁହଁରେ ହସ ଦେଇପାରିବ ।

Leave a Reply

Your email address will not be published. Required fields are marked *