ଭୁବନେଶ୍ୱର (ବ୍ୟୁରୋ): ମନବୋଳ ଦୃଢ ଥିଲେ ସବୁ କିଛି ସମ୍ଭବ। ପ୍ୟାକେଟରେ ଟଙ୍କା ଥିଲେ କି ନଥିଲେ ବି କରିହେବ ସମାଜସେବା। ପରିବାର ପ୍ରତିପୋଷଣ ପାଇଁ ସମୟ ନାହିଁ କିନ୍ତୁ ସମାଜସେବା ପାଇଁ ଘର ବି ପର କରି ଦେଉଛନ୍ତି । ଏପରି ଜଣେ ନିଶାଖୋର ସମାଜସେବୀ ହେଉଛନ୍ତି ପଟିଆ ଅଞ୍ଚଳର ଦରଦୀ ମଣିଷ ଚନ୍ଦ୍ରଶେଖର ଦାସ ତଥା ସଭିଙ୍କ ପ୍ରିୟ ଭିକି ଭାଇ।
ଭିକି ଭାଇ ନାମରେ ପରିଚିତ ହେଇ ଯୁବକ ଜଣଙ୍କ କେବଳ ପଟିଆ ନୁହଁ ପୁରା ଭୁବନେଶ୍ୱରରେ ଗୋସେବକ ଭାବେ ବେଶ ପରିଚିତ। ସମାଜସେବା ପାଇଁ ସେ ଏତେ ନିଶାଡୀ ଯେ ରାତି ପାହି ସକାଳ ହେବାମାତ୍ରେ ସେ ଗୋଶାଳାରେ ପହଞ୍ଚି ଯାଆନ୍ତି। ସେ ରାତି ରାତି ଚେଇଁ ରୁହନ୍ତି କେବଳ ରାସ୍ତାରେ ବୁଲୁଥିବା ଅସହାୟ ବୁଲା ପଶୁମାନଙ୍କ ପାଇଁ। କେବେ କେବେ ରାସ୍ତାରେ ଦୁର୍ଘଟଣାର ଶିକାର ହୋଇ କଲବଲ ହେଉଥିବା ବୁଲା ପଶୁମାନଙ୍କୁ ଦେଖିଲେ ଆମ ପାଟିରୁ କେବଳ ଆହା ଟିକେ ବାହାରେ। ହେଲେ ଏ ଯୁବକଟି ତାଙ୍କୁ ଗୋଶାଳାକୁ ନେଇଯାଏ। ସର୍ବଦା ଚେଷ୍ଟା କରନ୍ତି ସେମାନଙ୍କୁ ସୁସ୍ଥ କରିବାକୁ। କେବେ କେବେ ଏଥିରେ ବିଫଳ ହେଲେ ସେମାନଙ୍କ ସସମ୍ମାନ ଅନ୍ତ୍ୟେଷ୍ଟି କ୍ରିୟାରେ କାଣିଚାଏ କମି ରଖନ୍ତି ନାହିଁ ଏ ଯୁବକ।
ଏପରିକି ଏବେ ଏବେ ବିତିଥିବା କାର୍ତିକ ପୂର୍ଣ୍ଣିମା ତଥା ବୋଇତ ବନ୍ଦାଣ ଉତ୍ସବରେ ରଙ୍ଗ ରଙ୍ଗେଲି ଜରି ଓ କାଗଜର ଡଙ୍ଗା କିଣି ଭାସେଇବା ପାଇଁ ତତ୍ପର ଥିବାବେଳେ ଏ ଯୁବକ ଜଣକ କିନ୍ତୁ ପରିବେଶ ତଥା ଜଳ ପ୍ରଦୂଷଣକୁ ରୋକିବା ପାଇଁ ଗୋବରରେ ପ୍ରସ୍ତୁତ ଡଙ୍ଗା ଭସାଇବାକୁ ଆହ୍ବାନ ଦେଇ ଏକ ଅଭିନବ ପ୍ରୟାସ ଆରମ୍ଭ କରିଥିଲେ । କେବଳ ସେତିକି ନୁହେଁ କଳିଙ୍ଗ ଯୁବସେନା ପକ୍ଷରୁ 15000 ଟଙ୍କାର ଗୋବର ତିଆରି ଡ଼ଙ୍ଗା ମଧ୍ୟ ମାଗଣାରେ ବାଣ୍ଟିଛନ୍ତି।