ଓଡ଼ିଶାରେ ଜୱାଦ କ୍ଷେୟକ୍ଷତିର ଆକଳନ କରିବେ କେନ୍ଦ୍ରୀୟ ଟିମ୍

Top Storise ରାଜ୍ୟ

ଭୁବନେଶ୍ୱର : ଓଡ଼ିଶା ଆସୁଛନ୍ତି କେନ୍ଦ୍ରୀୟ ଟିମ୍ । ଜୱାଦ କ୍ଷେୟକ୍ଷତିର ଆକଳନ କରିବା ପାଇଁ କେନ୍ଦ୍ରୀୟ ଟିମ୍ ଓଡ଼ିଶା ଆସୁଛନ୍ତି। ଏହି ଟିମ୍ ଜଗତସିଂହପୁର, କଟକ ,କେନ୍ଦ୍ରାପଡ଼ା ଯାଇ କ୍ଷୟକ୍ଷତିର ଆକଳନ କରିବାର କାର୍ଯ୍ୟକ୍ରମ ରହିଛି। ଜୱାଦ ପ୍ରଭାବିତ ଅଞ୍ଚଳର ପରିବଦର୍ଶନ କରିବା ସହ ଯାଞ୍ଚ କରିବ ଟିମ୍।

ଆଜି ଠାରୁ ୧୩ ତାରିଖ ପର୍ଯ୍ୟନ୍ତ ଯାଞ୍ଚ କରିବେ ଯାହା ରିପୋର୍ଟ କେନ୍ଦ୍ର ଗୃହମନ୍ତ୍ରାଳୟରେ ଦାଖଲ କରିବେ। ୪ ତାରିଖ ଦିନ ବାତ୍ୟା ଜୱାଦ ରୂପ ବଦଳାଇ ଗଭୀର ଅବପାତରେ ପରିଣତ ହୋଇଥିଲା। ଏହାର ପ୍ରଭାବରେ ରାଜ୍ୟରେ ଚାଷୀ ମାନଙ୍କ ବର୍ଷକର ଆହର ପୁରା ଉଜୁଡି ଯାଇଛି ।

ବିଶେଷ କରି ଗଞ୍ଜାମ , ଗଜପତି, ବାଲେଶ୍ୱର, ପୁରୀ ଜିଲ୍ଲାରେ ବର୍ଷା ଯୋଗୁଁ ବ୍ୟାପକ କ୍ଷେୟ କ୍ଷତି ହୋଇଛି। ଫଳରେ କେନ୍ଦ୍ରୀୟ ଟିମ୍ ଏହି ସବୁ ସ୍ଥିତି ଅନୁଧ୍ୟାନ ପାଇଁ ଓଡ଼ିଶାରେ ପହଁଞ୍ଚିଛନ୍ତି।

Leave a Reply

Your email address will not be published. Required fields are marked *