ନୂଆଦିଲ୍ଲୀ: ଜାତୀୟ ରାଜଧାନୀରେ ଦୈନିକ ସଂକ୍ରମଣରେ ସାମାନ୍ୟ ହ୍ରାସ ଦେଖାଯାଉଥିଲେ ମଧ୍ୟ କୋଭିଡ-୧୯ ମାମଲାରେ ବୃଦ୍ଧି ହେତୁ ଦିଲ୍ଲୀରେ ଜାରି ରହିଥିବା ଲକ୍ଡାଉନ୍କୁ ଆଉ ଏକ ସପ୍ତାହ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିବା ସୂଚନା ମିଳିଛି।
ଗତ ସପ୍ତାହରେ ଦିଲ୍ଲୀରେ ଲାଗୁ କରାଯାଇଥିବା ଲକ୍ଡାଉନ୍ ବର୍ତ୍ତମାନ ମେ ୩ ପର୍ଯ୍ୟନ୍ତ ଜାରି ରହିବ। ଦିଲ୍ଲୀରେ ଦୈନିକ ୨୦,୦୦୦ରୁ ଅଧିକ କୋଭିଡ-୧୯ ମାମଲା ରିପୋର୍ଟ ହୋଇଛି।
ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ସିଏମ୍ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ, “ଆମେ ଦିଲ୍ଲୀରେ ୬ ଦିନିଆ ଲକ୍ଡାଉନ୍ ଘୋଷଣା କରିଥିଲୁ। ଏବେ ଏହି ଲକ୍ଡାଉନ୍କୁ ଆସନ୍ତା ସୋମବାର ସକାଳ ୫ଟା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।”