ସମ୍ବଲପୁର: ଦୁଷ୍କର୍ମ ପ୍ରୟାସ ବିଫଳ ହେବାରୁ ମହିଳାଙ୍କ ତଣ୍ଟି କାଟି ଦେଲେ ନାବାଳକ। ଏଭଳି ଏକ ସାଙ୍ଘାତିକ ଅଭିଯୋଗ ହୋଇଛି ସମ୍ବଲପୁର ଜିଲ୍ଲା ଧନୁପାଲି ଅଞ୍ଚଳରେ ।
ସୂଚନାନୁସାରେ, ଖଇରପାଲି ଅଞ୍ଚଳର ଜଣେ ମହିଳା ନଇରୁ ଗାଧେଇ ଘରକୁ ଫେରୁଥିବା ବେଳେ ଅଭିଯୁକ୍ତ ନାବାଳକ ତାଙ୍କୁ ପଛପଟୁ ଆକ୍ରମଣ କରିଥିଲା । ଏହାପରେ ଏକ ନିଛାଟିଆ ସ୍ଥାନକୁ ମହିଳାଙ୍କୁ ସେ ଅପହରଣ କରି ନେଇଥିଲେ । ସେଠାରେ ତାଙ୍କ ସହ ଦୁଷ୍କର୍ମ କରିବା ପାଇଁ ଉଦ୍ୟମ କରିବା ପାଇଁ ଉଦ୍ୟମ କାରିବାକୁ ଚେଷ୍ଟା କଲାବେଳେ ମହିଳା ଜଣଙ୍କ ଯୋର ପାଟିରେ ଚିତ୍କାର କରିଥିଲେ । ତେବେ ଏଥିରେ ସଂପୃକ୍ତ ନାବାଳକ ଜଣଙ୍କ ଏକ ଧାରୁଆ ଅସ୍ତ୍ରରେ ମହିଳାଙ୍କ ବେକକୁ କାଟି ଦେଇଥିବା ଜଣାପଡିଛି । ପାଟି ଶୁଣି ସେଠାରେ ଅନ୍ୟ ଲୋକମାନେ ପହଞ୍ଚି ଯିବାରୁ ନାବାଳକ ଜଣଙ୍କ ଘଟଣାସ୍ଥଳରୁ ଫେରାଇ ହୋଇ ଯାଇଥିଲା।
ଅନ୍ୟପଟେ ମହିଳା ଜଣଙ୍କର ପ୍ରବଳ ରକ୍ତଶ୍ରାବ ହେବାରୁ ସେ ସେହିଠାରେ ହିଁ ଅଚେତ ହୋଇପଡିଥିଲେ। ସ୍ଥାନୀୟ ଲୋକେ ମହିଳାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଅଇଁଠାପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।
ସ୍ଥାନୀୟ ପୋଲିସର ଏକ ଟିମ ବିଭିନ୍ନ ଜାଗାରେ ଚଢାଉ କରିବା ସହ ଅଭିଯୁକ୍ତ ନାବାଳକକୁ ଗିରଫ କରିବାରେ ସଫଳ ହୋଇଥିବା ସୂଚନା ମିଳିଛି । ତେବେ ପୁଲିସ ଏକ ମାମଲା ରୁଜୁ କରିବା ସହ ଆଜି ସଂପୃକ୍ତ ଅଭିଯୁକ୍ତକୁ କୋର୍ଟଚାଲାଣ କରିଥିବା ସୂଚନା ମିଳିଛି।

