ଆମେରିକାକୁ ଚୀନ୍‌ର ଧମକ; ମୁକାବିଲାକୁ ଭୟ ନାହିଁ; ଶେଷ ଯାଏ ଲଢିବୁ

Top Storise ଦେଶ- ବିଦେଶ

ନୂଆଦିଲ୍ଲୀ: ଚୀନ୍ ଏବଂ ଆମେରିକା ମଧ୍ୟରେ ତିକ୍ତତା କ୍ରମାଗତ ଭାବେ ବୃଦ୍ଧି ପାଉଛି। ବର୍ତ୍ତମାନ ଚୀନ୍‌ର ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି କହିଛନ୍ତି ଯେ ଆମେରିକା ସହ ସିଧାସଳଖ ମୁହାଁମୁହିଁ ହେବାକୁ ଆମେ ଭୟ କରୁନାହୁଁ। ଉଭୟ ପକ୍ଷ ସମାନ ଭାବରେ ଲାଭବାନ ହେଲେ ଆମେ ସହଯୋଗ କରିବୁ ବୋଲି ସେ କହିଛନ୍ତି।

ୱାଙ୍ଗ ୟି କହିଛନ୍ତି ଯେ ଆମେରିକା ଦ୍ବାରା ରଣନୈତିକ ଭୁଲ ନିଷ୍ପତ୍ତି ହେତୁ ଆମେରିକା-ଚୀନ୍ ସମ୍ପର୍କର ସମସ୍ୟା ହ୍ରାସ ପାଇଛି। କିନ୍ତୁ ଯଦି କୌଣସି ପ୍ରକାରର ମୁକାବିଲା ହୁଏ, ତେବେ ଚୀନ୍ ଏହାକୁ ଭୟ କରିବ ନାହିଁ ଏବଂ ଶେଷ ପର୍ଯ୍ୟନ୍ତ ଲଢେଇ କରିବ।

କରୋନା ମହାମାରୀର ଉତ୍ପତ୍ତି, ବାଣିଜ୍ୟ, ମାନବିକ ଅଧିକାର, ତାଇୱାନ, ଜିନଜିଆଙ୍ଗ, ବେଜିଂ ଉପରେ ଚାପ ବଢାଇବାକୁ ଆମେରିକା ଲଗାତାର ଚେଷ୍ଟା କରିଛି। ଆମେରିକା ଏବଂ ଚୀନ୍ ମଧ୍ୟରେ ସମ୍ପର୍କ ତିକ୍ତତା ରହିଛି।

ସମ୍ପ୍ରତି ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏବଂ ଚାଇନାର ରାଷ୍ଟ୍ରପତି ଜିନପିଙ୍ଗ ଏକ ଭର୍ଚୁଆଲ ଆଲୋଚନା କରିଛନ୍ତି। ଏହି ବାର୍ତ୍ତାଳାପରେ ବାଇଡେନ ମାନବିକ ଅଧିକାର ପ୍ରସଙ୍ଗରେ ଚୀନ୍ ଉପରେ ଚାପ ପ୍ରୟୋଗ କରିଥିବାବେଳେ ଜିନପିଙ୍ଗ ଚେତାବନୀ ଦେଇଛନ୍ତି ଯେ ତାଇୱାନ ଉପରେ କୌଣସି ପ୍ରକାରର ଉତ୍ତେଜନାକୁ ଜବାବ ଦେବ।

Leave a Reply

Your email address will not be published. Required fields are marked *