ସଂରକ୍ଷିତ ଆସନରେ ଶାସକ ଦଳର ସାଧାରଣ ବର୍ଗର ପ୍ରାର୍ଥୀ ପ୍ରସଙ୍ଗ , ରାଜ୍ୟ ନିର୍ବାଚନ କମିଶନଙ୍କୁ ଭେଟିଲା କଂଗ୍ରେସ

Top Storise ରାଜ୍ୟ

ଭୁବନେଶ୍ୱର :ରାଜ୍ୟ ନିର୍ବାଚନ କମିଶନଙ୍କ ପାଖରେ ଫେରାଦ ହେଲା କଂଗ୍ରେସ । ସଂରକ୍ଷିତ ଆସନରେ ଶାସକ ଦଳର ସାଧାରଣ ବର୍ଗର ପ୍ରାର୍ଥୀ ପ୍ରସଙ୍ଗକୁ ନେଇ ଆଜି ନିର୍ବାଚନ କମିଶନଙ୍କୁ ଭେଟିଲା କଂଗ୍ରେସ । ଜଗତସିଂହପୁର ଜିଲ୍ଲାର ବାଲିକୁଦା ନିର୍ବାଚନ ମଣ୍ଡଳୀରେ ଚଂଚକତା କରି ଅନୁସୂଚିତ ଜାତି ପାଇଁ ସଂରକ୍ଷିତ ଆସନରେ ସାଧାରଣ ବର୍ଗର ବ୍ୟକ୍ତିଙ୍କୁ ପ୍ରାର୍ଥୀ କରିଛି ଶାସକ ବିଜୁ ଜନତା ଦଳ ।

ଏ ସଂପର୍କରେ ରିଟର୍ଣ୍ଣି ଅଫିସରଙ୍କ ପାଖରେ ଅଭିଯୋଗ ଦାଖଲ କରିଥିଲେ ମଧ୍ୟ ରିଟଣ୍ଣିଂ ଅଫିସର କୌଣସି କାର୍ୟ୍ୟାନୁଷ୍ଠାନ ନେଉ ନାହାନ୍ତି । ସଂପୃକ୍ତ ପ୍ରାର୍ଥିଙ୍କ ପ୍ରାର୍ଥିପତ୍ର ନାକଚ ସହ ତାଙ୍କ ବିରୋଧରେ ଫୌଜଦାରି ମୋକଦ୍ଦମା ରୁଜୁ ଦାବିରେ ଆଜି ରାଜ୍ୟ ନିର୍ବାଚନ କମିଶନଙ୍କ ପାଖରେ ଫେରାଦ ହୋଇଛି କଂଗ୍ରେସର ପ୍ରତିନିଧି ଦଳ ।

​ ​ ​ଜଗତସିଂହପୁର ଜିଲ୍ଲାର ବାଲିକୁଦା ଜୋନ ନଂ-୨ ଜିଲ୍ଲା ପରିଷଦ ଆସନ ଅନୁସୂଚିିତ ଜାତିବର୍ଗ ପାଇଁ ସଂରକ୍ଷିତ । ଏହି ସଂରକ୍ଷିତ ଆସନରେ ଶାସକ ବିଜୁଜନତା ଦଳ ପକ୍ଷରୁ ଏକ ସାଧାରଣ ବର୍ଗର ଲୋକଙ୍କୁ ପ୍ରାର୍ଥି କରାଯାଇଛି । ଏ ସଂପର୍କରେ ଶାସକ ବିଜେଡ଼ି ତରଫରୁ ପ୍ରାର୍ଥି ହୋଇଥିବା ଜଟାଧାରୀ ଦାସଙ୍କ ଜାତି କୈବର୍ତ –ବୈଷ୍ଣବ ଯାହା ଅନୁସୂଚିତ ଜାତି ତାଲିକାରେ ନାହିଁ । ଶ୍ରୀ ଦାସଙ୍କର ବାପା କୈବର୍ତ ବୈଷ୍ଣବ ଓ ଜେଜେବାପା ମଧ୍ୟ କୈବର୍ତର୍ ବୈଷ୍ଣବ ଏ ସଂପର୍କରେ ପ୍ରାମାଣିକ ତଥ୍ୟ ଓ ଦଲିଲ ମଧ୍ୟ କମିଶନଙ୍କ ପାଖରେ ଦାଖଲ କରାଯାଇଛି ।

କିନ୍ତୁ ଚଂଚକତା କରି ଏକ ସଂରକ୍ଷଣ ବର୍ଗର ପ୍ରାର୍ଥିଙ୍କ ଅଧିକାରକୁ ଛଡ଼ାଇ ନେବା ପାଇଁ ଶାସକ ବିଜୁ ଜନତା ଦଳର ହୀନ ଉଦ୍ୟମ ସଂପୂର୍ଣ୍ଣ ନିନ୍ଦନୀୟ । ପୁନଶ୍ଚ ପ୍ରାର୍ଥି ହୋଇଥିବା ଶ୍ରୀ ଦାସ ଆବେଦନ କରିଥିବା ଜାତି ପ୍ରମାଣ ପତ୍ରକୁ ତହସିଲଦାର ନାକଚ କରିବା ସତ୍ୱେ ସେ ବହୁ ପୂରୁଣା ମିଥ୍ୟା ଜାତି ପ୍ରମାଣପତ୍ର ଦାଖଲ କରିଛନ୍ତି ଯାହା ଉପରେ ଦଳ ତରଫରୁ ରିଂଟର୍ଣ୍ଣି ଅଫିସରଙ୍କ ପାଖରେ ଅଭିଯୋଗ କରାଯାଇ ପ୍ରାର୍ଥିପତ୍ର ତୂରନ୍ତ ନାକଚ ସହ ତାଙ୍କ ବିରୋଧରେ ଫୌଜଦାରୀ ମୋକଦ୍ଦମା ରୁଜୁ କରିବାକୁ ଦାବି କରାଯାଇଥିଲା ।

କିନ୍ତୁ ରିଟର୍ଣ୍ଣିଂ ଅଫିସର ରାଜ୍ୟ ସରକାର ଓ ବାଲିକୁଦା ବିଧାୟକ ତଥା ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ଚାପରେ କୌଣସି କାର୍ୟ୍ୟାନୁଷ୍ଠାନ ନେଉନାହାନ୍ତି । ତେଣୁ କଂଗ୍ରେସର ପ୍ରତିନିଧି ମଣ୍ଡଳୀ ରାଜ୍ୟ ନିର୍ବାଚନ କମିଶନଙ୍କ ପାଖରେ ସଂପୃକ୍ତ ପ୍ରାର୍ଥିଙ୍କର ପ୍ରାର୍ଥି ପତ୍ର ନାକଚ ସହ ତାଙ୍କ ବିରୋଧରେ ଫୌଜଦାରୀ ମୋକଦ୍ଦମା ରୁଜୁ କରିବାକୁ ଦାବି କରିଛନ୍ତି । ଏଥିସହିତ ରିଟର୍ଣ୍ଣର୍ିଂ ଅଫିସରଙ୍କ ପକ୍ଷପାତପୂର୍ଣ୍ଣ ବେଆଇନ କାର୍ୟ୍ୟପାଇଁ ତାଙ୍କ ବିରୋଧରେ ମଧ୍ୟ ଦଣ୍ଡନୀୟ କାର୍ୟ୍ୟାନୁଷ୍ଠାନ ନେବାକୁ ଦାବି କରାଯାଇଛି ।

ଏହି ପ୍ରତିନିଧି ମଣ୍ଡଳୀରେ ଡ. ଲଲାଟେନ୍ଦୁ ମହାପାତ୍ର, ଶିବାନନ୍ଦ ରାୟ, ଯଜେ୍ଞଶ୍ୱର ବାବୁ, ମନୋରଞ୍ଜନ ଦାଶ, ଚିନ୍ମୟ ସୁନ୍ଦର ଦାସ, ସନ୍ତୋଷ କୁମ୍ଭାର, ଦୀପକ ମହାପାତ୍ର, ବିକ୍ରମ ପରିଡ଼ା,ସୁରେନ୍ଦ୍ର କୁମାର ଦାଶ ଓ କଂଗ୍ରେସ ଜିଲ୍ଲା ପରିଷଦ ପ୍ରାର୍ଥି ଶରତ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *