ବିଜେପି ବିରୋଧରେ ବିଭିନ୍ନ ଅଭିଯୋଗ ନେଇ ରାଜ୍ୟ ନିର୍ବାଚନ କମିଶନଙ୍କୁ ଭେଟିଲା ବିଜେଡି

Top Storise ରାଜନୀତି ରାଜ୍ୟ

ଭୁବନେଶ୍ୱର : ବିଜେପି ନିର୍ବାଚନୀ ହିଂସାକାଣ୍ଡ କରୁଥିବା ଅଭିଯୋଗ ନେଇ ରାଜ୍ୟ ନିର୍ବାଚନ କମିଶନ ଆଗରେ ଫେରାଦ ହେଲା ବିଜେଡି । ବାରମ୍ବାର ବିଜେପି ଆଚରଣ ବିଧି ଉଲ୍ଲଙ୍ଘନ କରି ହିଂସାକାଣ୍ଡ ଭିଆଉଛି । ପଞ୍ଚାୟତ ନିର୍ବାଚନରେ ମଇଦାନକୁ ଓହ୍ଲାଇଥିବା ବିଜେଡି ପ୍ରାର୍ଥୀମାନେ ସୁରକ୍ଷିତ ନୁହନ୍ତି ବୋଲି ବିଜେଡି କହିଛି । ଏପରି ହିଂସା କାଣ୍ଡ କରୁଥିବା ବିଜେପି କର୍ମୀ ଓ ସମର୍ଥକଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛି ବିଜେଡି ।

ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ବିଜେଡି କର୍ମୀଙ୍କ ଉପରେ ମରଣାତ୍ମକ ଆକ୍ରମଣ କରାଯାଉଛି ।ଯାହାକି ନିର୍ବାଚନ ଆଚରଣ ବିଦ୍ଧିର ସମ୍ପୁର୍ଣ୍ଣ ଉଲ୍ଲଙ୍ଘନ କରୁଛି ବିଜେପି ।ଏହି ଆକ୍ରମଣ କରୁଥିବା ବ୍ୟକ୍ତିଙ୍କ ନାଁରେ କାର୍ଯ୍ୟାନୁଷ୍ଠାନ ନେବାପାଇଁ ଦାବି ହୋଇଛି ।ବାଲେଶ୍ୱର ରେମୁଣା କଲ୍ୟାଣ ପୁର ବ୍ଲକରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି ।

ସେଠାରେ ଦୁବୃର୍ତ୍ତଙ୍କ ଆକ୍ରମଣରେ ୱାର୍ଡ ମେମ୍ବର ପ୍ରାର୍ଥୀ ଗୁରୁତର ଆହତ ହୋଇଛନ୍ତି । ସେହିପରି ଗୋଷାଣି ବ୍ଲକରେ ସରପଞ୍ଚ ପ୍ରାର୍ଥୀଙ୍କୁ ଆକ୍ରମଣ କରାଯାଇଛି ।ବିଜେପି ନାଁର ବିଭିନ୍ନ ଅଭିଯୋଗ ନେଇ ନିର୍ବାଚନ କମିଶନଙ୍କୁ ଭେଟିବା ସମୟେରେ ସୁଲତା ଦେଓ , ଇପ୍ସିତ। ସାହୁ , ମଧୁସ୍ମିତା ନାୟକ, ଲେନିନି ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *