ଭାରତ ଆକାଶରେ ଉଡିଲା ପାକିସ୍ତାନୀ ଡ୍ରୋନ୍: ହାଇ ଆଲର୍ଟରେ ଗୁଇନ୍ଦା ବିଭାଗ

Top Storise ଦେଶ- ବିଦେଶ

ନୂଆଦିଲ୍ଳୀ: ପୁଣି ଭାରତ ଆକାଶରେ ଦୃଶ୍ୟମାନ ହେଲା ପାକିସ୍ତାନ ଡ୍ରୋନ । ଜମ୍ମୁର ଅର୍ନିଆ ଅଞ୍ଚଳର ଅନ୍ତର୍ଜାତୀୟ ସୀମା ନିକଟରେ ଏକ ସନ୍ଦିଗ୍ଧ ପାକିସ୍ତାନ ଡ୍ରୋନ ଉଡୁଥିବାର ଦେଖିବାକୁ ମିଳିଥିଲା। ଏହାପରେ ସୀମା ସୁରକ୍ଷା ବଳ ଉକ୍ତ ଡ୍ରୋନକୁ ଗୁଳିମାଡ କରାଯାଇଥିଲା ।

ସେନା ଅଧିକାରୀ କହିଛନ୍ତି ଯେ ଅର୍ନିଆର ଆନ୍ତର୍ଜାତୀୟ ସୀମା ଭାରତୀୟ ଅଞ୍ଚଳ ୧୫୦ ମିଟର ଭିତରେ ତଥା BOP ପିଣ୍ଡି ନିକଟରେ ପାକିସ୍ତାନର ଏକ ସନ୍ଦିଗ୍ଧ ସିସିଟିଭି ଡ୍ରୋନ ଦେଖିବାକୁ ମିଳିଥିଲା। ଡ୍ରୋନ ଦେଖିବା ପରେ ୯୮ ବାଟାଲିୟନର ସୀମା ସୁରକ୍ଷାବାହିନୀ ୨୯ ରାଉଣ୍ଡ ଗୁଳି ଚଳାଇଥିଲେ । ଏହାପରେ ସନ୍ଦିଗ୍ଧ ଡ୍ରୋନଟି ପାକିସ୍ତାନ ପାର୍ଶ୍ବକୁ ଫେରିଯାଇଥିଲା।ଗତ ଫେବୃଆରୀ ୨୪ରେ ଭାରତ-ପାକ ଆନ୍ତର୍ଜାତୀୟ ସୀମା ତଥା ଅର୍ନିଆ ଅଞ୍ଚଳରେ ପାକିସ୍ତାନର ଓଝଓ ପକ୍ଷରୁ ମଧ୍ୟ ଏକ ଡ୍ରୋନ ଛଡ଼ାଯାଇଥିଲା। ବର୍ତ୍ତମାନ ଉକ୍ତ ଅଞ୍ଚଳକୁ କଡ଼ା ସୁରକ୍ଷା ଦେବା ସହ ସର୍ଚ୍ଚ ଅପରେସନ ଜାରି ରହିଥିବା ଅଧିକାରୀଙ୍କ ପକ୍ଷରୁ ସୂଚନା ମିଳିଛି। ତେବେ ପାକିସ୍ତାନ ସବୁବେଳେ ଏହି ଅଞ୍ଚଳରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରିବା ସହ ଡ୍ରୋନ ମାଧ୍ୟମରେ ଚୋରା ଚାଲାଣ ମଧ୍ୟ କରୁଛି ।

Leave a Reply

Your email address will not be published. Required fields are marked *