ଗୋଟିଏ କ୍ଲିକ୍ ରେ ଘରେ ବସି ପାଆନ୍ତୁ ସମସ୍ତ ସ୍ୱାସ୍ଥ୍ୟ ସୁବିଧା, କଂପାନି ଲୋଗ ଲଞ୍ଚକଲା “ଭିକେୟାରୟୁ’

Top Storise ରାଜ୍ୟ

ଭୁବନେଶ୍ଵର : ଆଜିର ଲୋକମାନେ ନିଜର ବ୍ୟସ୍ତ ବହୁଳ ଜୀବନଶୈଳୀ ମଧ୍ୟରେ ଅନାୟସରେ ସମସ୍ତ ସୁବିଧା ସୂଯୋଗ ନିଜ ହାତ ପାଆନ୍ତାରେ ପାଇବାକୁ ଚେଷ୍ଟା କରୁଛନ୍ତି । ଲୋକମାନଙ୍କର ଏହି ଆଶା ଏବଂ ଆବଶ୍ୟକତାକୁ ପୁରଣ କରିବାମ ପାଇଁ ଅଗ୍ରଣୀ ଗୃହ ସ୍ଵାସ୍ଥ୍ୟ ସେବା ପ୍ରଦାନକାରୀ ସଂସ୍ଥା ଭିକେୟାର ପକ୍ଷରୁ ଓଡ଼ିଶା ରାଜ୍ୟରେ ଏହାର କାରବାର ଶୁଭାରମ୍ଭ ବିଷୟରେ ଆଜି ଘୋଷଣା କରାଯାଇଛି । ଲୋକମାନଙ୍କ ପାଖରେ ଗୁଣାତ୍ମକ ସ୍ଵାସ୍ଥ୍ୟ ସେବା ପହଂଚାଇବା ଲକ୍ଷ୍ୟ ରଖି କଂପାନି ପକ୍ଷରୁ ଆଜି ଏହାର ଲାଗୋଳୁ ଉନ୍ମୋଚନ କରାଯାଇଛି ଯାହା ଏହାର ମୌଳିକ ମୂଲ୍ୟବୋଧ ଓ ନୈତିକତାକୁ ଉପସ୍ଥାପିତ କରୁଛି।

ଭିକେୟାରୟ ମୋବାଇଲ୍ ଆପ୍ ଜରିଆରେ ଗ୍ରାହକମାନେ ବିଭିନ୍ନ ଆବଶ୍ୟକ ସ୍ଵାସ୍ଥ୍ୟ ସେବା ବାସ୍ତବ ସମୟରେ ପାଇପାରିବେ। କଂପାନି ପକ୍ଷରୁ ଏହା ମଧ୍ୟ ଘୋଷଣା କରାଯାଇଛି ଯେ ୨୦୨୨ ଏପ୍ରିଲ ୩୦ ଏହା ରାଜ୍ୟରେ ନିଜର ବ୍ୟବସାୟ ପରିଚାଳନା ଆରମ୍ଭ କରିବ।

Image

ଲୋକମାନେ ସ୍ଵାସ୍ଥ୍ୟ ସେବାକୁ ଯେଉଁ ଦୃଷ୍ଟିରେ ଦେଖୁଥିଲେ ସେହି ଦୃଷ୍ଟିଭଙ୍ଗୀକୁ କୋଭିଡ୍ ମହାମାରୀ ଦଳାଇ ଦେଇଛି। ଅଧିକରୁ ଅଧିକ ଲୋକ ନିଜର ସ୍ଵାସ୍ଥ୍ୟ ସମ୍ପର୍କିତ ସମସ୍ୟାକୁ ନେଇ ସଚେତନ ହୋଇଛନ୍ତି ଏବଂ ଶୀଘ୍ର ନିଦାନ କରି ତାହାର ଚିକିତ୍ସା କରିବାକୁ ଚାହୁଛନ୍ତି। ଗୁଣାତ୍ମକ ସେବା ପ୍ରଦାନରେ ଅଭାବ ରହିଥିବାରୁ ଅନେକ ଅଂଚଳରେ ଏବେବି ଗୁରୁତ୍ଵପୂର୍ଣ୍ଣ ସ୍ଵାସ୍ଥ୍ୟ ସେବା ପହଂଚିବା ଏକ ପ୍ରମୁଖ ସମସ୍ୟା ହୋଇରହିଛି। କିନ୍ତୁ, ବହୁ ଲୋକଙ୍କ ପାଖରେ ସ୍ମାର୍ଟଫୋନ୍ ପହଂଚିବା ଓ ଇଟଂରନେଟ୍‌ର ବ୍ୟବହାର ବଢ଼ିବା ଏହି ଅଭାବ ଦୂର କରିବା ଲାଗି ସୁବର୍ଣ୍ଣ ସୁଯୋଗ ସୃଷ୍ଟି କରିଛି।

ଏହି ବିଷୟକୁ ନଜରରେ ରଖି, ପ୍ରଯୁକ୍ତି ହସ୍ତକ୍ଷେପ କରିଆରେ ଶୀଘ୍ର ଗୁଣାତ୍ମକ ସେବାକୁ ଗୋଟିଏ ଛାତ ତଳେ ପ୍ରଦାନ କରିବା ଲାଗି ଭିକେୟାରମ୍ଭ ଏହାର ଯାତ୍ରାର ଶୁଭାରମ୍ଭ କରିଛି। ଓଡ଼ିଶାରୁ ସୃଷ୍ଟି ହୋଇଥିବା ଭିକେୟାରୟୁ ରୋଗୀଙ୍କୁ ବହୁ ପ୍ରକାର ସେବା ପ୍ରଦାନ କରିବ । ଯେଉଁଥିରେ ସାମିଲ ରହିଛି ଡାକ୍ତର, ନର୍ସ , ଫିଜିଓଥେରାପ ଓ ଲ୍ୟାବ୍ ଟେକ୍ନିସିଆନଙ୍କ ସହିତ ଲ୍ୟାବ୍ ପରୀକ୍ଷା, ନମୁନା ସଂଗ୍ରହ , ଆମ୍ବୁଲାନ୍ସ ସେବା, ଘର ପାଖରେ ମେଡିସିନ୍ ଡେଲିଭରି ସେବା ଇତ୍ୟାଦି ଆପଣଙ୍କ ହାତ ପାଆନ୍ତାରେ ଉପଲବ୍ଧ ହେବ ।ରୋଗୀଙ୍କ ଘର ପାଖରେ ସବୁ ପ୍ରକାର ସେବା ପହଂଚାଇବା ଲାଗି ଏହା ପ୍ରଯୁକ୍ତିର ଶକ୍ତିକୁ ବ୍ୟବହାର କରିବ।

ଏହି ଅବସରରେ ଶ୍ରୀଯୁକ୍ତ ବିନୋଦ ଅଗ୍ରୱାଲ, ସହ ପ୍ରତିଷ୍ଠାତା ଓ ନିର୍ଦେଶକ, ଭିକେୟାରୟୁ କହିଛନ୍ତି ଯେ, “”ଓଡ଼ିଶାରେ ଆମ କାର୍ଯ୍ୟ ପରିଚାଳନାର ଶୁଭାରମ୍ଭ ବିଷୟରେ ଘୋଷଣା କରୁଥିବାରୁ ଆମେ ଅତ୍ୟନ୍ତ ଆନନ୍ଦିତ। ଏକ ପ୍ରଯୁକ୍ତି ଭିତିକ କଂପାନି ଭାବେ ଆମର ଲକ୍ଷ୍ୟ ହେଉଛି ଲୋକମାନଙ୍କ ଘର ପାଖରେ ସମ୍ପୂର୍ଣ୍ଣ ଗୁଣାତ୍ମକ ସ୍ଵାସ୍ଥ୍ୟ ସେବା ପହଂଚାଇବା କାରଣ ଲୋକମାନେ ବୁଝିପାରିଛନ୍ତି ଯେ ତାହା ଆଉ ଏକ ବିଳାସ ନୁହେଁ ବରଂ ଆବଶ୍ୟକତାରେ ପରିଣତ ହୋଇଛି। ଆମର ବିଶ୍ଵାସ ରହିଛି ଯେ ଆମ ପ୍ଲାଟଫର୍ମରେ ଉପଲବ୍ଧ ଥିବା ସେବା ବହୁ ରୋଗୀ ଓ ସେମାନଙ୍କ ପରିବାର ସଦସ୍ୟ ଉପକୃତ ହେବେ ଯେଉଁମାନେ ପୂର୍ବରୁ ଏମିତିରେ ଭାଗ୍ୟ ଭରସାରେ ରହିଥିଲେ।”

କ୍ୟାନସର, ସ୍ନାୟୁ ରୋଗ, ଆଇସିୟୁ ପରବର୍ତୀ ସୁବିଧା ସୁଯୋଗ, ପାଲିଆଟିଭ୍ କେୟାର, ଅର୍ଥୋପେଡିକ୍, ନିଶ୍ବାସପ୍ରଶ୍ବାସ ଜନିତ ସମସ୍ୟା, ଡାଇବେଟିସ୍ ଓ ଅସ୍ତ୍ରୋପଚାର ପରବର୍ତୀ ସୁବିଧା ପାଇଁ ରୋଗୀଙ୍କୁ ଅଯଥାରେ ଯେଭଳି ହସ୍ପିଟାଲ୍ ଯିବାକୁ ପଡ଼ିବନି ତାହାକୁ କଂପାନି ନିଶ୍ଚିତ କରିବ। ଏହା ପରିବାର ସଦସ୍ୟଙ୍କୁ ମାନସିକ ଶାନ୍ତି ପ୍ରଦାନ କରିବ ଯଦ୍ବାରା ସେମାନେ ନିଜ କାମକୁ ଯାଇପାରିବେ ଏବଂ ସମାନ ସମୟରେ ପ୍ରିୟଜନଙ୍କ ଯତ୍ନ ମଧ୍ୟ ନେଇପାରିବେ।

ରାଧା ଅଗ୍ରୱାଲ୍, ନିର୍ଦେଶିକା, ଭିକେୟାରୟୁ କହିଛନ୍ତି ଯେ, “ରୋଗୀମାନେ ନିଶ୍ଚିତ ରୁହନ୍ତୁ ଯେ କେବଳ ପୂର୍ବରୁ ନିଘାଂଟ ତାରିଖ ଓ ସମୟରେ ହିଁ ଯୋଗ୍ୟ ମେଡିକାଲ୍ ପେସାଦାର ଘରକୁ ପରିଦର୍ଶନ କରିବେ। ଏହା ରୋଗୀ ଓ ତାଙ୍କ ଯତ୍ନ ନେଉଥିବା ବ୍ୟକ୍ତିଙ୍କ ସମୟ ସଂଚୟ କରିବ ଏବଂ ପରିବହନ ଓ ପରାମର୍ଶ ଜନିତ ଖର୍ଚ ମଧ୍ୟ ସଂଚୟ କରିବ।’’

ଆମର ସେବା ଜରିଆରେ ରୋଗୀ ଓ କେୟାରଟେକର, ସ୍ଵାସ୍ଥ୍ୟ କର୍ମୀ, ସହଯୋଗୀ ଏବଂ ସମାଜ ଭଳି ସମସ୍ତ ଅଂଶୀଦାର ଉପକୃତ ହେବେ। ରୋଗୀମାନେ ସୁଲଭ ମୂଲ୍ୟରେ ଗୁଣାତ୍ମକ ସେବା ପାଇପାରିବେ। ସ୍ୱାସ୍ଥ୍ୟକର୍ମୀମାନେ ନୂଆ ନିଯୁକ୍ତି ପାଇପାରିବେ ଏବଂ ସେମାନଙ୍କ ଦକ୍ଷତା ଓ କୌଶଳକୁ ବ୍ୟବହାର କରିପାରିବେ। ସହଯୋଗୀମାନେ ଉତମ ସୁଯୋଗ, ଦୃଢ଼ ବ୍ୟବସାୟ, ଆକର୍ଷଣୀୟ ବଜାର ଅଭିବୃଦ୍ଧି ଓ ଦୀର୍ଘମିଆଦୀ ଲକ୍ଷ୍ୟ ପାଇପାରିବେ।

Leave a Reply

Your email address will not be published. Required fields are marked *