କରୋନା ଟିକା ପ୍ରସ୍ତୁତ, ଗବେଷକ ଅଟକ

Top Storise ରାଜ୍ୟ

ବରଗଡ଼ : ବିଶ୍ବରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପି ଚାଲିଛି । ଏ ପର୍ଯ୍ୟନ୍ତ ଏହାର କୌଣସି ଠୋସ ପ୍ରତିଷେଧକ ଔଷଧ ବାହାରି ପାରିନାହିଁ । ଏଥିପାଇଁ ବିଶ୍ବ ସ୍ଵାସ୍ଥ୍ୟ ସଂଗଠନ (WHO) ତଥା ସ୍ଵାସ୍ଥ୍ୟ ବିଶେଷଜ୍ଞମାନେ ଦିନ ରାତି ଲାଗି ପଡ଼ିଥିଲେ ହେଁ, ସେଥିରେ ବର୍ତ୍ତମାନ ସୁଦ୍ଧା ସକ୍ଷମ ହୋଇପାରି ନାହାନ୍ତି । ଅନ୍ୟ ପକ୍ଷରେ ବରଗଡ଼ ଜିଲ୍ଲାର ଭେଡେନ ଥାନା ରୁଷୁଡା ଅଞ୍ଚଳର ଜଣେ ଯୁବକ ପ୍ରହଲ୍ଲାଦ ବିଶି ନିଜେ କୋଭିଡ-୧୯ ପ୍ରତିଷେଧକ ଟୀକା ପ୍ରସ୍ତୁତ କରିଛନ୍ତି ବୋଲି ଦାବି କରିବା ଆଲୋଡନ ସୃଷ୍ଟି କରିଛି । ଏ ନେଇ ଖବର ପାଇ ବରଗଡ଼ ଡ୍ରଗ୍ସ ଇନ୍ସପେକ୍ଟର ସସ୍ମିତା ଦେହୁରୀ ସମ୍ପୃକ୍ତ ଯୁବକଙ୍କ ପାଖରେ ପହଞ୍ଚୀ ଖୋଳ ତାଡ଼ ଆରମ୍ଭ କରିଛନ୍ତିି । ତାଙ୍କ ପାଖରୁ ଲାଲ ଓ ନୀଳ ରଙ୍ଗର ୧୨ ଭାଏଲ ତଥା କଥିତ ଟିକା, ସିରିଞ୍ଜ ଆଦି ଜବତ କରିଛନ୍ତି । ଏ ସମ୍ପର୍କରେ ଡ୍ରଗ୍ସ କଣ୍ଟ୍ରୋଲ ରୁମକୁ ଅବଗତ କରିବା ସହିତ ଏକ ନମୁନା ପରୀକ୍ଷା ପାଇଁଁ ଲାବୋରେଟରିକୁ ପଠାଯାଇଛି ବୋଲି ଦେହୁରୀ କହିଛନ୍ତିି । ସେହିପରି ସମ୍ପୃକ୍ତ ଯୁବକ ଡ୍ରଗ୍ସ ଆକ୍ଟ ଉଲ୍ଲଂଘନ କରିଥିବା ଯୋଗୁ ତାଙ୍କ ବିରୋଧରେ ଆଇନ ଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡ୍ରଗ୍ସ ଇନ୍ସପେକ୍ଟର ଦେହୁରୀ ସୂଚନା ଦେଇଛନ୍ତି । ଅନ୍ୟ ପଟେ ସେ ଔଷଧ ପ୍ରସ୍ତୁତ କରିବା ପରେ ନିଜେ ଖବର ଦେବାରୁ ଡ୍ରଗ୍ସ ଇନ୍ସପେକ୍ଟର ଦେହୁରୀ ତାଙ୍କ ପାଖକୁ ପହଞ୍ଚିଥିଲେ ବୋଲି ସମ୍ପୃକ୍ତ ଯୁବକ କହିଛନ୍ତି । ସେହି ଔଷଧ ପ୍ରୟୋଗ କଲେ ତାହା ନିଶ୍ଚିତ କାମ ଦେବ ବୋଲି ଯୁବକ ଜଣକ ଦାବି କରିଛନ୍ତି । ସମ୍ପୃକ୍ତ ଯୁବକ ଜଣକ ଭେଡେନ ଥାନା ରେମେଣ୍ଡା ଅଞ୍ଚଳର ମୁଲ ବାସିନ୍ଦା । ସେ ଗତ କିଛି ମାସ ହେଲା, ରୁଷୁଡାର ଏକ ଭଡାଘରେ ବାସ କରୁଛନ୍ତିି ବୋଲି ସ୍ଥାନୀୟ ଲୋକେ କହିଛନ୍ତି ।

Leave a Reply

Your email address will not be published. Required fields are marked *