ଦକ୍ଷିଣ ଆଫ୍ରିକା ସିରିଜ୍ ପାଇଁ ରୋହିତ-କୋହଲିଙ୍କୁ ବିଶ୍ରାମ, କେ.ଏଲ୍ ରାହୁଲ ଟିମ୍ ଇଣ୍ଡିଆର ଅଧିନାୟକ, ଉମ୍ରାନ ମଲିକଙ୍କୁ ମିଳିଲା ସ୍ଥାନ

Top Storise କ୍ରୀଡ଼ା ଦେଶ- ବିଦେଶ

ମୁମ୍ବାଇ: ଦକ୍ଷିଣ ଆଫ୍ରୀକା ବିପକ୍ଷ ଟି-୨୦ ପାଇଁ ଘୋଷଣା ହୋଇଛି ଭାରତୀୟ ଟିମ୍ । କେଏଲ ରାହୁଲଙ୍କ ନେତୃତ୍ୱରେ ୧୮ ଜଣିଆ ଟିମ୍ ଘୋଷଣା ହୋଇଛି । ପ୍ରଥମ ଥର ପାଇଁ ଜାମ୍ମୁ ପେସ ସେନସେସନ ଉମ୍ରାନ ମଲ୍ଲିକଙ୍କୁ ଭାରତୀୟ ଟିମ୍ ରେ ସ୍ଥାନ ମିଳିଛି। ସେହିପରି ଡେଥ୍ ଓଭର ସ୍ପେସିଆଲିଷ୍ଟ ଅର୍ଶଦୀପ ସଂଙ୍କୁ ଡାକରା ମିଳିଛି। ଏହି ଦୁଇ ଖେଳାଳୀଙ୍କୁ ଆଇପିଏଲ ୨୦୨୨ ପ୍ରଦର୍ଶନକୁ ଆଧାର କରି ଟିମ୍ ରେ ସ୍ଥାନ ମିଳିଛି।

ଦକ୍ଷିଣ ଆଫ୍ରିକା ସିରିଜ୍ ପାଇଁ ଟିମ୍ ଇଣ୍ଡିଆ: କେ.ଏଲ୍ ରାହୁଲ (ଅଧିନାୟକ), ରିତୁରାଜ ଗାଇକୱାଡ, ଇଶାନ କିଶନ, ଦୀପକ ହୁଡା, ଶ୍ରେୟସ ଆୟର, ଋିଷଭ ପନ୍ତ, ଦୀନେଶ କାର୍ତ୍ତିକ, ହାର୍ଦ୍ଦିକ ପାଣ୍ଡ୍ୟା, ଭେଙ୍କଟେଶ ଆୟର, ୟୁଜଭେନ୍ଦ୍ର ଚହଲ, କୁଲଦୀପ ଯାଦବ, ଅକ୍ଷର ପଟେଲ, ରବି ବିଷ୍ଣୋଇ, ହର୍ଷଲ ପଟେଲ ଆଭେଶ ଖାନ୍, ଅର୍ଶଦୀପ ସିଂ, ଉମ୍ରାନ ମଲିକ ।

ସେହିପରି ଇଂଲଣ୍ଡ ଗସ୍ତ ପାଇଁ ମଧ୍ୟ ଟିମ୍ ଘୋଷଣା ହୋଇଛି। ଗତବର୍ଷ ସିରିଜରେ ଗୋଟିଏ ମ୍ୟାଚ୍ ବନ୍ଦ ରହିଥିଲା, ଯାହା ଜୁଲାଇରେ ଖେଳାଯିବ।

ଇଂଲଣ୍ଡ ରୋହିତ ଶର୍ମା (ଅଧିନାୟକ) କେ.ଏଲ୍ ରାହୁଲ (ଉପ-ଅଧିନାୟକ) ଶୁଭମନ ଗିଲ୍, ବିରାଟ କୋହଲି ଶ୍ରେୟସ୍ ଆୟର, ହନୁମା ବିହାରୀ, ଚେତେଶ୍ୱର ପୂଜାରା, ଋିଷଭ ପନ୍ତ, କେ.ଏସ୍ ଭରତ, ରବିନ୍ଦ୍ର ଜାଡେଜା, ରବିଚନ୍ଦ୍ରନ୍ ଅଶ୍ୱିନ୍, ଶାର୍ଦ୍ଦୁଲ ଠାକୁର, ମହମ୍ମଦ ସିରାଜ, ମହମ୍ମଦ ସାମି , ପ୍ରସିଦ୍ଧ କ୍ରିର୍ଷ୍ଣା ।

Leave a Reply

Your email address will not be published. Required fields are marked *