ଜୁନ୍ ମାସରୁ ରାସନ୍ କାର୍ଡରେ ଆଉ ମିଳିବନି ଗହମ, ଖୋଲା ବଜାରରେ ବଢ଼ିପାରେ ଅଟା ଓ ସୁଜି ଦର!

Top Storise ରାଜ୍ୟ

ଭୁବନେଶ୍ୱର: ରାଜ୍ୟରେ ଆସନ୍ତା ଜୁନ୍ ମାସରୁ ରାସନ କାର୍ଡରେ ମିଳୁଥିବା ଗହମ ଆଉ ମିଳିବନି। ଜୁନ୍ ମାସରୁ ୨୦୨୩ ମାର୍ଚ୍ଚ ପର୍ଯ୍ୟନ୍ତ ଅର୍ଥାତ୍ ୧୦ ମାସ ଯାଏ ଗହମ ମିଳିବନି। ଗରିବ ଖାଉଟି ମାନଙ୍କୁ ୧୦ ମାସ ଗହମ ବଦଳରେ ଚାଉଳ ମିଳିବ। ତେବେ ଏହାର ପ୍ରଭାବ ସିଧାସଳଖ ବଜାର ଉପରେ ପଡ଼ିବ ଏବଂ ଓଡ଼ିଶାରେ ଅଟା, ସୁଜି ଆଦିର ଦାମ୍ ବୃଦ୍ଧି ପାଇବାର ଆଶଙ୍କା ରହିଛି ।

ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରି ସୂଚନା ଦିଆଯାଇଛି। ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଅନୁସାରେ ଜଣେ ଖାଉଟି ଚାଉଳ କିମ୍ବା ଗହମ ନେବେ ସେ ସ୍ଥିର କରିଥାନ୍ତି। ଖାଉଟିଙ୍କୁ ମୁଣ୍ଡପିଛା ୫କେଜି ଲେଖାଏଁ ଚାଉଳ କିମ୍ବା ଗହମ ଅଥବା ଉଭୟ ଚାଉଳ ଓ ଗହମ ମିଶାଇ ନେଇଥାନ୍ତି। ରାଜ୍ୟକୁ କେନ୍ଦ୍ର ସରକାର ଗହମ ଯୋଗାଇଥାନ୍ତି।

ଓଡ଼ିଶାକୁ ୪ଲକ୍ଷ କୁଇଣ୍ଟାଲ ଗହମ ଆସିଥାଏ। ତେବେ ଗହମ ଯୋଗାଣ ବନ୍ଦ ହେବା ପରେ ଖୋଲା ବଜାରୁ ସମାନ ପରିମାଣର ଅଟା ଉଠିପାରେ। ଏବଂ ଅଟାର ଚାହିଦା ବଢିବା ଫଳରେ ଏହାର ଦାମ୍ ମଧ୍ୟ ହୁ ହୁ ହୋଇ ବୃଦ୍ଦି ପାଇପାରେ। ଓଡ଼ିଶାରେ ଅଧିକ ଲୋକେ ଭାତ ଖାଇବାକୁ ପସନ୍ଦ କରନ୍ତି। ତେବେ ପୁର୍ବ ଅପେକ୍ଷା ରାଜ୍ୟରେ ଗହମ ତଥା ଅଟାର ଚାହିଦା ବଢ଼ିଛି । ଲୋକେ ଯେତିକି ଅଟା ଖାଉଥିଲେ ସେଥିରୁ କିଛି ଅଟା ସରକାରଙ୍କ ଯୋଗାଣରୁ ପୂରଣ ହେଉଥିଲା। ଯାହା ବର୍ତ୍ତମାନ ଖୋଲା ବଜାରରୁ ଉଠିବ। ଫଳରେ ବଜାରରେ ଅଟା ଏବଂ ସୁଜିର ଦାମ୍ ବୃଦ୍ଧି ପାଇପାରେ।

Leave a Reply

Your email address will not be published. Required fields are marked *